Posted inଜାତୀୟ

ସରକାରୀ କାଗଜପତ୍ର ଖାଇଗଲା ଛେଳି, ଆଉ ତା’ ପରେ…

କାନପୁର,୨ା୧୨: ଚୌବେପୁର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଛେଳି ପାଟିରେ ବ୍ଲକ କାର୍ଯ୍ୟାଳୟର କିଛି ଫାଇଲପତ୍ର ଧରି ପଳାଇଥିଲା। ଏହା ଜଣାପଡ଼ିବା ପରେ ଜଣେ ଯୁବକ ଛେଳିଠାରୁ ଫାଇଲ ଆଣିବା ପାଇଁ ପଛେ ପଛେ ଦୌଡ଼ିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକେ ଏହା ଉପରେ ନାନା ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ବ୍ଲକ କାର୍ଯ୍ୟାଳୟରେ କିଛି ଲୋକ ପଞ୍ଚାୟତ ସେକ୍ରେଟାରୀଙ୍କ ସହ ବାହାରେ ବସିଛନ୍ତି। କିଛି କମର୍ଚାରୀ ବାହାରେ ବସି କାମ କରୁଛନ୍ତି। କାର୍ଯ୍ୟାଳୟ ଖାଲି ଥିବାରୁ ଛେଳି ତା’ ଭିତରେ ପଶି ଯାଇଥିଲା। ଛେଳିଟି ବାହାରିବା ସମୟରେ ତା’ ପାଟିରେ କିଛି ଫାଇଲପତ୍ର ଥିବା ଦେଖିବାକୁ ମିଳିଥିଲା। କର୍ମଚାରୀମାନେ ଏହା ଦେଖି ଡରି ଯାଇଥିଲେ। ଫାଇଲ ଆଣିବା ପାଇଁ ଜଣେ ଯୁବକ ଛେଳି ପଛରେ ଗୋଡ଼ାଇଥିଲେ। ମାତ୍ର ଛେଳି ତାଙ୍କୁ ଧରାଛୁଆଁ ଦେଇ ନ ଥିଲା। ଯୁବକ ଛେଳିକୁ ଧରିବା ବେଳକୁ ସେ ଅନେକ କାଗଜପତ୍ର ଖାଇ ସାରିଥିଲା। ଏହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

 

ଭିଡିଓ ଭାଇରାଲ ପରେ ଜଣେ ୟୁଜର ଲେଖିଛନ୍ତି, ଛେଳିଟି ବୋଧେ ଭୋକିଲା ଥିଲା। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଗାଁର ବିକାଶ ଛେଳି ପାଟିରେ। ଆଉ ଜଣେ ୟୁଜର ଲେଖିଛନ୍ତି,ଏହା ଏକ ବଡ଼ ଘୋଟାଲା।

ଅନ୍ୟପକ୍ଷରେ ଏହି ଭିଡିଓକୁ ନେଇ ବ୍ଲକ ବିକାଶ ଅଧିକାରୀ କହିଛନ୍ତି, ଏହା କାର୍ଯ୍ୟରେ ଅବହେଳା। ତେଣୁ ଯେଉଁମାନେ କାର୍ଯ୍ୟାଳୟ ଛାଡ଼ି ବାହାରେ ବସିଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଭିତରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କଲେ ନଡ୍ଡା

ଜୟପୁର,୧୬।୭: ଭାଜପା ସଭାପତି ଜେପି ନଡା ରବିବାର ଜୟପୁରରେ ଅନୁଷ୍ଠିତ ଏକ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କରି...

ସିଏଏ ଶୁଣାଣି ଅକ୍ଟୋବର ୩୧ରେ

ନୂଆଦିଲ୍ଲୀ,୧୨।୯: ନାଗରିକତ୍ୱ (ସଂଶୋଧନ) ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ଅକ୍ଟୋବର ୩୧ରେ କରିବାକୁ ସୋମବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି।...

ଗିରଫ ହେଲେ ଆଇଏସ୍‌ଆଇ ଏଜେଣ୍ଟ

ବାରାଣସୀ,୨୦।୧: ଉତ୍ତରପ୍ରଦେଶର ଆଣ୍ଟି ଟେରର ସ୍କ୍ବାଡ(ଏଟିଏସ୍‌)ସେନା ଇଣ୍ଟଲିଜେନ୍ସର ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଆସନ ବାରାଣସୀରୁ ଜଣେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ସୋମବାର ଗିରଫ କରିଛି।...

ଭାଜପା ନେତାଙ୍କୁ ବାଂଲାଦେଶୀ କହିଲା କଂଗ୍ରେସ

ମୁମ୍ବାଇ,୨୦।୨: କଂଗ୍ରେସକୁ ଭାଜପା ସଂଖ୍ୟାଲଘୁ ତୁଷ୍ଟିକରଣ ଦଳ ବୋଲି କହିଆସୁଥିଲା। ତେବେ ଏବେ କଂଗ୍ରେସ ଭାଜପା ଉପରେ ସଂଘ ଜେହାଦ ବୃଦ୍ଧି କରାଉଥିବା ଅଭିଯୋଗ ଆଣିଛି।...

ରାଜଧାନୀରେ ବଢିଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୪।୪: ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀରେ ଦୈନିକ ୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ...

ଦୁର୍ଘଟଣାରେ ୧୦ ଶିରିଡ଼ି ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନାସିକ/ନୂଆଦିଲ୍ଲୀ,୧୪।୧: ମହାରାଷ୍ଟ୍ରର ଶିରିଡ଼ି ସାଇବାବା ମନ୍ଦିର ଯାଉଥିବା ତୀର୍ଥଯାତ୍ରୀମାନଙ୍କ ବସ୍‌ ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୨୪...

ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚୁ: ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୨୬।୧୧ : ଲୋକେ ନ୍ୟାୟିକ ବ୍ୟବସ୍ଥା ପାଖରେ ପହଞ୍ଚିବା ପରିବର୍ତ୍ତେ ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚିବା ଜରୁରୀ। ଏହାଦ୍ୱାରା ଆଇନ ବ୍ୟବସ୍ଥାକୁ ବ୍ୟାପକ କରାଯାଇ...

କରୋନା ସମୟରେ ଦରମା ନ ପାଇ ଏମିତି ପଦକ୍ଷେପ ନେଲେ ଶିକ୍ଷକ

ଲକ୍ଷ୍ନୌ,୨୮ା୮: କରୋନା ମହାମାରୀ ସମୟରେ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଦରମା ନ ପାଇବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି। ଏମିତି...

Advertisement
Archives

Model This Week