ସରକାରୀ ବସ୍‌ଷ୍ଟାଣ୍ଡ: ସେବାଠୁ ଦୂରରେ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡ ସର୍ବ ପୁରାତନ। ଅନ୍ୟ ବସ୍‌ଷ୍ଟାଣ୍ଡଗୁଡ଼ିକର ନବୀକରଣ, ରୂପାନ୍ତରୀକରଣ ହେଉଛି। କିନ୍ତୁ ବରଗଡ଼ ସହରର ମୁଖ୍ୟ ପେଣ୍ଠସ୍ଥଳୀରେ ରହିଥିବା ଏହି ବସ୍‌ଷ୍ଟାଣ୍ଡରେ ତାହା ହେଉନାହିଁ। ଅପରପକ୍ଷେ ରାଜ୍ୟର ଏହି ପ୍ରମୁଖ ବସ୍‌ଷ୍ଟାଣ୍ଡ ଦିନକୁ ଦିନ ତା’ର ଅସ୍ତିତ୍ୱ ହରାଇ ବସିଛି। ବସ୍‌ଷ୍ଟାଣ୍ଡ ପରିସରରେ ଥିବା ପେଟ୍ରୋଲ ପମ୍ପ କେଉଁକାଳରୁ ଉଠିଯାଇଛି। ଏଠାରେ ରହିଥିବା ଗ୍ୟାରେଜ୍‌ ମଧ୍ୟ ଆଉ ନାହିଁ। ସେହିପରି ବସ୍‌ଷ୍ଟାଣ୍ଡ ପରିସରରେ ଥିବା କ୍ୟାଣ୍ଟିନ୍‌ରେ ଦୀର୍ଘବର୍ଷ ହେଲା ତାଲା ଝୁଲୁଛି। ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବା ଯୋଗୁ ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ଜଳାର୍ଣ୍ଣବ ହୋଇପଡ଼ୁଛି। କେବଳ ସେତିକି ନୁହେଁ, ଏଠାରେ ଯାତ୍ରୀମାନଙ୍କୁ ଅନେକ ସମୟରେ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚତ୍ତ ହେବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଯାତ୍ରୀବାହୀ ବସ୍‌ ଯାତାୟାତ ସମ୍ପର୍କିତ ସୂଚନା ଆଉ ଡାକବାଜି ଯନ୍ତ୍ରରେ ଶୁଣିବାକୁ ମିଳୁନାହିଁ। ଏହାସତ୍ତ୍ୱେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ଏଥିପ୍ରତି ଆଖି ବୁଜିଦେଇଛି।
ଜିଲାବାସୀଙ୍କ ଆବଶ୍ୟକତା ଦୃଷ୍ଟିରୁ ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡ ୧୯୫୨ ମସିହାରେ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ବସ୍‌ଷ୍ଟାଣ୍ଡ ପରିସରରେ ବିଭିନ୍ନ ବିଭାଗ ପାଇଁ ୨ମହଲା ବିଶିଷ୍ଟ କୋଠାଘର ହୋଇଥିଲା। ତଳ ମହଲାରେ ୬ ଏବଂ ଉପର ମହଲାରେ ୪ଟି କୋଠରି ରହିଥିଲା। ଉଭୟ ମହଲାର କୋଠରୀଗୁଡ଼ିକ ପୂର୍ବରୁ ବ୍ୟବହୃତ ହେଉଥିଲା। କିନ୍ତୁ ଦୀର୍ଘବର୍ଷ ହେଲା କେବଳ ତଳ ମହଲା କୋଠରି ବ୍ୟବହୃତ ହେଉଥିବାବେଳେ ଉପର ମହଲା କୋଠରୀଗୁଡ଼ିକ ଅବ୍ୟବହୃତ ହୋଇ ଭୂତକୋଠି ଭାବେ ପଡ଼ି ରହିଛି। ଏହାସହିତ ବସ୍‌ଷ୍ଟାଣ୍ଡ ପରିସରରେ ପେଟ୍ରୋଲ ପମ୍ପ, ଗ୍ୟାରେଜ, କ୍ୟାଣ୍ଟିନ୍‌ ଆଦି ରହିଥିଲା। କିନ୍ତୁ ଦୀର୍ଘ ୭୨ବର୍ଷ ପରେ ଉକ୍ତ ବସଷ୍ଟାଣ୍ଡରେ କିଛି ନୂତନତ୍ୱ ଆସିବା ତ ଦୂରର କଥା, ପୂର୍ବରୁ ଯେଉଁ ସୁବିଧା ସୁଯୋଗ ମିଳୁଥିଲା ତାହା ମଧ୍ୟ ବନ୍ଦ ହୋଇଯାଇଛି।
ଅନ୍ୟପଟେ ବସ୍‌ଷ୍ଟାଣ୍ଡ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଯାତ୍ରୀମାନଙ୍କୁ ପୂର୍ବାପେକ୍ଷା ଅଧିକ ହଟହଟା ହେବାକୁ ପଡ଼ୁଛି। ଓଏସ୍‌ଆର୍‌ଟିସି ଏଠାରେ ନିଜସ୍ବ ଶୌଚାଳୟ କିମ୍ବା ପାନୀୟଜଳ ବ୍ୟବସ୍ଥା ଏପର୍ଯ୍ୟନ୍ତ କରିପାରିନାହିଁ। ୨୦୦୯ରେ ତତ୍କାଳୀନ ବରଗଡ଼ ଏମ୍‌ପିଙ୍କ ଅନୁଦାନ ପାଣ୍ଠିରୁ ଶୌଚାଳୟ ଏବଂ ଥଣ୍ଡା ପାନୀୟଜଳ ପ୍ରକଳ୍ପ କରାଯାଇଥିଲା। ମାତ୍ର ତାହା ବର୍ଷର ଅଧିକାଂଶ ସମୟ ଅଚଳ ରହୁଛି। ସେହିପରି ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବାରୁ ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡରେ ବର୍ଷାପାଣି ଲହଡ଼ି ମାରୁଛି। ଫଳରେ ଯାତ୍ରୀମାନଙ୍କୁ ନାହିଁ ନ ଥିବା ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗତ କିଛିମାସ ତଳେ ବସ୍‌ଷ୍ଟାଣ୍ଡ ପରିସରରେ ନୂତନ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଛି। କିନ୍ତୁ ତାହା ମଧ୍ୟ ଧର୍ମକୁ ଆଖିଠାର ଭଳି ହୋଇଛି। ପ୍ରତୀକ୍ଷାଳୟରେ ମହିଳା ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ।
ଉକ୍ତ ବସ୍‌ଷ୍ଟାଣ୍ଡରୁ ସମ୍ବଲପୁର, ଗୋଲାମୁଣ୍ଡା, ନବରଙ୍ଗପୁର, କଟକ, ବ୍ରହ୍ମପୁର, ସୁନାବେଡ଼ା, ମାଲକାନଗିରି ଆଦି ୭ଟି ରୁଟ୍‌କୁ ଓଏସ୍‌ଆରଟିସିର ସମୁଦାୟ ୧୩ ଯାତ୍ରୀବାହୀ ବସ୍‌ ଯାତାୟାତ କରୁଛି। ମାଲକାନଗିରି, ବ୍ରହ୍ମପୁର ଓ କଟକକୁ ନାଇଟ୍‌ ବସ୍‌ ଯାଉଥିବାବେଳେ ଏହି ବସ୍‌ଷ୍ଟାଣ୍ଡ ଦେଇ ପୁରୀକୁ ୨ଟି ଭଲ୍‌ଭୋ ବସ୍‌ ଯାତାୟାତ କରୁଛି। ସେହିପରି ବରଗଡ଼-ସମ୍ବଲପୁର ମଧ୍ୟରେ ନିୟମିତ ବ୍ୟବଧାନରେ ୮ଟି ସିଟିବସ୍‌ ଯିବା ଆସିବା କରୁଛି। ବରଗଡ଼ ଜିଲାର ବିଭିନ୍ନ ପଞ୍ଚାୟତକୁ ୭ଟି ଏବଂ ଗାଇସିଲେଟକୁ ଗୋଟିଏ ଲକ୍ଷ୍ମୀ ବସ୍‌ ଏହି ବସଷ୍ଟାଣ୍ଡ ଦେଇ ଯାତାୟାତ କରାଯାଉଛି। ଉକ୍ତ ସବୁ ଯାତ୍ରୀବାହୀ ବସ୍‌ର ରହଣି ଏହି