ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ। ୧୨ଟି ରାଶି ମଧ୍ୟରୁ କିଛି ରାଶିର ସ୍ବଭାବ ଓ ଗ୍ରହ ପ୍ରଭାବ ପରସ୍ପର ସହ ଏତେ ଭଲ ମେଳ ଖାଏ ଯେ, ଜ୍ୟୋତିଷ ଅନୁସାରେ ସେମାନଙ୍କ ଯୋଡ଼ିକୁ ‘ପରଫେକ୍ଟ କପଲ’ ବୋଲି ମନେ କରାଯାଏ। ସୁଖ ହେଉ କି ଦୁଃଖ, ଏହି ରାଶିର ଲୋକମାନେ ପରସ୍ପରଙ୍କୁ ସବୁ ପରିସ୍ଥିତିରେ ସମର୍ଥନ କରନ୍ତି।

ବୃଷ ଓ କନ୍ୟା ଉଭୟ ପୃଥିବୀ ତତ୍ତ୍ୱର ରାଶି। ତେଣୁ ଉଭୟଙ୍କ ସ୍ବଭାବ ବାସ୍ତବବାଦୀ, ସ୍ଥିର ଓ ବ୍ୟବହାରିକ ହୋଇଥାଏ। ବୃଷ ରାଶିର ଲୋକମାନେ ଜୀବନରେ ସ୍ଥିରତା ଓ ସୁରକ୍ଷା ଚାହୁଁଥିବାବେଳେ, କନ୍ୟା ରାଶିର ଲୋକମାନେ ଯତ୍ନଶୀଳ, ବୁଦ୍ଧିମାନ ଓ ଶୃଙ୍ଖଳିତ ସ୍ବଭାବର ହୋଇଥାନ୍ତି। କନ୍ୟା ରାଶିର ସାଥୀ ଯେତେବେଳେ ମାନସିକ ଚାପରେ ଥାଆନ୍ତି, ବୃଷଭ ରାଶିର ବ୍ୟକ୍ତି ଧ୍ୟୈର ସହ ତାଙ୍କୁ ସମ୍ଭାଳିପାରନ୍ତି। ଉଭୟ ନିଜ ସମ୍ପର୍କକୁ ନେଇ ଗମ୍ଭୀର ଥିବାରୁ ଏମାନଙ୍କ ମଧ୍ୟରେ ଭୁଲ ବୁଝାମଣା କିମ୍ବା ବିଶ୍ୱାସଘାତର ସମ୍ଭାବନା କମ ରହିଥାଏ।

ବିଛା ଓ ମୀନ ଉଭୟ ଜଳ ତତ୍ତ୍ୱର ରାଶି। ତେଣୁ ଉଭୟଙ୍କ ମଧ୍ୟରେ ଭାବନାତ୍ମକ ଯୋଗାଯୋଗ ଗଭୀର ହୋଇଥାଏ। ବିଛା ରାଶିର ଲୋକମାନେ ଟିକେ ରହସ୍ୟମୟ ଓ ଅଧିକାର ଜାହିର କରୁଥିବା ସ୍ବଭାବର ହୋଇପାରନ୍ତି। ତେବେ ସେମାନେ ଯାହାକୁ ଭଲ ପାଆନ୍ତି, ତାଙ୍କ ସାଥ୍‌ କେବେ ଛାଡ଼ନ୍ତି ନାହିଁ।
ଅନ୍ୟପକ୍ଷରେ ମୀନ ରାଶିର ଲୋକମାନେ ଭାବୁକ, ଦୟାଳୁ ଓ ରୋମାଣ୍ଟିକ ସ୍ବଭାବର ହୋଇଥାନ୍ତି। ମୀନ ରାଶିର ସାଥୀ ନିଜ ବ୍ୟବହାର ଦ୍ୱାରା ବିଛା ରାଶିର ରାଗ ଓ ଜିଦ୍‌କୁ ଶାନ୍ତ କରିପାରନ୍ତି। ଏହି ଦୁଇ ରାଶିର ଲୋକ ପରସ୍ପର କିଛି ନ କହିଲେ ମଧ୍ୟ ମନର କଥା ବୁଝିପାରନ୍ତି।

ସିଂହ ଓ ଧନୁ ଉଭୟ ଅଗ୍ନି ତତ୍ତ୍ୱର ରାଶି। ତେଣୁ ଏହି ଦୁଇ ରାଶିର ସମ୍ପର୍କ ରୋମାଞ୍ଚକର ଓ ସକାରାତ୍ମକତାରେ ଭରପୂର ରହିଥାଏ। ସିଂହ ରାଶିର ଲୋକମାନେ ରାଜକୀୟ ଜୀବନଶୈଳୀ ପସନ୍ଦ କରିବା ସହ ବିଶ୍ୱସ୍ତ ହୋଇଥାନ୍ତି। ଧନୁ ରାଶିର ଲୋକମାନେ ସ୍ବାଧୀନ ଚିନ୍ତାଧାରାର ହୋଇଥାନ୍ତି।
ଏହି ଦୁଇ ରାଶି ପରସ୍ପରର ସ୍ବାଧୀନତାକୁ ସମ୍ମାନ କରନ୍ତି ଏବଂ ସମ୍ପର୍କରେ ସହଜରେ ବିରକ୍ତି ଆସିବାକୁ ଦିଅନ୍ତି ନାହିଁ। ସୁଖ-ଦୁଃଖରେ ପରସ୍ପରଙ୍କ ଶକ୍ତି ହୋଇ ଠିଆ ହେବା ଏହି ଯୋଡ଼ିର ସବୁଠୁ ବଡ଼ ବିଶେଷତା ବୋଲି ଜ୍ୟୋତିଷରେ କୁହାଯାଏ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ସେପ୍ଟେମ୍ବର ୨୦୨୬ ମାସିକ ରାଶିଫଳ: ବଦଳିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ ୧୨ ରାଶି ପାଇଁ କେମିତି ରହିବ ମାସ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହେବାକୁ ଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ୧୨ଟି…

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ…

ନେପାଳ ବନ୍ୟାରେ ଫସି ରହିଥିବା ଭାରତୀୟଙ୍କ ପାଇଁ MEA ଜାରି କଲା ହେଲପ ଲାଇନ

ନୂଆଦିଲ୍ଲୀ,୨୭।୮: ବୁଧବାର ନେପାଳର ରାସୁୱା ଜିଲାର ତିବ୍ଦତ ସୀମା ନିକଟରେ ହଠାତ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଅତି କମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri