କୋରାପୁଟିଆ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ

କୋରାପୁଟ,୩ା୯(ଅମିତାଭ ବେହେରା)କୋରାପୁଟ ଜିଲା ପାଇଁ ଆସିଛି ଖୁସି ଖବର। କୋରାପୁଟରେ ଉତ୍ପାଦିତ ହେଉଥିବା କୋରାପୁଟିଆ ବିରଳ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ। କୋରାପୁଟର କଫି, ଝାଡୁ, ସାବୁନ, ହଳଦୀ ପରେ ବିରଳ ଧାନ କଳାଜିରା ଚାଉଳକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବାକୁ ଯାଉଛି। ଏହି ଅବସରରେ ଓଡିଶାର ୭ଟି ଉପତ୍ାଦକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବାକୁ ତାଲିକାଭୁକ୍ତ କରାଯାଇଥିବା ଜଣାପଡିଛି। ସେଗୁଡିକ ହେଲା କୋରାପୁଟର କଳା ଜିରା ଧାନ, ଲାଞ୍ଜିଆ ସଉରାଙ୍କ ପଟ୍ଟଚିତ୍ର, ଢେଙ୍କାନାଳର ମଗଜ ଲଡୁ, ଶିମିଳିପାଳର କାଇଚଟଣି, ନୟାଗଡର କଣ୍ଟେଇମୁଣ୍ଡି ବାଇଗଣ , ଡଙ୍ଗରିଆଙ୍କ ହାତବୁଣା ଚାଦର, ଓଡିଶାର ଖଜୁରିଗୁଡ। ଆସନ୍ତା ୩ ମାସ ମଧ୍ୟରେ ଏସବୁ ଉପତ୍ାଦଗୁଡିକ ଉପରେ କୌଣସି ଆପତି ଅଭିଯୋଗ ନ ଆସିଲେ ଜିଆଇ ଟ୍ୟାଗ ମିଳିବ ବୋଲି ଜଣାପଡିଛି।

ପ୍ରକାଶ ଯେ, ଗତ କିଛି ମାସ ତଳେ କୋରାପୁଟ ଜିଲାର କଳାବତୀ ଧାନ ଯାହା ମଧୁମେହ ଓ କ୍ୟାନସର ଭଳି ମାରାତ୍ମକ ରୋଗର ଅମୂଲ୍ୟ ଔଷଧ ରୂପେ ବିବେଚିତ ହୋଇଛି ତାହାକୁ ଆସାମ ବିଶ୍ୱବିଦ୍ୟାଳୟ ଜିଲାର ଜୈବିକଶ୍ରୀ କୃଷି ଉପତ୍ାଦକ କମ୍ପାନୀ ମାଧ୍ୟମରେ ୫୫ କୁଇଣ୍ଟାଲ ଧାନ ଆସାମ କୃଷି ବିଶ୍ୱବିଦ୍ୟାଳକୁ ବିକ୍ରୟ କରାଯାଇଛି। ସେହିପରି କୋରାପୁଟ ଜିଲାର କଳା ଜିରା ଚାଉଳରେ ଗୁଣାତ୍ମକମାନ ଅଧିକ ଥିବାରୁ ଏହା ଖିରି ଓ ବିରିଆନି ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ା ପ୍ରାକୃତିକ ଦୁର୍ବିପାକକୁ ସହ୍ୟ କରିବାରେ ଏହି ଧାନର କ୍ଷମତା ଅନ୍ୟ ଧାନଠାରୁ ଯଥେଷ୍ଟ ଅଧିକ ରହିଥିବା କୋରାପୁଟସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗର ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ଜିଲାର ୧୬୦ ପ୍ରକାରର ଧାନର ଗୁଣବତାକୁ ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷଣା କରିଥିଲା ା ତେବେ କଳା ଜିରା ଧାନରେ ବିଭିନ୍ନ ଔଷଧୀୟ ଗୁଣ ରହିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ରିର୍ପୋଟରେ ଦର୍ଶାଯାଇଛି। ଏହାକୁ ନେଇ ବଜାରରେ ଏହି ଧାନର ଚାହିଦା ବେଶ ଅଧିକ ରହିଛି। ଏହି ଧାନ କୋରାପୁଟରେ ବହୁଳ ଭାବେ ଚାଷ କରାଯାଉଥିବା ବେଳେ ଦିନକୁ ଦିନ ଏହାର ଆଦର ଜିଲା ସମେତ ଜିଲା ବାହାରର ବଜାରରେ ବୃଦ୍ଧି ପାଇବାରେ ଲାଗଛି। ଏକର ପିଛା ଏହା ୫ରୁ ୧୦ କୁଇଣ୍ଟାଲ ଧାନ ଅମଳ ହେଉଥିବା ବେଳେ ଅମଳ ପାଇଁ ଏହି ଧାନ ୧୪୦ରୁ ୧୫୫ ଦିନ ସମୟ ନେଇଥାଏ। ଏହି ବିରଳ ଧାନକୁ ଆନ୍ତର୍ଜାତୀୟ ବଜାରରେ ସ୍ଥାନ ଦେବା ତଥା ଜିଆଇ ଟ୍ୟାଗ ମାନ୍ୟତା ନେଇ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ପୟାସ କରାଯାଇଥିଲା। ଏହାକୁ ଜିଆଇ ଟ୍ୟାଗ ମିଳିବା ନେଇ ତାଲିକାଭୁକ୍ତ ହେବା ଜଣାପଡିବା ପରେ କୋରାପୁଟରେ ଖୁସିର ଲହରୀ ଖେଳିଯାଇଛି ା ଏହି ଧାନ କୋରାପୁଟ ଜିଲାର ବିଶେଷ କରି ଜୟପୁର, କୋଟପାଡ, ବୋରିଗୁମ୍ମା, ବୈପାରିଗୁଡା ଆଦି ବ୍ଲକରେ ବହୁଳ ଭାବେ ଚାଷ କରାଯାଇଥାଏ। ଜିଲାର ୧୪ଟି ବ୍ଲକର ପ୍ରାୟ ୧୮ଶହ ଚାଷୀ କଳାଜିରା ଧାନ ଚାଷ କରି ବାର୍ଷିକ ୧୦୦ କୁଇଣ୍ଟାଲ ଧାନ ଅମଳ କରିଥାନ୍ତି। ଏବେ ଜିଲା ପ୍ରଶାସନ କଳାଜିରା ଧାନ ଭଳି ଅନ୍ୟ ବିରଳ ଧାନଗୁଡିକୁ ଚାଷ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କଲେ ଅନେକ ବିରଳ କିସମର ଧାନ ଓଡିଶା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଧାନ ଗବେଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri