ପୁନରୁଦ୍ଧାର ଅପେକ୍ଷାରେ ଗୋବରୀ ନଦୀ

ପଟ୍ଟାମୁଣ୍ଡାଇ, ୨୪।୫ (କଳ୍ପତରୁ ନାୟକ):ଦିନ ଥିଲା ଗୋବରୀ ନଦୀ ପାଇଁ ୯ ପଞ୍ଚାୟତ ଶସ୍ୟ ଶ୍ୟାମଳା ହେଉଥିଲା। ପାଶର୍‌ବବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା। ଏଥିଯୋଗୁ ଲୋକେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହେଉଥିଲେ। ହେଲେ ସମୟ ବଦଳିବା ସାଙ୍ଗକୁ ନଦୀର ନକ୍ସା ବି ବଦଳି ଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ୫ ପଞ୍ଚାୟତ ଓ ପୌରାଞ୍ଚଳ ଦେଇ ଯାଇଥିବା ଏହି ନଦୀ ଏବେ ବିଭିନ୍ନସ୍ଥାନରେ ପୋତି ହୋଇପଡ଼ିଥିବା ବେଳେ ଦଳ ଓ ଘାସରେ ପରିପୂର୍ଣ୍ଣ। ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି। ଏହି ନଦୀ ୬୦ ଦଶନ୍ଧି ପୂର୍ବରୁ ଚିରସ୍ରୋତା ବ୍ରାହ୍ମଣୀ ନଦୀରୁ ବାହାରି ପ୍ରାୟ ୩୦ କିମି ଅତିକ୍ରମ କଲା ପରେ ବଙ୍ଗୋପସାଗରରେ ମିଶିଛି। ଏହି ନଦୀ ଚିରସ୍ରୋତା ସହ ନୌକା ଚଳାଚଳ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ୧୮୬୦ ମସିହାରେ କଟକ-ଚାନ୍ଦବାଲି ରାସ୍ତା ତିଆରି ହେବା ସମୟରେ ପଟ୍ଟାମୁଣ୍ଡାଇଠାରେ ବ୍ରାହ୍ମଣୀ ଗୋବରୀ ନଦୀର ସଂଯୋଗ ପଥକୁ ବନ୍ଦ କରି ଦିଆଯାଇଥିଲା। ତେବେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୬ କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡ଼ିଥିବାରୁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଫଳରେ ଗୋବରୀ ନଦୀ ଉପରେ ନିର୍ଭର କରୁଥିବା ଉଭୟପାର୍ଶ୍ୱର ହଜାର ହଜାର ଏକର ଉର୍ବର ଚାଷଜମି ପାଣି ବିନା ପଡିଆ ପଡୁଛି। ଏଥିଯୋଗୁ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ହୋଇପାରୁନାହିଁ। ଏହାର ପାଶର୍‌ବବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସଚେତନତା ଅଭାବ ସାଙ୍ଗକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ନ ଥିବାରୁ ଗୋବରୀ ନଦୀ ଆଜି ନିଜର ପରିଚୟ ହରାଇଛି। କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକର ୯ଟି ପଞ୍ଚାୟତ ଅଧିବାସୀମାନେ ନଦୀ ପାଇଁ ବିଶେଷ ଉପକୃତ ହେଉଥିଲେ। ବିଭିନ୍ନ ପନିପରିବା ଚାଷ ସହ ରବି ଧାନ କରିବାକୁ ଚାଷୀମାନେ ସକ୍ଷମ ହେଉଥିଲେ। ପାଶର୍‌ବବର୍ତ୍ତୀ ଅଞ୍ଚଳ ଏହି ନଦୀ ପାଇଁ ସବୁଜିମାରେ ହସିଉଠୁଥିଲା। ସମୟାନୁକ୍ରମେ ନଦୀ ଉଭୟପାଶର୍‌ବରୁ ପୋତି ହେବା ଆରମ୍ଭ ହୋଇଥିଲା। ଫଳରେ ନଦୀର ଗଭୀରତା ମଧ୍ୟ କମି ଯାଇଥିଲା। କିଛି ସ୍ଥାନରେ ଅଧାରୁ ଅଧିକ ପୋତି ହୋଇପଡ଼ିଛି। ଏହାର ପୁନରୁଦ୍ଧାର ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। କିଛିବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଡ୍ରେନେଜ ବିଭାଗ ଦୁଇ ଦୁଇ ଥର ନଦୀ ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡି ନଦୀକୁ କେତେକ ସ୍ଥାନରେ ଖୋଳା ଯାଇଥିଲା। ମାତ୍ର କାର୍ଯ୍ୟ ସନ୍ତୋଷଜନକ ହୋଇ ନ ଥିବାରୁ ନଦୀ ପୂର୍ବ ଅବସ୍ଥାରେ ଅର୍ଥାତ୍‌ ପୋତି ହୋଇପଡ଼ିଛି। ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ନଦୀର ପୁନରୁଦ୍ଧାର ପାଇଁ ଦାବି ହୋଇଥିଲେ ମଧ୍ୟ ତାହା ପୂରଣ ହୋଇ ପାରିନାହିଁ। ଏ ସମ୍ପର୍କରେ ଡ୍ରେନେଜ ବିଭାଗ ଯନ୍ତ୍ରୀ ନୀହାର ରାଉତରାୟଙ୍କୁ ପଚାରିବାରୁ ଉକ୍ତ ନଦୀର ପୁନରୁଦ୍ଧାର ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି। ଅନୁମୋଦନ ମିଳିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ରେଭେନ୍ସା ୱାର୍ଡେନଙ୍କୁ ଦୁର୍ବ୍ୟବହାର କଲେ ବିଧାୟକ: ଇସ୍ତଫା ପରେ ରାଜରାସ୍ତାକୁ ଓହ୍ଲାଇଲେ ୱାର୍ଡେନ

କଟକ,୫।୮(ପ୍ରଭୁ କଲ୍ୟାଣ ପାଲ୍‌): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନ୍ୟାୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ୱାର୍ଡେନ। ପଦଯାତ୍ରା କରି କୁଳପତିଙ୍କୁ ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ। ଗତକାଲି…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri