କଟୁରିରେ ହାଣି ଜନ୍ମକଲା ମା’ଙ୍କୁ ମାରିଦେଲେ ପୁଅ, ରକ୍ତରଞ୍ଜିତ ହେଲା ଘର

କଟକ ଅଫିସ,୨୬।୧: ସମ୍ପତ୍ତି ପାଇଁ ଜନ୍ମକଲା ମା’ଙ୍କୁ କଟୁରିରେ ହାଣି ମାରିଦେଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା କଟକ ଶ୍ରୀବିହାର କଲୋନୀରେ ବୁଧବାର ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ପରେଶ କୁମାରୀ ଦେବୀ(୭୪)। ସେ କନିକା ରାଜାଙ୍କ ନାତୁଣୀ ଥିବା ଜଣାପଡ଼ିଛି। ଅଭିଯୁକ୍ତ ପୂଅ ଗୋପାଳ ସିଂହଦେଓଙ୍କୁ ପୋଲିସ ଗିରଫ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ବୃଦ୍ଧା ମା’ଙ୍କୁ ମାରିବାର ଧମକ ଦେଉଥିଲେ ପୁଅ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଗୋପାଳଙ୍କୁ ତାଗିଦ କରି ଛାଡ଼ି ଦେଇଥିଲା। ହେଲେ ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କଟୁରିରେ ବିଭତ୍ସ ଭାବେ ହାଣି ପୁଅ ହତ୍ୟା କରିଥିଲେ। ଏନେଇ ପରେଶଙ୍କ ଝିଅ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହେଲ୍ପଲାଇନ୍‌ ନମ୍ବର ଜାରି କଲା ପୋଲିସ

କଟକ ଅଫିସ,୨୭ା୩: ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ...

୫ ହଜାର ପାଇଁ ଧରାପଡ଼ିଲେ

ସମ୍ବଲପୁର,୨୭।୮(ବ୍ୟୁରୋ): ସମ୍ବଲପୁର ଭିଜିଲାନ୍ସ ଟିମ୍‌ ହାତରେ ଶୁକ୍ରବାର ଧରାପଡିଛନ୍ତି ଚିପିଲିମା ମେଷ ପ୍ରଜନନ କେନ୍ଦ୍ରର କନିଷ୍ଠ କିରାଣି ନରସିଂହ ଗଡତିଆ। ତାଙ୍କଠାରୁ ୫ ହଜାର ଟଙ୍କା...

ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୪।୬(ବ୍ୟୁରୋ):ଉତ୍ତର ପଶ୍ଚିମ ଉତ୍ତର ପ୍ରଦେଶରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତ୍ତନରୁ ୦.୯ କି.ମି. ଉପରେ ଏକ ଟ୍ରପ୍‌ଲାଇନ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହିତ ବିହାର...

୮୩ ୟୁନିଟ୍‌ ରକ୍ତ ସଂଗୃହୀତ

ଆନନ୍ଦପୁର,୧୭। ୪ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀର ରାମଚନ୍ଦ୍ରପୁର ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ଅନୁଷ୍ଠିତ...

ଦୀଘା, ହାତିଆରେ ମାଡ ହେବ ବାତ୍ୟା ‘ଅମ୍ଫାନ’: ପ୍ରଭାବିତ ଆଶଙ୍କା ଜିଲାକୁ ଗଲେ ଓଡ୍ରାଫ, ଏନଡିଆରଏଫ ଟିମ୍‌

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ଦକ୍ଷିଣରେ ୯୫୦...

ଡ୍ରାଇଭର ସଂଘର ଦାବିପତ୍ର

ପୋଲସରା/ଗଞ୍ଜାମ/ସୋରଡ଼ା/ରମ୍ଭା,୯।୧୧(ଡି.ଏନ.ଏ.):ପୋଲସରା ଡ୍ରାଇଭର ସଂଘ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ୩୦ ଜିଲାରେ କାର୍ଯ୍ୟରତ ଥିବା ସମସ୍ତ...

କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭେଲୁପୁରମ ଏକ୍ସପ୍ରେସ୍‌

କେନ୍ଦୁଝର,୧୧ା୨(ସ୍ବ.ପ୍ର.): ଭାରତୀୟ ରେଳବାଇ ପକ୍ଷରୁ ରାଞ୍ଚିଠାରୁ ଭେଲୁପୁରମ ଭାୟା କେନ୍ଦୁଝର ଦେଇ ଏକ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ୍‌ ଟ୍ରେନ୍‌ ସାମୟିକ ଭାବେ ଚଳାଚଳ କରିଛି। ଦକ୍ଷିଣ-ପୂର୍ବ...

ଅଜଣା ଗାଡ଼ି ଧକ୍କାରେ ଅବକାରୀ କର୍ମଚାରୀଙ୍କ ଜୀବନଗଲା

ରେଢ଼ାଖୋଲ,୧୫।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ୫୫ନଂ ଜାତୀୟ ରାଜପଥ ଚାରମାଳ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ସମ୍ବଲପୁର ଅବକାରୀ ବିଭାଗର କର୍ମଚାରୀ...

Advertisement
Archives

Model This Week