ଝରକା ଗ୍ରୀଲ୍‌ ତାଡ଼ି ଲୁଟିନେଲେ ସୁନା ଅଳଙ୍କାର

ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଇଁସିରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରର ଝରକା ଗ୍ରୀଲ ତାଡ଼ି ଘର ଭିତରେ ପଶି ଆଲମୀରା ଭାଙ୍ଗି ସୁନା ଅଳଙ୍କାର ଲୁଟିନେଇଛନ୍ତି । ଟାଇଁସିରା ଗ୍ରାମର ବାଇଧର ସାହୁଙ୍କ ଘରେ ଝରକା ଗ୍ରୀଲ ତାଡ଼ିି ଆଲମୀରା ଭାଙ୍ଗି ହଳେ ସୁନା କାନଫୁଲ,୧ ସୁନା ମୁଦି, ଓ ହଳେ ରୁପା ପାଉଁଜି ଲୁଟି ନେଇଛନ୍ତି। ସେହିପରି ଭାବେ ଉକ୍ତ ଗ୍ରାମର କୃଷ୍ଣ ଚନ୍ଦ୍ର ମହାନ୍ତଙ୍କ ଘରେ ଭଡ଼ାଟିଆ ଭାବେ ରହୁଥିବା ଶିକ୍ଷୟିତ୍ରୀ ଶାରଦା ମହାନ୍ତଙ୍କ ଝରକା ଗ୍ରୀଲ ତାଡ଼ିଥିଲେ ଦୁର୍ବୃତ୍ତ। ଏହାପରେ ଧନେଶ୍ୱରଙ୍କ ଘରେ ଚୋରି ଉଦ୍ୟମ କରି ପରମେଶ୍ୱର ସାହୁଙ୍କ ଘର ଦେଇ ଯାଉଥିବା ବେଳେ ସାହୁଙ୍କ ପରିବାରର ପିଲାମାନେ ଘର ଦାଣ୍ଡରେ ଶୋଇଥିବାରୁ ଲୁଟ ହେଉଥିବା ଜାଣିବାକୁ ପାଇ ଲୁଟେରାଙ୍କୁ ଗୋଡ଼ାଇଥିଲେ ହେଁ ଧରିବାରେ ସଫଳ ହୋଇପାରି ନ ଥିଲେ। ଲୁଟ୍‌ ଘଟଣାରେ ୪/୫ ଜଣ ଯୁବକ ସଂଶ୍ଲିଷ୍ଟ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ। ଖବର ପାଇ ଘଟଣାସ୍ଥଳରେ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ବାଇଁ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ପ୍ରସଙ୍ଗ : ପଦକ୍ଷେପ କ’ଣ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ,୪ା୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଚଞ୍ଚକତା କରି ନିଜ ବେତନ ବାବଦରେ ପ୍ରାପ୍ୟଠାରୁ ୩୦ ଲକ୍ଷରୁ...

ଜବରଦଖଲ ଉଚ୍ଛେଦରେ ପ୍ରଶାସନର ପଛଘୁଞ୍ଚା

ଦେବଗଡ଼,୩।୪(ଡି.ଏନ୍‌.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ହେଲେ ଏହି ପୋଖରୀର କିଛି ଜାଗାକୁ...

ସୁନାଚୋରି ଘଟଣାରେ ଆଇଆଇସି ନିଲମ୍ବିତ

କୋରାପୁଟ/ନାରାୟଣପାଟଣା,୨ା୨(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଥାନା ଆଇଆଇସି ରଞ୍ଜିତ୍‌ ସାହୁଙ୍କୁ ବୁଧବାର ଡିଜିପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଲକ୍ଷ୍ମୀପୁର ଷ୍ଟେଟ୍‌ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ...

ଟ୍ରେଲର ଯିବା ପାଇଁ ଘଣ୍ଟା ଘଣ୍ଟା ବିଦ୍ୟୁତକାଟ: ଉପଭୋକ୍ତା ହଇରାଣ

ଝୁମ୍ପୁରା, ୧୧।୮ (ଡି.ଏନ.ଏ.)-ବର୍ଷା ନାହିଁ ପବନ ନାହିଁ। ଗତ ଶୁକ୍ରବାର ରାତି ୧୦ଟା ବେଳେ, ହଠାତ୍‌ ଝୁମ୍ପୁରା ଅଞ୍ଚଳର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଗଲା।...

ବିଚ୍‌ ରାସ୍ତାରେ ଉଲଗ୍ନ କଲେ, ଉଠ୍‌ବସ କରାଇଲେ

ଉଦଳା,୯ା୧୨(ଡି.ଏନ.ଏ.)- ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼। ତାହା ପୁଣି ରାଜ୍ୟ ରାଜପଥରେ ଶତାଧିକ ଲୋକଙ୍କ ସମ୍ମୁଖରେ। ଉଦଳା ଥାନା ପୋଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ...

ଧାମନଗର ସମବାୟ ସମିତିରେ ଅଚଳାବସ୍ଥା

ଭଦ୍ରକ ଅଫିସ, ୧୯ା୪ ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତିରେ ଅଚଳାବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସମିତିରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି...

ମୌକାର ଫାଇଦା ଉଠାଉଛନ୍ତି ଚୋରା ବାଲି ଚାଲାଣକାରୀ: ତହସିଲଦାର ଦୃଷ୍ଟି ଆକର୍ଷଣ ପାଇଁ ସାଧାରଣରେ ଦାବି

ଆନନ୍ଦପୁର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁ ମରାମତି ନିମନ୍ତେ ସ୍ଥାନୀୟ ପୂର୍ତ୍ତ ବିଭାଗ ଦ୍ୱାରା ଏକ ଅସ୍ଥାୟୀ ରାସ୍ତା ବନ୍ୟା ସୁରକ୍ଷା ବନ୍ଧରୁ ନଦୀର...

ବାରବାଟୀରେ ଭାରତୀୟ ଦଳର ଅଭ୍ୟାସ: କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼

କଟକ ଅଫିସ,୨୧।୧୨: ରବିବାର ବାରବାଟୀରେ ଖେଳାଯିବ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌। ଏହା ପୂର୍ବରୁ...

Advertisement
Archives

Model This Week