ଆମେରିକାରେ ଗାଜା ପ୍ରତିବାଦକାରୀ

ଇଆନ୍‌ ବୁରୁମା

 

ପାଲେଷ୍ଟିନୀୟମାନେ ସେମାନଙ୍କ ଭୂମିରେ ସ୍ବାଧୀନ ଭାବେ ବଞ୍ଚିବା ଲାଗି ଏକ ମୁକ୍ତ ପାଲେଷ୍ଟାଇନ୍‌ ଦାବି କରୁଛନ୍ତି ଆମେରିକାର କଲେଜ ପ୍ରତିବାଦକାରୀମାନେ। ଦେଶର କେତେକ ନାମୀଦାମୀ ତଥା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ପାଲେଷ୍ଟାଇନ୍‌ର ପାରମ୍ପରିକ ହେଡ୍‌ ଡ୍ରେସ୍‌ ପିନ୍ଧି କ୍ୟାମ୍ପସ ବିଲ୍‌ଡିଂକୁ ମୁକ୍ତ କରିବାକୁ ସ୍ବାଧୀନତା ସଂଗ୍ରାମୀଙ୍କ ଭଳି ଦାବି କରିଛନ୍ତି । ଅତି କମ୍‌ରେ ଜଣେ ଯୁବ ବିକ୍ଷୋଭକାରୀ କଲେଜ କର୍ତ୍ତୃପକ୍ଷଙ୍କଠାରୁ ମୌଳିକ ମାନବ ସହାୟତା ଭାବେ ଖାଦ୍ୟ ଏବଂ ଜଳ ଦାବି କରିଛନ୍ତି। ନିଶ୍ଚିତ ଭାବରେ ସମସ୍ତେ ଗାଜାରେ ବହୁ ସଂଖ୍ୟକ ନିରୀହ ସାଧାରଣ ନାଗରିକଙ୍କ ହତ୍ୟାକୁ କେବଳ ବିରୋଧ କରିନାହାନ୍ତି, ବରଂ ପୋଲିସ ଦ୍ୱାରା ହେଉ କିମ୍ବା ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆ ଲସ୍‌ଏଞ୍ଜେଲ୍ସ (ୟୁସିଏଲ୍‌ଏ) ରେ ହେଉ, ବିକ୍ଷୋଭକାରୀଙ୍କ ବିରୋଧରେ ହିଂସା ଅତ୍ୟନ୍ତ ଅନ୍ୟାୟ।
ସମସ୍ୟା ହେଉଛି ‘ଆଣ୍ଟି-ଜିଓନିଜମ୍‌’ (ପାଲେଷ୍ଟାଇନ୍‌ରେ ଇହୁଦୀ ଭୂଖଣ୍ଡ ପ୍ରତିଷ୍ଠା ଅଭିଯାନ ବିରୋଧୀ ଭାବ) କଲେଜ କ୍ୟାମ୍ପସରେ ଦାନା ବାନ୍ଧିବା ବିଷୟକୁ ସହଜରେ ବୁଝିହେଉନାହିଁ। ଏହାର ବୈଚାରିକ ଆଧାର ରହିଛି, ଯାହା ଆଫ୍ରିକୀୟ-ଆମେରିକୀୟଙ୍କ ବିରୋଧରେ ପୋଲିସର ଅତ୍ୟାଚାର, ବିଶ୍ୱତାପନ, ଆମେରିକାର ସାମ୍ରାଜ୍ୟବାଦ, ଶ୍ୱେତାଙ୍ଗଙ୍କ ପ୍ରଭୁତ୍ୱ, ଆମେରିକା ଦାସତ୍ୱର ଇତିହାସ, ୟୁରୋପୀୟ ଉପନିବେଶବାଦ, ସମଲିଙ୍ଗୀ ପାଲେଷ୍ଟିନୀୟ ପ୍ରତି ଘୃଣା ଏବଂ ବର୍ତ୍ତମାନ ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆଦି ସବୁ ବିଷୟ ପରସ୍ପର ସହ ସମ୍ବନ୍ଧିତ ବୋଲି ବିଚାରକରେ। ନ୍ୟୁୟର୍କ ଟାଇମ୍ସର ସାକ୍ଷାତକାରରେ କର୍ନେଲ ୟୁନିଭର୍ସିଟି ଷ୍ଟୁଡେଣ୍ଟ କହିଛନ୍ତି, ଜଳବାୟୁ ନ୍ୟାୟ ସାମ୍ରାଜ୍ୟବାଦ, ପୁଞ୍ଜିବାଦ ଭଳି ସଂଗ୍ରାମ ଉପରେ ଆଧାରିତ ହୋଇଛି। ମୁଁ ଭାବୁଛି ଏହି ସଂଘର୍ଷ ପାଲେଷ୍ଟାଇନ୍‌ରେ ଗଣହତ୍ୟାର ସଂଘର୍ଷ କ୍ଷେତ୍ରରେ ଏହା ପୂରା ସତ୍ୟ।
ଜିଓନିଜମ୍‌ ହେଉଛି ଏକବିଂଶ ଶତାବ୍ଦୀର ଇହୁଦୀ ଜାତୀୟତାବାଦୀ ଆନ୍ଦୋଳନ ଯେଉଁଥିରେ ଧାର୍ମିକ, ଧର୍ମନିରପେକ୍ଷ, ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀ ତତ୍ତ୍ୱ ରହିଥିଲା। ତାହା ବର୍ତ୍ତମାନ ଉପନିବେଶବାଦ, ସାମ୍ରାଜ୍ୟବାଦ ଏବଂ ବର୍ଣ୍ଣ ବୈଷମ୍ୟବାଦ ସହ ସମାନ ହୋଇଯାଇଛି। ଜଣେ ଭଲ ମଣିଷ ଏବଂ ନୈତିକ ବ୍ୟକ୍ତି ହେବା ପାଇଁ ଆଣ୍ଟି ଜିଓନିଷ୍ଟ ହେବା ଆବଶ୍ୟକ ବୋଲି ବିଚାର କରାଯାଉଛି। କେତେଜଣ ଲୋକଙ୍କ ଦାବି ମୁତାବକ ଏହା ଆଣ୍ଟି ସେମେଟିକ୍‌ ବା ଇହୁଦୀ ସମାଜ ବିରୋଧୀ । କିନ୍ତୁ ଏହାର ବାସ୍ତବତା ସ୍ପଷ୍ଟ ନୁହେଁ। ଜିଓନିଜମ୍‌କୁ ବିରୋଧ କିମ୍ବା ଇସ୍ରାଏଲ ନୀତିକୁ ସମାଲୋଚନା କରିବା କେବେ ବି ଇହୁଦୀ ସମାଜ ବିରୋଧୀ ନୁହେଁ। ଇସ୍ରାଏଲର ସହାବସ୍ଥାନ ଅଧିକାରକୁ ଅସ୍ବୀକାର କରିବା ନିଶ୍ଚିତ ଭାବରେ ବିଦ୍ୱେଷପୂର୍ଣ୍ଣ ଏବଂ ସମସ୍ତ ଇହୁଦୀଙ୍କୁ ସତେ ଯେପରି ଇହୁଦୀ ଆନ୍ଦୋଳନର ସମର୍ଥକ ବୋଲି ମନେକରାଯାଉଛି।
ସମସ୍ତ ପ୍ରକାର ଅତ୍ୟାଚାର ବା ଦମନ ପଛରେ ବିଭିନ୍ନ ପ୍ରକାର ବିଦ୍ୱେଷ ଅଛି। ପାଲେଷ୍ଟାଇନ୍‌ ପାଇଁ ପ୍ରଦର୍ଶନ କରୁଥିବା ଅନେକ ଛାତ୍ର ଏହି ଚିନ୍ତାଧାରା ଗ୍ରହଣ କରିଛନ୍ତି କାରଣ ସେମାନଙ୍କୁ ଏହା କରିବାକୁ ପ୍ରାୟତଃ ସେହି ଅନୁଷ୍ଠାନର ପ୍ରଫେସରମାନେ ଶିକ୍ଷା ଦେଇଛନ୍ତି, ଯାହାଙ୍କ ବିରୋଧରେ ପ୍ରଦର୍ଶନକାରୀମାନେ ଏବେ ବିଦ୍ରୋହ କରୁଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ପରିଚୟଭିତ୍ତିକ ରାଜନୀତିରେ ଏକ ସଙ୍କେତ ଚିହ୍ନ ଅଛି ଯେଉଁଥିରେ ବିଶେଷକରି ଆମେରିକାରେ ଉଦାରବାଦୀ ଦଳର ସମସ୍ତ ଶିକ୍ଷିତ ସଦସ୍ୟ ସହମତ ହେବେ ଯେ, ଦାସତ୍ୱ ପରବର୍ତ୍ତୀ, ଉପନିବେଶ ପରବର୍ତ୍ତୀ ପାଶ୍ଚାତ୍ୟର ଜଣେ ଠିକ୍‌ ବିଚାରଧାରାର ନାଗରିକ ହେବାକୁ ହେଲେ ଜାତି-ବିରୋଧୀ, ସାମ୍ରାଜ୍ୟବାଦୀ-ବିରୋଧୀ ଏବଂ ଉପନିବେଶବାଦୀ ବିରୋଧୀ ହେବା ଦରକାର। ଅର୍ଥାତ୍‌, ଆମେରିକାରରୁ ଆରମ୍ଭକରି ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତ ଦେଖାଯାଇଥିବା ଜଟିଳ ସଂଘର୍ଷ ସମେତ ଅତୀତ ଏବଂ ବର୍ତ୍ତମାନର ସମସ୍ତ ବିଶ୍ୱସ୍ତରୀୟ ଘଟଣାରେ ଏହିପରି ଏକ ଦୃଷ୍ଟିକୋଣ ପ୍ରୟୋଗ କରିବା ଆବଶ୍ୟକ। ଏଭଳି ବୈଶ୍ୱିକ ଦୃଷ୍ଟିକୋଣ ଦର୍ଶାଇପାରେ ଯେ, ପାଲେଷ୍ଟାଇନ୍‌ ସମର୍ଥନରେ ପ୍ରତିବାଦ କାହିଁକି ଆମେରିକାର କଲମ୍ବିଆ, ହାର୍ଭାର୍ଡ, ୟେଲ୍‌, ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରୁ ଆରମ୍ଭ ହୋଇଥିଲା। ବିଦ୍ୱେଷ ମାନସିକତା ଶ୍ରମିକ ଶ୍ରେଣୀର ଲୋକମାନଙ୍କର ମୁଖ୍ୟ ଚିନ୍ତା ନୁହେଁ, ବରଂ ପ୍ରତିଷ୍ଠିତ ଶିକ୍ଷିତ ବର୍ଗଙ୍କ ଏହା ଏକ ପ୍ରତୀକ। ଏହି ପ୍ରତିଷ୍ଠିତ ଶିକ୍ଷିତ ବର୍ଗର ସଦସ୍ୟମାନେ ସମସ୍ତେ ନିଜକୁ ପାଶ୍ଚାତ୍ୟ ଜଗତର ନୈତିକ ଅନ୍ତଃ ଚେତନା ବୋଲି ମଣିଥାନ୍ତି।
ବହୁ ନାମୀଦାମୀ ବିଶ୍ୱବିଦ୍ୟାଳୟରେ ପ୍ରବେଶକୁ ନେଇ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ପ୍ରତିକୂଳ ଭାବନା ଯୋଗୁ କ୍ୟାମ୍ପସରେ ରାଜନୈତିକ କାର୍ଯ୍ୟକଳାପକୁ ବିଶେଷକରି ଧନୀ ଏବଂ ଗରିବଙ୍କ ମଧ୍ୟରେ ପ୍ରଭେଦ ଥିବା ଏକ ସମାଜରେ ବଢ଼ାଇବାରେ ସହାୟକ ହୋଇପାରେ। ଉପନିବେଶବାଦ ଏବଂ ଜାତିଭେଦ ବିରୋଧରେ ପ୍ରତିବାଦ ଦ୍ୱାରା ଶ୍ରେଣୀ ସଂଘର୍ଷ ଦୂରେଇ ଦେଲେ ସ୍ବତନ୍ତ୍ର ଅଧିକାର ସହ ବଞ୍ଚିବା ସହଜ ହୋଇଥାଏ। ଶ୍ରେଣୀ ଏଥିରେ ଭୂମିକା ନେଇଥାଏ। ପ୍ରାୟତଃ ବିଶେଷ ଅଧିକାର ଚାଲିଯାଉଥିବା ଭୟରୁ ବିଦ୍ରୋହ ସୃଷ୍ଟି ହୋଇଥାଏ। ପ୍ରବାସୀମାନେ ଶିକ୍ଷିତ ଶ୍ୱେତାଙ୍ଗଙ୍କ ଅପେକ୍ଷା ଭଲ କାମ କରିପାରନ୍ତି ବୋଲି ଅନୁଭବ କରୁଥିବା ନିରକ୍ଷର ଶ୍ୱେତାଙ୍ଗମାନଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହ୍ବାନ ଦେବା ସେମାନଙ୍କୁ ଅସନ୍ତୋଷ କରିଛି। ପ୍ରତିଷ୍ଠିତ ଆମେରିକୀୟ ଅନୁଷ୍ଠାନ ତଥା ପାଶ୍ଚାତ୍ୟ ଜଗତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହିପରି କିଛି ଘଟୁଛି। ଶିକ୍ଷା ସମୃଦ୍ଧ ପରିବାରର ଜଣେ ଶ୍ୱେତାଙ୍ଗ ହେବା ସାଧାରଣତଃ ସମାଜର ଉପର ସ୍ତରର ଅଧିକାରୀ ଥିଲେ। କିନ୍ତୁ ଏବେ ଉଚ୍ଚଶିକ୍ଷା ଆବଶ୍ୟକ କରୁଥିବା ଶିକ୍ଷା, ସାମ୍ବାଦିକତା , ପ୍ରକାଶନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଚ୍ଚଶିକ୍ଷିତ ଅଣଶ୍ୱେତାଙ୍ଗ ପୁରୁଷ ଓ ମହିଳାମାନେ ଅଧିକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ସକାରାତ୍ମକ ବିକାଶ। ବିଦ୍ୱେଷଠାରୁ ଦୂରେଇ ରହି ଯେକେହି ସମ୍ମିଳତା, ବିବିଧତା ଉପରେ ବିଶ୍ୱାସ କରନ୍ତି,ସେମାନେ ଏହାକୁ ପ୍ରଶଂସା କରିବା ଉଚିତ। କିନ୍ତୁ ସକ୍ରିୟ ଉପନିବେଶବାଦ ଏବଂ ବର୍ଣ୍ଣଗତ ଅଧିକାରକୁ ସ୍ବୀକାର କରି ଆସିଥିବା ଉଦାରବାଦୀ-ବାମପନ୍ଥୀ ଚିନ୍ତାଧାରା ପ୍ରତିରୋଧାମତ୍କ ପ୍ରତିକ୍ରିୟା ସୃଷ୍ଟି କରିପାରେ । ୟୁରୋପ ଏବଂ ଆମେରିକାରେ ବହୁ ସଂଖ୍ୟାରେ ଶ୍ୱେତାଙ୍ଗ ଯୁବକ ଦକ୍ଷିଣପନ୍ଥୀ ରାଜନୈତିକ ଦଳ ତଥା ମିଷ୍ଟଭାଷୀ ଚତୁର ନୋତଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି। ଏହି ନେତାମାନେ ମହିଳାମାନଙ୍କୁ ଅଣଦେଖାକରି ସେମାନଙ୍କ ପୁରୁଷତ୍ୱକୁ କିପରି ପୁନଃ ସ୍ଥାପିତ କରିବେ, ତାହା ସେହି ଯବକମାନଙ୍କୁ ଶିଖାଇବାକୁ ପ୍ରତିଜ୍ଞା କରିଛନ୍ତ। ଏହା ମଧ୍ୟ କୃଷ୍ଣକାୟ ଲୋକଙ୍କ ପ୍ରତି ପକ୍ଷପାତିତା ସୃଷ୍ଟି କରିପାରେ।
ତେବେ ଏହି ବିଶେଷ ଅଧିକାର ବଜାୟ ରଖିବା ପାଇଁ ପ୍ରତିଷ୍ଠିତ ବର୍ଗଙ୍କ ଚିନ୍ତା ଅନ୍ୟ ଦିଗରେ ମଧ୍ୟ ଯାଇପାରେ । ନାମୀଦାମୀ ବେସରକାରୀ ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ବର୍ଣ୍ଣ ବୈଷମ୍ୟବାଦ ବିରୋଧୀ, ସାମ୍ରାଜ୍ୟବାଦୀ ବିରୋଧୀ ଏବଂ ଉପନିବେଶବାଦୀ ବିରୋଧୀ ଭାବରେ ସେମାନେ ପ୍ରଦର୍ଶନ କରିବାକୁ ଆଗ୍ରହ ଦେଖାଇପାରନ୍ତି। ବୌଦ୍ଧିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଅଗ୍ରଣୀ ପଦବୀକୁ ବନ୍ଦ କରିବାର ଏହା ହେଉଛି ଗୋଟିଏ ଉପାୟ। ସମ୍ଭବତଃ ସେଥିପାଇଁ କଲମ୍ବିଆ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଅଧ୍ୟାପକମାନେ ଗାଜାରେ ଇସ୍ରାଏଲ୍‌ର ଯୁଦ୍ଧକୁ ବିରୋଧ କରିବା ପାଇଁ ବାଟ ଦେଖାଇଥିଲେ ଏବଂ ଅନ୍ୟ ପ୍ରତିଷ୍ଠିତ ୮ଟି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକର୍ତ୍ତାମାନେ ଏହାକୁ ଶୀଘ୍ର ଅନୁସରଣ କରିଥିଲେ। ଏହା ପ୍ରକୃତରେ ପାଲେଷ୍ଟାଇନୀୟମାନଙ୍କୁ ନିଜର ରାଜ୍ୟ ହାସଲ କରିବାରେ ସାହାଯ୍ୟ କରିବ କି ନାହିଁ, ଯେଉଁଠାରେ ସେମାନେ ଏକ ସ୍ବାଧୀନ ମନୋନୀତ ସରକାର ଅଧୀନରେ ଉନ୍ନତ ତଥା ସମ୍ମାନଜନକ ଜୀବନଯାପନ କରିପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ତାହା କେବେ ବି ମୁଖ୍ୟ ବିଷୟ ହୋଇନାହିଁ। ଆମେରିକାରେ ବିରୋଧ ଅଭିଯାନରେ ପ୍ରାୟତଃ ଏହା ଘଟିଥାଏ।
ପ୍ରତିଷ୍ଠିତ ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri