Posted inଖେଳ

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ

ହାଇଦ୍ରାବାଦ, ୯।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ ପରାକ୍ରମରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଝାମ୍ପି ପଡ଼ିଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ଦୁଇ ଓପନର ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମା। ବିଜୟ ଲକ୍ଷ୍ୟ ହାସଲ ପାଇଁ ମାତ୍ର ୪୫ ମିନିଟରୁ କମ୍‌ ସମୟ ଓ ୯.୪ ଓଭରର ସହାୟତା ନେଲେ। ଦୁହେଁ ଅପରାଜିତ ରହିବା ସହ ମାତ୍ର ୫୮ ବଲ୍‌ରୁ ଗଢ଼ିଲେ ୧୬୭ ରନର ପାର୍ଟନରଶିପ୍‌। ଅର୍ଥାତ୍‌ ଦ୍ୱିତୀୟ ପାଓ୍ବାରପ୍ଲେ ଆସିବା ପୂର୍ବରୁ ଖେଳ ଖତମ। ହେଡ୍‌ ୩୦ ବଲ୍‌ରୁ ୮ଟି ଲେଖାଏ ଚୌକା ଓ ଛକା ସହାୟତାରେ ୮୯ ଓ ଅଭିଷେକ ୨୮ ବଲ୍‌ରୁ ୮ ଚୌକା ଓ ୬ ଛକା ସହିତ ୭୫ ରନରେ ଅପରାଜିତ ରହି ଦଳକୁ ଏକ ଚମତ୍କାର ବିଜୟ ଭେଟିଦେଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବୁଧବାର ଏପରି ଏକ ଚିତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ବିଜୟ ସହ ସନ୍‌ରାଇଜର୍ସ କେବଳ ୨ ପଏଣ୍ଟ ପାଇନାହିଁ ରନ୍‌ ହାରରେ ଅବିଶ୍ୱସନୀୟ ଉନ୍ନତି ଆଣିଛି। ଫଳରେ ଦଳ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ଟସ୍‌ ଜିତି ଲକ୍ଷ୍ନୌ ଦଳର ଅଧିନାୟକ ଲୋକେଶ ରାହୁଲ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପିଚ୍‌ ଆରମ୍ଭରେ ବ୍ୟାଟରଙ୍କୁ ଆଦୌ ସହାୟକ ହୋଇ ନ ଥିଲା। ଶୀଘ୍ର ୨ଟି ଉଇକେଟର ପତନ ମଧ୍ୟ ଲକ୍ଷ୍ନୌକୁ ବ୍ୟାକ୍‌ଫୁଟରେ ରଖିଥିଲା। ପିଚ୍‌ରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ଭୁବନେଶ୍ୱର କୁମାର। ସେ ଇନିଂସ ଏବଂ ନିଜ ପ୍ରଥମ ଓଭରରେ ମାତ୍ର ୩ ରନ ଦେଇଥିବା ଭୁବନେଶ୍ୱର ଦ୍ୱିତୀୟ ଓଭରର ପ୍ରଥମ ବଲ୍‌ରେ କ୍ୱିଣ୍ଟନ ଡି’କକ୍‌ଙ୍କୁ ଆଉଟ୍‌ କରି ଲକ୍ଷ୍ନୌକୁ ପ୍ରଥମ ଝଟ୍‌କା ଦେଇଥିଲେ। କେବଳ ସେତିକି ନୁହେଁ ନିଜ ତୃତୀୟ ଓଭରର ଦ୍ୱିତୀୟ ବଲ୍‌ରେ ସେ ଫର୍ମରେ ଥିବା ମାର୍କୁସ ଷ୍ଟୋଇନିସଙ୍କୁ ପ୍ୟାଭିଲିୟନ ପଠାଇ ଲକ୍ଷ୍ନୌ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲେ। ଡି’କକ୍‌ ୨ ଓ ଷ୍ଟୋଇନିସ ୩ ରନ କରିଥିଲେ। ଧିମା ଖେଳିଥିବା ରାହୁଲ ୩୩ ବଲ୍‌ରୁ ୨୯ ରନ କରିଥିବାବେଳେ ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ ଆଉଟ ହେବାରୁ ଲକ୍ଷ୍ନୌର ବଡ଼ ସ୍କୋର ଆଶା ମଉଳି ଯାଇଥିଲା। ଲକ୍ଷ୍ନୌ ପ୍ରଥମ ୧୦ ଓଭରରେ ୩ ଉଇକେଟ ହରାଇ ୫୭ ରନ କରିବାକୁ ସକ୍ଷମ ହୋଇଥିଲା। ମଧ୍ୟଭାଗରେ କୃନାଲ ପାଣ୍ଡ୍ୟା ସେଟ୍‌ ହୋଇ ଆସୁଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହୋଇଥିଲେ। ସେ ୨୧ ବଲ୍‌ରୁ ୨୪ (୨ ଛକା) ରନ କରିଥିଲେ। ନିକୋଲସ ପୁରନ ଓ ଆୟୂଷ ବଦୋନୀ ଦ୍ରୁତ ହାରରେ ରନ ସଂଗ୍ରହ କରିବାରୁ ଲକ୍ଷ୍ନୌ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ଦୁହେଁ ଅସମାପ୍ତ ୫ମ ଉଇକେଟରେ ୫୨ ବଲ୍‌ରୁ ୯୯ ରନ ସଂଗ୍ରହ କରିଥିଲେ। ପୁରନ ୨୬ ବଲ୍‌ରୁ ୪୮ (୬ ଚୌକା, ୧ ଛକା) ଓ ବଦୋନୀ ୩୦ ବଲ୍‌ରୁ ୫୫ (୯ ଚୌକା) ରନକରି ଅପରାଜିତ ରହିଥିଲେ। ଫଳରେ ଶେଷ ୧୦ ଓଭରରେ ଲକ୍ଷ୍ନୌ ୧ ଉଇକେଟ ହରାଇ ୧୦୮ ରନ କରି ପାରିଥିଲା। ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ ଭୁବନେଶ୍ୱର ଅତି ଚମତ୍କାର ବୋଲିଂ କରିଥିଲେ। ତାଙ୍କ ବୋଲିଂ ଫିଗର ଥିଲା ୪-୦-୧୨-୨।

ସଂକ୍ଷିପ୍ତ ସ୍କୋର
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୦ ଓଭରରେ ୧୬୫/୪ (ଆୟୂଷ ବଦୋନୀ-୫୫*, ନିକୋଲସ ପୁରନ-୪୮*, ଲୋକେଶ ରାହୁଲ-୨୯, ଭୁବନେଶ୍ୱର କୁମାର-୨/୧୨, ପ୍ୟାଟ୍‌ କୁମିନ୍ସ-୧/୪୭)। ସନ୍‌ରାଇଜର୍ସ ହାଇଦ୍ରାବାଦ ୯.୪ ଓଭରରେ ୧୬୭/୦ (ଟ୍ରାଭିସ ହେଡ୍‌-୮୯*, ଅଭିଷେକ ଶର୍ମା-୭୫*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

ଆମେ ବହୁତ ଭଲ ଲୋକ, ଦୟାକରି ପାକିସ୍ତାନ ଆସନ୍ତୁ: ଭାରତକୁ ଏମିତି ଅନୁରୋଧ କଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୨୬।୭: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri