କାଠକୁ ଦେଉଛନ୍ତି ଜୀବନ୍ତ ରୂପ

ପାଟଣା, ୮ା୧୧(ସ୍ବ.ପ୍ର.): ତାଙ୍କ ନିହାଣ ମୁନରେ କାଠ କଥା କହେ, ହାତର ସ୍ପର୍ଶରେ ହୋଇଉଠେ ଅନନ୍ୟ। ଘରକରଣାଠାରୁ ଆରମ୍ଭ କରି ପ୍ରତିମୂର୍ତ୍ତିକୁ ଦିଅନ୍ତି ଜୀବନ୍ତ ରୂପ। ବିନା ପ୍ରଶିକ୍ଷଣରେ ନିଖୁଣ କଳାକୃତି ନିର୍ମାଣ କରିବା ସହ କଣ୍ଢେଇ ନୃତ୍ୟଶିଳ୍ପୀ ଭାବେ ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ବ୍ୟକ୍ତିତ୍ୱ ହେଲେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ (୬୯)। ସେ ଏକାଧାରରେ ଜଣେ କାଠ କଣ୍ଢେଇ ମୂର୍ତ୍ତି କାରିଗର ଓ କଣ୍ଢେଇ ନୃତ୍ୟଶିଳ୍ପୀ। ସେ ଅଦରକାରୀ କାଠ, ବାଉଁଶ ଓ ପ୍ଲାଷ୍ଟିକ୍‌ରୁ ମନୋରମ ଘରକରଣା ସାମଗ୍ରୀ ଓ ବିଭିନ୍ନ ପ୍ରକାର ଖେଳନା ତିଆରି କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ବୁଢ଼ୀକାପୁଡ଼ି ପଞ୍ଚାୟତ ନେଉଳପଶି ଗାଁର ରମେଶ ସାର୍‌ ଶିକ୍ଷକ ଭାବେ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିଛନ୍ତି। ଉକ୍ତ ବ୍ଲକ ତେନ୍ତୁଳି ବିଦ୍ୟାଳୟରୁ ଅବସର ଗ୍ରହଣ ପରେ କଳା ପ୍ରତି ମନୋନିବେଶ କରିଛନ୍ତି। ନିଜେ ନିହାଣ ମୁନରେ କାଠ କଣ୍ଢେଇ ନିର୍ମାଣ କରନ୍ତି। ତାକୁ ବିଭିନ୍ନ ରଙ୍ଗ ପୋଷାକରେ ସଜେଇ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ କଣ୍ଢେଇ ନୃତ୍ୟ କରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ତାଙ୍କର ଲୋକପ୍ରିୟ କଣ୍ଢେଇ ନାଟକ ମଧ୍ୟରେ ବୀର ଶିଶୁ ଅଭିମନ୍ୟୁ, ମହିଷାମର୍ଦ୍ଦିନୀ ନାଟକ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସେ କାଠ, ମାଟି ଓ ସିମେଣ୍ଟ ଯୋଗେ ସମ୍ମୁଖରେ ଥିବା ବ୍ୟକ୍ତି ଓ ଚିତ୍ର ଦେଖି ଅବିକଳ ପ୍ରତିମୂର୍ତ୍ତି ଗଢ଼ି ପାରୁଛନ୍ତି। ୨୦୨୦ରେ କେନ୍ଦୁଝର ଗୋନାସିକା ମହୋତ୍ସବରେ ତାଙ୍କ ନିର୍ମିତ ବିଭିନ୍ନ ଖେଳନା ଓ ଘର ତିଆରି ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଏଥିରୁ ସେ ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଶିକ୍ଷକତାରୁ ଅବସର ପରେ ଗତ ୧୦ ବର୍ଷ ରମେଶଙ୍କ ଜୀବନରେ କଳା ପ୍ରତି ଥିବା ଅଦମ୍ୟ ଅନୁରାଗ ଓ ନିଷ୍ଠା ତାଙ୍କୁ ସଫଳତା ଆଣିଦେଇଛି। ନିଜର ପ୍ରତିଭା ପାଇଁ ଜିଲା ଓ ଜିଲା ବାହାରେ ସ୍ବତନ୍ତ୍ର ପରିଚୟ ପାଇବା ସହ ଆଖପାଖ ଅଞ୍ଚଳରେ ଆଦୃତି ଲାଭ କରିଛନ୍ତି। ବହୁମୁଖୀ ପ୍ରତିଭାର ଅଧିକାରୀ ରମେଶ ସାର୍‌ ଏଥିପାଇଁ ବିଧିବଦ୍ଧ ଭାବେ କାହାଠାରୁ ପ୍ରଶିକ୍ଷଣ ଗ୍ରହଣ କରିନାହାନ୍ତି କି କାହାଠାରୁ ତାଲିମ ନେଇନାହାନ୍ତି। ଏସବୁ କାର୍ଯ୍ୟ ପାଇଁ ତାଙ୍କୁ ସରକାରୀସ୍ତର, ବେସରକାରୀସ୍ତରରେ କୌଣସି ପ୍ରୋତ୍ସାହନ ମଧ୍ୟ ମିଳିନାହିଁ। ରମେଶ ସାର୍‌ କୁହନ୍ତି, ପ୍ରଚାର ପ୍ରସାର ଓ ସମ୍ମାନ ପଛରେ ମୁଁ ଦୌଡ଼େ ନାହିଁ। କଳା ପ୍ରତି ପିଲାବେଳୁ ଅନୁରାଗ ଥିଲା। ଶିକ୍ଷକତା ଜୀବନର ବ୍ୟସ୍ତତା ମଧ୍ୟରେ ସମୟ ମିଳୁ ନ ଥିଲା। ଏସବୁ କରିବା ଦ୍ୱାରା ମୋତେ ଏକ ମାନସିକ ଶାନ୍ତି ମିଳିଥାଏ। ଏଥିପାଇଁ ତାଙ୍କ ସ୍ତ୍ରୀ କସ୍ତୁରୀ ନିରବଚ୍ଛିନ୍ନ ଭାବେ ସହଯୋଗ ସହ ପ୍ରେରଣା ଯୋଗାଇଛନ୍ତି ବୋଲି ସେ କହିଛନ୍ତି। କଣ୍ଢେଇ ନୃତ୍ୟକୁ ସରକାର ସ୍ବୀକୃତି ଦେବା ସହ ରମେଶଙ୍କୁ ପ୍ରୋତ୍ସାହନ ଯୋଗାଇବା ଦରକାର ବୋଲି ବୁଢ଼ୀକାପୁଡ଼ିର ପୂର୍ବତନ ସରପଞ୍ଚ ଯଦୁମଣି ନାଏକଙ୍କ ସହ ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ପାହାଡ଼ରୁ ଧସିଲା ମାଟି ଅତଡ଼ା

କୋରାପୁଟ/ନାରାୟଣପାଟଣା,୭।୧୨(ଅମିତାଭ ବେହେରା/ରାଜକିଶୋର ଜେନା): ବାତ୍ୟା ମିଗ୍‌ଜୋମ୍‌ର ଭୟ ଟଳି ଯାଇଥିବା ବେଳେ ଦେଇଯାଇଛି ଦୁଃଖ l ଏହାର ପ୍ରଭାବରେ କୋରାପୁଟ ଜିଲାରେ ୨ ଦିନ ହେଲା...

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri