ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ ସାନକିରାସିରା ଗ୍ରାମର ଆଦିବାସୀ ଝିଅ ଝରଣା ନାଏକ (୧୫)। ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ମୁଷ୍ଟିଯୁଦ୍ଧ (ବକ୍ସିଂ) ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ସେ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ଜିଲା ସମେତ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛି। ଝରଣା ବର୍ତ୍ତମାନ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରାସ୍ଥିତ ବାପୁଜୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସେ ଜୀବର୍ଦ୍ଧନ ନାଏକ ଓ ଦୀପା ନାଏକଙ୍କ ଏକମାତ୍ର ସନ୍ତାନ। ତାଙ୍କ ମା’ବାପା ଉଭୟ ଶ୍ରମିକ ଭାବେ କାମ କରି ପରିବାର ଚଳାଇଥାନ୍ତି। ଆର୍ଥିକ ସମସ୍ୟା ସତ୍ତ୍ୱେ ଝିଅର ଖେଳ ପ୍ରତି ଥିବା ଆଗ୍ରହକୁ ଦେଖି ସେମାନେ ତାଙ୍କୁ ସବୁବେଳେ ଉତ୍ସାହିତ କରିଆସୁଛନ୍ତି। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ବକ୍ସିଂ ଓ ଟେବୁଲ ଟେନିସ ପ୍ରତିଯୋଗିତାରେ ଝରଣା ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ସୁବର୍ଣ୍ଣପୁର ଜିଲାସ୍ତରୀୟ ବିଦ୍ୟାଳୟ ସମୂହ ବକ୍ସିଂ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସେ ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ। ରାଜ୍ୟସ୍ତରରେ ମଧ୍ୟ ନିଜର ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସଫଳତା ବଳରେ ସେ ଜାତୀୟସ୍ତରୀୟ ବିଦ୍ୟାଳୟ ସମୂହ ବକ୍ସିଂ ପ୍ରତିଯୋଗିତାରେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯୁବରାଜପୁର ସରକାରୀ ୟୁପି ସ୍କୁଲର ଶିକ୍ଷକ ତଥା ପ୍ରଶିକ୍ଷକ ରାଜେଶ ମେଣ୍ଡିଲିଙ୍କ ପରାମର୍ଶ ଓ ସହଯୋଗ ଯୋଗୁ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସଫଳତା ପାଇଥିବା କହିଛନ୍ତି।

ପୂର୍ବରୁ ସେ ୩ଥର ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ସହ ଅନେକ ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ପଦକ ହାସଲ କରି ନିଜ ବିଦ୍ୟାଳୟ ଓ ଜିଲା ପାଇଁ ସୁନାମ ଆଣିଛନ୍ତି। ପ୍ରତ୍ୟହ ନିଜ ଗଁା ପଡ଼ିଆରେ ଅଭ୍ୟାସ କରି ଜଣେ ସଫଳ ବକ୍ସିଂ ଖେଳାଳି ହେବାର ସ୍ବପ୍ନ ନେଇ ସେ ଆଗକୁ ବଢ଼ୁଛନ୍ତି। ତେବେ ଏତେସବୁ ସଫଳତା ସତ୍ତ୍ୱେ ଝରଣାଙ୍କୁ ଏଯାଏଁ କୌଣସି ସରକାରୀ ସହାୟତା ମିଳିନାହିଁ। ଉପଯୁକ୍ତ ପ୍ରଶିକ୍ଷଣ, ଆବଶ୍ୟକୀୟ କ୍ରୀଡ଼ା ଭିତ୍ତିଭୂମି ଓ ଉନ୍ନତ ମାର୍ଗଦର୍ଶନ ମିଳିଲେ ଭବିଷ୍ୟତରେ ଦେଶ ପାଇଁ ପ୍ରତିନିଧିତ୍ୱ କରି ପଦକ ହାସଲ କରିବାର ଲକ୍ଷ୍ୟ ରଖିଥିବା ଝରଣା ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତା ପରେ ଦଳର ମ୍ୟାନେଜର ତଥା କମିରା ହାଇସ୍କୁଲର ଖେଳ ଶିକ୍ଷକ ପ୍ରଧାନ, ପ୍ରଶିକ୍ଷକ ରାଜେଶ ମେଣ୍ଡିଲି, ସୁବର୍ଣ୍ଣପୁର ଜିଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅଭିଷେକ ଭୁଏ, କମିରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶେଷଦେବ ମିଶ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ସହପାଠୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ସଫଳତା ହାସଲ କରନ୍ତୁ ବୋଲି ସମସ୍ତେ ଶୁଭକାମନା ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?