ବସ୍‌ଷ୍ଟାଣ୍ଡରେ ହେଉଥିବା ଯୋଗୁ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଅପରପକ୍ଷେ ବରଗଡ଼ ବସଷ୍ଟାଣ୍ଡରୁ ପ୍ରୟାଗରାଜକୁ ଯାତାୟାତ ପାଇଁ ୨ ନୂତନ ଯାତ୍ରୀବାହୀ ବସ୍‌ (ଏସି) ଦୀର୍ଘମାସ ଏହି ବସଷ୍ଟାଣ୍ଡରେ ପଡ଼ିରହିଥିଲା। ମାତ୍ର ପରମିଟ୍‌ ନ ମିଳିବା ଆଳ ଦେଖାଇ ତାକୁ ମଧ୍ୟ ଏଠାରୁ ଅନ୍ୟ ଜିଲାକୁ ନିଆଯାଇଛି। ଗୋଟିଏ ପଟେ ଯାତ୍ରୀସଂଖ୍ୟା ବୃଦ୍ଧି ହେଉଥିବାବେଳେ ଅନ୍ୟପଟେ ଏଠାରେ ବସ୍‌ ସଂଖ୍ୟା ବଢ଼ୁ ନ ଥିବା ଏବଂ ପ୍ରତିଷ୍ଠା ହେବା ଦିନଠାରୁ ବସ୍‌ଷ୍ଟାଣ୍ଡର ବିକାଶ ହୋଇପାରିନାହିଁ। ଫଳରେ ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବରଗଡ଼ର ଜଣେ ସଚେତନ ନାଗରିକ ରାଜେନ୍ଦ୍ର ସିକନ୍ଦର କହିଛନ୍ତି, ସ୍ଥାନୀୟ ସରକାରୀ ବସ୍‌ଷ୍ଟାଣ୍ଡର କାୟାରେ ଯେଭଳି ପରିବର୍ତ୍ତନ ଆସିବା କଥା ତାହା ହୋଇନାହିଁ। ଯେମିତି ଥିଲା ସେମିତି ରହିଛି। ବସ୍‌ଷ୍ଟାଣ୍ଡ ପରିସର ଅପରିଷ୍କୃତ ଭାବେ ପଡ଼ିରହିଛି। ଯାତ୍ରୀମାନଙ୍କ ପାଇଁ ଉପଯୋଗୀ ହୋଇପାରିନାହିଁ। ବରଗଡ଼ ଭଳି ଏକ ବଡ଼ ସହରରେ ରହିଥିବା ଏହି ବସ୍‌ଷ୍ଟାଣ୍ଡର ବିକାଶ କରାଯିବା ଆବଶ୍ୟକତା ରହିଛି। ଅନ୍ୟ ଜଣେ ସ୍ଥାନୀୟ ନାଗରିକ ପ୍ରେମାନନ୍ଦ ଭୋଇ କହିଛନ୍ତି, ସରକାରୀ ବସ୍‌ଷ୍ଟାଣ୍ଡରେ ପାନୀୟଜଳ, ଶୌଚାଳୟ, ଭୋଜନାଳୟ, ଫାଷ୍ଟ୍‌ ଏଡ୍‌ ଆଦି ବ୍ୟବସ୍ଥା ଯାତ୍ରୀମାନଙ୍କ ସର୍ବନିମ୍ନ ଆବଶ୍ୟକତା। କିନ୍ତୁ ଏହି ବସଷ୍ଟାଣ୍ଡରେ ତାର ଅଭାବ ରହୁଛି। ଜଣେ ଯାତ୍ରୀ ମୁକୁନ୍ଦ ଦାଶ କହିଛନ୍ତି, ବର୍ଷାଦିନେ ବସ୍‌ଷ୍ଟାଣ୍ଡରେ ବର୍ଷାଜଳ ଜମି ରହୁଥିବାବେଳେ ଅନେକ ସମୟରେ ଶୌଚାଳୟ ବନ୍ଦ ରହୁଛି। ଫଳରେ ଯାତ୍ରୀମାନଙ୍କୁ ବହୁ ହଟହଟା ହେବାକୁ ପଡ଼ୁଛି। ବରଗଡ଼ ସରକାରୀ ବସଷ୍ଟାଣ୍ଡର ୟୁନିଟ୍‌ ଇନ୍‌ଚାର୍ଜ ଯୁଧିଷ୍ଠିର ପାଢ଼ୀ କହିଛନ୍ତି, ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ଉକ୍ତ ବସ୍‌ଷ୍ଟାଣ୍ଡକୁ ସାମିଲ କରାଯାଇ ଉନ୍ନତୀକରଣ କରାଯିବା ପ୍ରସ୍ତାବ ରହିଛି। ସେହିପରି ଏହି ବସ୍‌ଷ୍ଟାଣ୍ଡ ଦେଇ ଆହୁରି ଅଧିକ ନୂଆ ବସ୍‌ ଚଳାଚଳ କରାଯିବା ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri