ଟିକା ନିଅନ୍ତୁ ନେତା

ଭାରତରେ କୋଭିଡ୍‌-୧୯ ଟିକାର ଶୁଭାରମ୍ଭ ୧୬ ଜାନୁୟାରୀରେ ହେବା ପରେ ଏହାକୁ ମଣିଷ ପାଇଁ ବରଦାନ ସଦୃଶ ବୋଲି କୁହାଯାଉଛି। ନେତାମାନେ ଦେଶର ବିଭିନ୍ନ ପ୍ରାନ୍ତରେ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଟିକା କେତେ ନିରାପଦ ସେହି ବିଷୟରେ ଲୋକଙ୍କ ମନରେ ସନ୍ଦେହ ଉପୁଜିଲା ବେଳକୁ ଉତ୍ତର ପ୍ରଦେଶର ମୋରଦାବାଦର ଏକ ସରକାରୀ ହସ୍ପିଟାଲର କର୍ମଚାରୀ ଟିକା ନେଇ ମୃତ୍ୟୁ ଘଟିବା ଆଶଙ୍କା ବଢ଼ାଇ ଦେଇଛି। ସମ୍ପୃକ୍ତ ବ୍ୟକ୍ତି ୧୬ ତାରିଖରେ ଟିକା ନେଇଥିବା ବେଳେ ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ତାଙ୍କ ମୃତ୍ୟୁ ପାଇଁ ଟିକାକୁ ଦାୟୀ କରିଥିବା ବେଳେ ସେଠାକାର ଚିଫ୍‌ ମେଡିକାଲ ଅଫିସର ସେହି ମୃତ୍ୟୁ ସହ ଟିକାର ସମ୍ପର୍କ ନାହିଁ ବୋଲି କହିଛନ୍ତି। ବାସ୍ତବ ବିଷୟ ହେଉଛି, ଖୁବ୍‌ କମ୍‌ ସମୟ ମଧ୍ୟରେ ବିକଶିତ ହୋଇଥିବା ଟିକା କେଉଁଭଳି ଭାବେ ଫଳପ୍ରଦ ହୋଇପାରିବ, ତାହା ଅନେକଙ୍କୁ ଚିନ୍ତାରେ ପକାଇ ଦେଇଛି। ବିଶ୍ୱ ପ୍ରେକ୍ଷାପଟରେ ଦେଖିଲେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଭିନ୍ନ ଦେଶରେ ହୋଇଥିବା ଟିକାକରଣ ଯୋଗୁ ଅଦ୍ୟାବଧି ୮୪ ଜଣଙ୍କ ପ୍ରାଣହାନି ଘଟି ସାରିଲାଣି ଏବଂ ଅନେକଙ୍କଠାରେ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଉଛି। ଏପରିକି ଇସ୍ରାଏଲ୍‌, ଯେଉଁଠାରେ ଦ୍ରୁତଗତିରେ ଟିକାକରଣ କରାଯାଉଛି ସେଠାରେ କେତେକଙ୍କର ମୁହଁ ପକ୍ଷାଘାତ ହୋଇଯାଇଥିବା ଦେଖିବାକୁ ମିଳିଛି।
ଭାରତ ଭଳି ଏକ ବୃହତ୍‌ ଜନସଂଖ୍ୟାବହୁଳ ଦେଶରେ ସମସ୍ତଙ୍କୁ ଟିକାକରଣ ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର। ଏହା କେତେ ବର୍ଷ ଲାଗିବ କାହାରିକୁ ଜଣାନାହିଁ। ଏଥିସହିତ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବା ଲାଗି କେନ୍ଦ୍ର ସରକାର ଖର୍ଚ୍ଚ କରିବାକୁ ଆଗଭର ହୋଇ ବାହାରି ପଡ଼ିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ୧୨୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କିଏ ଟିକା ଦେବ ଓ ସେଇ ଖର୍ଚ୍ଚ କିଏ ବହନ କରିବ ତାହାର କୌଣସି ସ୍ପଷ୍ଟ ଚିତ୍ର ସରକାର ଦେଉନାହାନ୍ତି। ଏହାଠାରୁ ଯେଉଁ ବିଷୟଟି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି ତାହା ହେଲା ବିଶ୍ୱାସର ସଙ୍କଟ। ଭାରତରେ କୌଣସି ବଡ଼ ରାଜନୈତିକ ବ୍ୟକ୍ତି କିମ୍ବା ଜଣାଶୁଣା ସେଲିବ୍ରିଟିମାନେ ଟିକା ନେବାକୁ ଆଗେଇ ଆସିନାହାନ୍ତି। ଯେଉଁ ନେତାଙ୍କୁ ଏ ବିଷୟରେ ପଚରାଗଲେ ଶୁଣିବାକୁ ମିଳୁଛି ସାଧାରଣ ଲୋକମାନେ ନେଇ ସାରନ୍ତୁ ଆମେ ନେବୁ। କାରଣ ସେମାନଙ୍କ ସ୍ବାସ୍ଥ୍ୟ ଚିନ୍ତା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ ଏଭଳି ବାହାପିଆ କଥା କେତେଦୂର ବିଶ୍ୱାସଯୋଗ୍ୟ ଆମେ ବୁଝିପାରୁଛୁ। ଏହି ପୃଷ୍ଠଭୂମିରେ ଦେଖିଲେ ଅନେକ ବିଶ୍ୱ ନେତା ଆଗେ ଟିକା ନେଇ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ୭୧ ବର୍ଷୀୟ ବେଞ୍ଜାମିନ୍‌ ନେତ୍‌ନ୍ୟାହୁ ୨୦ ଡିସେମ୍ବରରେ ଟିକା ନେଇଥିବା ବେଳେ ଡିସେମ୍ବର ୨୨ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ୭୮ ବର୍ଷୀୟ ଜୋ ବାଇଡେନ୍‌ ଟିକାକରଣ କ୍ଲବରେ ସାମିଲ ହୋଇଛନ୍ତି। ସେହିଭଳି ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଓ ପ୍ରାୟ ସବୁ ଦେଶର ମୁଖ୍ୟମାନେ ଆଗେ ଖୋଲାଖୋଲି ଟିକା ନେବା ପରେ ଦେଶବାସୀଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି। ଏହା ସ୍ବାର୍ଥପର ମନୋଭାବ କହିବା ଅନୁଚିତ। ନିଜେ ନେତାମାନେ ନେଇସାରିବା ପରେ ଅନ୍ୟମାନଙ୍କୁ ଦେଲେ ବିଶ୍ୱାସ ବୃଦ୍ଧି ପାଇପାରନ୍ତା। ବିଶେଷକରି ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍‌ସିନ୍‌ ଟିକାକୁ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟାନ୍ୟ ବିଚାରପତି, ସବୁ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ ସହ ବରିଷ୍ଠ ସରକାରୀ ଅଧିକାରୀ ଏବଂ ତିନି ସେନା ଅଧ୍ୟକ୍ଷ ଟିକା ନେଇ ଲୋକଙ୍କ ମନରେ ଏଥିପ୍ରତି ବିଶ୍ୱାସ ସୃଷ୍ଟିକରିବା କଥା। ଏହା ଅଧିକ ଗୁରୁତ୍ୱ ଧାରଣ କରୁଛି, କାରଣ ଆଲୋଚନା କରାଯାଉଛି ଯେ ଭାରତ ବାୟୋଟେକ୍‌ର ଟିକା ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ। ତାହାର ପରୀକ୍ଷା ବିଧିବଦ୍ଧ ଓ ଉଚିତ ଭାବେ କରାଯାଇ ନାହିଁ। ତଥାପି କେନ୍ଦ୍ର ସରକାର ଏଇ ଟିକା ପାଇଁ ଅଧିକ ଚାପ ପକାଉଥିବା ହେତୁ ବଡ଼ବଡ଼ିଆମାନେ ଏହାର ହିତାଧିକାରୀ ହେଲେ ଟିକାର ଯୋଗ୍ୟତାକୁ ଖୁଣିହୁଅନ୍ତା ନାହିଁ।
ଭାରତରେ ଟିକାକରଣକୁ ରାଜନୈତିକ ଫାଇଦାର ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। କୋଭିଡ୍‌୍‌-୧୯ର ପ୍ରାଦୁର୍ଭାବ କମି ଆସୁଥିଲେ ମଧ୍ୟ ତାହାକୁ ବିରାଟ ଭାବେ ଦର୍ଶାଯାଇ ପ୍ରଚାର ଚାଲିଛି। କୌଣସି ମହାମାରୀକୁ ପ୍ରତିହତ କରିବା ଲାଗି ଜନଜାଗରଣ ନିତାନ୍ତ ଜରୁରୀ। ମନେହେଉଛି ଯେପରି ଭାରତରେ ସୀମା ଟପିଯାଇଛି। କେବଳ କରୋନା ଓ ତାହାର ଟିକା ହୋଇଯାଇଛି ଏକମାତ୍ର ଆଲୋଚନାର ବିଷୟ। ସେପଟେ ଅର୍ଥନୀତି ବୁଡ଼ିଗଲାଣି ଏବଂ ଭାରତର ସୀମାନ୍ତ ଅଞ୍ଚଳକୁ ଚାଇନା ମାଡ଼ିବସିବା ସହ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କଲାଣି। ମୌଳିକ ସମସ୍ୟାକୁ ଧ୍ୟାନ ଦେବା ପରିବର୍ତ୍ତେ, ହୁଏତ ଜାଣିଶୁଣି ଆମ ସମସ୍ତଙ୍କ ଦୃଷ୍ଟି ଭିନ୍ନ ଦିଗକୁ ଠେଲି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri