Posted inଖେଳ

ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ହଂକଂ ଅଧିନାୟକ; ଜାଣିଲେ ଖୁସି ହେବେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ ଟିମ୍‌ ରବିବାର ପାକିସ୍ତାନକୁ ହରାଇ ଏସିଆ କପ୍‌ ୨୦୨୨ରେ ନିଜର ଯାତ୍ରା ଆରମ୍ଭ କରିଛି। ଏବେ ଦଳ ଗ୍ରୁପ୍‌ ଏର ଦ୍ୱିତୀୟ ମୁକାବିଲା ହଂକଂ ସହ ବୁଧବାର ଖେଳିବ। ଟୁର୍ନାମେଣ୍ଟରେ ହଂକଂର ଏହା ପ୍ରଥମ ମ୍ୟାଚ୍‌। ରୋହିତ ଶର୍ମା ଭାରତ ମଙ୍ଗ ଧରିବାକୁ ଥିବା ବେଳେ ହଂକଂର ନେତୃତ୍ୱ ନେବେ ପାକିସ୍ତାନ ବଂଶୋଦ୍ଭବ ନିଜାକତ ଖାଁ। ଏବେ ସେ ମୁକାବିଲା ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ତଥା କ୍ରିକେଟର ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। କୋହଲିଙ୍କ ପ୍ରଶଂସା କରି ସେ ତାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିବା ସହ ଫର୍ମକୁ ଫେରନ୍ତୁ ବୋଲି ଆଶା ରଖିଥିବା ସେ କହିଛନ୍ତି।

ନିଜାକତ କହିଛନ୍ତି, ମୁଁ ବିରାଟ କୋହଲିଙ୍କ ବଡ଼ ପ୍ରଶଂସକ। ସେ ପାକିସ୍ତାନ ବିପକ୍ଷରେ ଭଲ ଖେଳିଛନ୍ତି। ବାସ୍ତବରେ ଚାହୁଁଛି ଯେ ସେ ଫର୍ମକୁ ଫେରି ଆସନ୍ତୁ ଏବଂ ବହୁତ ରନ୍‌ କରନ୍ତୁ। ସେହିଭଳି ଭାରତ ବିପକ୍ଷରେ ଖେଳିଥିବା ଚାରି ବର୍ଷ ପୂର୍ବ ମ୍ୟାଚ୍‌ ବିଷୟରେ କହିଛନ୍ତି, ଯେତେବେଳେ ୨୦୧୮ରେ ଏସିଆ କପ୍‌ରେ ଭାରତ ବିପକ୍ଷରେ ଆମେ ମୁକାବିଲା ଖେଳିଥିଲୁ, ସେତେବେଳେ ଆମେ ମାତ୍ର ୨୦ ରନ୍‌ରେ ପରାଜିତ ହୋଇଥିଲୁ। ଟି୨୦ ମ୍ୟାଚ୍‌ରେ କିଛି ବି ହୋଇପାରେ। କୌଣସି ବି ବୋଲର୍‌ ଭଲ ବୋଲିଂ କରିପାରେ। କୌଣସି ବ୍ୟାଟ୍ସମ୍ୟାନ୍‌ ଭଲ ରନ୍‌ କରିପାରନ୍ତି।

କହିରଖୁଛୁ, କୋହଲି ପାକିସ୍ତାନ ବିପକ୍ଷରେ ୩ନଂ ସ୍ଥାନରେ ମଇଦାନକୁ ଓହ୍ଲାଇଥିଲେ। ସେ ନିଜର ୧୦୦ତମ ଟି୨୦ ମ୍ୟାଚ୍‌ରେ ୩୪ ବଲ୍‌ରେ ୩୫ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୩ ଚୌକା ଏବଂ ୧ ଛକା ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri