Posted inଜାତୀୟ

କେବଳ ବରିଷ୍ଠ ନୁହନ୍ତି, ଯୁବ ନେତା ବି ଛାଡ଼ୁଛନ୍ତି କଂଗ୍ରେସର ହାତ; ବେଳକୁ ବେଳ ଲମ୍ବୁଛି ତାଲିକା

ନୂଆଦିଲ୍ଲୀ,୩୦।୮: ପ୍ରାୟ ପାଞ୍ଚ ଦଶନ୍ଧି ଧରି କଂଗ୍ରେସରେ ଥିବା ଗୁଲାମ ନବୀ ଆଜାଦ ଇସ୍ତଫା ଦେବା ପରେ ଦଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ରାହୁଲଙ୍କ ଯୋଗୁ ଦଳର ଏଭଳି ଅବସ୍ଥା ହୋଇଥିବା ସେ ଦାବି କରିଛନ୍ତି। ଆଜାଦଙ୍କ କଟାକ୍ଷ ପରେ ଅନେକ କଂଗ୍ରେସ ନେତା, ରାହୁଲଙ୍କ ପାଖ ଲୋକମାନେ ତାଙ୍କ ଉପରେ ପ୍ରତିଆକ୍ରମଣ କରୁଛନ୍ତି। ସେମାନେ କହୁଛନ୍ତି, ଆଜାଦଙ୍କୁ ଦଳ ସବୁକିଛି ଦେଇଛି। ଯେତେବେଳେ ଦଳରେ ତାଙ୍କ ଆବଶ୍ୟକତା ଅଧିକ ଥିଲା, ସେ ହାତ ଛାଡ଼ି ଦେଇଛନ୍ତି। ତେବେ ଆଜାଦ ଏକମାତ୍ର ନେତା ନୁହନ୍ତି ଯିଏ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଛନ୍ତି।

ଦଳ ଛାଡ଼ିଥିବା ଅଧିକାଂଶ ନେତା ସମ୍ମାନ ପାଉ ନ ଥିବା କହୁଛନ୍ତି। ତାଙ୍କ କଥା କେହି ଶୁଣୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ହେଲେ କେବଳ ବରିଷ୍ଠ ନେତାମାନେ ଏଭଳି କଥା କହୁଥିବା କଂଗ୍ରେସ ନେତାମାନେ ପ୍ରତିକ୍ରିୟା ଦେଉଛନ୍ତି। ଏଭଳି ସ୍ଥିତିରେ ଯଦି ଦଳ ଛାଡ଼ିଥିବା ନେତାଙ୍କ ତାଲିକା ଦେଖାଯାଏ ତେବେ ଏଥିରେ କେବଳ ଆଜାଦ ଏବଂ କପିଲ ସିବଲଙ୍କ ଭଳି ନେତା ନାହାନ୍ତି ବରଂ ଏଥିରେ ଯୁବ ନେତାଙ୍କ ତାଲିକା ମଧ୍ୟ ଲମ୍ବା।

କଂଗ୍ରେସ ଛାଡ଼ିଥିବା ନେତାଙ୍କ ତାଲିକାରେ ଅନେକ ବଡ଼ ଯୁବ ନେତା ଅଛନ୍ତି, ଯାହାଙ୍କୁ ରାହୁଲ ଗାନ୍ଧୀଙ୍କ ଯୁବ ବ୍ରିଗେଡ୍‌ ବୋଲି କୁହାଯାଉଥିଲା। ସେମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ନାମ। ୨୦୨୦ରେ ସେ ଭାଜପାରେ ଯୋଗଦେଇ ଏବେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଅଛନ୍ତି। ତାଙ୍କ ଭଳି ଜିତିନ ପ୍ରସାଦ ମଧ୍ୟ ଭାଜପାରେ ଯୋଗଦେଇ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଅଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳ ପ୍ରମୁଖ ଆର୍‌.ପି.ଏନ୍‌. ସିଂ ଭାଜପା ଏବଂ ପଞ୍ଚିମ ୟୁପି ନେତା ଇମ୍ରାନ ମାସୁଦ ଏସ୍‌ପିରେ ଯୋଗ ଦେଇଥିଲେ। ସେହିଭଳି ପ୍ରିୟଙ୍କା ଚତୁର୍ବେଦୀ ଶିବସେନାରେ ଯୋଗ ଦେଇଛନ୍ତି। ଗୁଜରାଟ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ ଭାଜପାରେ ଯୋଗ ଦେଇଛନ୍ତି। ନିକଟରେ ଦଳର ଜାତୀୟ ମୁଖପାତ୍ର ଜୟବୀର ଶେରଗିଲ ମଧ୍ୟ ଦଳ ସହ ସମ୍ପର୍କ ଶେଷ କରିଛନ୍ତି। ଏହିଭଳି ତାଲିକା ବହୁତ ଲମ୍ବା ଅଛି।

କହିବା ବାହୁଲ୍ୟ ଯେ ଦଳ ଛାଡ଼ିବା ପରେ କଂଗ୍ରେସରେ ସବୁକିଛି ଠିକ୍‌ ଚାଲିଛି। ଦଳରେ ଥିବା ଅନେକ ନେତା ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଏଥିରେ ଆନନ୍ଦ ଶର୍ମା, ଶଶି ଥରୁର, ପ୍ରତିରାଜ ଚୌହ୍ବାନଙ୍କ ଭଳି ନେତା ଅଛନ୍ତି। ରବିବାର କାର୍ଯ୍ୟ କମିଟି ବୈଠକରେ ଆନନ୍ଦ ଅଧ୍ୟକ୍ଷ ନିର୍ବାଚନ ଲାଗି ନିର୍ବାଚନ ସୂଚି ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେହିଭଳି ପୃଥ୍ବିରାଜ କାହାକୁ କଣ୍ଢେଇ ସଜାଇ ଅଧ୍ୟକ୍ଷ ପଦ ଦିଆଗଲେ ଦଳ ବଞ୍ଚିପାରିବ ନାହିଁ ବୋଲି କହିଥିଲେ। ତେବେ କେବଳ ଅଧ୍ୟକ୍ଷ ପଦ ନୁହେଁ କଂଗ୍ରେସ କାର୍ଯ୍ୟ କମିଟିର ସମସ୍ତ ପଦବୀ ଲାଗି ନିର୍ବାଚନ ହେବା ଉଚିତ ବୋଲି କହିଥିଲେ। ଏବେ ଥରୁର ମଧ୍ୟ ନ୍ୟାୟପୂର୍ଣ୍ଣ ନିର୍ବାଚନ ଲାଗି ପକ୍ଷ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?