ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ ଦାୟୀ କରିଥିଲେ। ତାହାକୁ ଭାରତ ଖଣ୍ଡନ କରିଥିଲା। ଦୁଇ ଦେଶ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଶୀର୍ଷରେ ପହଞ୍ଚତ୍ବା ପରେ କୂଟନୈତିକ ସମ୍ପର୍କ ମଧ୍ୟ ବିଗିଡ଼ି ଯାଇଥିଲା। ତେବେ ନିଜ୍ଜାରଙ୍କୁ ଗ୍ୟାଙ୍ଗ୍‌ଷ୍ଟର ଗୋଲ୍ଡି ବ୍ରାର୍‌ ହତ୍ୟା କରିଥିବା ମାନିଛନ୍ତି। ହତ୍ୟାକାଣ୍ଡର ୩ ବର୍ଷ ପରେ ବ୍ରିଟେନ୍‌ର ଖଲିସ୍ତାନ ଆତଙ୍କବାଦୀ ପରମ୍‌ଜିତ ସିଂ ପମ୍ମାଙ୍କ ସହ ବ୍ରାର୍‌ଙ୍କ କଥାବାର୍ତ୍ତାର ଏକ ଅଡିଓ ପ୍ରଘଟ ହେବା ପରେ ଏହି ବିଷୟ ପଦାକୁ ଆସିଛି। ନିଜ୍ଜାର ଡ୍ରଗ୍‌ ନେଟଓ୍ବର୍କ ବଢ଼ାଇବା ଓ ନାବାଳକଙ୍କୁ ଶୋଷଣ କରୁଥିବାରୁ ବ୍ରାର୍‌ ତାଙ୍କୁ ହତ୍ୟା କରିଥିବା କହିଛନ୍ତି। ଅଡିଓ କଥୋପକଥନ ସତ୍ୟ ହୋଇଥିଲେ ତାହା ଏକ ଭିନ୍ନ ଦିଗ ଦର୍ଶାଉଛି।
ସତିନ୍ଦରଜିତ୍‌ ସିଂ ଓରଫ୍‌ ଗୋଲ୍ଡି ବ୍ରାର୍‌ ଜଣେ ଭାରତ ଜନ୍ମିତ ପଳାତକ ଓ ସେ ୨୦୧୭ରେ ଛାତ୍ର ଭିଜା ନେଇ କାନାଡା ଯାଇଥିଲେ। ସେ ଓଣ୍ଟାରିଓର ବ୍ରାମ୍‌ଟନ୍‌ରେ ରହୁଛନ୍ତି। ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ଥିବା ବ୍ରାର୍‌ଙ୍କ କାର୍ଯ୍ୟକଳାପ ବିବାଦୀୟ ରହିଆସିଛି। ତେବେ ନିଜ୍ଜାରଙ୍କ ହତ୍ୟା ପାଇଁ ଟ୍ରୁଡୋ ସିଧାସଳଖ ବ୍ରାର୍‌ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ନ ଥିଲେ ମଧ୍ୟ ଭାରତ ସରକାରଙ୍କ ଏଜେଣ୍ଟମାନଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ରାର୍‌ଙ୍କ ଭଳି ଅପରାଧୀଙ୍କୁ ଅନେକ ଦେଶର ସରକାର ବ୍ୟବହାର କରି ସେମାନଙ୍କ ପ୍ରତି କୋହଳ ମନୋଭାବ ରଖନ୍ତି। ବ୍ରାର୍‌ଙ୍କ ନାମ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ଥିବା ହେତୁ ତାଙ୍କର ଭାରତକୁ ପ୍ରତ୍ୟର୍ପଣ ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଇପାରେ। କାରଣ ଏହିଭଳି ବ୍ୟକ୍ତିଙ୍କୁ ବ୍ୟବହାର କରି ତାଙ୍କ ବିରୋଧରେ ଜୀବନକାଳରେ ସରକାରୀ ଚାପ ପଡ଼ିବ ନାହିଁ ବୋଲି ଆଶ୍ୱାସନା ଦିଆଗଲେ ସେଭଳି ଅପରାଧୀ ସରକାରଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ନିର୍ଦ୍ଦେଶ ଅନୁଯାୟୀ ଅପରାଧ ଘଟାଇ ଥାଆନ୍ତି। ତେବେ ଅନ୍ତର୍ଜାତୀୟ ତଦନ୍ତ ଏବଂ ପରବର୍ତ୍ତୀ ସମୟରେ କେତେକ ଘଟଣା ନିଜ୍ଜାରଙ୍କ ହତ୍ୟା ନେଇ ଗୋଲ୍ଡି ବ୍ରାର୍‌ ଏବଂ ଲରେନ୍ସ ବିଷ୍ଣୋଇଙ୍କ ଭଳି ସଙ୍ଗଠିତ ଅପରାଧୀଙ୍କ ଆଡ଼କୁ ଦର୍ଶାଇଥିବା ଆଲୋଚନା ହୋଇଥିଲା। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ସହଯୋଗୀ ଗୋଲ୍ଡି ବ୍ରାର୍‌ ୨୦୨୩ ମସିହାରେ ନିଜ୍ଜାରଙ୍କ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବା ଆମେରିକୀୟ କର୍ତ୍ତୃପକ୍ଷ ସେତେବେଳେ ଅଭିଯୋଗ କରିଥିଲେ। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଆମେରିକାରେ ରହୁଥିବା ପ୍ରମୁଖ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତା ଗୁରପତୱନ୍ତ ସିଂ ପନ୍ନୁଙ୍କୁ ଟାର୍ଗେଟ କରି ରଚାଯାଇଥିବା ଏକ ହତ୍ୟା ଷଡ଼ଯନ୍ତ୍ରକୁ ସେଠାରେ ବିଫଳ କରାଯାଇଥିଲା। ଆମେରିକା ସରକାର ଏହି ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକୁ ସିଧାସଳଖ ଭାରତୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଉଠାଇଥିଲେ। ପରେ ୱାଶିଂଟନ ଦ୍ୱାରା ପ୍ରଦାନ କରାଯାଇଥିବା ଗୁପ୍ତଚର ତଥ୍ୟ ଏବଂ ଆଇନଗତ ଦିଗକୁ ଅନୁସନ୍ଧାନ କରିବା ପାଇଁ ଭାରତ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛି। ଆମେରିକା କଥାରେ ଭାରତ ଯେଭଳି ଅଗ୍ରଗତି କରିଥିଲା, କାନାଡା କ୍ଷେତ୍ରରେ ତାହା ପରିଲକ୍ଷିତ ହୋଇନାହିଁ। ଏବେ ଯେତେବେଳେ ନିଜ୍ଜାରଙ୍କ ହତ୍ୟା ପଛରେ ଗୋଲ୍ଡି ବ୍ରାର୍‌ଙ୍କ କଥା ଉଠୁଛି ସେତେବେଳେ ଭାରତ ସକାରାତ୍ମକ ପଦକ୍ଷେପ ନେଇଥିଲେ ସମ୍ଭବତଃ କାନାଡା ସହ କୂଟନୈତିକ ସମ୍ପର୍କ ବିଗିଡ଼ି ନ ଥାଆନ୍ତା। କିନ୍ତୁ ଭାରତୀୟ ନେତୃତ୍ୱ ଭାବିଥିଲେ ଯେ ଜଷ୍ଟିନ୍‌ ଟ୍ରୁଡୋଙ୍କ ପ୍ରଧାନମନ୍ତ୍ରିତ୍ୱ ଯିବା ପରେ ସେହି ଦେଶ ସହ ପୁନର୍ବାର ସୁସମ୍ପର୍କ ଗଢ଼ିଉଠିବ। କିନ୍ତୁ ମନେରଖିବାକୁ ହେବ ଯେ, ଅନ୍ୟ ଦେଶଗୁଡ଼ିକରେ ବହିର୍ବ୍ୟାପାର ସମ୍ପର୍କ କୌଣସି ଆଭ୍ୟନ୍ତରୀଣ ରାଜନୈତିକ ପରିବର୍ତ୍ତନ ବା ବ୍ୟକ୍ତିଗତ ସମ୍ବନ୍ଧ ସହିତ ଜଡ଼ିତ ନୁହେଁ। ଟ୍ରୁଡୋଙ୍କ ବିଦାୟ ପରେ ମଧ୍ୟ କାନାଡା ସହିତ ପୂର୍ବଭଳି ସମ୍ପର୍କ ଗଢ଼ିବାରେ ଭାରତ ବିଫଳ ହୋଇଛି।
ଏହି ପରିପ୍ରେକ୍ଷୀରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ପ୍ରତ୍ୟର୍ପଣ ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦକୁ ଆଲୋଚନା ପରିସରକୁ ଅଣାଯାଇପାରେ। ଢାକାରେ ଛାତ୍ର ଅସନ୍ତୋଷ, ହାସିନା ବିରୋଧୀ ବିକ୍ଷୋଭ ଓ ସେଥିରୁ ଉତ୍ପନ୍ନ ହିଂସା ଯୋଗୁ ହାସିନାଙ୍କୁ ନିର୍ବାସିତ ହେବାକୁ ପଡ଼ିଥିଲା। ଭାରତ ତାଙ୍କୁ ରାଜନୈତିକ ଆଶ୍ରୟ ଦେବା ଦିନୁ ବାଂଲାଦେଶ କ୍ଷୁବ୍ଧ ହୋଇରହିଛି। ହାସିନାଙ୍କ ପ୍ରତ୍ୟର୍ପଣ ନେଇ ଭାରତ ତୁରନ୍ତ ତାହାର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ବାଂଲାଦେଶ କହି ଆସୁଥିଲେ ମଧ୍ୟ ସେ ଦିଗରେ କୂଟନୈତିକ ଅଗ୍ରଗତି ହେଉ ନ ଥିବା ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ଏପରି କି ଆସନ୍ତା ମାସ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହେବାକୁ ଥିବାରୁ ତା’ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍‌ ରହମାନ ଭାରତ ଗସ୍ତରେ ଆସିବାର ଥିଲା। ହେଲେ ହାସିନା ପ୍ରସଙ୍ଗକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ବିଗିଡ଼ି ଯାଇଛି। ଏହା ଜଣାଶୁଣା ଯେ, ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ତା’ର ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିବାରେ ବିଫଳ ହୋଇଛି। ବାଂଲାଦେଶ ସହ ଯେଉଁ ସମ୍ବନ୍ଧ ଦୀର୍ଘ ବର୍ଷ ଧରି ସୁଦୃଢ଼ ଥିଲା, ତାହା ଏବେ ନଷ୍ଟ ହୋଇଯାଇଛି। ସମ୍ପର୍କ ସମ୍ପୂର୍ଣ୍ଣ ବିଗିଡ଼ି ଯିବା ସହ ଏବେ ନୂଆ ବିପଦ ମଧ୍ୟ ସୃଷ୍ଟି ହୋଇଛି। ନିକଟରେ ପାକିସ୍ତାନ, ସାଉଦି ଆରବ ଓ ତୁର୍କୀ ମିଳିତ ସାମରିକ ଚୁକ୍ତି ସ୍ବାକ୍ଷର କରିଥିବା ବେଳେ ସେଥିରେ ବାଂଲାଦେଶ ଯୋଗଦେବ ବୋଲି ଆଭାସ ମିଳିଲାଣି। ଏଥିରୁ ବୁଝିବାକୁ ହେବ ଯେ, ଭାରତର ବହିର୍ବ୍ୟାପାର ନୀତି ଅସ୍ପଷ୍ଟ ରହୁଥିବାରୁ ପଡ଼ୋଶୀ ହେଉ ବା ଦୂରଦୂରାନ୍ତ ଦେଶ ସହ କେବଳ ଅପଡ଼ ହେବା ବଢ଼ିଚାଲିଛି। କାନାଡାରେ ନିଜ୍ଜାରଙ୍କ ହତ୍ୟା ପରେ ସେଠାକାର ସରକାର ଉଠାଇଥିବା ପ୍ରସଙ୍ଗକୁ ଭାରତ ଗୁରୁତ୍ୱ ଦେଇଥିଲେ ହୁଏତ ଗୋଲ୍ଡି ବ୍ରାର୍‌ଙ୍କ ସମ୍ପୃକ୍ତି ସଂକ୍ରାନ୍ତ ତଥ୍ୟ ମିଳିପାରିଥାଆନ୍ତା। ଆଭ୍ୟନ୍ତରୀଣ ହେଉ ବା ବାହ୍ୟ କ୍ଷେତ୍ରରେ ଭାରତୀୟ ଗୋଇନ୍ଦା ତୀକ୍ଷ୍ଣ ନଜର ରଖିବାରେ ବାରମ୍ବାର ବିଫଳ ହେଉଥିବାରୁ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଅପଦସ୍ଥ ହେବାକୁ ପଡ଼ୁଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?