ଯାତ୍ରାର ଶେଷଦିନ ପୂର୍ବରୁ ହୁଣ୍ଡି ଭାଙ୍ଗି ସୁନା, ଟଙ୍କା ଲୁଟିନେଲେ

ବ୍ରହ୍ମପୁର ଅଫିସ,୧୧।୫: ବ୍ରହ୍ମପୁରରେ ଚୋରି, ଲୁଟ୍‌ ଏବେ ନିତିଦିନିଆ ଘଟଣା ହୋଇଛି। ବିଶେଷ କରି ବୈଦ୍ୟନାଥପୁର ଥାନା ଅଞ୍ଚଳ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଏଭଳିସ୍ଥିତିରେ ଏକ ଚୋର ଗ୍ୟାଙ୍ଗ ମଙ୍ଗଳବାର ବିଳମ୍ବିତ ରାତିରେ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଥିବା ହୁଣ୍ଡିରୁ ସୁନା, ରୁପା ଓ ଟଙ୍କା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ବିଏମ୍‌ସି ୪୦ ନମ୍ବର ୱାର୍ଡ କର୍ପୋରେଟର ତଥା ଯାତ୍ରା କମିଟି ସଭାପତି ଭାଗୀରଥି ମହାରଣା ବୈଦ୍ୟନାଥପୁର ଥାନାରେ ଏକ ଅଭିଯୋଗ କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ଅସ୍ଥାୟୀ ମଣ୍ଡପ ପଛପଟେ ପଡ଼ିଥିବା ଖାଲି ହୁଣ୍ଡି ଓ ଲୁଟେରାମାନେ ଛାଡ଼ି ଯାଇଥିବା କିଛି ପଇସାକୁ ପୋଲିସ ଜବତ କରିଛି। ସେହିପରି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ପୋଲିସ ସଂଗ୍ରହ କରିଛି।

ସୂଚନାଯୋଗ୍ୟ, ମା’ କନକଦୁର୍ଗାଙ୍କ ୧୫ ଦିନିଆ ଯାତ୍ରା ଏପ୍ରିଲ ୨୭ରୁ ଆରମ୍ଭ ହୋଇଥିଲା। ଅସ୍ଥାୟୀ ମଣ୍ଡପରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରି ସୁନା, ରୁପା ଓ ଟଙ୍କା ଦାନ କରିଥିଲେ। ମେ ୧୧ ମା’ଙ୍କ ଯାତ୍ରାର ଶେଷ ଦିନ ଥିବା ବେଳେ ଚୋର ଗ୍ୟାଙ୍ଗ ୧୦ ତାରିଖ (ମଙ୍ଗଳବାର) ବିଳମ୍ବିତ ରାତିରେ ଅସ୍ଥାୟୀ ମଣ୍ଡପରେ ଥିବା ହୁଣ୍ଡିରୁ ସୁନା, ରୁପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ମେଡିକାଲରେ ପଶିଲା ପାଣି

ପାଲଲହଡ଼ା/ଛେଣ୍ଡିପଦା/ ବଅଁରପାଳ/ମାଧପୁର/ କଣିହାଁ/ ଅନୁଗୋଳ ଅଫିସ, ୨୨।୪(ଡି.ଏନ.ଏ.) – ଅନୁଗୋଳ ଜିଲାରେ ମଙ୍ଗଳବାର କାଳବୈଶାଖୀ ବର୍ଷା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସନ୍ଧ୍ୟାରେ ହୋଇଥିବା ପବନ ସହ...

ପୌରପାଳିକା ଜାଗାରୁ ଚୋରା ଚାଲାଣ ହେଉଛି ମାଟି: ରାତିରେ ତାଡ଼ି ନିଆଯାଇଛି ଶହ ଶହ ଟ୍ରିପ୍‌

ଅନୁଗୋଳ ଅଫିସ, ୧୯।୧୨- ଅନୁଗୋଳ ପୌରପାଳିକାକୁ ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ହେଉଛି ମାଟି ଚୋରା ଚାଲାଣ। ଜେସିବି ଓ ଟିପ୍ପର...

ବିପଦ ସଙ୍କେତ ଉପରେ ବୈତରଣୀ

ଯାଜପୁର ଅଫିସ,୨୭ା୫: ବାତ୍ୟା ୟାସ୍‌ ଯୋଗୁ ଯାଜପୁର ଜିଲା ସମେତ ଉପରମୁଣ୍ଡ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଫୁଲି ଉଠିଛି। ବୈତରଣୀର ଉପରମୁଣ୍ଡ...

ହାତୀ ଶାବକର ମୃତଦେହ ଠାବ

ସେରଗଡ,୧୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦା ସେକ୍ସନ ଓ ବିଟ୍‌ ପୋରଗେଲ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀ ଶାବକର ମୃତଦେହ ଠାବ...

ଜଗତକଲ୍ୟାଣ ଲାଗି ଆରଡ଼ିରେ ମହାରୁଦ୍ରଯଜ୍ଞ

ଆରଡି, ୩୧ା୩(ଡି.ଏନ.ଏ.)-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଘରୁ ନ ବାହାରିବାକୁ କୁହାଯାଇଛି। ଏପରିପ୍ରେକ୍ଷୀରେ ସବୁ ଧର୍ମାନୁଷ୍ଠାନ ମନ୍ଦିର ମଧ୍ୟ ବନ୍ଦ ହୋଇଛି।...

କାତପଡ଼ା, ହଳଦିଆପଡ଼ା ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌

କଣାସ,୧୯ା୭(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କାତପଡ଼ା ଓ ହଳଦିଆପଡା ଗ୍ରାମରେ ରବିବାର ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଡିଓ ରବୀନ୍ଦ୍ର...

ସୁନା ବିକିବାକୁ ଆସି ଧରାପଡ଼ିଲେ

ଗଞ୍ଜାମ,୧୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କରପଡା ଗ୍ରାମର ବୃନ୍ଦାବନ ଚାର୍ଟଙ୍କ ଘରୁ ଗତ ୨୮ ତାରିଖରେ ୨୧ ଭରି ସୁନା, ୧୦୦ ଭରି ରୁପା ସହ ନଗଦ...

ମାଟ୍ରିକ୍‌ ବୃତ୍ତି ପରୀକ୍ଷା: ଆଜିଠାରୁ ଅନ୍‌ଲାଇନରେ ଆବେଦନ

କଟକ ଅଫିସ,୨୭ା୯ : ଆଲ୍‌ପି ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଅରୁଣୋଦୟ ମାର୍କେଟସ୍ଥିତ ଟ୍ରଷ୍ଟର ସମ୍ମେଳନ କକ୍ଷରେ ଗୁରୁବାର ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ପକ୍ଷରୁ...

Advertisement
Archives

Model This Week