Posted inଖେଳ

ସରବଜୋତଙ୍କୁ ସ୍ବର୍ଣ୍ଣ, ବରୁଣଙ୍କୁ ବ୍ରୋଞ୍ଜ

ଭୋପାଳ,୨୩ା୩(ପି.ଟି.): ଭୋପାଳରେ ବୁଧବାରଠାରୁ ଆରମ୍ଭ ହୋଇଛି ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌। ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତୀୟ ପ୍ରତିଯୋଗୀ ସରବଜୋତ ସିଂ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବରୁଣ ତୋମାର। ବିଶ୍ୱ ଚାମ୍ପିୟନ ଶୁଟରଙ୍କୁ ପଛରେ ପକାଇ ୨୧ ବର୍ଷୀୟ ସରବଜୋତ ଓ ୧୯ ବର୍ଷୀୟ ବରୁଣ ଚମତ୍କାର ପ୍ରଦର୍ଶନ କରିବା ସହିତ ଭାରତ ପାଇଁ ଦୁଇଟି ପଦକ ହାସଲ କରିଛନ୍ତି। ୨୦୨୧ରେ ଜୁନିୟର ବିଶ୍ୱ ଚାମ୍ପିୟନ ସରବଜୋତ ଫାଇନାଲରେ ଆଜାରବୈଜାନର ରୁସଲାନ ଲୁନେଭଙ୍କୁ ୧୬-୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସରବଜୋତ କ୍ୱାଲିଫିକେଶନ ସିରଜର ୬ ରାଉଣ୍ଡରେ ଯଥାକ୍ରମେ ୯୮, ୯୭, ୯୯, ୯୭, ୯୭ ଓ ୯୭ ପଏଣ୍ଟ ସ୍କୋର କରିଥିଲେ। ପ୍ରତି ରାଉଣ୍ଡରେ ବୁଲ୍‌ସ ଆଇ ସ୍କୋର କରିବା ସହିତ ଯୋଗ୍ୟତା ପର୍ଯ୍ୟାୟରେ ୫୮୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ଚାଇନାର ଲିଉ ଜିନାଓ ୫୮୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ୫୭୯ ପଏଣ୍ଟ ଅର୍ଜନ କରିଥିବା ବରୁଣ ତୋମାର ଅଷ୍ଟମ ଖେଳାଳି ଭାବରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ର଼୍ୟାଙ୍କିଙ୍ଗ ରାଉଣ୍ଡରେ ସରବଜୋତ ୨୫୩.୨ ପଏଣ୍ଟ ଅର୍ଜନ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ରୁସଲାନ ୨୫୧.୯ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସ୍ବର୍ଣ୍ଣ ପଦକ ପାଇଁ ଖେଳା ଯାଇଥିବା ମୁକାବିଲାରେ ସରବଜୋତ ୧୦.୪, ୧୦.୪, ୧୦.୩, ୧୦.୨, ୧୦.୨ ଓ ୧୦.୯ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟପକ୍ଷରେ ରୁସଲାନ ୧୦.୧, ୧୦.୧, ୯.୬, ୯.୫,୮.୯ ଓ ୧୦.୪ ପଏଣ୍ଟ ସ୍କୋର କରି ପରାଜିତ ହୋଇଥିଲେ। ଅନ୍ୟତମ ଭାରତୀୟ ପ୍ରତିଯୋଗୀ ବରୁଣଙ୍କର ଏହା ଦ୍ୱିତୀୟ ବିଶ୍ୱକପ୍‌ ପଦକ। ପୂର୍ବରୁ କାଇରୋରେ ଅନୁଷ୍ଠିତ ବିଶ୍ୱକପ୍‌ରେ ସେ ସରବଜୋତଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏୟାର ପିସ୍ତଲ ବର୍ଗରେ ଭାରତୀୟ ପୁରୁଷ ଦୁଇଟି ପଦକ ହାସଲ କରିଥିଲେ ହେଁ ମହିଳାମାନେ ନିରାଶ କରିଛନ୍ତି। ମାନୁ ଭାକେର, ଦିବ୍ୟା ସୁବ୍ବାରାଜୁ ଓ ରିଦିମ ସାଙ୍ଗଓ୍ବନଙ୍କ ଦଳ ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ। ଅଲିମ୍ପିଆନ ମାନୁ ଭାକେର ଓ ରିଦିମ ସାଙ୍ଗଓ୍ବନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରି ଦିବ୍ୟା ୫୭୯ ପଏଣ୍ଟ ସ୍କୋର କରି ର଼୍ୟାଙ୍କିଙ୍ଗ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ମାନୁ ୫୬୮ ଓ ରିଦିମ ୫୭୨ ପଏଣ୍ଟ ହାସଲ କରି ଯଥାକ୍ରମେ ୧୬ ଓ ୧୩ତମ ସ୍ଥାନ ହାସଲ କରିଥିଲେ।

