ଏଇ ଭାରତରେ

ମରୁଭୂମି ମଝିରେ ୫୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ସହ ଝାଞ୍ଜିରେ ପିଲାମାନେ ପଢ଼ିବେ, ଏ କଥା ଶୁଣିଲେ ବିଶ୍ୱାସ କରିହେଉନି। କିନ୍ତୁ ଏହା ସତ। ଏଭଳି ଏକ ସ୍କୁଲ୍‌ ନିର୍ମାଣ କରାଯାଇଛି ରାଜସ୍ଥାନର ଥର୍‌ ମରୁଅଞ୍ଚଳରେ। ଆମେରିକାର ଏକ ବେସରକାରୀ ସଂସ୍ଥା ସିଟାର ପ୍ରତିଷ୍ଠାତା ମାଇକେଲ ଡଉବେଙ୍କ ସହଯୋଗ ଓ ଆମେରିକୀୟ ସ୍ଥପତି ଡାଏନା କେଲ୍ଲୋଗଙ୍କ ଡିଜାଇନକୁ ଆଧାର କରି ଏହି ସ୍କଲୁଟି ଗଢ଼ାଯାଇଛି। ପ୍ରଶାସନିକ ସହାୟତାରେ ଜୈସାଲ୍‌ମେର୍‌ର ସାମ୍‌ ଡୁନ୍‌ ନିକଟସ୍ଥ କନୋଇ ଗାଁରେ ଝିଅମାନଙ୍କୁ ଶିକ୍ଷା ଦେବା ଲକ୍ଷ୍ୟରେ ଏହା କରାଯାଇଛି। ସ୍କୁଲର ନାମ ରଖାଯାଇଛି ରାଜକୁମାରୀ ରନତ୍ବତୀ ଗଲର୍‌ସ ହାଇସ୍କୁଲ। ୟେଲୋ ସ୍ୟାଣ୍ଡ୍‌ ଷ୍ଟୋନରେ ଏହା ନିର୍ମାଣ କରାଯାଇଛି, ଯେଉଁଠାରେ ଏୟାର କଣ୍ଡିଶନର ଆବଶ୍ୟକ ପଡୁନାହିଁ। ସ୍କୁଲ ବାହାର ଓ ଭିତର କାନ୍ଥଗୁଡ଼ିକୁ ଲାଇମ୍‌ ପ୍ଲାଷ୍ଟର କରାଯାଇଛି। ସ୍କୁଲ୍‌ ଅଗଣାରେ ୩.୫ ଲକ୍ଷ ଲିଟର ପାଣି ସଂରକ୍ଷିତ କରି ରଖାଯିବାର ବ୍ୟବସ୍ଥା କରାଯାଇଛି। ୨୦୧୮ ଅକ୍ଟୋବରରେ ଏହି ସ୍କୁଲ ନିର୍ମାଣ ଆରମ୍ଭ କରାଯାଇଥିତ୍ଲା। ସ୍ଥାନୀୟ ଠିକାଦାର ଓ କାରିଗରମାନଙ୍କର ସ୍କୁଲ ନିର୍ମାଣ କରିବାରେ ମୁଖ୍ୟ ଭୂମିକା ରହିଛି। ବାହାରେ ଅସହ୍ୟ ତାପମାତ୍ରା ରହିଲେ ବି ଏହି ସ୍କୁଲ୍‌ ମଧ୍ୟରେ ପିଲାମାନେ ପଢିବା ସହ ଖେଳିପାରିବେ। ସ୍କୁଲ୍‌ ମଧ୍ୟରେ ଥିବା ଜ୍ଞାନ ସେଣ୍ଟରରେ ପ୍ରଥମରୁ ଦଶମ ଯାଏ ୪୦୦ ଝିଅ ପଢ଼ିବାର ବ୍ୟବସ୍ଥା କରାଯାଇଛି। ଜୈସାଲ୍‌ମେରରେ ମହିଳା ସ୍ବାକ୍ଷରତା ହାର ବହୁତ କମ୍‌ ଏବଂ ଅନେକ ଝିଅ ମଧ୍ୟ ଅଧାରୁ ପାଠ ଛାଡନ୍ତି। ଏଣୁ ଏହି ସ୍କୁଲ ଏଠାରେ ଝିଅମାନଙ୍କୁ ଶିକ୍ଷା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଡାଏନା। କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ୨୦୨୦ରେ ଏହି ସ୍କୁଲ୍‌ ଖୋଲିବା ସମ୍ଭବ ହୋଇ ନ ଥିତ୍ଲା । ୨୦୨୧ରେ ଏହା ଖୋଲିବା ଲାଗି ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri