ଭଗବାନ୍‌ଙ୍କ ମିଜାଜ ମଣିଷର ସୃଷ୍ଟି

ପ୍ରାଣୀମାନଙ୍କ ଭିତରେ ଚିନ୍ତାଶୀଳ ମଣିଷ ହିଁ ଧର୍ମର ଧାରଣା ଆଣିଛି ଓ ସୃଷ୍ଟି କରିଥିବା ଶକ୍ତିକୁ ଈଶ୍ୱର ନାମ ଦେଇଛି, ଭିନ୍ନ ଭିନ୍ନ ଭାଷାରେ ଭିନ୍ନ ନାମ ଦେଇଛି। ଆମେ ଘରେ ମୂର୍ତ୍ତି ସ୍ଥାପନ କରି ଚକ୍ଷୁ ଦାନ କଲାଭଳି ବିଭିନ୍ନ ଧର୍ମର ଅନୁଗାମୀମାନେ ଈଶ୍ୱରଙ୍କ ସ୍ଥିତି କଳ୍ପନା କରିବା ପରେ ତାଙ୍କୁ ମିଜାଜ (ଇଂଲିଶରେ ମୁଡ୍‌) ଦାନ କରନ୍ତି। ଈଶ୍ୱରଙ୍କ ସାମର୍ଥ୍ୟ ବର୍ଣ୍ଣନାରେ ଅକ୍ଷମ ହୋଇ ତାଙ୍କୁ ଏକ ଯାଦୁକର କରିଦିଅନ୍ତି। ପୂଜାବିଧି ରଚନା କରି ତାଙ୍କୁ କଣ୍ଢେଇ କରିଦିଅନ୍ତି। ଯେଉଁ ଜଗନ୍ନାଥଙ୍କ ଆଜ୍ଞା ବିନା ପତ୍ର ବି ହଲେନା ବୋଲି ସେବାୟତମାନେ ଦମ୍ଭୋକ୍ତି କରନ୍ତି ତାଙ୍କୁ ଉପାସରେ ରଖିପାରନ୍ତି। କେଉଁ ପରିସ୍ଥିତିରେ ଈଶ୍ୱରଙ୍କ ମୁଡ୍‌ କ’ଣ ହୁଏ ତା’ ଧର୍ମଗ୍ରନ୍ଥରେ ଲେଖିଦିଆଯାଇଛି। ଏକେଶ୍ୱରବାଦୀମାନେ କହନ୍ତି, ସେମାନଙ୍କ ଈଶ୍ୱରର ଦୁନିଆରେ ଅନ୍ୟ କୌଣସି ଦେବଦେବୀଙ୍କୁ ବିଶ୍ୱାସ କରୁଥିବା ମଣିଷର ବଞ୍ଚିବାର ଅଧିକାର ନାହିଁ। ସେମାନଙ୍କୁ ହତ୍ୟା କଲେ ଈଶ୍ୱର ଖୁସି ହେବେ, ହତ୍ୟା କରିବାକୁ ଯାଇ ପ୍ରାଣ ହରାଇଲେ ତାଙ୍କ ଈଶ୍ୱର କୋଳକୁ ନେଇଯିବେ। ଇସ୍‌ଲାମର ଅଲ୍‌କାଏଦା ପନ୍ଥୀମାନଙ୍କ ଈଶ୍ୱରଙ୍କ ମିଜାଜ ଏପରି। ପ୍ରତ୍ୟେକ ଧର୍ମରେ ଈଶ୍ୱର ଅବିଶ୍ୱାସୀକୁ ଘୃଣା କରନ୍ତି, ନିଆଁଚେଙ୍କ ଦେଇ ଗୋରୁଙ୍କୁ ଚିହ୍ନଟ କଲାପରି ସେମାନଙ୍କୁ ହିନ୍ଦୁଏ ମ୍ଳେଚ୍ଛ, ମୁସଲମାନମାନେ କାଫେର୍‌, ଖ୍ରୀଷ୍ଟିଆନ୍‌ମାନେ ଇନ୍‌ଫିଡେଲ୍‌ ଶ୍ରେଣୀରେ ରଖିଛନ୍ତି, ଦଣ୍ଡନୀୟ ବୋଲି ଈଶ୍ୱର ଚାହାନ୍ତି। ଧର୍ମକୁ ମାନୁ ନ ଥିବା ଲୋକେ ନର୍କକୁ ଯିବେ ବୋଲି ପ୍ରତି ଧର୍ମର ଈଶ୍ୱର ଚାହାନ୍ତି, ତେବେ ଆମେ ସମସ୍ତେ ନର୍କକୁ ଯିବା, କାରଣ ଆମେ କୌଣସି ନା କୌଣସି ଧର୍ମକୁ ମାନୁନାହୁଁ। ନର୍କକୁ ପଠାଇବା ମିଜାଜ ମଣିଷ ହିଁ ତିଆରି କରିଛି; ଈଶ୍ୱର ଯାହାକୁ ତାଙ୍କ ଦୁନିଆରେ ରହିବା ପାଇଁ ଚାହାନ୍ତି ନାହିଁ ତାକୁ ଜନ୍ମ ଦେଲେ କାହିଁକି – ଏଭଳି ପ୍ରଶ୍ନ ଆଇଏସ୍‌ଆଇ ସଂସ୍ଥାରେ ମିଶିଥିବା ମୁସଲମାନମାନେ ଆଲ୍ଲାଙ୍କୁ ପଚାରୁନାହାନ୍ତି।
ପ୍ରତ୍ୟେକ ଧର୍ମର ସୃଷ୍ଟି ଏକ ଐତିହାସିକ ଘଟଣା। ମହାନ୍‌ ପୁରୁଷ (ଇତିହାସ କି ପୁରାଣରେ ନାରୀର ଉଲ୍ଲେଖ ନାହିଁ) ଜଣେ ସମାଜରେ ଶୃଙ୍ଖଳା ଆଣିବା ପାଇଁ କେତେ ନିୟମ ବାଢ଼ନ୍ତି, ଶ୍ରୋତାମାନଙ୍କୁ ଆକୃଷ୍ଟ କରିବା ଲାଗି କିଛି ଚମତ୍କାରିତା ଦେଖାନ୍ତି, ଯାହା ଏକ ସର୍ବବ୍ୟାପୀ ଶକ୍ତି ଈଶ୍ୱରଙ୍କଠାରୁ ଆସିଛି ବୋଲି କହନ୍ତି। କେତେକ ଶିଷ୍ୟ ଯାହା କ୍ଷିପ୍ର ଲେଖକ ଭଳି ଟିପିଥାନ୍ତି , ତାହା ହିଁ ଧର୍ମଗ୍ରନ୍ଥ ଆକାରରେ ପ୍ରକାଶିତ। ଅନୁଗତ ବା ଶିଷ୍ୟଙ୍କ ସଂଖ୍ୟା ବଢ଼ିଗଲେ ନୂଆ ଧର୍ମ ଜନ୍ମ ନିଏ, ଯେଉଁମାନେ ଆନୁଗତ୍ୟ ପ୍ରକାଶ ନ କରନ୍ତି ସେମାନଙ୍କ ପ୍ରତି ଅସହିଷ୍ଣୁତା ପ୍ରଦର୍ଶନ କରନ୍ତି, ଈଶ୍ୱରଙ୍କ ଆତ୍ମଘୋଷିତ ବାହିନୀ ଭଳି କାମ କରନ୍ତି, ଲୋକଙ୍କୁ ଭୟଭୀତ କରି ଅଥବା ପ୍ରଲୋଭନ ଦେଖାଇ ନିଜ ଧର୍ମକୁ ଆଣିଲେ ଈଶ୍ୱର ପସନ୍ଦ କରନ୍ତି, ଅର୍ଥ ତାଙ୍କ ମିଜାଜ ଭଲ ରହେ ବୋଲି ଭାବନ୍ତି। ଅନ୍ୟ ଧର୍ମର ଲୋକଙ୍କ ସହ ଯୁଦ୍ଧ କରିବାକୁ ଧର୍ମଯୁଦ୍ଧ (ଖିରସ୍ତାନୀଙ୍କ ହୋଲିୱାର୍‌ ବା ମୁସଲମାନଙ୍କ ଜିହାଦ) କହନ୍ତି, ପରାସ୍ତ ଲୋକଙ୍କୁ ଦାସ କରିବାକୁ ଏପରିକି ନିପାତ କରିବାକୁ ତାଙ୍କ ଈଶ୍ୱର ଚାହାନ୍ତି ବୋଲି ସେମାନେ କହନ୍ତି। ଏକା ରକମର ଧର୍ମରେ ବି ଏପରି ଘଟେ। ଆବ୍ରାହମ୍‌ ନାମକ ଏକ ମହର୍ଷିଙ୍କୁ ଅନୁସରଣ କରିଥିବାରୁ ଇହୁଦି, ଖିରସ୍ତାନ ଓ ଇସଲାମ୍‌ ଏ ତିନୋଟିକୁ ଆବ୍ରାହମୀୟ ଧର୍ମ କୁହାଯାଏ, ପ୍ରତ୍ୟେକେ ଏକେଶ୍ୱରବାଦୀ ହୋଇଥିବାରୁ ନିଜ ଈଶ୍ୱରକୁ ଦୁନିଆର ପ୍ରକୃତ ଈଶ୍ୱର ଭାବନ୍ତି, ତେଣୁ ପରସ୍ପରକୁ ଘୃଣା କରନ୍ତି, ସୁଯୋଗ ପାଇଲେ ନିପାତ କରିବାର ମସୁଧା ରଖନ୍ତି, ପ୍ରତ୍ୟେକର ଈଶ୍ୱର ଏହା ଚାହାନ୍ତି ବୋଲି ସେମାନେ ଭାବନ୍ତି, ଅର୍ଥାତ୍‌ ସେମାନଙ୍କ ଈଶ୍ୱରଙ୍କ ମୁଡ୍‌ ସେମାନେ ତିଆରି କରିଛନ୍ତି। ଅଥଚ ହିବୃ ବାଇବେଲ୍‌କୁ ଖିରସ୍ତାନୀମାନେ ଓଲ୍‌ଡ ଟେଷ୍ଟାମେଣ୍ଟ (ଆଦି ଧର୍ମଗ୍ରନ୍ଥ) କହନ୍ତି, ଅର୍ଥାତ୍‌ ଖ୍ରୀଷ୍ଟିଆନମାନଙ୍କ ପୂର୍ବଜ ଇହୁଦିମାନେ ବୋଲି ପାଠକମାନଙ୍କୁ ହେଜାଇ ଦେଉଛନ୍ତି। ଯେଉଁମାନେ ରଶଦିଙ୍କ ଦି ସାଟାନିକ୍‌ ଭର୍ସେସ୍‌ ପଢ଼ିଥିବେ, ସେମାନେ ଜାଣିଥିବେ ଯେ ଖିରସ୍ତାନୀମାନଙ୍କ ଦେବଦୂତ ଗାବ୍ରିଏଲ୍‌ଙ୍କ ସମ୍ପର୍କରେ କୋରାନ୍‌ରେ ଉଲ୍ଳେଖ ଅଛି। ଏସବୁ ସଂଯୋଗ ସତ୍ତ୍ୱେ ଗୋଟିକର ଈଶ୍ୱର ଅନ୍ୟଟିର ଈଶ୍ୱରଙ୍କ ସ୍ଥିତିକୁ ଅସ୍ବୀକାର କରନ୍ତି ଏବଂ ନିଜ ଧର୍ମ ପ୍ରସାର ଲାଗି ଖିରସ୍ତାନୀମାନେ ହୋଲିୱାର ଓ ମୁସଲମାନମାନେ ଜିହାଦ୍‌ ଭଳି ଧ୍ୱଂସକାରକ ଯୁଦ୍ଧରେ ବହୁ ବର୍ଷ ଧରି ବ୍ୟାପୃତ ଥିଲେ।
ଇସ୍ରାଏଲର ତୃତୀୟ ରାଜା କିଙ୍ଗ୍‌ ସଲମନ୍‌ ଖ୍ରୀ.ପୂ. ୧୦ମ ଶତାବ୍ଦୀରେ ରାଜୁତି କରୁଥିଲେ। ସେ ବହୁ ଜ୍ଞାନୀ ଭାବେ ଇତିହାସରେ ପରିଚିତ ଓ ଏକାଧିକ ଈଶ୍ୱରରେ ବିଶ୍ୱାସୀ ଥିଲେ। ବାଇବେଲ ଏ କଥାଟାକୁ ସହଜରେ ବୁଝାଇଦିଏ ଯେ ତାଙ୍କର ବହୁ ରାଣୀ ବିଦେଶୀ ଭୂମିରୁ ଆସିଥିବାରୁ ରାଣୀମାନେ ତାଙ୍କ ମନକୁ ଅନ୍ୟ ଈଶ୍ୱରଙ୍କ ଆଡ଼କୁ ଟାଣି ନେଉଥିଲେ। ବାଇବେଲ ଏହାର କାରଣ ପ୍ରେମ ବୋଲି କହେ ନାହିଁ, ରାଜନୀତି କହେ । ଗୋଟିଏ ରାଜବଂଶର ଲୋକ ଆଉ ଗୋଟିଏ ରାଜବଂଶର ନାରୀକୁ ବିବାହ କରେ ନାହିଁ ପ୍ରେମ ପାଇଁ, ବିବାହ କରେ ବୈଦେଶିକ ନୀତିର ଅଙ୍ଗ ଭାବେ; ଅନ୍ୟ ରାଜ୍ୟ ସହ ବନ୍ଧୁଭାବାପନ୍ନ ସମ୍ପର୍କ ସ୍ଥାପନ ଲାଗି, ବଳବାନ୍‌ ରାଜାର ରାଜ୍ୟ କରାୟତ୍ତ କରିବା ମନକୁ ଦବାଇବା ପାଇଁ ତା’ ପରିବାର ସହିତ ବିବାହ ସମ୍ପର୍କ ବାନ୍ଧିବାକୁ ଚାହେଁ। ଏ ସମ୍ପର୍କ ଦୃଢ଼ୀଭୂତ ହୁଏ ଯେତେବେଳେ ରାଜା ସେ ଦେଶର ଈଶ୍ୱରଙ୍କୁ ସମ୍ମାନ ଦେଖାଏ, ନିଜ ଈଶ୍ୱରର ଅନୁରୂପ (ଇକ୍ୱିଭାଲେଣ୍ଟ) ମନେକରେ । ପୋଷାକ ଧର୍ମର ପରିଚାୟକ ହୋଇଥିବାରୁ ରାଜ୍ୟରେ ଭିନ୍ନ ପୋଷାକକୁ ବାରଣ କରେ ନାହିଁ। ମନରେ ଧର୍ମ ଯାହା ଥାଉ ଦେହରେ ପୋଷାକ ଅନ୍ୟ ଧର୍ମର ଲୋକଙ୍କ ସମର୍ଥନ ଆଣେ ବୋଲି ଜଣେ ଖ୍ରୀଷ୍ଟିଆନ୍‌ ନାରୀ ବି ହିନ୍ଦୁପ୍ରଧାନ ଭାରତରେ ଶାଢ଼ି ପିନ୍ଧନ୍ତି, ଶିଖ୍‌ ମନ୍ଦିରରେ ଓଢ଼ଣା ଘୋଡ଼ାନ୍ତି ବା ଆଜ୍‌ମୀର୍‌ ଦର୍ଘାରେ ଚାଦର ଯାଚନ୍ତି, କହିବା ଅତ୍ୟୁକ୍ତି ହେବ ନାହିଁ।
ସଲୋମନ୍‌ଙ୍କ ବହୁପତ୍ନୀ ତାଙ୍କୁ ବହୁଈଶ୍ୱରଙ୍କ ଆଡ଼କୁ ଟାଣି ନ ଥିଲେ, ତାଙ୍କ ରାଜନୀତି ତାଙ୍କୁ ବହୁଈଶ୍ୱର ଆଡ଼କୁ ଟାଣିଥିଲା। ଆକବର ଯୋଦ୍ଧାବାଈଙ୍କୁ ବିଭା ହୋଇଥିବାରୁ ନୂଆ ଧର୍ମ ପ୍ରଚଳନ କରି ନ ଥିଲେ, ନୂଆ ଧର୍ମ ପ୍ରଚଳନ କରିଥିଲେ ରାଜନୀତିରେ ନିର୍ଦ୍ଦେଶ ଯୋଗୁ । ଏତେ ସଂଖ୍ୟାର ହିନ୍ଦୁ ଓ ସେମାନଙ୍କ ନେତାମାନଙ୍କୁ ହାତ କରିବା ଉପାୟ ହେଲା ମୁସଲମାନମାନଙ୍କୁ ହିନ୍ଦୁ ଧର୍ମ ପ୍ରତି ସହନଶୀଳ କରିବା। ପଡୋଶୀ ରାଜ୍ୟଗୁଡ଼ିକ ସହ ସହାବସ୍ଥାନ ମାନେ ସେମାନଙ୍କ ଧର୍ମ ପ୍ରତି ସହନଶୀଳତା। ଏ ପ୍ରକାରର ସହାବସ୍ଥାନ ଶାନ୍ତି ରକ୍ଷା କରେ, ଶାନ୍ତି ହିଁ ରାଜ୍ୟର ଅର୍ଥନୈତିକ ତଥା ସାମୂହିକ ବିକାଶ ଦିଗରେ ସହାୟକ ହୁଏ। ବୁଝିବିଚାରି ‘ଧାର୍ମିକ ସହନଶୀଳତା’ ଆସେ ନାହିଁ, ନିଜକୁ ସୁବିଧା ମିଳୁଥିଲା ଯାଏ ଓ ସମାଜରୁ ଉପକାର ମିଳୁଥିବାଯାଏ ଭିନ୍ନ ତଥା ବହୁଈଶ୍ୱର ଅବା ମୂର୍ତ୍ତିପୂଜା ପ୍ରତି ସହନଶୀଳତା ବଢ଼େ । ଥରେ ଜିତାପଟ ଆସିଗଲେ ହାରିବା ପଟର ଈଶ୍ୱରଙ୍କୁ ପଚାରେ କିଏ? ଭକ୍ତମାନଙ୍କ ଏକାନ୍ତ ଆନୁଗତ୍ୟ ଚାହୁଁଥିଲେ ବି ଯେଉଁମାନେ ବହୁଈଶ୍ୱର ପ୍ରଥା ବିରୋଧରେ ଗଲେ ନାହିଁ, ସେମାନଙ୍କୁ ଅଦ୍ୱୈତପାର୍ଶ୍ୱବିଦ୍‌ (ମନୋଲାଟ୍ରିଷ୍ଟ) କୁହାଯାଏ। ସେମାନଙ୍କ ମୁଖ୍ୟ ହୋସିଆ ଖ୍ରୀ.ପୂ. ୮ମ ଶତାବ୍ଦୀରେ ପ୍ରଥମ ଗ୍ରନ୍ଥ ଲେଖିଥିଲେ। ସେତେବେଳେ ଇସ୍ରାଏଲର ପଡ଼ିଶାମାନେ ନିଷ୍ଠୁର ଥିଲେ, ଇସ୍ରାଏଲ୍‌ ସ୍ଥିର ରହିପାରି ନ ଥିଲା। ତେଣୁ ସେମାନେ ଏକ-ଈଶ୍ୱର ବିଶ୍ୱାସରେ ଉଦ୍‌ବୁଦ୍ଧ ହୁଅନ୍ତୁ ବୋଲି ପ୍ରବଚନ ଦେଲା ବେଳେ କହି ନ ଥିଲେ ଯେ, ସେମାନେ ବିଧର୍ମୀମାନଙ୍କୁ ତଡ଼ନ୍ତୁ, ସେମାନଙ୍କୁ ନିପାତ କରନ୍ତୁ ବୋଲି କହିଥିଲେ। ସମସ୍ତଙ୍କ ପାଇଁ ସୃଷ୍ଟିକର୍ତ୍ତା ଏକ, ଭିନ୍ନ ଭିନ୍ନ ଧର୍ମରେ ପ୍ରଚାରକମାନେ ତାଙ୍କଠାରେ ମଣିଷର କଳହ-ପଣିଆ ଗୁଣ ଆରୋପ କରି ମଣିଷ ମଣିଷ ଭିତରେ ଧର୍ମଭିତ୍ତିକ କଳହ ସୃଷ୍ଟି କରାଉଛନ୍ତି।

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?