ନିର୍ଦ୍ଦେଶ ସତ୍ତ୍ୱେ ଗୀତାଞ୍ଜଳିଙ୍କୁ ଦିଆଯାଉନି ନିଯୁକ୍ତି: ପରିବାର ସହିତ ସାମୂହିକ ଆତ୍ମାହୂତି ଦେବାକୁ ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

ଅମରପାଲି,୨୨ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଗ୍ରାମର ଗୀତାଞ୍ଜଳି ସାହୁଙ୍କୁ କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ନିଯୁକ୍ତି ଦିଆଯାଉନାହିଁ। ଏହି କାରଣରୁ ସେ ପରିବାର ସହିତ ଆତ୍ମାହୂତି ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି।
ଅଭିଯୋଗ ଅନୁସାରେ ମୁର୍ଷୁଣ୍ଢି ଗ୍ରାମର ଗୀତାଞ୍ଜଳି ସାହୁ ୨୦୧୧ ମସିହାରେ ରେଢାଖୋଲ କେନ୍ଦୁପତ୍ର ବନଖଣ୍ଡ ପକ୍ଷରୁ ବନପାଳ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିବାବେଳେ ଆବେଦନ କରିଥିଲେ। ପରେ ଏଥିପାଇଁ ପରୀକ୍ଷା ମଧ୍ୟ ଦେଇଥିଲେ। ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସତ୍ତ୍ୱେ ମେରିଟ ଲିଷ୍ଟରେ ତାଙ୍କ ନାମ ନ ଥିବାରୁ ସେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଗୀତାଞ୍ଜଳିଙ୍କ ଖାତାରୁ ଠିକ୍‌ ଉତ୍ତରରେ ଭୁଲ ମାର୍କ ଦିଆଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଭୁଲ ଉତ୍ତରରେ ଠିକ୍‌ ମାର୍କ ଦିଆଯାଇଥିବା ଜଣାପଡିଥିଲା। ଫଳରେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଚାକିରି ପାଇଥିବା ସେ ଅଭିଯୋଗ କରିଥିଲେ। ଏନେଇ ଗୀତାଞ୍ଜଳି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣି ନଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟ ହୋଇ ସେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ତେବେ ସେହି ମାମଲାରେ ଏକ ମିଥ୍ୟା ସତ୍ୟପାଠ ଦେଇ ବନ ବିଭାଗ ଗୀତାଞ୍ଜଳିଙ୍କୁ ଦୋଷୀ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କୋର୍ଟ ତାଙ୍କର ଆବେଦନ ଏବଂ ତଥ୍ୟକୁ ଦେଖି ଡିଗ୍ରୀ ଦେବା ସହିତ ଗୀତାଞ୍ଜଳିଙ୍କୁ ଚାକିରି ସହିତ ସେହି ଦିନଠାରୁ ଦରମା ଦେବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଇତ୍ୟବସରେ ୬ମାସ ବିତିଯାଇଥିଲେ ମଧ୍ୟ ବନ ବିଭାଗ କୋର୍ଟ ନିର୍ଦ୍ଦେଶ ଅବଜ୍ଞା କରି ଆଜି ପର୍ଯ୍ୟନ୍ତ ତାଙ୍କୁ ଚାକିରି ଦେଇନାହାନ୍ତି। ଏନେଇ ଗୀତାଞ୍ଜଳି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କେହି ଶୁଣୁ ନ ଥିବା ସେ ଅଭିଯୋଗ କରିବା ପରିବାର ସହିତ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୪ ତାରିଖ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସାମୂହିକ ଆତ୍ମାହୂତି ପାଇଁ ନିଷ୍ପତ୍ତି ନେଇଥିବା ସେ ପ୍ରକାଶ କରିଛନ୍ତି। ତେବେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ତୁରନ୍ତ ଚାକିରି ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ରେଢ଼ାଖୋଲ ଡିଏଫ୍‌ଓଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri