Posted inଜାତୀୟ

କେବଳ ବରିଷ୍ଠ ନୁହନ୍ତି, ଯୁବ ନେତା ବି ଛାଡ଼ୁଛନ୍ତି କଂଗ୍ରେସର ହାତ; ବେଳକୁ ବେଳ ଲମ୍ବୁଛି ତାଲିକା

ନୂଆଦିଲ୍ଲୀ,୩୦।୮: ପ୍ରାୟ ପାଞ୍ଚ ଦଶନ୍ଧି ଧରି କଂଗ୍ରେସରେ ଥିବା ଗୁଲାମ ନବୀ ଆଜାଦ ଇସ୍ତଫା ଦେବା ପରେ ଦଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ରାହୁଲଙ୍କ ଯୋଗୁ ଦଳର ଏଭଳି ଅବସ୍ଥା ହୋଇଥିବା ସେ ଦାବି କରିଛନ୍ତି। ଆଜାଦଙ୍କ କଟାକ୍ଷ ପରେ ଅନେକ କଂଗ୍ରେସ ନେତା, ରାହୁଲଙ୍କ ପାଖ ଲୋକମାନେ ତାଙ୍କ ଉପରେ ପ୍ରତିଆକ୍ରମଣ କରୁଛନ୍ତି। ସେମାନେ କହୁଛନ୍ତି, ଆଜାଦଙ୍କୁ ଦଳ ସବୁକିଛି ଦେଇଛି। ଯେତେବେଳେ ଦଳରେ ତାଙ୍କ ଆବଶ୍ୟକତା ଅଧିକ ଥିଲା, ସେ ହାତ ଛାଡ଼ି ଦେଇଛନ୍ତି। ତେବେ ଆଜାଦ ଏକମାତ୍ର ନେତା ନୁହନ୍ତି ଯିଏ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଛନ୍ତି।

ଦଳ ଛାଡ଼ିଥିବା ଅଧିକାଂଶ ନେତା ସମ୍ମାନ ପାଉ ନ ଥିବା କହୁଛନ୍ତି। ତାଙ୍କ କଥା କେହି ଶୁଣୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ହେଲେ କେବଳ ବରିଷ୍ଠ ନେତାମାନେ ଏଭଳି କଥା କହୁଥିବା କଂଗ୍ରେସ ନେତାମାନେ ପ୍ରତିକ୍ରିୟା ଦେଉଛନ୍ତି। ଏଭଳି ସ୍ଥିତିରେ ଯଦି ଦଳ ଛାଡ଼ିଥିବା ନେତାଙ୍କ ତାଲିକା ଦେଖାଯାଏ ତେବେ ଏଥିରେ କେବଳ ଆଜାଦ ଏବଂ କପିଲ ସିବଲଙ୍କ ଭଳି ନେତା ନାହାନ୍ତି ବରଂ ଏଥିରେ ଯୁବ ନେତାଙ୍କ ତାଲିକା ମଧ୍ୟ ଲମ୍ବା।

କଂଗ୍ରେସ ଛାଡ଼ିଥିବା ନେତାଙ୍କ ତାଲିକାରେ ଅନେକ ବଡ଼ ଯୁବ ନେତା ଅଛନ୍ତି, ଯାହାଙ୍କୁ ରାହୁଲ ଗାନ୍ଧୀଙ୍କ ଯୁବ ବ୍ରିଗେଡ୍‌ ବୋଲି କୁହାଯାଉଥିଲା। ସେମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ନାମ। ୨୦୨୦ରେ ସେ ଭାଜପାରେ ଯୋଗଦେଇ ଏବେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଅଛନ୍ତି। ତାଙ୍କ ଭଳି ଜିତିନ ପ୍ରସାଦ ମଧ୍ୟ ଭାଜପାରେ ଯୋଗଦେଇ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଅଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳ ପ୍ରମୁଖ ଆର୍‌.ପି.ଏନ୍‌. ସିଂ ଭାଜପା ଏବଂ ପଞ୍ଚିମ ୟୁପି ନେତା ଇମ୍ରାନ ମାସୁଦ ଏସ୍‌ପିରେ ଯୋଗ ଦେଇଥିଲେ। ସେହିଭଳି ପ୍ରିୟଙ୍କା ଚତୁର୍ବେଦୀ ଶିବସେନାରେ ଯୋଗ ଦେଇଛନ୍ତି। ଗୁଜରାଟ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ ଭାଜପାରେ ଯୋଗ ଦେଇଛନ୍ତି। ନିକଟରେ ଦଳର ଜାତୀୟ ମୁଖପାତ୍ର ଜୟବୀର ଶେରଗିଲ ମଧ୍ୟ ଦଳ ସହ ସମ୍ପର୍କ ଶେଷ କରିଛନ୍ତି। ଏହିଭଳି ତାଲିକା ବହୁତ ଲମ୍ବା ଅଛି।

କହିବା ବାହୁଲ୍ୟ ଯେ ଦଳ ଛାଡ଼ିବା ପରେ କଂଗ୍ରେସରେ ସବୁକିଛି ଠିକ୍‌ ଚାଲିଛି। ଦଳରେ ଥିବା ଅନେକ ନେତା ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଏଥିରେ ଆନନ୍ଦ ଶର୍ମା, ଶଶି ଥରୁର, ପ୍ରତିରାଜ ଚୌହ୍ବାନଙ୍କ ଭଳି ନେତା ଅଛନ୍ତି। ରବିବାର କାର୍ଯ୍ୟ କମିଟି ବୈଠକରେ ଆନନ୍ଦ ଅଧ୍ୟକ୍ଷ ନିର୍ବାଚନ ଲାଗି ନିର୍ବାଚନ ସୂଚି ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେହିଭଳି ପୃଥ୍ବିରାଜ କାହାକୁ କଣ୍ଢେଇ ସଜାଇ ଅଧ୍ୟକ୍ଷ ପଦ ଦିଆଗଲେ ଦଳ ବଞ୍ଚିପାରିବ ନାହିଁ ବୋଲି କହିଥିଲେ। ତେବେ କେବଳ ଅଧ୍ୟକ୍ଷ ପଦ ନୁହେଁ କଂଗ୍ରେସ କାର୍ଯ୍ୟ କମିଟିର ସମସ୍ତ ପଦବୀ ଲାଗି ନିର୍ବାଚନ ହେବା ଉଚିତ ବୋଲି କହିଥିଲେ। ଏବେ ଥରୁର ମଧ୍ୟ ନ୍ୟାୟପୂର୍ଣ୍ଣ ନିର୍ବାଚନ ଲାଗି ପକ୍ଷ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷର ବାଳକ ଉପରେ ଲାଗିଲା ୨.୯ ଲକ୍ଷ ଟଙ୍କାର ଜରିମାନା

ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶରେ ଜଣେ ୧୨ ବର୍ଷର ବାଳକ ଉପରେ ରାମନବମୀରେ ଖରଗୋନରେ ହୋଇଥିବା ହିଂସା ସମୟରେ ଭଙ୍ଗାରୁଜା ଓ ସମ୍ପତ୍ତି ନଷ୍ଟ ଅଭିଯୋଗ...

କରୋନା ଦ୍ୱିତୀୟ ଲହରରେ ୨.୪ ଲକ୍ଷ ଲୋକଙ୍କର ହୋଇଥିଲା ମୃତ୍ୟୁ, ତୃତୀୟ ଲହର ହୋଇପାରେ ଏହାଠାରୁ ଭୟଙ୍କର: ୟୁଏନ୍‌

ନୂଆଦିଲ୍ଲୀ,୧୪ ।୧: କରୋନା ସଂକ୍ରମଣକୁ ନେଇ ଚେତାବନି ଦେଇଛି ଜାତିସଂଘ । ଏକ ରିପୋର୍ଟରେ ୟୁଏନ୍ ଦାବି କରିଛି ଯେ କରୋନାର ଦ୍ୱିତୀୟ ଲହର ଅର୍ଥାତ୍...

କର୍ନାଟକରେ ପ୍ରଧାନମନ୍ତ୍ରୀଙ୍କ ହେବ ୨୨ ରାଲି

ବେଙ୍ଗାଲୁରୁ,୨୭ା୪: କର୍ନାଟକ ବିଧାନସଭା ନିର୍ବାଚନ ମେ’ ୧୦ରେ ଅନୁଷ୍ଠିତ ହେବା। ଏନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋର୍‌ଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ...

ହନୁମାନ ଜୟନ୍ତୀରେ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୫।୪: ହନୁମାନ ଜୟନ୍ତୀ ପ୍ରସ୍ତୁତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ସମସ୍ତ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା, ପର୍ବର ଶାନ୍ତିପୂର୍ଣ୍ଣ ପାଳନ...

ମନୁ ଜୋଶେଫଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ନିର୍ସିଂ ଅଫିସର ମନୁ ଜୋଶେଫଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠିଲେଖି ଧଦ୍ୟବାଦ ଦେଇଛନ୍ତି। ଏହାସହ ତାଙ୍କର ସମସ୍ତ ଟିମ୍‌ ମେମ୍ବରଙ୍କୁ...

ଦେଶରେ ଭାଜପା ବିରୋଧୀ ଲହର: ଶରଦ ପାଓ୍ବାର…

ମୁମ୍ବାଇ,୭।୬ : କର୍ନାଟକ ନିର୍ବାଚନରେ ଭାଜପାର ପରାଜୟ ପରେ ବିରୋଧୀ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଉପରେ ନଜର ରଖିଛନ୍ତି। ମହାମେଣ୍ଟରୁ ଏଥିପାଇଁ...

ଚାକିରି ଛାଡ଼ିଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ମୁମ୍ବାଇ,୧୨ା୧୨: ରାଜ୍ୟ ସଭାରେ ନାଗରିକତ୍ୱ ସଂଶୋଧନ ବିଲ୍‌, ୨୦୧୯ ଗୃହୀତ ହେବା ପରେ ଏହାର ପ୍ରତିବାଦରେ ଚାକିରି ଛାଡ଼ିଛନ୍ତି ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅବ୍‌ଦୁର...

‘ମଣିପୁରରେ ଜାତିଗତ ବିବାଦ ଭାରତର ଭାବମୂର୍ତ୍ତିକୁ କରୁଛି କ୍ଷୁଣ୍ଣ’

ଇମ୍ଫାଲ,୩୦।୭: ମଣିପୁରର ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନାହିଁ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର କିଛି ଏମ୍‌ପିମାନେ ମଣିପୁର ଗସ୍ତ କରି ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।...

Advertisement
Archives

Model This Week