ଚାଷୀଙ୍କ ନିକଟତର ହୁଅ: କୃଷିମନ୍ତ୍ରୀ

ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ):ଚାଷୀ ଏବଂ ଚାଷର ଉନ୍ନତି ଲାଗି ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଷୀଙ୍କ ନିକଟତର ହୋଇ ସେମାନଙ୍କୁ ଉନ୍ନତ ଜ୍ଞାନ କୌଶଳ ସମ୍ପର୍କରେ ସଚେତନ କରିବାକୁ ପଡ଼ିବ। ଫଳରେ କୃଷକ ଏହାର ଲାଭ ପାଇପାରିବେ। ତୃଣମୂଳସ୍ତରରେ କାମ କରୁଥିବା ଗ୍ରାମ୍ୟ କୃଷିକର୍ମୀମାନେ ଏ ଦିଗରେ ଅଧିକ ତତ୍ପରତା ଦେଖାଇବା ଜରୁରୀ ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ। ବୁଧବାର କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଅଧୀନରେ ଥିବା ଜିଲାଗୁଡ଼ିକରେ କାର୍ଯ୍ୟରତ ଗ୍ରାମ୍ୟ କୃଷିକର୍ମୀ ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ ଏକ ଭର୍ଚ୍ଚୁଆଲ ବୈଠକରେ ଯୋଗ ଦେଇ ମନ୍ତ୍ରୀ ଏପରି ଆହ୍ବାନ ଦେଇଥିଲେ।
ମନ୍ତ୍ରୀ ସାହୁ ଆହୁରି ମଧ୍ୟ କହିଲେ, ରାଜ୍ୟରେ ଖାଦ୍ୟଶସ୍ୟ, ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଉତ୍ପାଦନରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି। ରାଜ୍ୟ ସରକାର ସର୍ବଦା କୃଷିକ୍ଷେତ୍ରକୁ ପ୍ରାଥମିକତା ଦେଇ ଆସୁଥିବା ବେଳେ ସାମ୍ପ୍ରତିକ ସ୍ଥିତି, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କୃଷି ନୀତି-୨୦୨୦ ‘ସମୃଦ୍ଧି’ ପ୍ରଣୟନ କରିଛନ୍ତି। ରାଜ୍ୟକୁ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏଥିସହ କୃଷି ଯୋଜନା ଓ ମାର୍ଗଦର୍ଶିକା ସମ୍ପର୍କିତ ପୁସ୍ତିକା ପ୍ରସ୍ତୁତ, କାର୍ଯ୍ୟକ୍ଷେତ୍ରରେ ‘୫ଟି’ ଓ ‘ମୋ ସରକାର’କୁ କଡାକଡି ଭାବେ ଅନୁପାଳନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଲେ, ଚାଷୀଙ୍କ ସମସ୍ୟା ସମାଧାନ ଲାଗି ପଞ୍ଚାୟତ ଓ ବ୍ଲକସ୍ତରରେ ନିୟମିତ ବୈଠକ ଅନୁଷ୍ଠିତ ହେଉଛି। ଟୋଲ ଫ୍ରି ମୋବାଇଲ ସେବା ‘ଆମ କୃଷି’ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଉଛି। ଏଥିରେ ପ୍ରାୟ ୧୦ ଲକ୍ଷ ଚାଷୀ ସାମିଲ ହୋଇଥିବା ସେ ସୂଚନା ଦେଇଥିଲେ। ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ମୁଥୁ କୁମାର ଗ୍ରାମ୍ୟ କୃଷି କର୍ମୀଙ୍କ ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ଶନିବାରଠୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ପରେ ବଳକା ସିଟ୍‌ଗୁଡିକରେ...

ଜୁନ୍‌ରେ ୩୬% ଅଧିକ ବର୍ଷା, ଜୁଲାଇରେ ୨%

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଭୁବନେଶ୍ୱର,୧୩ା୭(ବ୍ୟୁରୋ)-ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କରିବାର ମାସେ ବିତିଗଲାଣି। ହେଲେ ଆଶାନୁରୂପ ବର୍ଷା ମିଳିପାରୁ ନାହିଁ। ଜୁନ୍‌ରେ ମୌସୁୀମ ବର୍ଷା ସ୍ବାଭାବିକଠାରୁ...

ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ...

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ‘ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ସ୍ଥିତି ନ ଉପୁଜୁ’

ପୁରୀ ଅଫିସ,୧୬ା୧୦: କରୋନା ବିପଦ ଟଳିନାହିଁ। ଆଗକୁ ଶୀତଋତୁରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଏଥିପ୍ରତି ହେୟଜ୍ଞାନ କଲେ ସ୍ଥିତି ପୁଣି ସଙ୍ଗିନ ହୋଇପାରେ।...

ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୧ା୬(ବ୍ୟୁରୋ):ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆରମ୍ଭ ହେବ। ଏନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ...

ଆଜି ଜାଗର: ଚଳଚଞ୍ଚଳ କପିଳାସ

ଢେଙ୍କାନାଳ ଅଫିସ, ୨୧।୨ – ପ୍ରସିଦ୍ଧ ମହାଶିବରାତ୍ରି ଏବଂ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପୀଠ। ଜାଗରଯାତ୍ରା ଅବ୍ୟବହିତ...

କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ...

ରାଜ୍ୟରେ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ୧୪୫ ଗ୍ରାମ୍‌କୁ ବୃଦ୍ଧି

ଭୁବନେଶ୍ୱର,୧।୬: ଦେଶ ସ୍ବାଧୀନ ହେବା ସମୟରେ ଓଡ଼ିଶାରେ ହାରାହାରି ଦୈନିକ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ପ୍ରାୟ ୭୦ ଗ୍ରାମ ଥିଲା। ଏହାକୁ ବୃଦ୍ଧି କରିବା...

Advertisement
Archives

Model This Week