କ୍ରାଇମବ୍ରାଞ୍ଚରେ ପଡ଼ିରହିଛି ଅଧାରୁ ଅଧିକ ମାମଲା

ତ୍ରିନାଥ ମହାନ୍ତି
ଭୁବନେଶ୍ୱର, ୪। ୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ତଥା ଭରସାଯୋଗ୍ୟ ତଦନ୍ତକାରୀ ସଂସ୍ଥା ହେଉଛି କ୍ରାଇମ୍‌ବ୍ରାଞ୍ଚ। ଯେତେବେଳେ ପୋଲିସ ଫେଲ୍‌ ମାରେ ସେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ଉଠେ। ଲୋକେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୁଅନ୍ତି ବା କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କୋର୍ଟରେ ପିଟିଶନ କରନ୍ତି। ମାମଲାର ଗୁରୁତ୍ୱ ଥିଲେ ଅବା ସମ୍ବେଦନଶୀଳ ହୋଇଥିଲେ ସରକାର ମଧ୍ୟ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଅନ୍ତି। ହେଲେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି। ନିଶା କାରବାର ଭଳି କିଛି ମାମଲାରେ ବାହାବା ନେଉଥିବା ଏହି ସଂସ୍ଥା କିନ୍ତୁ ଅପହରଣ, ନିଖୋଜ, ହତ୍ୟା, ଗଣବଳାକତ୍ାର ଆଦି ମାମଲାର ତଦନ୍ତରେ ବିଫଳ ହୋଇଛି। ଅଧାରୁ ଅଧିକ ମାମଲା ବର୍ଷ ବର୍ଷ ଧରି ପଡ଼ି ରହିଛି। ଫଳରେ ଅଭିଯୁକ୍ତମାନେ ଖସି ବୁଲୁଥିବାବେଳେ ଏପଟେ ପ୍ରମାଣ ଅଭାବରୁ ନ୍ୟାୟିକ ବ୍ୟବସ୍ଥା ବାଟବଣା ହୋଇଯାଉଛି। ଏକ୍ଷେତ୍ରରେ ରାଜନୈତିକ ଚାପ, ତଦନ୍ତରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ହୋଇ ନ ପାରିବା, ତଦନ୍ତ ଅଧିକାରୀଙ୍କ ଦକ୍ଷତା ଓ ମନୋବୃତ୍ତିର ଅଭାବ ପ୍ରସଙ୍ଗ ସାମ୍ନାକୁ ଆସୁଛି। ଫଳରେ କ୍ରାଇମବ୍ରାଞ୍ଚ ଉପରୁ ଭରସା ତୁଟିବାରେ ଲାଗିଛି। ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚରେ ବର୍ତ୍ତମାନ ସିଆଇଡି, ଇଓଡବ୍ଲ୍ୟୁ, ଏସ୍‌ଟିଏଫ୍‌ ଆଦି ଗୁରୁତ୍ୱପୂର୍ଣ୍ଣ ଶାଖା କାର୍ଯ୍ୟ କରୁଛି। ଏହାସତ୍ତ୍ୱେ ତଦନ୍ତକୁ ନେଇ ଅନେକ ସମୟରେ ଅଭିଯୋଗ ଉଠିଛି। ବିଶେଷକରି ଗତ ୧୨ ବର୍ଷ ମଧ୍ୟରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି। ୨୦୦୭ରୁ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ମୋଟ ୩୪୫ଟି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ। ଏହାର ୯୦ ପ୍ରତିଶତ ଅର୍ଥାତ୍‌ ୩୦୯ ମାମଲା ବିଭିନ୍ନ ଥାନାରୁ ଆସିଛି। ଏହାସହ ଗୃହ ବିଭାଗ ମଧ୍ୟ କୁନ୍ଦୁଲି, ପିପିଲି ଗଣବଳାକତ୍ାର ଭଳି ୩୬ଟି ହାଇପ୍ରୋଫାଇଲ ମାମଲା କ୍ରାଇମବ୍ରାଞ୍ଚକୁ ଦେଇଛି। ହେଲେ ଏହି ସଂସ୍ଥା ୪୮.୬୯ ପ୍ରତିଶତ ବା ୧୬୮ଟି ମାମଲାର ତଦନ୍ତ ଶେଷ କରିଥିବାବେଳେ ୫୧.୩୦ ପ୍ରତିଶତ ବା ୧୭୭ଟି ମାମଲା ତଦନ୍ତାଧୀନ ଅବସ୍ଥାରେ ପଡ଼ିରହିଛି।
ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବେଶ୍‌ ନୈରାଶ୍ୟଜନକ ରହିଛି। ଅଭିଯୁକ୍ତଙ୍କୁ ଧରୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ କରିପାରୁ ନ ଥିବାରୁ ସେମାନେ କୋର୍ଟରୁ ଖସିଯାଉଛନ୍ତି। ଗତବର୍ଷ ପିପିଲି ନାବାଳିକା ଗଣବଳାକତ୍ାର ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଦୁର୍ବଳ ପ୍ରମାଣ ଯୋଗୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ରାଜ୍ୟବ୍ୟାପୀ ଏହାକୁ ନେଇ ପ୍ରତିବାଦର ସ୍ବର ଉଠିବା ସହ ତଦନ୍ତ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ପିଟିଶନ କରିଥିଲେ। ସେହିଭଳି ୧୨ବର୍ଷ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ୫୩୪ ଜଣଙ୍କୁ ଗିରଫ କରିଥିବାବେଳେ ୪୫ଜଣ ଏବେ ମଧ୍ୟ ଫେରାର ହୋଇ ବୁଲୁଛନ୍ତି।
ଅନ୍ୟପକ୍ଷରେ ୨୦୧୯ ଜୁଲାଇରୁ ବର୍ତ୍ତମାନ ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚର ସିଆଇଡ଼ି ୩ ମାମଲା ନେଇଥିବାବେଳେ ଇଓଡବ୍ଲ୍ୟୁ ୧୭ଟି ମାମଲା ନେଇଛି। ସେହିପରି ଏସ୍‌ଟିଏଫ୍‌ ୨୨ଟି ମାମଲା ରୁଜୁ କରି ତଦନ୍ତ କରୁଛି। ସବୁଠୁ ବଡ଼ କଥା ହେଲା, ସାଇବର ମାମଲା ବଢ଼ି ଚାଲିଛି। ଇତିମଧ୍ୟରେ ୩୪ଟି ସାଇବର ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। କେବଳ ଏନ୍‌ଡିପିଏସ୍‌ ସମେତ ୧୫ଟି ମାମଲାରେ କୋର୍ଟରେ ଚାର୍ଜଶିଟ ଦାଖଲ କରାଯାଇଥିବାବେଳେ ବାକି ମାମଲାରେ ତଦନ୍ତ ଜାରି ରହିଛି। ଏବେ ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ପର୍ଦ୍ଦାଫାଶ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri