ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା ସେ ସ୍ଥାନ ଏବେ ପିଲା ଶୂନ୍ୟ। ସବୁଦିନ ଉପରଓଳା ସ୍କୁଲ ଛୁଟି ହେଲା ପରେ ପିଲାମାନେ ସେଠାରେ ଜମା ହୋଇଯାଉଥିଲେ। ବିଭିନ୍ନ ପ୍ରକାର ଖେଳରେ ପଡ଼ିଆ ଉଛୁଳିପଡୁଥିଲା। ଏବେ ଅଧିକାଂଶ ପିଲା ସ୍କୁଲ ଛୁଟି ପରେ ଖେଳ ପଡ଼ିଆକୁ ନ ଯାଇ ମୋବାଇଲ ଧରି ବସିପଡୁଛନ୍ତି। ଦିନକୁ ଦିନ ପାଠ ସହ ମୋବାଇଲର ସମ୍ପର୍କ ବଢ଼ିବାରେ ଲାଗିଛି। ପ୍ରଚଣ୍ଡ ଖରାକୁ ଆଖିଆଗରେ ରଖି ସରକାର ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ ଗୁଡ଼ିକୁ ଆଗୁଆ ଛୁଟି ଘୋଷଣା କରିଦେଲେ। ପିଲାଙ୍କ ଏପ୍ରିଲ ମାସର ପାଠପଢ଼ା ହୋଇ ପାରିଲା ନାହିଁ। ସେହି ପାଠକୁ ମୋବାଇଲ ମାଧ୍ୟମରେ ପିଲାଙ୍କ ନିକଟକୁ ପଠାଇବାକୁ ସ୍ଥିର କରାଗଲା। ପିଲାମାନେ ନିଜର ହ୍ବାଟ୍ସଆପ୍‌ରେ ପାଠଗୁଡ଼ିକୁ ପଢ଼ିବେ। ଏହାକୁ କୁହାଗଲା ସମର ଲର୍ନିଂ। ତେବେ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ପିଲାମାନେ ବେଶି ସମୟ ମୋବାଇଲରେ ବିତାଉଛନ୍ତି। ଖେଳ ପଡ଼ିଆକୁ ଯିବାକୁ ସେମାନଙ୍କ ହାତରେ ସମୟ ନାହିଁ।
ଖେଳ ପଡ଼ିଆରେ ଖେଳାଯାଉଥିବା ଖେଳଗୁଡ଼ିକୁ ଆଉ ପିଲାଙ୍କ ପସନ୍ଦ ନାହିଁ। କେବଳ କ୍ରିକେଟକୁ ଛାଡ଼ିଦେଲେ ଅନ୍ୟ ଖେଳଗୁଡ଼ିକର ଆଦର ଆଉ ନାହିଁ। ଫୁଟ୍‌ବଲର ଆଦର ପିଲାଙ୍କ ମଧ୍ୟରେ ନାହିଁ। ଫୁଟ୍‌ବଲ ଖେଳ ପାଇଁ ଉଦ୍ଦିଷ୍ଟ ଗୋଲପୋଷ୍ଟଗୁଡିକ ଆଉ ଖେଳ ପଡ଼ିଆ ମାନଙ୍କରେ ଦେଖାଯାଉ ନାହିଁ। ସ୍କୁଲରେ ଖେଳ ପିରିୟଡ୍‌ରେ ସାର୍‌ମାନେ ପିଲାଙ୍କୁ ବିଭିନ୍ନ ପ୍ରକାର ଖେଳ ଉପକରଣ ଦେଇ ଖେଳାଇବାର ଅଭ୍ୟାସ ଦୃଷ୍ଟିଗୋଚର ହେଉନାନାହିଁ। ସବୁ ସ୍କୁଲରେ ଏହିସବୁ ଖେଳ ଉପକରଣ ରଖାହୋଇଛି। କେତେକ ସ୍କୁଲରେ ତାହା ଅବ୍ୟବହୃତ ହୋଇ ନଷ୍ଟ ହୋଇଗଲାଣି। ଧୀରେ ଧୀରେ ପିଲାଙ୍କ ଆଗ୍ରହ କମିଲା। ଖେଳ ସାର୍‌ଙ୍କର ମଧ୍ୟ ଆଗ୍ରହ କମିଗଲା। ଖେଳ ପଡ଼ିଆ ଏବେ ପିଲାଙ୍କୁ ଝୁରୁଛି। କିନ୍ତୁ ପିଲାମାନେ ଆଉ ଖେଳ ପଡ଼ିଆକୁ ଆସିବାକୁ ସମୟ ପାଉନାହାନ୍ତି। ଖେଳ ମାଧ୍ୟମରେ ଯେଉଁ ଶାରୀରିକ ବ୍ୟାୟାମ ପାଉଥିଲେ ତାହା ଆଉ ପାଇପାରୁ ନାହାନ୍ତି।
ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ଖେଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହେ। ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ଖେଳ ତଥା ବ୍ୟାୟାମର ଆବଶ୍ୟକତା ରହିଛି। ବିଭିନ୍ନ ପ୍ରକାର ଖେଳ ଖେଳିବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ। ପାଠ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି ହୋଇଥାଏ। ଆଜିକାଲି ଅନେକ ପିଲାଙ୍କର କମ୍‌ ବୟସରୁ ଦୃଷ୍ଟିଶକ୍ତି କମିଯାଉଛି । ଏଥିପାଇଁ ଦୁଇଟି କାରଣ ରହିଛି। ଗୋଟିଏ ହେଲା ଶାରୀରିକ ବ୍ୟାୟାମର ଅଭାବ। ଅନ୍ୟଟି ପୁଷ୍ଟିକର ଖାଦ୍ୟର ଅଭାବ। ଗୋଟିଏ ପଟେ ଭିଟାମିନ୍‌ଯୁକ୍ତ ଖାଦ୍ୟର ଅଭାବ ,ଅନ୍ୟପଟେ ଅତ୍ୟଧିକ ମୋବାଇଲର ବ୍ୟବହାର ପିଲାଙ୍କ ଶାରୀରିକ ବିକାଶରେ ବାଧକ ସାଜୁଛି। ପିଲାମାନେ ମୋବାଇଲ ସହ ଏତେ ମାତ୍ରାରେ ଜଡ଼ିତ ହୋଇଯାଇଛନ୍ତି ଯେ ,ପରିବାରର କାହାରି ସହ କଥାବାର୍ତ୍ତା ମଧ୍ୟ କରିବାକୁ ଧ୍ୟାନ ଦେଉନାହାନ୍ତି। ପାରିବାରିକ ସମ୍ପର୍କ ଏକ ପ୍ରକାର କମିଗଲାଣି। ଅଜାଆଈ ଡାକିଲେ ଶୁଣୁନାହାନ୍ତି। ସେମାନଙ୍କଠାରୁ ଯେଉଁ କଥାଗୁଡ଼ିକ ଶିଖିବା କଥା ତାହା ଆଉ ସମ୍ଭବ ହେଉନାହିଁ।

ସତ୍ୟନାରାୟଣ ଦେହୁରୀ

ରାଧାନଗର, ବୌଦ୍ଧ
ମୋ: ୯୯୩୮୭୫୮୩୫୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?