ଶ୍ରୀଲଙ୍କା ଫେରିବେ ଗୋଟାବାୟା

କଲମ୍ବୋ,୧୭ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଆସନ୍ତା ସପ୍ତାହରେ ଘରକୁ ଫେରିବେ। ଗତ କିଛି ମାସ ଧରି ଦେଶରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାରୁ ପଳାୟନ କରିଥିବା ରାଜପାକ୍ସେ ଜୁଲାଇ ୧୪ରେ ସିଙ୍ଗାପୁର ଯାଇଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ୭ ଦଶନ୍ଧି ମଧ୍ୟରେ ଶ୍ରୀଲଙ୍କା ସବୁଠୁ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ରାଜପାକ୍ସେଙ୍କ ଶାସନ କାଳରେ ଦେଶର ଏହି ଅବସ୍ଥା ପାଇଁ ତାଙ୍କ ସରକାର ବିରୋଧରେ ଅନେକ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ଏହି କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତେବେ ବର୍ତ୍ତମାନ ରୁଷିଆରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରଦୂତ ତଥା ରାଜପାକ୍ସେଙ୍କ ଜଣେ ଘନିଷ୍ଠ ସହଯୋଗୀ ଉଦୟଙ୍ଗା ବୀରାତୁଙ୍ଗା କହିଛନ୍ତି, ଗୋଟାବାୟା ଅଗଷ୍ଟ ୨୪ରେ ଶ୍ରୀଲଙ୍କା ଫେରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚୌକି ହଟାଇବାକୁ ଚାହୁଁଛି ଚାଇନା, ଜାଣନ୍ତୁ କାହିଁକି

ବେଜିଂ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଥରେ କ୍ଷମତା ପାଇବେ କି ନାହିଁ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ...

କମ୍‌ଲା ହାରିସ୍‌ ଅନ୍‌ଲାଇନରେ ବର୍ଣ୍ଣବୈଷମ୍ୟର ଶିକାର

ଓ୍ବାଶିଂଟନ,୧ା୭(ପି.ଟି.): ଆଗାମୀ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହାରିସ୍‌ ତାଙ୍କ ପରିଚୟ ପାଇଁ...

କିଟ୍‌କାଟ ପ୍ୟାକ୍‌ରୁ ହଟିଲା ଜଗନ୍ନାଥଙ୍କ ଫଟୋ

ନୂଆଦିଲ୍ଲୀ,୨୦।୧: ଲୋକପ୍ରିୟ ଚୋକେଲେଟ୍‌ ବ୍ରାଣ୍ଡ କିଟ୍‌କାଟ ପ୍ୟାକର ର଼୍ୟାପରରୁ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ହଟାଇ ଦିଆଯାଇଛି। ଏ ନେଇ ନେସଲେ...

ଛଅ ମାସ ମଧ୍ୟରେ ଦ୍ୱିତୀୟଥର ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କଲେଣି ଖଲିସ୍ତାନ ସମର୍ଥକ, ନିନ୍ଦା କଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୪।୭: ଆମେରିକା ରବିବାର ସାନ ଫ୍ରାନ୍ସିସକୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ କରାଯାଇଥିବା ଆକ୍ରମଣ ଯୋଜନାକୁ ନିନ୍ଦା କରିଛି। ଆମେରିକାର ସ୍ଥାନୀୟ ଟେଲିଭିଜନ...

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଋଷି ସୁନକ: ୧୮୫ ଏମ୍‌ପିଙ୍କ ମିଳିଲା ସମର୍ଥନ

ଲଣ୍ଡନ,୨୪।୧୦: ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଇତିହାସ ରଚି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ। ସୋମବାର...

ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ କେଉଁଠି ରହିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭ା୧୨: ଡିସେମ୍ବର ଶେଷ ହେବା ସହିତ ଆମେରିକା ରାଷ୍ଟ୍ରପତି ଭବନରୁ ଡୋନାଲ୍ଡ ଟ୍ରମ୍ପ୍‌ ବିଦା ହେବାର ସମୟ ମଧ୍ୟ ଆସିଯାଉଛି। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା...

ବ୍ରିଟେନରେ ଜଘନ୍ୟ ହତ୍ୟାକାଣ୍ଡ ପାଇଁ ବାଧ୍ୟତାମୂଳକ ହେବ ଆଜୀବନ କାରାଦଣ୍ଡ, ସୁନକ କହିଲେ ଶୀଘ୍ର ପ୍ରଣୟନ ହେବ ଆଇନ

ଲଣ୍ଡନ,୨୭।୮: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ କଠୋର ନୂତନ ଆଇନ ପାଇଁ ଯୋଜନା କରୁଥିବା କରିଛନ୍ତି, ଏହି ଆଇନ ଅନୁଯାୟୀ ଜଘନ୍ୟ ହତ୍ୟା ମାମଲାରେ ଦୋଷୀ...

ନୌସେନାର ହେଲିକପ୍ଟର କ୍ରାସ୍‌: ୧୪ ମୃତ

ମାକ୍ସିକୋ,୧୬।୭: ମାକ୍ସିକୋର ସିନାଲୋଆରେ ଶନିବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାକ୍ସିକୋର ସେନା ହେଲିକପ୍ଟର ବ୍ଲାକ ହୋକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସେନା ହେଲିକପ୍ଟରରେ...

Advertisement
Archives

Model This Week