ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ ଏକ ରାମାୟଣ ପରମ୍ପରା ସୃଷ୍ଟି କରିବା ସହ ଆମ ବିଚାରକୁ ପରିପୁଷ୍ଟ କରିଛି। ସେହିପରି ବୁଦ୍ଧଙ୍କ ଜୀବନୀକୁ ନେଇ ଅନେକ ପୁସ୍ତକ ରଚନା କରାଯାଇଛି। ତେବେ ଏହିସବୁ ସଂସ୍କରଣ ମଧ୍ୟରେ ପାଲି ସଂସ୍କରଣକୁ ଲୋକେ ମୂଳ ତଥା ପ୍ରାମାଣିକ ବା ବିଶ୍ୱସନୀୟ ବୋଲି ଗ୍ରହଣ କରନ୍ତି। ଊନବଂଶ ଶତାବ୍ଦୀରେ ବାସ୍ତବ ବିଚାରଧାରାର ବିକାଶ ଘଟିବାରୁ ପ୍ରକୃତ ବୁଦ୍ଧଙ୍କ ଧାରଣା ପ୍ରାଥମିକତା ଲାଭ କଲା। ତେବେ ଗବେଷକଙ୍କ ଅନୁଯାୟୀ ଆମ ପାଖରେ ଥିବା ବୁଦ୍ଧଙ୍କ ସମ୍ପର୍କିତ ପ୍ରତ୍ୟେକ ତଥ୍ୟ ସମ୍ଭବତଃ ତାଙ୍କ ଅନୁଗାମୀମାନେ ଲୋକଲୋଚନକୁ ଆଣିଥିଲେ। ଉଲ୍ଲେଖନୀୟ ଯେ, ବୁଦ୍ଧଙ୍କ ଜୀବନୀ ଲେଖା ହେବା ପୂର୍ବରୁ ତାହା କେବଳ ମୌଖିକ ଭାବେ ପ୍ରଚାର କରାଯାଇଥିଲା। ଏହି କାରଣରୁ କେଉଁଟା କାଳ୍ପନିକ ଆଉ କେଉଁଟି ସତ୍ୟ ତାହା ଜାଣିବା କଷ୍ଟକର। ଏଣୁ କୁହାଯାଇପାରେ, ସେତେବେଳେ ଯେଉଁମାନେ ବୁଦ୍ଧଙ୍କ ସମ୍ପର୍କିତ କାହାଣୀର ପ୍ରଚାର ପ୍ରସାର କରୁଥିଲେ ସେମାନେ ବାସ୍ତବତା ଉପରେ ପ୍ରାୟତଃ ଧ୍ୟାନ ଦେଉ ନ ଥିଲେ, ଯାହା ଏବେ ଆମେ କରୁଛୁ।
ବୁଦ୍ଧଙ୍କ କ୍ରମବିକଶିତ ଜୀବନ ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ଏକ ଜନ୍ମ କାହାଣୀରେ କୁହାଯାଇଛି ଯେ, ବୁଦ୍ଧଙ୍କ ମା’ ଏକ ହାତୀକୁ ସ୍ବପ୍ନରେ ଦେଖିଛନ୍ତି ଏବଂ ବୁଦ୍ଧଙ୍କୁ ଏକ ଶାଳ ଗଛମୂଳରେ ଜନ୍ମ ଦେବାର କିଛି ଦିନ ପରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମା’ଙ୍କ ମୃତ୍ୟୁ ପରେ ବୁଦ୍ଧଙ୍କ ମାଉସୀ ତାଙ୍କୁ ଲାଳନପାଳନ କରି ବଡ଼ କରିଥିଲେ। ବୁଦ୍ଧ ଜଣେ ସୁନ୍ଦରୀ ରାଜକୁମାରୀଙ୍କୁ ବିବାହ କରିଥିଲେ, ହେଲେ ଜୀବନର ଆନନ୍ଦ ଉପଲବ୍ଧି ଲକ୍ଷ୍ୟରେ ଏକାକୀ ରହିବାକୁ ପସନ୍ଦ କରୁଥିଲେ। ଦିନେ ସେ ବାହାରକୁ ଭ୍ରମଣରେ ଯାଇଥିବା ବେଳେ ସଂସାର ଚକ୍ରରେ ବାର୍ଦ୍ଧକ୍ୟ, ରୋଗ ଓ ମୃତ୍ୟୁକୁ ଦେଖିଲେ ଏବଂ ସଂସାର ଛାଡ଼ିଲେ। ଅଶ୍ୱତ୍ଥ ବୃକ୍ଷ ମୂଳରେ ଧ୍ୟାନ କରି ଜ୍ଞାନ (ବୁଦ୍ଧତ୍ୱ) ପ୍ରାପ୍ତ ହେବା ପରେ ସେ କଠୋର ସଂଯମତା ବଦଳରେ ସନ୍ତୁଳନ ଜୀବନରେ ସଫଳତା ମିଳିପାରିବ ବୋଲି ଉପଲବ୍ଧି କଲେ ଏବଂ ତାହାକୁ ଉତ୍ସାହିତ କଲେ। ବୁଦ୍ଧ ତାଙ୍କ ବାଣୀ ରାଜା ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଚାର କରି ଶେଷରେ ଦୁଇଟି ଶାଳ ଗଛ ମଧ୍ୟରେ ଶେଷ ନିଃଶ୍ୱାସ ତ୍ୟାଗ( ପରି-ନିର୍ବାଣ ପ୍ରାପ୍ତ) କରିଥିଲେ। ଏହିପରି ବୁଦ୍ଧଙ୍କ ଜୀବନରେ ଶାଳ ଗଛର ସମ୍ପର୍କ ଜନ୍ମ ଓ ମୃତ୍ୟୁ ସହିତ ଥିବାବେଳେ ଅଶ୍ୱତ୍ଥ ଗଛର ସମ୍ପର୍କ ଜ୍ଞାନ ସହ ଜଡ଼ିତ ରହିଛି। କାହାଣୀ ପ୍ରସାରଣକାରୀମାନେ ବୃକ୍ଷ ସଂସ୍କୃତିରେ ଥିବା ମୂଲ୍ୟବୋଧକୁ ପ୍ରକାଶ କରିଛନ୍ତି।
ବୁଦ୍ଧଙ୍କ ଅସ୍ଥିକୁ ନେଇ ରାଜାମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଛି । ଶେଷରେ ଅସ୍ଥିକୁ ସ୍ତୂପ ମଧ୍ୟରେ ସ୍ଥାପନ କରାଯାଇଛି। ସମ୍ରାଟ ଅଶୋକ ତାଙ୍କ ବିଶାଳ ସାମ୍ରାଜ୍ୟରେ ୮୪,୦୦୦ ସ୍ଥାନରେ ଅସ୍ଥିଗୁଡ଼ିକୁ ପୁନଃ ଆବଣ୍ଟନ କରିଥିଲେ। ସମାନ ପ୍ରକାର କାହାଣୀ ମଧ୍ୟ ଚାଇନାରେ ଦେଖିବାକୁ ମିଳେ। ମିଙ୍ଗ ସମ୍ରାଟ ତାଙ୍କ ସାମ୍ରାଜ୍ୟର ସବୁଆଡେ ବୁଦ୍ଧଙ୍କ ଅବଶେଷ ଓ ଭାରତରେ ନିର୍ମିତ ପ୍ରତିିମୂର୍ତ୍ତିଗୁଡ଼ିକୁ ବଣ୍ଟନ କରିଥିଲେ। ଥାଇଲାଣ୍ଡରେ ମଧ୍ୟ ବୁଦ୍ଧଙ୍କ ଜୀବନୀ ସମ୍ପର୍କିତ ଏଭଳି ଏକ କାହାଣୀ ଅଛି। ବୁଦ୍ଧଙ୍କ ପ୍ରକୃତ ଅବଶେଷ ଆଣିବା ଲାଗି ଅଶୋକ କିଭଳି ଦକ୍ଷିଣପୂର୍ବ ଏସିଆ ଗସ୍ତ କରିଛନ୍ତି ତାହା ଏଥିରେ ବର୍ଣ୍ଣନା କରାଯାଇଛି। ବୁଦ୍ଧଙ୍କ ଜୀବନ କାହାଣୀ ଦକ୍ଷିଣପୂର୍ବ, ପୂର୍ବ ଏବଂ କେନ୍ଦ୍ର ଏସିଆର ସବୁଆଡ଼େ ବ୍ୟାପିଥିବାରୁ କାହାଣୀର କ୍ରମବିକାଶ ଅନେକ ଉପାୟରେ ହୋଇଥିଲା। କର୍ମକୁ ବୁଝାଇବା ଲାଗି ଗୋଟିଏ ନୂଆ ପ୍ରକାର କାହାଣୀ ସୃଷ୍ଟି କରାଯାଇଥିଲା। ଶାକ୍ୟ ବଂଶର ରାଜକୁମାର ସିଦ୍ଧାର୍ଥ ଗୌତମ( ବୁଦ୍ଧ)ଙ୍କ ଜୀବନ କିଭଳି ପୂର୍ବର ୫୫୦ ଜନ୍ମ ଦେଇ ଆସିଥିଲା ସେ ସମ୍ପର୍କରେ ଜାତକଗୁଡ଼ିକରେ ବର୍ଣ୍ଣନା କରାଯାଇଛି। ବୁଦ୍ଧଙ୍କୁ ପୂର୍ବଜନ୍ମରେ ପଶୁ, ପକ୍ଷୀ, ରାଜା,ବଣିକ ଏବଂ ଧର୍ମଯାଜକ ଭଳି ଅନେକ ରୂପ ନେବାକୁ ପଡ଼ିଥିଲା ବୋଲି ଏଥିରେ ଉଲ୍ଲେଖ ଅଛି। ଏହି ୫୫୦ ପୂର୍ବ ଜୀବନରେ ସେ କେବଳ ଏକ ପୁରୁଷ ରୂପରେ ଜନ୍ମ ନେଇଛନ୍ତି, ଯାହା ଲିଙ୍ଗଗତ ପକ୍ଷପାତକୁ ପ୍ରକାଶ କରେ।
ବୁଦ୍ଧଙ୍କ ପୂର୍ବଜନ୍ମ ସମ୍ପର୍କିତ କାହାଣୀସବୁ ଅଛି। ସେଥିରେ ସେ ଜୀବନର ସବୁ କ୍ଷେତ୍ରରେ ବିଶ୍ୱାସ ଯୋଗ୍ୟ ହେବା ଭଳି ତୁସିତ ସ୍ବର୍ଗ (ଯେଉଁଠି ବୋଧିସତ୍ତ୍ୱ ଓ ଈଶ୍ୱର ରହିଥାନ୍ତି)ର ନିଷ୍ପତ୍ତି ନେଇଛନ୍ତି। ଚାଇନା ଏବଂ ଜାପାନ ଇତିହାସରେ ବୁଦ୍ଧଙ୍କ ମାତା ମାୟା ଏବଂ ତାଙ୍କ ଭଉଣୀ ଗୌତମୀଙ୍କୁ ନେଇ ବିବାଦୀୟ କାହାଣୀଗୁଡ଼ିକ ଦେଖିବାକୁ ମିଳେ। ଗୌତମୀ ଶେଷରେ ବୁଦ୍ଧଙ୍କ ସାବତ ମା’ ହୋଇଛନ୍ତି। ବୁଦ୍ଧଙ୍କ ସମ୍ପର୍କୀୟ ଭାଇ ଦେବଦତ୍ତଙ୍କ ସହ ତାଙ୍କର ଶତ୍ରୁତାର କାହାଣୀ ଉଲ୍ଲେଖ କରାଯାଇଛି। ଦେବଦତ୍ତ ଶେଷରେ ବୁଦ୍ଧଙ୍କ ଅନୁଗାମୀ ହୋଇଥିଲେ। ସେ ବୁଦ୍ଧଙ୍କ ପରେ ବୌଦ୍ଧ ସଂଗଠନର ନେତୃତ୍ୱ ସେ ନେବାକୁ ଚାହିଁଥିଲେ ମଧ୍ୟ ତାହା କରିବାକୁ ତାଙ୍କୁ ବାରଣ କରାଯାଇଥିଲା। ଲୋକଙ୍କ ପାଇଁ ଆଶ୍ରମର ବ୍ୟବସ୍ଥା ଅଧିକ କଠୋର ଏବଂ ଶାକାହାରୀ ହେବା ଦରକାର ବୋଲି ଦେବଦତ୍ତ ଚାହିଁଥିବା ବେଳେ ବୁଦ୍ଧ ତାହାକୁ ଅସ୍ବୀକାର କରିଛନ୍ତି। ଦେବଦତ୍ତ ବୁଦ୍ଧଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ନର୍କରେ ନିକ୍ଷେପିତ ହେବା ସହ ସେଠାରେ ସେ ଅସୀମ ଯନ୍ତ୍ରଣା ଭୋଗିଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି। ଚାଇନିଜ ଇତିହାସରେ ବୁଦ୍ଧ ଜଙ୍ଗଲରେ ନୁହେଁ ବରଂ ପର୍ବତ ଉପରେ ଭ୍ରମଣ କରୁଥିବା କଥା ବର୍ଣ୍ଣନା କରାଯାଇଛି। ସେଥିପାଇଁ ଚାଇନା ଓ ଜାପାନ ପରମ୍ପରାରେ ପାହାଡ଼ଗୁଡ଼ିକୁ ଜ୍ଞାନସ୍ଥଳୀ ଭାବେ ଦେଖାଯାଏ। ଜାପାନୀ ପରମ୍ପରାରେ ବୁଦ୍ଧଙ୍କ ମୃତ୍ୟୁ ମହାମାରୀର ଦେବତା( ସିଣ୍ଟୋ)ଙ୍କ ସହିତ ଜଡ଼ିତ, ଯିଏ ବୁଦ୍ଧଙ୍କ କରୁଣାର ସୁଯୋଗ ନେଇ ତାଙ୍କୁ ମରିବାକୁ ଯୋଜନାସବୁ କରିଥିଲେ। ବୁଦ୍ଧ ଗ୍ରହଣ କରୁଥିବା ପ୍ରତ୍ୟେକ ପ୍ରଶ୍ୱାସର ସମୟ ଅବଧିରେ ସେ ଏକ ହଜାର ମଣିଷକୁ ମାରିଦେବାକୁ ଧମକ ଦେଇଥିଲେ ଏ ଯେଉଁଥିପାଇଁ ବୁଦ୍ଧ ନିର୍ବାଣ ଚାହଁିଛନ୍ତି । ଏହିପରି ଭାବରେ ବୁଦ୍ଧଙ୍କ କାହାଣୀକୁ ବିଶ୍ୱର ବିଭିନ୍ନ ସ୍ଥାନରେ ନାଟକୀୟ ଢଙ୍ଗରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।
ମହାଯାନ ବୌଦ୍ଧ ଧର୍ମରେ ଅନେକ ହଜାର ବୁଦ୍ଧଙ୍କ କଥା କୁହାଯାଇଛି, ଯେଉଁଥିରେ ଜଣେ ଶାକ୍ୟମୁନି ଅଛନ୍ତି। ବିରୋଚନ ଏବଂ ଅମିତାଭ ହେଉଛନ୍ତି ଚାଇନା ଓ ଜାପାନରେ ସବୁଠୁ ଲୋକପ୍ରିୟ ବୁଦ୍ଧ । ଅମିତାଭ ବୁଦ୍ଧଙ୍କ ନାମ ସାରା ଜୀବନ ଜପ କଲେ ସେ ତାଙ୍କର ପବିତ୍ର ଭୂମି ସ୍ବର୍ଗ (ସୁଖାବତୀ)କୁ ଆପଣଙ୍କୁ ନେଇପାରିବେ ଯେଉଁଠାରେ ଜଣେ ମହିଳାଙ୍କ ଗର୍ଭରୁ ନୁହେଁ, ବରଂ ପଦ୍ମ ଫୁଲରୁ ଜନ୍ମ ହୋଇଥାନ୍ତି ବୋଲି କୁହାଯାଇଛି। ଆଶ୍ରମ ବ୍ୟବସ୍ଥାରେ ଲିଙ୍ଗଗତ ପକ୍ଷପାତ ଥିଲା ବୋଲି ଏଥିରୁ ଜଣାଯାଏ। ଦେଖିବାକୁ ଗଲେ ମହାଯାନ ବୌଦ୍ଧ ଧର୍ମରେ କୌଣସି ଧ୍ୟାନ କିମ୍ବା ରୀତିନୀତି ଆବଶ୍ୟକ ନାହିଁ, କେବଳ ଅମିତାଭଙ୍କ ନାମ ଜପ କଲେ ସବୁ ପ୍ରାପ୍ତ ହେବ। କିନ୍ତୁ ଜାପାନର ବୌଦ୍ଧଧର୍ମରେ ଆପଣଙ୍କୁ ନାମ ଜପ କରିବାକୁ ପଡ଼େନାହିଁ, କେବଳ ତୁମକୁ ଧ୍ୟାନ କରିବାକୁ ହେବ ଏବଂ ନିଜକୁ ବୁଦ୍ଧ ହେବା ପାଇଁ ବିଚାର କରିବାକୁ ପଡ଼ିବ । ଏହିଭଳି ଭାବରେ ବୌଦ୍ଧ ଧର୍ମର ବିଶ୍ୱାସ ଓ କାହାଣୀଗୁଡ଼ିକରେ ଥିବା ବ୍ୟାପକ ବିବିଧତା ଦେଖିବାକୁ ମିଳେ। ଏହାକୁ ନେଇ ପ୍ରଶ୍ନ ଉଠେ ପ୍ରକୃତରେ କ’ଣ କେବଳ ଗୋଟିଏ ବୌଦ୍ଧ ଧର୍ମ ଅଛି ।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri