ପାକିସ୍ତାନରେ ଲିଙ୍ଗଗତ ଭେଦଭାବ, ଦେଶରେ ୫ ପ୍ରତିଶତରୁ କମ୍‌ ମହିଳା ଗଣମାଧ୍ୟମ ପ୍ରତିନିଧି…

ଇସଲାମାବାଦ, ୩୦।୮ : ପାକିସ୍ତାନରେ ମହିଳା କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବଢ଼ିବାରେ ଲାଗିଛି। ଦେଶରେ ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ, ଲିଙ୍ଗଗତ ପକ୍ଷପାତିତା ଏକ ସମସ୍ୟା ସୃଷ୍ଟି କରିଛି। ଦେଶରେ ଗଣମାଧ୍ୟମ ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥିତି ସଙ୍କଟରେ ରହିଛି। ଅଭିବ୍ୟକ୍ତିର ସ୍ବାଧୀନତା ରେଟିଂରେ ପାକିସ୍ତାନ କ୍ରମାଗତ ଭାବେ ନିମ୍ନ ମାନ୍ୟତା ପାଇବାରେ ଲାଗିଛି। ଅନଲାଇନ କ୍ଷେତ୍ରରେ ମଧ୍ୟ ଏହା ତାଲିକାରେ ନିମ୍ନରେ ରହିଛି। ପାକିସ୍ତାନରେ ମହିଳା ଗଣମାଧ୍ୟମ ପ୍ରତିନିଧିମାନେ ହିଂସା ଏବଂ ଧମକର ସମ୍ମୁଖୀନ ହେଉଛନ୍ତି।

ଜଣେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁଯାୟୀ, ପାକିସ୍ତାନୀ ଗଣମାଧ୍ୟମରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ରିପୋର୍ଟର ସମ୍ବେଦନଶୀଳତା ଏବଂ ଆନ୍ତରିକ ଲେଖା ଶୈଳୀ ମହିଳାଙ୍କ ପ୍ରଗତିର ସଙ୍କେତ ଦେଉଛି। ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସତ୍ତ୍ୱେ ଅନ-ସ୍କ୍ରିନ ଏବଂ ଅଫ ସ୍କ୍ରିନ୍‌ରେ ସେମାନଙ୍କର ପ୍ରତିନିଧିତ୍ୱ କମ ରହିଛି। ଦେଶରେ ପ୍ରାୟ ୨୦ ହଜାର ଗଣମାଧ୍ୟମ ପ୍ରତିନିଧି ରହିଥିବାବେଳେ ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ରା ୫ ପ୍ରତିଶତରୁ କମ ଅଛି।

ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କ କ୍ଷେତ୍ରରେ ଲିଙ୍ଗଗତ ପକ୍ଷପାତିତା ବଢ଼ିବାରେ ଲାଗିଛି। ପାକିସ୍ତାନର ଏକ ଅଗ୍ରଣୀ ଖବରକାଗଜର ରିପୋର୍ଟ ଅନୁଯାୟୀ, ଏହାର ସାଧାରଣ କାରଣ ଲିଙ୍ଗ ଭିତ୍ତିକ ରୁଢ଼ିବାଦୀ ଚିନ୍ତାଧାରା। ଏହି ରିପୋର୍ଟରେ ମିଡିଆ ୱାଚଡଗ ଫ୍ରିଡମ ନେଟୱାର୍କର ଏକ ରିପୋର୍ଟକୁ ଦର୍ଶାଇ ଲେଖକ କହିଛନ୍ତି ଯେ ମିଡିଆ ଇଣ୍ଡଷ୍ଟ୍ରିରେ ବରିଷ୍ଠ ପରିଚାଳନା ପଦବୀରେ ବହୁତ କମ ମହିଳା ଅଛନ୍ତି। ଏହାକୁ ନେଇ ଦେଶରେ ବୁଦ୍ଧିଜୀବୀମାନେ ସରକାରଙ୍କୁ ବିରୋଧ କରିଛନ୍ତି। ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ସୁବିଧା ସୁଯୋଗ ଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?