ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ପୋଲିସ ପକ୍ଷରୁ ଦିଆଯାଇଥିବା ବୟାନରେ ତାଳମେଳ ରହୁ ନ ଥିବାରୁ ଏହା ଗପ ଶୁଣିବା ଭଳି ମନେ ହେଉଛି। କାରଣ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଯେଉଁ ବୟାନ ଦେଉଛନ୍ତି ସେଥିରେ ସ୍ପଷ୍ଟତା ରହୁନାହିଁ। ପ୍ରଥମେ କୁହାଗଲା ଅଭିଯୁକ୍ତ ସନ୍ତୋଷ ସ୍କ୍ରୁ ଡାଇଭରରେ ନୟାପଲ୍ଲୀ ଥାନାର ଜଣେ ଏସ୍‌ଆଇଙ୍କୁ ଆକ୍ରମଣ କରିବା ସମୟରେ ପୋଲିସ ନିଜକୁ ବଞ୍ଚାଇବାକୁ ଯାଇ ଗୁଳି ଚାଳନା କରିଥିଲା। ଉକ୍ତ ଗୁଳି

ଅଭିଯୁକ୍ତଙ୍କ ଡାହାଣ ଗୋଡ଼ର ପାଦ ଉପରକୁ ବାଜିଥିଲା। ହେଲେ ଅଭିଯୁକ୍ତ ସନ୍ତୋଷଙ୍କୁ ଷ୍ଟ୍ରେଚରରେ ମେଡିକାଲ ନିଆଯାଉଥିବାବେଳେ ତାଙ୍କ ଗୋଡ଼ରେ କୌଣସି ଗୁଳି ବାଜି କ୍ଷତ ହୋଇ ନ ଥିବା ଦେଖିବାକୁ ମିଳିଥିଲା। ପରେ ଏକ କୋଠରିକୁ ନିଆଯାଇ ତାଙ୍କ ଗୋଡ଼ରେ ବ୍ୟାଣ୍ଡେଜ ବନ୍ଧା ହୋଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ଯଦି ସନ୍ତୋଷଙ୍କ ଗୋଡ଼ରେ ଗୁଳି ବାଜିଥାନ୍ତା, ତେବେ ସେ ରକ୍ତାକ୍ତ ହେବା ସହ ତାଙ୍କ ପ୍ୟାଣ୍ଟ ଏବଂ ଷ୍ଟ୍ରେଚରରେ ରକ୍ତ ଲାଗିଥାନ୍ତା, ଯାହାକି ଏଠାରେ ଦେଖିବାକୁ ମିଳି ନ ଥିଲା।
ଅଭିଯୁକ୍ତ ସନ୍ତୋଷଙ୍କ ଗୋଡ଼ରେ ଗୁଳି ବାଜିବା ସମ୍ପର୍କରେ ତାଙ୍କୁ କାବୁ କରିବା ସମୟରେ ଉପସ୍ଥିତ ପୋଲିସଙ୍କୁ ପଚାରିବାରେ ସେମାନେ ମଧ୍ୟ ଭିନ୍ନ କଥା କହିଛନ୍ତି। ଜଣେ ପୋଲିସଙ୍କ କହିବାନୁସାରେ ଗୁଳି ଅଭିଯୁକ୍ତଙ୍କ ଡାହାଣ ଗୋଡ଼ରେ ନ ବାଜି ସାମାନ୍ୟ ଘଷି ହୋଇଯାଇଥିଲା। ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି ଯେ, ପୋଲିସ କମିଶନରଙ୍କ କହିବା ଅନୁସାରେ ଯଦି ସନ୍ତୋଷଙ୍କ ଗୋଡ଼ରେ ଗୁଳି ବାଜିଥିଲା, ତେବେ ସେ ଗୁଳି ଗଲା କୁଆଡ଼େ। ପୋଲିସର ଏଭଳି ୨ପାଖିଆ କଥାବାର୍ତ୍ତା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି। ଏପରି କି ଅଭିଯୁକ୍ତ ସନ୍ତୋଷ ଚାବି ରିଙ୍ଗ୍‌ରେ ଲାଇଟର ଭଳି ଦେଖାଯାଉଥିବା ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିଥିବା କଥା ପୋଲିସ କମିଶନର କହିଥିଲେ। କିନ୍ତୁ ଭରତପୁର ଥାନା ଅନ୍ଧାରୁଆଠାରେ ତାଙ୍କୁ ପୋଲିସ ଗୁଳି କଲା ପରେ ତାଙ୍କ ନିକଟରୁ ଏକ ବଡ଼ ଏୟାର ଗନ୍‌ ଜବତ କରାଯାଇଥିବା ପୋଲିସ ଦେଖାଇଥିଲା। ସେହିପରି ପୋଲିସ ଅଭିଯୁକ୍ତଙ୍କ ମୁହଁରେ ଗାମୁଛା ଘୋଡ଼ାଇବାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। କାରଣ ପୂର୍ୱରୁ ପୋଲିସ ଯେଉଁ ଅପରାଧୀଙ୍କୁ ଗୁଳିମାଡ଼ କରିଛି, ସେମାନଙ୍କର ମୁହଁକୁ ସର୍ୱସାଧାରଣରେ ଦେଖାଇଛି। କିନ୍ତୁ ଏହି ଘଟଣାରେ ପୋଲିସ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳିଛି। ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ହେବ ବୋଲି ତାଙ୍କର ମୁହଁ ପ୍ରଦର୍ଶନ କରା ନ ଯିବା ପୋଲିସ କହିଥିବାବେଳେ ପୀଡ଼ିତା କିନ୍ତୁ ଅଭିଯୁକ୍ତ ମୁହଁରେ ମାସ୍କ ପିନ୍ଧିଥିବାରୁ ତାଙ୍କୁ ଚିହ୍ନି ପାରି ନ ଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏଠାରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନାରେ ଅଭିଯୋଗର ସତ୍ୟତା ଜଣାପଡ଼ିବାକୁ ଥିବାବେଳେ ଟିଆଇ ପରେଡ କେଉଁ ଉଦ୍ଦେଶ୍ୟ ରଖି ପୋଲିସ କରିବାକୁ ଚାହୁଁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆହୁରି ମଧ୍ୟ ପୋଲିସ ଅଭିଯୁକ୍ତ ସନ୍ତୋଷଙ୍କ ଘର ଗଞ୍ଜାମ ଜିଲାର ଜଗନ୍ନାଥ ପ୍ରସାଦ ବୋଲି ଦର୍ଶାଇଛି। ହେଲେ ସନ୍ତୋଷଙ୍କ ଘର ବାସ୍ତବରେ ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଡିମିରିପାଲି ଗଁାରେ। ପୋଲିସର ଏଭଳି ଏକାଧିକ ବୟାନରେ ତାଳମେଳ ନ ଥିବାରୁ କିଛି ଷଡ଼ଯନ୍ତ୍ର କରାଯାଇ ଅଭିଯୁକ୍ତଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?