Posted inଫୁରସତ

ଭାରତର ଲଙ୍କା ସହର ଗୁଣ୍ଟୁର

ଅମରାବତି: ଭାରତର ପ୍ରତ୍ୟେକ ସହର ଗୋଟିଏ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ। ଉତ୍ତରରେ କଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲଂଠାରୁ ପଶ୍ଚିମରେ ଖଣ୍ଡାଲା ପର୍ଯ୍ୟନ୍ତ। ପ୍ରତ୍ୟେକ ସହରର ନିଜସ୍ବ ସୌନ୍ଦର୍ଯ୍ୟ ରହିଛି। ପ୍ରତ୍ୟେକ ସହରର ନିଜସ୍ବ ବିଶେଷତା ଅଛି, ଯାହା ବିଷୟରେ ଲୋକମାନେ ଜାଣିବାକୁ ଆଗ୍ରହୀ ଅଟନ୍ତି। କିନ୍ତୁ ଆପଣ ଜାଣନ୍ତି କି ’ଚିଲି ସିଟି ଅଫ ଇଣ୍ଡିଆ’ କାହାକୁ କୁହାଯାଏ? ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଲଙ୍କା ଚାଷ କରାଯାଏ। ବିଶେଷକରି ଉତ୍ତର ଭାରତରେ ଅଧିକାଂଶ କୃଷକ ଏହାକୁ ଚାଷ କରନ୍ତି। ଏପରି ଏକ ସ୍ବତନ୍ତ୍ର ସହରକୁ କିପରି ଚିଲି ସହର କୁହାଯାଇପାରେ? ଏହି ସହର ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ରହିଛି। ଗୁଣ୍ଟୁରକୁ ଚିଲି ସିଟି ବା ଲଙ୍କାର ସହର କୁହାଯାଏ। କାରଣ ଏଠାରେ ଅନେକ ପ୍ରକାରର ଲଙ୍କା ଚାଷ କରାଯାଏ। ଏଠାରେ ଯେଉଁ ପ୍ରଜାତିର ଲଙ୍କା ଚାଷ କରାଯାଏ ତାହା ଆପଣ ଦେଶର ଅନ୍ୟ କୌଣସି ସ୍ଥାନରେ ପାଇବେ ନାହିଁ। ଯଦିଓ ଏଠାରେ ବଢୁଥିବା ଲଙ୍କା ପ୍ରସିଦ୍ଧ, କିନ୍ତୁ ୩୩୪ ଚିଲି ପ୍ରିମିୟମ ଗୁଣବତ୍ତା ଏବଂ ସମଗ୍ର ବିଶ୍ୱରେ ରପ୍ତାନୀ ହୁଏ। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଗୁଣ୍ଟୁର ଲଙ୍କାର ଚାହିଦା ରହିଛି। ଏପରିକି ଚାଇନାର ଲୋକମାନେ ଭାରତୀୟ ଲଙ୍କାକୁ ନିଜ ଲଙ୍କା ଅପେକ୍ଷା ଅଧିକ ରାଗ ଭାବରେ ଗ୍ରହଣ କରିଥାନ୍ତି। ଯେଦି ଜଣେ ରାଗକୁ ସହ୍ୟ କରିପାରିବ, ତେବେ ଏଠାରେ ଚାଷ କରାଯାଉଥିବା ଲଙ୍କା ଖାଦ୍ୟକୁ ଉତ୍କୃଷ୍ଟ ସ୍ବାଦ ଦେଇଥାଏ। ଏଥିରେ କ୍ୟାପସାଇସିନ ପ୍ରଚୁର ପରିମାଣରେ ମିଳିଥାଏ।ଯେଉଁଥିପାଇଁ ଗୁଣ୍ଟୁର ଲଙ୍କାର ରଙ୍ଗ ଅତ୍ୟନ୍ତ ଲାଲ ହୋଇଯାଏ। ଗୁଣ୍ଟୁର ଲଙ୍କା ଅତ୍ୟଧିକ ରାଗ, ହାରାହାରି ରାଗ ୩୫,୦୦୦ରୁ ୪୦୦୦୦ ଏସଏଚ୍ୟୁ। ସାଧାରଣ ଲଙ୍କାଠାରୁ ଏହା ୧୦ ଗୁଣ ଅଧିକ। ମସଲା ବିଷୟରେ କହିବାକୁ ଗଲେ ଭାରତ ଆଜି ବିଶ୍ୱର ସର୍ବବୃହତ ଲଙ୍କା ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଦେଶ ଭାବରେ ପରିଗଣିତ। ଏଠାରେ ପ୍ରାୟ ଦୁଇ ଡଜନ କିସମର ଲଙ୍କା ଚାଷ କରାଯାଏ। କେବଳ ଆନ୍ଧ୍ରପ୍ରଦେଶରେ ୪୦ ପ୍ରତିଶତ ଲଙ୍କା ଉତ୍ପାଦନ କରାଯାଏ। ୨୦୨୦-୨୧ରେ କେବଳ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରୁ ପ୍ରାୟ ୮,୪୩୦ କୋଟି ଟଙ୍କା ମୂଲ୍ୟର ଚିଲି ରପ୍ତାନୀ ହୋଇଥିଲା। ଯାହା ଭାରତର ମୋଟ ରପ୍ତାନୀର ଅଧାରୁ ଅଧିକ ଥିଲା। ଏବେ ରାଜ୍ୟର ସମସ୍ତ ଜିଲାରେ ଗୁଣ୍ଟୁର ଲଙ୍କା ଚାଷ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?