Posted inଖେଳ

ସରବଜୋତଙ୍କୁ ସ୍ବର୍ଣ୍ଣ, ବରୁଣଙ୍କୁ ବ୍ରୋଞ୍ଜ

ଭୋପାଳ,୨୩ା୩(ପି.ଟି.): ଭୋପାଳରେ ବୁଧବାରଠାରୁ ଆରମ୍ଭ ହୋଇଛି ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌। ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତୀୟ ପ୍ରତିଯୋଗୀ ସରବଜୋତ ସିଂ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବରୁଣ ତୋମାର। ବିଶ୍ୱ ଚାମ୍ପିୟନ ଶୁଟରଙ୍କୁ ପଛରେ ପକାଇ ୨୧ ବର୍ଷୀୟ ସରବଜୋତ ଓ ୧୯ ବର୍ଷୀୟ ବରୁଣ ଚମତ୍କାର ପ୍ରଦର୍ଶନ କରିବା ସହିତ ଭାରତ ପାଇଁ ଦୁଇଟି ପଦକ ହାସଲ କରିଛନ୍ତି। ୨୦୨୧ରେ ଜୁନିୟର ବିଶ୍ୱ ଚାମ୍ପିୟନ ସରବଜୋତ ଫାଇନାଲରେ ଆଜାରବୈଜାନର ରୁସଲାନ ଲୁନେଭଙ୍କୁ ୧୬-୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସରବଜୋତ କ୍ୱାଲିଫିକେଶନ ସିରଜର ୬ ରାଉଣ୍ଡରେ ଯଥାକ୍ରମେ ୯୮, ୯୭, ୯୯, ୯୭, ୯୭ ଓ ୯୭ ପଏଣ୍ଟ ସ୍କୋର କରିଥିଲେ। ପ୍ରତି ରାଉଣ୍ଡରେ ବୁଲ୍‌ସ ଆଇ ସ୍କୋର କରିବା ସହିତ ଯୋଗ୍ୟତା ପର୍ଯ୍ୟାୟରେ ୫୮୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ଚାଇନାର ଲିଉ ଜିନାଓ ୫୮୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ୫୭୯ ପଏଣ୍ଟ ଅର୍ଜନ କରିଥିବା ବରୁଣ ତୋମାର ଅଷ୍ଟମ ଖେଳାଳି ଭାବରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ର଼୍ୟାଙ୍କିଙ୍ଗ ରାଉଣ୍ଡରେ ସରବଜୋତ ୨୫୩.୨ ପଏଣ୍ଟ ଅର୍ଜନ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ରୁସଲାନ ୨୫୧.୯ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସ୍ବର୍ଣ୍ଣ ପଦକ ପାଇଁ ଖେଳା ଯାଇଥିବା ମୁକାବିଲାରେ ସରବଜୋତ ୧୦.୪, ୧୦.୪, ୧୦.୩, ୧୦.୨, ୧୦.୨ ଓ ୧୦.୯ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟପକ୍ଷରେ ରୁସଲାନ ୧୦.୧, ୧୦.୧, ୯.୬, ୯.୫,୮.୯ ଓ ୧୦.୪ ପଏଣ୍ଟ ସ୍କୋର କରି ପରାଜିତ ହୋଇଥିଲେ। ଅନ୍ୟତମ ଭାରତୀୟ ପ୍ରତିଯୋଗୀ ବରୁଣଙ୍କର ଏହା ଦ୍ୱିତୀୟ ବିଶ୍ୱକପ୍‌ ପଦକ। ପୂର୍ବରୁ କାଇରୋରେ ଅନୁଷ୍ଠିତ ବିଶ୍ୱକପ୍‌ରେ ସେ ସରବଜୋତଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏୟାର ପିସ୍ତଲ ବର୍ଗରେ ଭାରତୀୟ ପୁରୁଷ ଦୁଇଟି ପଦକ ହାସଲ କରିଥିଲେ ହେଁ ମହିଳାମାନେ ନିରାଶ କରିଛନ୍ତି। ମାନୁ ଭାକେର, ଦିବ୍ୟା ସୁବ୍ବାରାଜୁ ଓ ରିଦିମ ସାଙ୍ଗଓ୍ବନଙ୍କ ଦଳ ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ। ଅଲିମ୍ପିଆନ ମାନୁ ଭାକେର ଓ ରିଦିମ ସାଙ୍ଗଓ୍ବନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରି ଦିବ୍ୟା ୫୭୯ ପଏଣ୍ଟ ସ୍କୋର କରି ର଼୍ୟାଙ୍କିଙ୍ଗ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ମାନୁ ୫୬୮ ଓ ରିଦିମ ୫୭୨ ପଏଣ୍ଟ ହାସଲ କରି ଯଥାକ୍ରମେ ୧୬ ଓ ୧୩ତମ ସ୍ଥାନ ହାସଲ କରିଥିଲେ।

ଫୁଟ୍‌ବଲ ଛାଡ଼ି ଶୁଟିଂକୁ କ୍ୟାରିୟର କରିଥିଲେ

ଅମ୍ବାଲାର ଭଗୀରଥ ପବ୍ଲିକ୍‌ ସ୍କୁଲରେ ପାଠ ପଢୁଥିବା ସମୟରେ ସରବଜୋତ ସିଂ ଫୁଟବଲ ଖେଳ ପ୍ରତି ଆଗ୍ରହୀ ଥିଲେ। ୨୦୧୩-୧୪ ସମର କ୍ୟାମ୍ପରେ ଶୁଟିଂ ରେଞ୍ଜରେ ଅଭ୍ୟାସ ଦେଖିବା ପରେ ଏହା ତାଙ୍କୁ ଆକୃଷ୍ଟ କରିଥିଲା। ପେପର ଟାର୍ଗେଟ ଉପରେ ପିସ୍ତଲରେ ଶୁଟିଂ ମନରୁ ଯାଉ ନ ଥିବା ବେଳେ ୨୦୧୪ରେ ଶୁଟିଂକୁ କ୍ୟାରିୟର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପିତା ଜଣେ ଚାଷୀ ଥିବା ବେଳେ ଶୁଟିଂ ପରି ମହଙ୍ଗା ଖେଳ ପାଇଁ ସହମତି ପ୍ରଦାନ କରିବା କଷ୍ଟସାଧ୍ୟ ଥିଲା। ତେବେ କିଛି ମାସ ଧରି ସରବଜୋତ ନିୟମିତ ଭାବରେ ପିତାଙ୍କୁ ଅନୁରୋଧ କରିବା ସହିତ ପିତା ମାନି ଯାଇଥିଲେ। ଏହାପରେ ସେ ନିଜ ଦକ୍ଷତା ବଳରେ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରିବାରେ ଲାଗିଥିଲେ। ୨୦୨୧ରେ ସରବଜୋତ ଜୁନିୟର ଶୁଟିଂ ବିଶ୍ୱକପ୍‌ର ଏୟାର ପିସ୍ତଲ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୨୨ କାଇରୋ ବିଶ୍ୱକପ୍‌ରେ ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ବଞ୍ଚିତ ହୋଇଥିବା ବେଳେ ବୁଧବାର ସେ ଇତିହାସ ରଚିଛନ୍ତି। କାଇରୋର ବିଫଳତା ତାଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ପ୍ରେରଣା ଯୋଗାଇଥିଲା ବୋଲି ସରବଜୋତ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri