Posted inଖେଳ

ଏହି ଖେଳାଳିଙ୍କୁ ଭାରତୀୟ ଦିନିକିଆ ଦଳକୁ ଫେରାଇ ଆଣିବା ପାଇଁ କହିଲେ ପ୍ରାକ୍ତନ କ୍ରିକେଟର

ନୂଆଦିଲ୍ଲୀ,୧।୩ : ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୟନ କରିବା ଉଚିତ। କାରଣ ଉଇକେଟ ନେବାର ଦକ୍ଷତା ସହ ତାଙ୍କୁ ସାମିଲ କରିବା ଦ୍ୱାରା ଦଳର ବ୍ୟାଟିଂ ଲାଇନଅପ୍‌ରେ ଗଭୀରତା ଆସିବ। ଏହା କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ସ୍ପିନର ବ୍ରାଡ୍‌ ହଗ।

ଟୁଇଟରରେ ଜଣେ ୟୁଜର ଅଷ୍ଟ୍ରେଲିଆନ ପୂର୍ବତନ ସ୍ପିନରଙ୍କୁ ପ୍ରଶ୍ନ କରିଥିଲେ, ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପରେ, ଅଶ୍ୱିନ ଦିନିକିଆ ଦଳକୁ ଫେରିପାରିବେ କି ? ଚୟନକର୍ତ୍ତାମାନେ ତାଙ୍କୁ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ଦେଇପାରିବେ କି? ଏହାର ଉତ୍ତରରେ ବ୍ରାଡ ହଗ୍‌ ଲେଖିଥିଲେ, ମୋ ମତରେ ଏହା ସବୁଠୁ ଭଲ ବିକଳ୍ପ। ଅଶ୍ୱିନଙ୍କୁ ଦଳରେ ସାମିଲ କରିବା ଦ୍ୱାରା ବ୍ୟାଟିଂ ଲାଇନଅପ୍‌ରେ ଗଭୀରତା ଆସିବ। ଆଉ ଏହା ଉପରକ୍ରମର ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଆକ୍ରମଣ କରିବାକୁ ସୁଯୋଗ ଦେବ। ତାଙ୍କ ନିକଟରେ ଉଇକେଟ ନେବାର ଦକ୍ଷତା ବ୍ୟତୀତ ସେ ଓଭର ପିଛା ଖୁବ କମ୍‌ ରନ୍‌ ବ୍ୟୟ କରନ୍ତି। ତାଙ୍କୁ ଫେରାଇ ଆଣ।

ଉଲ୍ଲେଖଥାଉ କି, ଅଶ୍ୱିନ ଅନ୍ତିମ ଥର ୨୦୧୭ରେ ଭାରତ ପାଇଁ ଦିନିକିଆ ଓ ଟି୨୦ ଫମାର୍ଟରେ ଖେଳିଥିଲେ। ୧୧୧ ଦିନିକିଆ ଓ ୪୬ ଟି୨୦ ମ୍ୟାଚ୍‌ ଖେଳିଥିବା ଅଶ୍ୱିନଙ୍କ ନାମରେ ଯଥାକ୍ରମେ ୧୫୦ ଓ ୫୨ ଉଇକେଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri