କ୍ରାଇମବ୍ରାଞ୍ଚରେ ପଡ଼ିରହିଛି ଅଧାରୁ ଅଧିକ ମାମଲା

ତ୍ରିନାଥ ମହାନ୍ତି
ଭୁବନେଶ୍ୱର, ୪। ୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ତଥା ଭରସାଯୋଗ୍ୟ ତଦନ୍ତକାରୀ ସଂସ୍ଥା ହେଉଛି କ୍ରାଇମ୍‌ବ୍ରାଞ୍ଚ। ଯେତେବେଳେ ପୋଲିସ ଫେଲ୍‌ ମାରେ ସେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ଉଠେ। ଲୋକେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୁଅନ୍ତି ବା କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କୋର୍ଟରେ ପିଟିଶନ କରନ୍ତି। ମାମଲାର ଗୁରୁତ୍ୱ ଥିଲେ ଅବା ସମ୍ବେଦନଶୀଳ ହୋଇଥିଲେ ସରକାର ମଧ୍ୟ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଅନ୍ତି। ହେଲେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି। ନିଶା କାରବାର ଭଳି କିଛି ମାମଲାରେ ବାହାବା ନେଉଥିବା ଏହି ସଂସ୍ଥା କିନ୍ତୁ ଅପହରଣ, ନିଖୋଜ, ହତ୍ୟା, ଗଣବଳାକତ୍ାର ଆଦି ମାମଲାର ତଦନ୍ତରେ ବିଫଳ ହୋଇଛି। ଅଧାରୁ ଅଧିକ ମାମଲା ବର୍ଷ ବର୍ଷ ଧରି ପଡ଼ି ରହିଛି। ଫଳରେ ଅଭିଯୁକ୍ତମାନେ ଖସି ବୁଲୁଥିବାବେଳେ ଏପଟେ ପ୍ରମାଣ ଅଭାବରୁ ନ୍ୟାୟିକ ବ୍ୟବସ୍ଥା ବାଟବଣା ହୋଇଯାଉଛି। ଏକ୍ଷେତ୍ରରେ ରାଜନୈତିକ ଚାପ, ତଦନ୍ତରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ହୋଇ ନ ପାରିବା, ତଦନ୍ତ ଅଧିକାରୀଙ୍କ ଦକ୍ଷତା ଓ ମନୋବୃତ୍ତିର ଅଭାବ ପ୍ରସଙ୍ଗ ସାମ୍ନାକୁ ଆସୁଛି। ଫଳରେ କ୍ରାଇମବ୍ରାଞ୍ଚ ଉପରୁ ଭରସା ତୁଟିବାରେ ଲାଗିଛି। ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚରେ ବର୍ତ୍ତମାନ ସିଆଇଡି, ଇଓଡବ୍ଲ୍ୟୁ, ଏସ୍‌ଟିଏଫ୍‌ ଆଦି ଗୁରୁତ୍ୱପୂର୍ଣ୍ଣ ଶାଖା କାର୍ଯ୍ୟ କରୁଛି। ଏହାସତ୍ତ୍ୱେ ତଦନ୍ତକୁ ନେଇ ଅନେକ ସମୟରେ ଅଭିଯୋଗ ଉଠିଛି। ବିଶେଷକରି ଗତ ୧୨ ବର୍ଷ ମଧ୍ୟରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି। ୨୦୦୭ରୁ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ମୋଟ ୩୪୫ଟି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ। ଏହାର ୯୦ ପ୍ରତିଶତ ଅର୍ଥାତ୍‌ ୩୦୯ ମାମଲା ବିଭିନ୍ନ ଥାନାରୁ ଆସିଛି। ଏହାସହ ଗୃହ ବିଭାଗ ମଧ୍ୟ କୁନ୍ଦୁଲି, ପିପିଲି ଗଣବଳାକତ୍ାର ଭଳି ୩୬ଟି ହାଇପ୍ରୋଫାଇଲ ମାମଲା କ୍ରାଇମବ୍ରାଞ୍ଚକୁ ଦେଇଛି। ହେଲେ ଏହି ସଂସ୍ଥା ୪୮.୬୯ ପ୍ରତିଶତ ବା ୧୬୮ଟି ମାମଲାର ତଦନ୍ତ ଶେଷ କରିଥିବାବେଳେ ୫୧.୩୦ ପ୍ରତିଶତ ବା ୧୭୭ଟି ମାମଲା ତଦନ୍ତାଧୀନ ଅବସ୍ଥାରେ ପଡ଼ିରହିଛି।
ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବେଶ୍‌ ନୈରାଶ୍ୟଜନକ ରହିଛି। ଅଭିଯୁକ୍ତଙ୍କୁ ଧରୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ କରିପାରୁ ନ ଥିବାରୁ ସେମାନେ କୋର୍ଟରୁ ଖସିଯାଉଛନ୍ତି। ଗତବର୍ଷ ପିପିଲି ନାବାଳିକା ଗଣବଳାକତ୍ାର ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଦୁର୍ବଳ ପ୍ରମାଣ ଯୋଗୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ରାଜ୍ୟବ୍ୟାପୀ ଏହାକୁ ନେଇ ପ୍ରତିବାଦର ସ୍ବର ଉଠିବା ସହ ତଦନ୍ତ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ପିଟିଶନ କରିଥିଲେ। ସେହିଭଳି ୧୨ବର୍ଷ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ୫୩୪ ଜଣଙ୍କୁ ଗିରଫ କରିଥିବାବେଳେ ୪୫ଜଣ ଏବେ ମଧ୍ୟ ଫେରାର ହୋଇ ବୁଲୁଛନ୍ତି।
ଅନ୍ୟପକ୍ଷରେ ୨୦୧୯ ଜୁଲାଇରୁ ବର୍ତ୍ତମାନ ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚର ସିଆଇଡ଼ି ୩ ମାମଲା ନେଇଥିବାବେଳେ ଇଓଡବ୍ଲ୍ୟୁ ୧୭ଟି ମାମଲା ନେଇଛି। ସେହିପରି ଏସ୍‌ଟିଏଫ୍‌ ୨୨ଟି ମାମଲା ରୁଜୁ କରି ତଦନ୍ତ କରୁଛି। ସବୁଠୁ ବଡ଼ କଥା ହେଲା, ସାଇବର ମାମଲା ବଢ଼ି ଚାଲିଛି। ଇତିମଧ୍ୟରେ ୩୪ଟି ସାଇବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। କେବଳ ଏନ୍‌ଡିପିଏସ୍‌ ସମେତ ୧୫ଟି ମାମଲାରେ କୋର୍ଟରେ ଚାର୍ଜଶିଟ ଦାଖଲ କରାଯାଇଥିବାବେଳେ ବାକି ମାମଲାରେ ତଦନ୍ତ ଜାରି ରହିଛି। ଏବେ ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ପର୍ଦ୍ଦାଫାଶ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?