ଯୋଡ଼ାରେ ଲିଖିତ ପରୀକ୍ଷା, ଝାଡ଼ଖଣ୍ଡରେ ସାକ୍ଷାତକାର

ଯୋଡ଼ା,୧୯ା୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଥିବା ଏକ କମ୍ପାନୀରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ହୋଇଥିବା ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଅର୍ଥ କାରବାର ହୋଇ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି ା ଅଭିଯୋଗ ଅନୁଯାୟୀ, ଉକ୍ତ କମ୍ପାନୀର ଖଣ୍ଡବନ୍ଧ ଖଣିରେ ଏମ୍ପ୍ଲୋଏମେଣ୍ଟ ଏକ୍ସଚେଞ୍ଜ ଜରିଆରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରାୟ ୧୪୦ ଜଣ ଆବେଦନ କରି ୨୦୨୦ ନଭେମ୍ବର ୩୦ ତାରିଖରେ ଯୋଡ଼ାର ଭି.ଟି ସେଣ୍ଟରରେ ଲିଖିତ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପ୍ରାୟ ୯୭ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା କେତେକ ପରୀକ୍ଷାର୍ଥୀ ନିଜ ନାମକୁ ଗୋପନ ରଖି କହିଛନ୍ତି। ଏହାର ଚୂଡ଼ାନ୍ତ ସାକ୍ଷାତକାର ପରୀକ୍ଷା ଯୋଡ଼ା ଅଞ୍ଚଳରେ କରା ନ ଯାଇ କମ୍ପାନୀ ପକ୍ଷରୁ ଝାଡ଼ଖଣ୍ଡ ରାଜ୍ୟର ନୂଆମୁଣ୍ଡିଠାରେ କରାଯାଇଥିବା ଅଭିଯୋଗ ହୋଇଛି ା ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇନାହିଁ। ତେବେ କମ୍ପାନୀ ଓଡ଼ିଶା ରାଜ୍ୟର ଯୋଡ଼ା ଖଣି ମଣ୍ଡଳର ବିଭିନ୍ନ ସ୍ଥାନରେ ଖଣିକାର୍ଯ୍ୟ ଚଳାଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାର ବିଭିନ୍ନ ଜନଶୁଣାଣିରେ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀଙ୍କୁ ଏହି ପଦବୀ ପାଇଁ ନିଯୁକ୍ତି ଚୟନରେ ଅଗ୍ରାଧିକାର ଦେବା ପ୍ରତିବଦଳରେ ଅନିୟମିତତା କରି ଝାଡ଼ଖଣ୍ଡ ରାଜ୍ୟର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଚୟନ ପ୍ରକ୍ରିୟା ଦାୟିତ୍ୱରେ ଥିବା କମ୍ପାନୀର କେତେକ ଅସାଧୁ ଅଧିକାରୀ ଅର୍ଥ କାରବାର କରି ଉକ୍ତ ପଦବୀରେ ନିଯୁକ୍ତି ଦେଇଥିବା ଆବେଦନକାରୀ ପ୍ରାର୍ଥୀଙ୍କର ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହି ପ୍ରାର୍ଥୀ ଚୟନରେ ଆବେଦନକାରୀଙ୍କର ବାସିନ୍ଦା ପ୍ରମାଣପତ୍ରକୁ ମଧ୍ୟ ଗୁରୁତ୍ୱ ଦିଆ ନ ଯାଇ ଅଣଦେଖା କରାଯାଇଥିଲା।
ଏ ସମ୍ପର୍କରେ ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଧୂଳି, ଧୂଆଁ ଆମେ ଖାଇବୁ। ହେଲେ ନିଯୁକ୍ତି ପାଇବେ ଝାଡ଼ଖଣ୍ଡ ରାଜ୍ୟର ପିଲା। ଏହାକୁ ସହ୍ୟ କରାଯିବ ନାହିଁ ା ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ। ସେହିପରି ଯୁବସଙ୍ଗଠକ ମାନସ ଦାସ କହିଛନ୍ତି ଯେ, ୧୦୦ ବର୍ଷର ଏହି ଇସ୍ପାତ କମ୍ପାନୀ ଝାଡ଼ଖଣ୍ଡ ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ କରି ଓଡ଼ିଶାର ଯୋଡ଼ା ଅଞ୍ଚଳରୁ କଞ୍ଚାମାଲ ନେଇ ନିଜ ଇସ୍ପାତ କାରଖାନା ଚଳାଉଛି ା କମ୍ପାନୀ ଝାଡ଼ଖଣ୍ଡ ରାଜ୍ୟର ଯୁବତୀଯୁବକମାନଙ୍କୁ ରୋଜଗାର ଯୋଗାଇ ଦେଉଥିବାବେଳେ ଯୋଡ଼ା ଅଞ୍ଚଳରେ ବେକାର ଯୁବତୀ ଯୁବକମାନଙ୍କୁ ନିଯୁକ୍ତି ଦେଉନାହିଁ। ଭାଜପା ଯୋଡ଼ା ନଗର ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତ୍ତାଙ୍କୁ ପଚାରିବାରୁ ଯଦି ପ୍ରାର୍ଥୀ ଚୟନରେ ଝାଡ଼ଖଣ୍ଡ ରାଜ୍ୟର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି ତେବେ ଏହା ବିରୋଧରେ ଜନ ଆନ୍ଦୋଳନକୁ ଭାଜପା ସମ୍ପୂର୍ଣ୍ଣ ସମର୍ଥନ କରିବ। କମ୍ପାନୀ ଯଦି ଝାଡ଼ଖଣ୍ଡ ରାଜ୍ୟର ପ୍ରାର୍ଥୀଙ୍କୁ ଖଣ୍ଡବନ୍ଧ ଖଣିରେ ନିଯୁକ୍ତି ଦେଉଛି ତାହାହେଲେ ଯୋଡ଼ା ଅଞ୍ଚଳର ପ୍ରାର୍ଥୀଙ୍କୁ ଝାଡ଼ଖଣ୍ଡ ରାଜ୍ୟରେ ନିଯୁକ୍ତି ଦିଆଯାଉ ବୋଲି ସେ କହିଛନ୍ତି। ତେବେ ଏ ନେଇ ଉକ୍ତ ନିର୍ଦ୍ଦିଷ୍ଟ କମ୍ପାନୀର ପ୍ରତିକ୍ରିୟା ମିଳିପାରି ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri