ପାଟନାରେ ପଶିଲା ନୂଆ ଭାରିଆଣ୍ଟ ବିଏ-୧୨

ନୂଆଦିଲ୍ଲୀ,୨୮।୪: ବିହାରର ପାଟନାରୁ ଗୁରୁବାର କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ମୋଟ ୧୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ଗୋଟିଏ ବିଏ-୧୨ ଷ୍ଟ୍ରେନ୍‌ ରହିଥିବା ଜଣାପଡ଼ିଛି। ଏହା ତୃତୀୟ ଲହର ସମୟର ବିଏ-୨ ଭାରିଆଣ୍ଟ ତୁଳନାରେ ୧୦ ଗୁଣ ବିପଜ୍ଜନକ ବୋଲି କୁହାଯାଉଛି। ପାଟନାର ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଆଇଜିଆଇଏମ୍‌ଏସ୍‌)ରେ ଓମିକ୍ରନ୍‌ର ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ବିଏ-୧୨ ଭାରିଆଣ୍ଟ ପ୍ରଥମେ ଆମେରିକାରେ ଦେଖାଦେଇଥିଲା। କିଛିଦିନ ପୂର୍ବରୁ ଦିଲ୍ଲୀରେ ମଧ୍ୟ ୨/୩ଟି ଏଭଳି ମାମଲା ନଜରକୁ ଆସିଥିଲା।
ଆଇଜିଆଇଏମ୍‌ଏସ୍‌ର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ନମ୍ରତା କୁମାରୀ କହିଛନ୍ତି, କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ କରୋନାର ଓମିକ୍ରନ୍‌ ଭାରିଆଣ୍ଟର ନମୁନାଗୁଡ଼ିକର ଜିନୋମ ସିକ୍ୱେନ୍ସିଂ ଆରମ୍ଭ କରାଯାଇଥିଲା। ମୋଟ ୧୩ ନମୁନା ପରୀକ୍ଷାରୁ ଗୋଟିଏ ବିଏ-୧୨ ମିଳିଥିବା ବେଳେ ଅନ୍ୟ ୧୨ଟିରେ ବିଏ-୨ ଷ୍ଟ୍ରେନ୍‌ର ଜଣାପଡ଼ିଥିଲା। ବିଏ-୧୨ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ତାହା ଜାଣିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ପଠାଇବାରେ ଭାରତ ନଂ ୧

ସାଓ ପାଉଲୋ,୭।୧୨: ଆରବ ଦେଶକୁ ଖାଦ୍ୟ ଯୋଗାଇବାରେ ବ୍ରାଜିଲକୁ ପଛରେ ପକାଇ ଦେଇଛି ଭାରତ। ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଏହି...

କରୋନା ଭ୍ୟାକ୍ସିନ ଆସିବା ପରେ ବି ବଦଳାନ୍ତୁ ନାହିଁ ନିଜର ବ୍ୟବହାର: ବିଶେଷଜ୍ଞ

ନୂଆଦିଲ୍ଲୀ,୨ ।୧: ଦେଶରେ କୋଭାସିଲ୍ଡକୁ ବିଶେଷଜ୍ଞ ସମିତି ପକ୍ଷରୁ ଅନୁମତି ମିଳିବା ପରେ ସମସ୍ତେ ଏକ ପ୍ରକାର ଖୁସି ଅଛନ୍ତି କହିଲେ ଚଳେ । ହେଲେ...

କାର୍ଯ୍ୟରେ ଯୋଗ ନ ଦେଲେ ନିଲମ୍ବନ କରାଯିବ: ଭଗଓ୍ବନ୍ତ ମାନଙ୍କ ଚେତାବନୀ…

ଚଣ୍ଡିଗଡ଼,୧୧।୧ : ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ବୁଧବାର ପଞ୍ଜାବ ଜନସେବା (ପିସିଏସ) ଅଧିକାରୀଙ୍କୁ ସେମାନଙ୍କ ସହକର୍ମୀଙ୍କ ବେଆଇନ ଗିରଫଦାରୀକୁ ବିରୋଧ କରି ସାମୁହିକ ଛୁଟିରେ ଯାଇଥିବା...

କର୍ତ୍ତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ,୨୪।୧୦: ଭାରତ ଓ ପାକିସ୍ତାନ କର୍ତ୍ତାରପୁର କରିଡରକୁ ନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି...

ଦିଲ୍ଲୀ ପରେ ପଞ୍ଜାବରେ ମାଗଣା ହେଲା ବିଜୁଳି

ଚଣ୍ଡିଗଡ଼,୧।୭: କଥା ରଖିଲା ଆମ ଆଦମୀ ଦଳ। ପଞ୍ଜାବରେ ନିର୍ବାଚନ ବେଳେ ଦିଆଯାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ...

ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୨୫।୧୨: ନୂଆଦିଲ୍ଲୀରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ମାତ୍ର ୨.୩ ଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।...

ବିବାହର ୧୮ ଦିନ ପରେ ବି ବିଦା ହୋଇପାରୁନି ଝିଅ

ଅଲିଗଡ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଲୋକଙ୍କୁ...

CORONAVIRUS UPDATE: ରାଜ୍ୟରେ ପୁଣି ୫୨୭ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଲା

ଭୁବନେଶ୍ୱର, ୮।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୫୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ ରେ...

Advertisement
Archives

Model This Week