ବିପଦସଙ୍କୁଳ ଅବସ୍ଥାରେ ସୁନା ନଦୀ ପୋଲ

ଯୋଡ଼ା,୪ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗ ଦେଇ ଯାଇଥିବା ସୁନା ନଦୀ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫ୍ଲାଏ ଓଭର ରାସ୍ତା କାମ ଚାଲିଥିବାରୁ ଉକ୍ତ ପୋଲ ନିକଟରେ ମାଟି ଖୋଳି କାର୍ଯ୍ୟ କରାଯାଉଛି। ବର୍ଷା ଯୋଗୁ ପୋଲରୁ ମାଟି ଧସିଯାଇଛି। ଫ୍ଲାଏ ଓଭର ନିର୍ମାଣ କରୁଥିବା ଠିକା ସଂସ୍ଥା ପକ୍ଷରୁ ପୋଲର ଏକ ପାର୍ଶ୍ୱରେ ବାଲି ବୋଝେଇ ବସ୍ତା ଦ୍ୱାରା ସୁରକ୍ଷିତ ରଖିବାକୁ ଉଦ୍ୟମ କରାଯାଇଛି। ମାତ୍ର ଉକ୍ତ ରାସ୍ତା ଦେଇ ପ୍ରାୟ ୩୫ରୁ ୪୫ମେଟ୍ରିକ ଟନର ଖଣିଜ ବୋଝେଇ ଭାରିଯାନ ଚଳାଚଳ କରୁଥିବାରୁ କେଉଁ ମୁହୂର୍ତ୍ତରେ ଦୁର୍ବଳ ପୋଲ ଟି ଭାଙ୍ଗି ଯିବାର ଆଶଙ୍କା ରହିଛି। ତେବେ ଏହି କାର୍ଯ୍ୟ କଲା ବେଳେ ଯାନବାହନ ଚଳାଚଳ ପାଇଁ ବିପଦପୂର୍ଣ୍ଣ ରହିଥିଲେ ହେଁ ଠିକା ସଂସ୍ଥା ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ସମ୍ପର୍କରେ ଫ୍ଲାଏ ଓଭର ନିର୍ମାଣ କରୁଥିବା ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଯେହେତୁ ଫ୍ଲାଏ ଓଭର ନିର୍ମାଣ ପାଇଁ ପୋଲ କାର୍ଯ୍ୟ କରାଯାଉଛି। ପୋଲର ଏକ ପାର୍ଶ୍ୱରେ ଖୋଳାଯାଇଥିବାରୁ ମାଟି ଧସିବାର ଯଥେଷ୍ଟ ଆଶଂକା ରହିଛି। ତେଣୁ ଲୁହା ରଡ ଓ ବାଲି ବୋଝେଇ ବସ୍ତା ଦ୍ୱାରା ଭାର ଦିଆଯାଇଛି। ଟ୍ରାଫିକ ସମସ୍ୟା ପାଇଁ ବ୍ୟବସ୍ଥା କରାଯିବ। ଏଥି ସହିତ ପୋଲଟି ବିପଦପୂର୍ଣ୍ଣ ରହିଥିବାରୁ ଏବଂ ଗୋଟିଏ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଖଣିଜ ବୋଝେଇ ଭାରି ଯାନ ଗୁଡ଼ିକ ପୌରପଳିକା – କଳାପାହାଡ଼ ରାସ୍ତା ଦେଇ ଚଳାଚଳ କରିବେ। ପୁରୁଣା ପୋଲର ସୁରକ୍ଷା ବ୍ୟବସ୍ଥା କଲାପରେ ଏହି ରାସ୍ତା ଦେଇ ଭାରିଯାନ ଚଳାଚଳ କରିବାକୁ ଅନୁମତି ଦିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri