‘ସମ୍ମାନହାନି ହୋଇଥିବାରୁ ଅଦାଲତ ଦ୍ୱାରସ୍ଥ ହେବି’

କେନ୍ଦୁଝର, ୭ା୨ (ସ୍ବ.ପ୍ର.) କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ବିରୋଧରେ ଭାଜପା କର୍ମୀ ସଞ୍ଜୀବ ନାୟକ ଟାଉନ ଥାନାରେ ଏତଲା ଦେବା ଘଟଣା ଜିଲାରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଏଭଳି ସମୟରେ ବିଧାୟକଙ୍କ ବିରୋଧରେ ଅଭିଯୋଗ ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି। ଆଗକୁ ଜିଲାରେ ପଞ୍ଚାୟତ ସହ ପୌର ନିର୍ବାଚନ ଥିବାରୁ ଭାଜପାର ଲୋକପ୍ରିୟତାକୁ ହ୍ରାସ କରିବା ଲାଗି ଏଭଳି ଚକ୍ରାନ୍ତ କରାଯାଇଥିବା ବିଧାୟକ ମାଝି ଅଭିଯୋଗ କରିଛନ୍ତି। ଏଭଳି ରାଜନୈତିକ ଷଡ଼ଯନ୍ତ୍ରକୁ ସେ ନାପସନ୍ଦ କରିବା ସହ ତାଙ୍କର ସମ୍ମାନ ହାନି ହୋଇଥିବାରୁ ଅଦାଲତ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୧୯ ଏବଂ ୨୦୨୦ରେ ବିଧାୟକ ତାଙ୍କଠାରୁ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କାର ଘର ଆସବାବପତ୍ର କିଣିଥିଲେ। ସେ ବାବଦକୁ ୨୦୨୧ରେ ୪ଟି ପର୍ଯ୍ୟାୟରେ ୨ଲକ୍ଷ ୧ହଜାର ଟଙ୍କା ପରିଶୋଧ କରିଥିଲେ। ଅବଶିଷ୍ଟ ୧ ଲକ୍ଷ ୫୫ ହଜାର ଟଙ୍କା ଦେଉ ନାହାନ୍ତି। ଅନ୍ୟପକ୍ଷେ ବିଧାୟକ ମାଝି କହିଛନ୍ତି, ସାମଗ୍ରୀ ଦେବା ବେଳେ ୪୦ ପ୍ରତିଶତ ରିହାତି ଦେବେ ବୋଲି ସଞ୍ଜୀବ କହିଥିଲେ। ହିସାବ ମୁତାବକ ସମସ୍ତ ଟଙ୍କା ସେ ନେଇସାରିଛନ୍ତି। ଯଦି ବକେୟା ଅର୍ଥ ଅଛି, ଜିଏସ୍‌ଟି ବିଲ୍‌ ମିଳିବା ପରେ ଅବଶିଷ୍ଟ ଟଙ୍କା ପୈଠ କରିଦେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷ ଭାବେ ବିଶ୍ୱନାଥ ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ପାଟଣା,୧୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷ ପଦ ଦୀର୍ଘଦିନ ଖାଲି ପଡ଼ିବା ପରେ ବୁଧବାର ଆନୁଷ୍ଠାନିକ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଛି। ବ୍ଲକର ମୋଟ୍‌...

୭୫ ଲକ୍ଷ ବ୍ୟୟରେ ବଡବିଲରେ ନିର୍ମାଣ ହେବ ବିଶାଳ ଘଣ୍ଟାସ୍ତମ୍ଭ

ବଡବିଲ,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସହର ମଧ୍ୟଭାଗରେ ଥିବା ପୂର୍ତ୍ତ ଓ ଗୃହ ବିଭାଗ ଡାକବଙ୍ଗଳା ପରିସରରେ ସୁଦୂର ଦୃଶ୍ୟମାନ ଲାଗି ଏକ ଘଣ୍ଟାସ୍ତମ୍ଭର ନିର୍ମାଣ...

ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ

ଯୋଡ଼ା, ୨୭।୧୧(ଡି.ଏନଏ) କେନ୍ଦୁଝର ଜିଲା ବାମେବାରୀ-ଯୋଡା ରାଜ୍ୟ ରାଜପଥ ନଂ ୨ ର ସମ୍ପ୍ରସାରଣ ପାଇଁ ଜବର ଦଖଲ ହୋଇଥିବା ଜମି ଗୁଡିକୁ ପ୍ରଶାସନ ପକ୍ଷରୁ...

୫୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ

ଯୋଡ଼ା,୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଓ ପୌରପାଳିକା ଅଧୀନରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକରେ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୫୬ ଛାତ୍ରୀଛାତ୍ର ନାମ...

ଜାତୀୟ ସ୍ତରରେ ସାଇସୁମନଙ୍କ ସଫଳତା

ଚମ୍ପୁଆ/ବଡ଼ବିଲ,୨୧।୧୧-(ଡି.ଏନ.ଏ/ସ୍ବ.ପ୍ର.):ଇଂରାଜୀ ପ୍ରବନ୍ଧରେ ଜାତୀୟ ସ୍ତରରେ ଦ୍ୱିତୀୟ ହୋଇ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ସାଇସୁମନ ହୋତା ଗୌରବ ଆଣିଛନ୍ତି। ଡା.ମାନସ ରଞ୍ଜନ ହୋତା ଓ ଡ....

ନିଖୋଜ ପିଅନଙ୍କ ମୃତଦେହ ମିଳିଲା କୂଅରୁ

  କେନ୍ଦୁଝର,୪ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ପୋଲିସ ଶନିବାର ବଡ଼କମଣ୍ଡରା ଗ୍ରାମର ଏକ କୂଅରୁ ନିରଞ୍ଜନ ନାୟକ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି।...

ଆନନ୍ଦପୁର ବିଧାୟକଙ୍କୁ କରୋନା

କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି।...

ଅନାଥ ତ୍ରିଲୋଚନ ଏବେ ଅସହାୟ

ତେଲକୋଇ, ୨୨।୧୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ବ୍ଲକ ଅଧ୍ୟକ୍ଷ ପଦବୀ ଆଦିବାସୀ ସଂରକ୍ଷିତ ହୋଇଥିଲେ ମଧ୍ୟ ଏହି ବ୍ଲକରେ ଆଦିବାସୀ ସବୁଠୁ ବେଶୀ...

Advertisement
Archives

Model This Week