‘ବିଶ୍ୱ ମାନଚିତ୍ରରେ ଗୋପାଳପୁର ସ୍ବତନ୍ତ୍ର ସ୍ଥାନ ରହିଛି’

ଗୋପାଳପୁର,୩୧।୮(ନବୀନ ରାଜ ଆଚାରୀ): ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶନିବାର ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଏ. ଜାନକୀ ରାମ ପତାକା ଉତ୍ତୋଳନ କରିଥିଲେ l ପରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧା ସଞ୍ଜିବନି, ଜରା ନିବାସ ଓ ଜାଗୃତି-୨ କେନ୍ଦ୍ରରେ ଫଳ ବଣ୍ଟନ କରାଯାଇଥିଲା। ଅପରାହ୍ନରେ ନୂଆ ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତି ପ୍ରଶିକ୍ଷଣ ଅଧ୍ୟକ୍ଷ ଡି କ୍ରିଷ୍ଣା ଦୋରା, କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଉପାଧ୍ୟକ୍ଷ ବି ଉମା ଅତିଥି ଭାବେ ଯୋଗ ଦେଇଥିଲେ।

ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିଶ୍ୱ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ରହିଛି। ଏଣୁ ଆମେ ସମସ୍ତେ ଏକାଠି ହୋଇ କାମ କଲେ ଗୋପାଳପୁରର ବିକାଶ ହେବ। ଏପରିକି ସରକାରୀ ନିୟମକୁ ପାଳନ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ମଲ୍ଲିକ କହିଥିଲେ l

ଅଧ୍ୟକ୍ଷ ଡି କ୍ରିଷ୍ଣା ଦୋରା, ୱାର୍ଡ ସଭ୍ୟ ଜି ମୋହନ ରାଓ, ଗୋପାଳ କ୍ରିଷ୍ଣା ମଧ୍ୟ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିୟ ଏବଂ ପାଞ୍ଚ ଜଣ ବରିଷ୍ଟ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା। ଏପରିକି ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷ୍ୟ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତର୍ଣ୍ଣ ହୋଇ ଥିବା ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ପ୍ରଭାତୀ ସାସମଲ ଏବଂ ଜଗନ୍ନାଥ ଶ୍ୟାମଲ ସଭା ପରିଚାଳନା କରିଥିଲେ l ଶେଷରେ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୱାର୍ଡ ସଭ୍ୟ ବିରେନ କୁମାର, ରତନୀ କୁମାରୀ ନାୟକ, କଳ୍ପନା ବେହେରା, ନିର୍ମଳା କୁଜୁର, ସୁନିତା ସାହୁ, ଏମ୍‌. କାମେଶ୍ୱରି, ଜି ମୋହନ ରାଓ, ଜେ କାଲେସୁ, ସିଇଓ ସାଗରୀକା ବିଷୋୟୀ, କେଦାର ବାଙ୍ଗାରି, ମୁନା ମହାନ୍ତି, ବି.ସୁଶୀଳା, ଅଭିନାଶ ସାହୁଙ୍କ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର: ଉଲ୍ଲାସ ଅଭିଯାନ ଶୁଭାରମ୍ଭ

ଛତ୍ରପୁର, ୫।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିରକ୍ଷରଙ୍କୁ ସାକ୍ଷର କରିବା ଓ ଜୀବନବ୍ୟାପୀ ଶିକ୍ଷା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ‘ଉଲ୍ଲାସ’ ସଚେତନତା…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri