‘ଥିଲେ ଦିଅ, ନ ଥିଲେ ନିଅ’

ଭୁବନେଶ୍ୱର,୨୪।୪(ବ୍ୟୁରୋ): ସ୍ଥାନୀୟ ୩୪ ନଂ ୱାର୍ଡ ସତ୍ୟନଗର ଡେଭେଲପମେଣ୍ଟ ଓ କଲ୍‌ଚରାଲ୍‌ ସୋସାଇଟିଠାରେ ଶନିବାର ଉଡ୍ର ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ‘ଥିଲେ ଦିଅ, ନ ଥିଲେ ନିଅ’ ଅଭିଯାନ ମାଧ୍ୟମରେ ବସ୍ତ୍ର ଓ ଛତା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତ୍ର ଏବଂ ଛତାର ଅଭାବ ଥିବା ଲୋକଙ୍କୁ ସଂଗ୍ରହ କରାଯାଇଥିବା ପୁରୁଣା ବସ୍ତ୍ର ଏବଂ ଛତାଗୁଡିକୁ ବଣ୍ଟନ କରି ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଉଡ୍ର ଏକ ପ୍ରୟାସ। ଲୋକଙ୍କୁ ଖଣ୍ଡେ ବସ୍ତ୍ର ଓ ଗୋଟେ ଛତା ଯୋଗାଇ ଦିଆଯାଇଥିଲା। ୬ ବର୍ଷ ଧରି ଉଡ୍ର ଏହି ପ୍ରୟାସ କରିଆସିଛି। ତେବେ ପୂର୍ବବର୍ଷ ଏହି କାର୍ଯ୍ୟକ୍ରମରେ ୨୫ହଜାରରୁ ଉର୍ଦ୍ଧ୍ୱ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପରାମର୍ଶଦାତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ରୁଦ୍ରାକ୍ଷ ପାଣିଗ୍ରାହୀ, ଲୋକନାଥ ପଣ୍ଡା, ତୁଷାର ପଟ୍ଟନାୟକ, ଶୀତଲ୍‌ ପାତ୍ର, ପ୍ରଭାତ ଶତପଥୀ, କିଶୋର ଦାସ, ଜୋଷିକା ବୋଷ ଓ ଉଡ୍ର ପରିବାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡହଡ଼ହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ: ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ଓଡ଼ିଶା। ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ସକାଳ ୯ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଜନଜୀବନ...

ତୃତୀୟ ଲହରରେ ଅଧିକ ଗୁରୁତର ହେଉଛନ୍ତି ସ୍ନାୟୁ ରୋଗୀ

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ଓମିକ୍ରନରେ କୋଭିଡ୍‌ ସରିବନାହିଁ। ତୃତୀୟ ଲହର ପରେ ଚତୁର୍ଥ ଲହର ବି ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ମଙ୍ଗଳବାର ସୂଚନା ଓ...

ଗିରଫ ହେଲେ କୋଟିପତି ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲେଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବୁଧବାର ଗିରଫ କରାଯାଇଛି। ଶେଷରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

୨୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୯।୮(ବ୍ୟୁରୋ):ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ଏହା ଶେଷ ନ ହେଉଣୁ ୨୩ରେ ଆଉ ଏକ ଲଘୁଚାପ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ...

୨୦୨୦ରେ ଭୁବନେଶ୍ୱର ଆର୍ଟ ସମିଟ୍‌

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅଜର୍ର୍ନ କରିଥିବା କଳାକାରମାନଙ୍କ ଚିତ୍ରକଳାକୁ ନେଇ ଭୁବନେଶ୍ୱର ‘ଆର୍ଟ ସମିଟ୍‌ ୨୦୧୯’ର ପ୍ରି-ଶୋ ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରି ପରିସରରେ...

ଖାଦ୍ୟାଭାବ ଆଶଙ୍କା

ଅସ୍ବାଭାବିକ ମୌସୁମୀ ଦେଶର ଖାଦ୍ୟ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଦିଗରେ ‘ସ୍ବାଭାବିକ...

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର,୫ା୨(ବ୍ୟୁରୋ): ପଶ୍ଚିମାବାୟୁ ପ୍ରବାହ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦିନତମାମ ଆକାଶ ମେଘାଚ୍ଛନ୍ନ ରହିବା...

ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୩୮କୁ ବୃଦ୍ଧି

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି। ପ୍ରତିଦିନ କୌଣସି ନା କୌଣସି କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଶୁକ୍ରବାର ରାଜ୍ୟରୁ ଆଉ...

Advertisement
Archives

Model This Week