ଅଦା ଚାଷ କରିଛି ସ୍ବାବଲମ୍ବୀ

କେନ୍ଦୁଝର,୧୦ା୨ (ସ୍ବ.ପ୍ର.)-ଦେଶୀ ଅଦାର ଚାହିଦା ସବୁଠି ରହିଛି । ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ଚା’ଠାରୁ ଆରମ୍ଭ କରି ତରକାରୀ, ଔଷଧ ପ୍ରସ୍ତୁତିରେ ଏହାର ବ୍ୟବହାର ରହିଛି। ଲୋକ ମାନେ ଏହାକୁ ନିତିଦିନିଆ ସାମଗ୍ରୀ ଭାବରେ ବ୍ୟବହାର କରିଆସୁଛନ୍ତି। ଏଣୁ ଏହାକୁ ଆଖି ଆଗରେ ରଖି ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାକୁମୁଟିଆ ଗ୍ରାମର ଭୂୟାଁ ଜନଜାତିର ଲୋକମାନେ ନିଜ ଉଦ୍ୟମରେ ଅଦା ଚାଷ କରି ରୋଜଗାରର ବାଟକୁ ଆପଣେଇଛନ୍ତି। ବିନା ସହାୟତାରେ ନିଜେ ଏହି ଚାଷ କରି ପାଖାପାଖି ୧୫ ପରିବାର ସ୍ବାବଲମ୍ବୀ ହୋଇପାରିଛନ୍ତି। ଏବେ ଟିକେ ଆଗକୁ ଯାଇ ସେମାନେ ନିଜ ଉଦ୍ୟମରେ ଅଦା ଚାଷ ଆରମ୍ଭ କରିଛନ୍ତି। ଯଶୋଦା ଧାଙ୍ଗଡା କହିଛନ୍ତି ଯେ ଆଗରୁ ଖାଇବା ପାଇଁ ଟିକେ ଟିକେ ଚାଷ କରୁଥିଲୁ। ଏବର୍ଷ ଅଧିକ ଜମିରେ ଚାଷ କରିଛୁ ଏବଂ ଏବେ ଅମଳ କରି ହାଟବଜାରରେ ବିକୁଛୁ। ଗତ ବର୍ଷ କରିଥିବା ଅଦାକୁ ବିହନ ଭାବରେ ସାଇତି ରଖି ସେସବୁକୁ ଚଳିତ ବର୍ଷ ଚାଷ କରିଛୁ। ରଜ ସମୟରେ ଚାଷ କରି ମକର ପରେ ଅମଳ କରୁଛୁ ବୋଲି ସେ କହିଛନ୍ତି। ଏହି ସବୁ ଚାଷ କାର୍ଯ୍ୟରେ ବନବାସୀ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ସେମାନେ ଚାଷ କାମରେ ସହଯୋଗ କରିବା ସହ ବିକ୍ରି ବଟା ପାଇଁ ହାଟବଜାର ଯାଇଥାନ୍ତି। କିନ୍ତୁ ବଜାର ଅଭାବରୁ ସେମାନେ ଅଦାର ଠିକ ମୂଲ୍ୟ ପାଉ ନ ଥିବା କହିଛନ୍ତି। କିଲୋ ୫୦ରୁ ୬୦ ଟଙ୍କାରେ ବିକୁଥିବା ବେଳେ ସାଇତି ରଖିବା ପାଇଁ କୌଣସି ସୁବିଧା ନ ଥିବାରୁ ନଷ୍ଟ ମଧ୍ୟ ହୋଇଯାଉଛି। ଏଣୁ ଆଗ୍ରହ ଥିଲେ ହେଁ ବାଂଶପାଳ ବ୍ଲକ ଅଞ୍ଚଳର ଏହି ଭୂୟାଁ ଓ ଜୁଆଙ୍ଗ ବନବାସୀ ମାନେ ହଳଦୀ ଭଳି ଅଦା ଚାଷ ଅଧିକ ପରିମାଣରେ କରିପାରୁନାହାନ୍ତି। ହଳଦୀ ଭଳି ଅଦା ଚାଷ ପାହାଡିଆ ଜମିରେ ଭଲ ହୋଇଥାଏ ଏବଂ ଏଥିପାଇଁ କମ ପାଣିର ଆବଶ୍ୟକତା ରହିଥାଏ। ସେହିପରି ଏହାକୁ ଗୋରୁଗାଈ ବା ହାତୀ ଖାଇ ନ ଥାନ୍ତି। ଏଣୁ ଏହାର ଅଧିକ ସୁରକ୍ଷା ଜରୁରୀ ହୋଇ ନ ଥାଏ। ସେମାନଙ୍କୁ ସରକାରୀ ସୁବିଧା ମିଳୁନାହିଁ ା ନିଜେ ବିହନ ରଖିଥିଲୁ ା ସାର କିଣି ପକେଇଲୁ। ପ୍ରାୟ ୧୨ଶହ ଟଙ୍କା ଖର୍ଚ୍ଚ କରିଛୁ ା ଭାବୁଛୁ ୫ ହଜାର ଟଙ୍କା ପାଇବୁ ା ବିକିଲେ ଜାଣିବୁ ବୋଲି ବନବାସୀ ଉଲ୍ଲାସ ନାଏକ କହିଛନ୍ତି। ସୁବିଧା ମିଳିଲେ ଆଉ ଟିକେ ଭଲ କରି ପାରିବୁ ା ଏହା ଛଡା ପନିପରିବା ଚାଷ ମଧ୍ୟ କରୁଛୁ ା ସମସ୍ତେ ନିଜ ନିଜର ଅଦା ଧରି ମିଶି ଅଟୋଭଡା ଦେଇ ହାଟବଜାରକୁ ଆଣୁଛୁ ଏବଂ ବିକିବା ପରେ ଘରକୁ ଫେରୁଛୁ ବୋଲି ବନବାସୀ ଦସରୀ ଧାଙ୍ଗଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ବର୍ଷା: ଜମିରେ ଭାସୁଛି ପାଚିଲା ଧାନ

ଲଙ୍ଗଳେଶ୍ୱର, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁ ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ସବୁ ପାଣିରେ ଭାସୁଛି। ବିଶେଷ କରି...

କାଠ ଉପରେ ଚାଲିବେ ସଂକ୍ରିଡ଼ାବାସୀ

ବନ୍ତଳା, ୧୨ା୧୦ (ଡି.ଏନ୍‌.ଏ.):  ଶିଳ୍ପାୟନରେ ଆଗୁଆ ଅନୁଗୋଳ। ରାଜ୍ୟର ସର୍ବାଧିକ ରାଜସ୍ବ ମଧ୍ୟ ଆଦାୟ ହେଉଛି ଏହି ଜିଲାରୁ। ହେଲେ ଜିଲାରେ ଏମିତି ବି ଗଁା...

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା...

ଭାଷା ଆନ୍ଦୋଳନ ସମିତି ପକ୍ଷରୁ ଖବରଦାତା ସମ୍ମିଳନୀ:ବିଦଗ୍ଧ ପ୍ରତିଭାମାନଙ୍କ ଜୟନ୍ତୀ ପାଳନକୁ ନେଇ କ୍ଷୋଭ

ନୟାଗଡ଼ ଅଫିସ,୨୪ା୧୨: ନୟାଗଡ଼ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲଠାରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଦଗ୍ଧ ପ୍ରତିଭାମାନଙ୍କ...

ଏନ୍‌କାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର

ରାଉରକେଲା, ୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ବିଶ୍ରା ମଣ୍ଡପ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ...

ଦୋକାନ ଭିତରେ ପଶିଗଲା ଟ୍ରକ୍‌

ତେଲକୋଇ,୧୮ା୮(ରଞ୍ଜିତ ବିଶ୍ବାଳ): କେନ୍ଦୁଝର ଜିଲା ତେଲକୋଇ ଜାତୀୟ ରାଜପଥ ଜଗମୋହନପୁର ଛକରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଦୋକନ ଭିତରେ ପଶିଯାଇଛି। ଦୁର୍ଘଟଣାରେ ଜଣେ ଗୁରୁତର...

ମରାମତି ଘାଇ ଭାଙ୍ଗିଲା

ଯାଜପୁର ଅଫିସ,୨୨ା୮: ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି।...

ସରକାରୀ କର୍ମଚାରୀ ମାନ୍ୟତା, ବକେୟା ପ୍ରଦାନ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପାଚିକା-ସହାୟିକା

ଅନୁଗୋଳ ଅଫିସ, ୩।୧୧ – ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକରୀ କରିବାକୁ ନିୟୋଜିତ ପାଚିକା-ସହାୟିକାମାନଙ୍କୁ ନିୟମିତ ସରକାରୀ କର୍ମଚାରୀର ମାନ୍ୟତା, ବକେୟା ପାରିଶ୍ରମିକ...

Advertisement
Archives

Model This Week