ଫୁଟ୍‌ବଲ ଛାଡ଼ି ଶୁଟିଂକୁ କ୍ୟାରିୟର କରିଥିଲେ

ଅମ୍ବାଲାର ଭଗୀରଥ ପବ୍ଲିକ୍‌ ସ୍କୁଲରେ ପାଠ ପଢୁଥିବା ସମୟରେ ସରବଜୋତ ସିଂ ଫୁଟବଲ ଖେଳ ପ୍ରତି ଆଗ୍ରହୀ ଥିଲେ। ୨୦୧୩-୧୪ ସମର କ୍ୟାମ୍ପରେ ଶୁଟିଂ ରେଞ୍ଜରେ ଅଭ୍ୟାସ ଦେଖିବା ପରେ ଏହା ତାଙ୍କୁ ଆକୃଷ୍ଟ କରିଥିଲା। ପେପର ଟାର୍ଗେଟ ଉପରେ ପିସ୍ତଲରେ ଶୁଟିଂ ମନରୁ ଯାଉ ନ ଥିବା ବେଳେ ୨୦୧୪ରେ ଶୁଟିଂକୁ କ୍ୟାରିୟର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପିତା ଜଣେ ଚାଷୀ ଥିବା ବେଳେ ଶୁଟିଂ ପରି ମହଙ୍ଗା ଖେଳ ପାଇଁ ସହମତି ପ୍ରଦାନ କରିବା କଷ୍ଟସାଧ୍ୟ ଥିଲା। ତେବେ କିଛି ମାସ ଧରି ସରବଜୋତ ନିୟମିତ ଭାବରେ ପିତାଙ୍କୁ ଅନୁରୋଧ କରିବା ସହିତ ପିତା ମାନି ଯାଇଥିଲେ। ଏହାପରେ ସେ ନିଜ ଦକ୍ଷତା ବଳରେ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରିବାରେ ଲାଗିଥିଲେ। ୨୦୨୧ରେ ସରବଜୋତ ଜୁନିୟର ଶୁଟିଂ ବିଶ୍ୱକପ୍‌ର ଏୟାର ପିସ୍ତଲ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୨୨ କାଇରୋ ବିଶ୍ୱକପ୍‌ରେ ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ବଞ୍ଚିତ ହୋଇଥିବା ବେଳେ ବୁଧବାର ସେ ଇତିହାସ ରଚିଛନ୍ତି। କାଇରୋର ବିଫଳତା ତାଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ପ୍ରେରଣା ଯୋଗାଇଥିଲା ବୋଲି ସରବଜୋତ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ଗର୍ଜନ କରୁଥିଲା ୧୨ ଫୁଟ ଲମ୍ବର ଅହିରାଜ, ଯୁବକ ଦେଖିବା ପରେ…

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୩ ନଂ ଓ୍ବାର୍ଡ ପିଏଚ୍‌ଡି ରୋଡ୍‌ କେନାଲ କଡ଼ ମୋବାଇଲ ଟାଓ୍ବାର ନିକଟରୁ୍‌ ପ୍ରାୟ ୧୨ ଫୁଟ…

ପାଣି ଘେରରେ ତେରେସିଂହା ବସ୍ତି ସ୍କୁଲ-ଅଙ୍ଗନବାଡି କେନ୍ଦ୍ର: ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି I ବିଦ୍ୟାଳୟ…

ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଫାଇବର ବୋଝେଇ ପିକ୍‌ଅପ୍‌

ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ଭୀମଦଲି ଘାଟିରେ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିପଡ଼ିଛି ପିକ୍‌ଅପ୍‌। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ…

ମୋହନ ଭାଗବତ Gen Zଙ୍କୁ ନେଇ ଦେଇଥିବା ବୟାନ ପରେ ରାଜନୀତି ହେଲା ସରଗରମ, ଏବେ RSS ମୁଖ୍ୟ କହିଲେ: ‘ଏହା ଉନ୍ନତି ପାଇଁ…’

ନୂଆଦିଲ୍ଲୀ,୭।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସଂରକ୍ଷଣ ସ୍ଥାୟୀ ବ୍ୟବସ୍ଥା…

ମୋ ସମୁଦିଙ୍କୁ ଫାଶୀ ଦେଇଦିଅ…କାନ୍ଦି କାନ୍ଦି ଏମିତି କାହିଁକି କହିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୭।୮: ୟୁପିରେ ଜଣେ ଭାଜପା ବିଧାୟକଙ୍କ ସମୁଦି ଅନୁଜ ତ୍ରିବେଦୀ ଏବଂ ଜ୍ୱାଇଁଙ୍କ ନାଁରେ ମିଥ୍ୟା ପ୍ରଲୋଭନରେ ବିବାହ କରି ମହିଳାଙ୍କୁ ଠକିବା ଏବଂ ନଗଦ ଟଙ୍କା…

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ…

ଓଡ଼ିଶାକୁ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ, ୧୨ ତାରିଖରେ ହେବ…

ଭୁବନେଶ୍ୱର,୭ା୮: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri