ଟିକା ନିଅନ୍ତୁ ନେତା

ଭାରତରେ କୋଭିଡ୍‌-୧୯ ଟିକାର ଶୁଭାରମ୍ଭ ୧୬ ଜାନୁୟାରୀରେ ହେବା ପରେ ଏହାକୁ ମଣିଷ ପାଇଁ ବରଦାନ ସଦୃଶ ବୋଲି କୁହାଯାଉଛି। ନେତାମାନେ ଦେଶର ବିଭିନ୍ନ ପ୍ରାନ୍ତରେ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଟିକା କେତେ ନିରାପଦ ସେହି ବିଷୟରେ ଲୋକଙ୍କ ମନରେ ସନ୍ଦେହ ଉପୁଜିଲା ବେଳକୁ ଉତ୍ତର ପ୍ରଦେଶର ମୋରଦାବାଦର ଏକ ସରକାରୀ ହସ୍ପିଟାଲର କର୍ମଚାରୀ ଟିକା ନେଇ ମୃତ୍ୟୁ ଘଟିବା ଆଶଙ୍କା ବଢ଼ାଇ ଦେଇଛି। ସମ୍ପୃକ୍ତ ବ୍ୟକ୍ତି ୧୬ ତାରିଖରେ ଟିକା ନେଇଥିବା ବେଳେ ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ତାଙ୍କ ମୃତ୍ୟୁ ପାଇଁ ଟିକାକୁ ଦାୟୀ କରିଥିବା ବେଳେ ସେଠାକାର ଚିଫ୍‌ ମେଡିକାଲ ଅଫିସର ସେହି ମୃତ୍ୟୁ ସହ ଟିକାର ସମ୍ପର୍କ ନାହିଁ ବୋଲି କହିଛନ୍ତି। ବାସ୍ତବ ବିଷୟ ହେଉଛି, ଖୁବ୍‌ କମ୍‌ ସମୟ ମଧ୍ୟରେ ବିକଶିତ ହୋଇଥିବା ଟିକା କେଉଁଭଳି ଭାବେ ଫଳପ୍ରଦ ହୋଇପାରିବ, ତାହା ଅନେକଙ୍କୁ ଚିନ୍ତାରେ ପକାଇ ଦେଇଛି। ବିଶ୍ୱ ପ୍ରେକ୍ଷାପଟରେ ଦେଖିଲେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଭିନ୍ନ ଦେଶରେ ହୋଇଥିବା ଟିକାକରଣ ଯୋଗୁ ଅଦ୍ୟାବଧି ୮୪ ଜଣଙ୍କ ପ୍ରାଣହାନି ଘଟି ସାରିଲାଣି ଏବଂ ଅନେକଙ୍କଠାରେ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଉଛି। ଏପରିକି ଇସ୍ରାଏଲ୍‌, ଯେଉଁଠାରେ ଦ୍ରୁତଗତିରେ ଟିକାକରଣ କରାଯାଉଛି ସେଠାରେ କେତେକଙ୍କର ମୁହଁ ପକ୍ଷାଘାତ ହୋଇଯାଇଥିବା ଦେଖିବାକୁ ମିଳିଛି।
ଭାରତ ଭଳି ଏକ ବୃହତ୍‌ ଜନସଂଖ୍ୟାବହୁଳ ଦେଶରେ ସମସ୍ତଙ୍କୁ ଟିକାକରଣ ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର। ଏହା କେତେ ବର୍ଷ ଲାଗିବ କାହାରିକୁ ଜଣାନାହିଁ। ଏଥିସହିତ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବା ଲାଗି କେନ୍ଦ୍ର ସରକାର ଖର୍ଚ୍ଚ କରିବାକୁ ଆଗଭର ହୋଇ ବାହାରି ପଡ଼ିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ୧୨୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କିଏ ଟିକା ଦେବ ଓ ସେଇ ଖର୍ଚ୍ଚ କିଏ ବହନ କରିବ ତାହାର କୌଣସି ସ୍ପଷ୍ଟ ଚିତ୍ର ସରକାର ଦେଉନାହାନ୍ତି। ଏହାଠାରୁ ଯେଉଁ ବିଷୟଟି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି ତାହା ହେଲା ବିଶ୍ୱାସର ସଙ୍କଟ। ଭାରତରେ କୌଣସି ବଡ଼ ରାଜନୈତିକ ବ୍ୟକ୍ତି କିମ୍ବା ଜଣାଶୁଣା ସେଲିବ୍ରିଟିମାନେ ଟିକା ନେବାକୁ ଆଗେଇ ଆସିନାହାନ୍ତି। ଯେଉଁ ନେତାଙ୍କୁ ଏ ବିଷୟରେ ପଚରାଗଲେ ଶୁଣିବାକୁ ମିଳୁଛି ସାଧାରଣ ଲୋକମାନେ ନେଇ ସାରନ୍ତୁ ଆମେ ନେବୁ। କାରଣ ସେମାନଙ୍କ ସ୍ବାସ୍ଥ୍ୟ ଚିନ୍ତା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ ଏଭଳି ବାହାପିଆ କଥା କେତେଦୂର ବିଶ୍ୱାସଯୋଗ୍ୟ ଆମେ ବୁଝିପାରୁଛୁ। ଏହି ପୃଷ୍ଠଭୂମିରେ ଦେଖିଲେ ଅନେକ ବିଶ୍ୱ ନେତା ଆଗେ ଟିକା ନେଇ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ୭୧ ବର୍ଷୀୟ ବେଞ୍ଜାମିନ୍‌ ନେତ୍‌ନ୍ୟାହୁ ୨୦ ଡିସେମ୍ବରରେ ଟିକା ନେଇଥିବା ବେଳେ ଡିସେମ୍ବର ୨୨ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ୭୮ ବର୍ଷୀୟ ଜୋ ବାଇଡେନ୍‌ ଟିକାକରଣ କ୍ଲବରେ ସାମିଲ ହୋଇଛନ୍ତି। ସେହିଭଳି ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଓ ପ୍ରାୟ ସବୁ ଦେଶର ମୁଖ୍ୟମାନେ ଆଗେ ଖୋଲାଖୋଲି ଟିକା ନେବା ପରେ ଦେଶବାସୀଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି। ଏହା ସ୍ବାର୍ଥପର ମନୋଭାବ କହିବା ଅନୁଚିତ। ନିଜେ ନେତାମାନେ ନେଇସାରିବା ପରେ ଅନ୍ୟମାନଙ୍କୁ ଦେଲେ ବିଶ୍ୱାସ ବୃଦ୍ଧି ପାଇପାରନ୍ତା। ବିଶେଷକରି ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍‌ସିନ୍‌ ଟିକାକୁ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟାନ୍ୟ ବିଚାରପତି, ସବୁ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ ସହ ବରିଷ୍ଠ ସରକାରୀ ଅଧିକାରୀ ଏବଂ ତିନି ସେନା ଅଧ୍ୟକ୍ଷ ଟିକା ନେଇ ଲୋକଙ୍କ ମନରେ ଏଥିପ୍ରତି ବିଶ୍ୱାସ ସୃଷ୍ଟିକରିବା କଥା। ଏହା ଅଧିକ ଗୁରୁତ୍ୱ ଧାରଣ କରୁଛି, କାରଣ ଆଲୋଚନା କରାଯାଉଛି ଯେ ଭାରତ ବାୟୋଟେକ୍‌ର ଟିକା ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ। ତାହାର ପରୀକ୍ଷା ବିଧିବଦ୍ଧ ଓ ଉଚିତ ଭାବେ କରାଯାଇ ନାହିଁ। ତଥାପି କେନ୍ଦ୍ର ସରକାର ଏଇ ଟିକା ପାଇଁ ଅଧିକ ଚାପ ପକାଉଥିବା ହେତୁ ବଡ଼ବଡ଼ିଆମାନେ ଏହାର ହିତାଧିକାରୀ ହେଲେ ଟିକାର ଯୋଗ୍ୟତାକୁ ଖୁଣିହୁଅନ୍ତା ନାହିଁ।
ଭାରତରେ ଟିକାକରଣକୁ ରାଜନୈତିକ ଫାଇଦାର ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। କୋଭିଡ୍‌୍‌-୧୯ର ପ୍ରାଦୁର୍ଭାବ କମି ଆସୁଥିଲେ ମଧ୍ୟ ତାହାକୁ ବିରାଟ ଭାବେ ଦର୍ଶାଯାଇ ପ୍ରଚାର ଚାଲିଛି। କୌଣସି ମହାମାରୀକୁ ପ୍ରତିହତ କରିବା ଲାଗି ଜନଜାଗରଣ ନିତାନ୍ତ ଜରୁରୀ। ମନେହେଉଛି ଯେପରି ଭାରତରେ ସୀମା ଟପିଯାଇଛି। କେବଳ କରୋନା ଓ ତାହାର ଟିକା ହୋଇଯାଇଛି ଏକମାତ୍ର ଆଲୋଚନାର ବିଷୟ। ସେପଟେ ଅର୍ଥନୀତି ବୁଡ଼ିଗଲାଣି ଏବଂ ଭାରତର ସୀମାନ୍ତ ଅଞ୍ଚଳକୁ ଚାଇନା ମାଡ଼ିବସିବା ସହ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କଲାଣି। ମୌଳିକ ସମସ୍ୟାକୁ ଧ୍ୟାନ ଦେବା ପରିବର୍ତ୍ତେ, ହୁଏତ ଜାଣିଶୁଣି ଆମ ସମସ୍ତଙ୍କ ଦୃଷ୍ଟି ଭିନ୍ନ ଦିଗକୁ ଠେଲି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri