ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦାମ୍, ୬୭,୦୦୦ ଟଙ୍କା ଅତିକ୍ରମ କଲା ମୂଲ୍ୟ

ଭୁବନେଶ୍ୱର, ୧୧।୩: ବର୍ତମାନ ଦେଶରେ ବାହାଘର ସିଜିନ ଚାଲିଥିଲା ବେଳେ ସୁନା ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏଥି ସହିତ ଭାରତରେ ସୁନାର ମୂଲ୍ୟ ଐତିହାସିକ ସ୍ତରରେ ପହଞ୍ଚିଛି। ବଜାରରେ ଜୋରଦାର କ୍ରୟ ହେତୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୭,୦୦୦ ଟଙ୍କା ଅତିକ୍ରମ କରିଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ରେକର୍ଡ ଉଚ୍ଚରେ ପହଞ୍ଚିଛି। ଆନ୍ତର୍ଜାତୀୟ ବଜାରରେ ସୁନା ଐତିହାସିକ ଉଚ୍ଚରେ ୨୧୭୨ ଡଲାରରେ କାରବାର କରୁଛି, ଯେଉଁ କାରଣରୁ ଘରୋଇ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି।

ଗତ ୧୮ ଦିନ ମଧ୍ୟରେ ସୁନା ମୂଲ୍ୟରେ ଅନେକ ବୃଦ୍ଧି ପାଇଲାଣି। ଫେବୃଆରୀ ୨୦୨୪ ର ଚତୁର୍ଥ ସପ୍ତାହରେ ସୁନା ପ୍ରାୟ ୬୨,୦୦୦ ଟଙ୍କା କାରବାର କରିଥିଲା। କିନ୍ତୁ ସେହି ସ୍ତରରୁ, ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦୦୦ ଟଙ୍କା ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଏହାର ମୂଲ୍ୟ ୬୭,୦୦୦ ରୁ ଅଧିକ ହୋଇଛି। ଚେନ୍ନାଇରେ ସୁନା ମୂଲ୍ୟ ୬୭,୦୦୦ ରୁ ଅଧିକ ହୋଇଥିବାବେଳେ ଦିଲ୍ଲୀରେ ୧୦ ଗ୍ରାମ ପିଛା ମୂଲ୍ୟ ୬୬୪୧୦ ଟଙ୍କା ରହିଛି।

ବଜାର ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ନିକଟ ଅତୀତରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସ୍ଥାନୀୟ ମୁଦ୍ରାକୁ ସୁଦୃଢ କରିବା ପାଇଁ ସୁନା କିଣୁଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କଗୁଡିକ କ୍ରୟ ଯୋଗୁଁ ଚାହିଦା ବୃଦ୍ଧି ପାଇଛି ଯାହା ସୁନା ଦର ବୃଦ୍ଧି କରୁଛି। ଏହା ଉପରେ, ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ସୁଧ ହାର ହ୍ରାସ କରିପାରିବ, ଯାହା ଏହା ପୂର୍ବରୁ ସୂଚିତ କରିସାରିଛି। ସୁଧ ହାର ହ୍ରାସ ହେତୁ ଡଲାର ଶସ୍ତା ହେବ ଯାହା ସୁନାର ମୂଲ୍ୟ ବୃଦ୍ଧି କରିବ। ଏହି ସମ୍ଭାବନା ହେତୁ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି। ଫେଡେରାଲ ରିଜର୍ଭ ବ୍ୟାଙ୍କର ଚେୟାରମ୍ୟାନ୍ ଜେରୋମ ପାୱେଲ ଗତ ସପ୍ତାହରେ ପୁନର୍ବାର ସୂଚାଇ ଦେଇଛନ୍ତି ଯେ ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଚଳିତ ବର୍ଷ ସୁଧ ହାର ହ୍ରାସ କରିପାରେ। ସେ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କର ଉଦ୍ଦେଶ୍ୟ ହେଉଛି ଅଧିକ ନିଯୁକ୍ତି ସୃଷ୍ଟି କରିବା ଏବଂ ଆମେରିକୀୟ ନାଗରିକଙ୍କ ମୂଲ୍ୟରେ ସ୍ଥିରତା ଆଣିବା ଯାହା ଦ୍ୱାରା ଲୋକମାନେ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇପାରିବେ।

ତେବେ ସୁନାରେ ଚାଲିଥିବା ବୃଦ୍ଧି ଏଠାରେ ଅଟକି ଯିବ ନାହିଁ, ବରଂ ବଜାର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୪ ମସିହାରେ ୧୦ ଗ୍ରାମ ପ୍ରତି ସୁନା ଐତିହାସିକ ୭୦,୦୦୦ ଟଙ୍କା ଅତିକ୍ରମ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?