ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ ଏକ ରାମାୟଣ ପରମ୍ପରା ସୃଷ୍ଟି କରିବା ସହ ଆମ ବିଚାରକୁ ପରିପୁଷ୍ଟ କରିଛି। ସେହିପରି ବୁଦ୍ଧଙ୍କ ଜୀବନୀକୁ ନେଇ ଅନେକ ପୁସ୍ତକ ରଚନା କରାଯାଇଛି। ତେବେ ଏହିସବୁ ସଂସ୍କରଣ ମଧ୍ୟରେ ପାଲି ସଂସ୍କରଣକୁ ଲୋକେ ମୂଳ ତଥା ପ୍ରାମାଣିକ ବା ବିଶ୍ୱସନୀୟ ବୋଲି ଗ୍ରହଣ କରନ୍ତି। ଊନବଂଶ ଶତାବ୍ଦୀରେ ବାସ୍ତବ ବିଚାରଧାରାର ବିକାଶ ଘଟିବାରୁ ପ୍ରକୃତ ବୁଦ୍ଧଙ୍କ ଧାରଣା ପ୍ରାଥମିକତା ଲାଭ କଲା। ତେବେ ଗବେଷକଙ୍କ ଅନୁଯାୟୀ ଆମ ପାଖରେ ଥିବା ବୁଦ୍ଧଙ୍କ ସମ୍ପର୍କିତ ପ୍ରତ୍ୟେକ ତଥ୍ୟ ସମ୍ଭବତଃ ତାଙ୍କ ଅନୁଗାମୀମାନେ ଲୋକଲୋଚନକୁ ଆଣିଥିଲେ। ଉଲ୍ଲେଖନୀୟ ଯେ, ବୁଦ୍ଧଙ୍କ ଜୀବନୀ ଲେଖା ହେବା ପୂର୍ବରୁ ତାହା କେବଳ ମୌଖିକ ଭାବେ ପ୍ରଚାର କରାଯାଇଥିଲା। ଏହି କାରଣରୁ କେଉଁଟା କାଳ୍ପନିକ ଆଉ କେଉଁଟି ସତ୍ୟ ତାହା ଜାଣିବା କଷ୍ଟକର। ଏଣୁ କୁହାଯାଇପାରେ, ସେତେବେଳେ ଯେଉଁମାନେ ବୁଦ୍ଧଙ୍କ ସମ୍ପର୍କିତ କାହାଣୀର ପ୍ରଚାର ପ୍ରସାର କରୁଥିଲେ ସେମାନେ ବାସ୍ତବତା ଉପରେ ପ୍ରାୟତଃ ଧ୍ୟାନ ଦେଉ ନ ଥିଲେ, ଯାହା ଏବେ ଆମେ କରୁଛୁ।
ବୁଦ୍ଧଙ୍କ କ୍ରମବିକଶିତ ଜୀବନ ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ଏକ ଜନ୍ମ କାହାଣୀରେ କୁହାଯାଇଛି ଯେ, ବୁଦ୍ଧଙ୍କ ମା’ ଏକ ହାତୀକୁ ସ୍ବପ୍ନରେ ଦେଖିଛନ୍ତି ଏବଂ ବୁଦ୍ଧଙ୍କୁ ଏକ ଶାଳ ଗଛମୂଳରେ ଜନ୍ମ ଦେବାର କିଛି ଦିନ ପରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମା’ଙ୍କ ମୃତ୍ୟୁ ପରେ ବୁଦ୍ଧଙ୍କ ମାଉସୀ ତାଙ୍କୁ ଲାଳନପାଳନ କରି ବଡ଼ କରିଥିଲେ। ବୁଦ୍ଧ ଜଣେ ସୁନ୍ଦରୀ ରାଜକୁମାରୀଙ୍କୁ ବିବାହ କରିଥିଲେ, ହେଲେ ଜୀବନର ଆନନ୍ଦ ଉପଲବ୍ଧି ଲକ୍ଷ୍ୟରେ ଏକାକୀ ରହିବାକୁ ପସନ୍ଦ କରୁଥିଲେ। ଦିନେ ସେ ବାହାରକୁ ଭ୍ରମଣରେ ଯାଇଥିବା ବେଳେ ସଂସାର ଚକ୍ରରେ ବାର୍ଦ୍ଧକ୍ୟ, ରୋଗ ଓ ମୃତ୍ୟୁକୁ ଦେଖିଲେ ଏବଂ ସଂସାର ଛାଡ଼ିଲେ। ଅଶ୍ୱତ୍ଥ ବୃକ୍ଷ ମୂଳରେ ଧ୍ୟାନ କରି ଜ୍ଞାନ (ବୁଦ୍ଧତ୍ୱ) ପ୍ରାପ୍ତ ହେବା ପରେ ସେ କଠୋର ସଂଯମତା ବଦଳରେ ସନ୍ତୁଳନ ଜୀବନରେ ସଫଳତା ମିଳିପାରିବ ବୋଲି ଉପଲବ୍ଧି କଲେ ଏବଂ ତାହାକୁ ଉତ୍ସାହିତ କଲେ। ବୁଦ୍ଧ ତାଙ୍କ ବାଣୀ ରାଜା ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଚାର କରି ଶେଷରେ ଦୁଇଟି ଶାଳ ଗଛ ମଧ୍ୟରେ ଶେଷ ନିଃଶ୍ୱାସ ତ୍ୟାଗ( ପରି-ନିର୍ବାଣ ପ୍ରାପ୍ତ) କରିଥିଲେ। ଏହିପରି ବୁଦ୍ଧଙ୍କ ଜୀବନରେ ଶାଳ ଗଛର ସମ୍ପର୍କ ଜନ୍ମ ଓ ମୃତ୍ୟୁ ସହିତ ଥିବାବେଳେ ଅଶ୍ୱତ୍ଥ ଗଛର ସମ୍ପର୍କ ଜ୍ଞାନ ସହ ଜଡ଼ିତ ରହିଛି। କାହାଣୀ ପ୍ରସାରଣକାରୀମାନେ ବୃକ୍ଷ ସଂସ୍କୃତିରେ ଥିବା ମୂଲ୍ୟବୋଧକୁ ପ୍ରକାଶ କରିଛନ୍ତି।
ବୁଦ୍ଧଙ୍କ ଅସ୍ଥିକୁ ନେଇ ରାଜାମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଛି । ଶେଷରେ ଅସ୍ଥିକୁ ସ୍ତୂପ ମଧ୍ୟରେ ସ୍ଥାପନ କରାଯାଇଛି। ସମ୍ରାଟ ଅଶୋକ ତାଙ୍କ ବିଶାଳ ସାମ୍ରାଜ୍ୟରେ ୮୪,୦୦୦ ସ୍ଥାନରେ ଅସ୍ଥିଗୁଡ଼ିକୁ ପୁନଃ ଆବଣ୍ଟନ କରିଥିଲେ। ସମାନ ପ୍ରକାର କାହାଣୀ ମଧ୍ୟ ଚାଇନାରେ ଦେଖିବାକୁ ମିଳେ। ମିଙ୍ଗ ସମ୍ରାଟ ତାଙ୍କ ସାମ୍ରାଜ୍ୟର ସବୁଆଡେ ବୁଦ୍ଧଙ୍କ ଅବଶେଷ ଓ ଭାରତରେ ନିର୍ମିତ ପ୍ରତିିମୂର୍ତ୍ତିଗୁଡ଼ିକୁ ବଣ୍ଟନ କରିଥିଲେ। ଥାଇଲାଣ୍ଡରେ ମଧ୍ୟ ବୁଦ୍ଧଙ୍କ ଜୀବନୀ ସମ୍ପର୍କିତ ଏଭଳି ଏକ କାହାଣୀ ଅଛି। ବୁଦ୍ଧଙ୍କ ପ୍ରକୃତ ଅବଶେଷ ଆଣିବା ଲାଗି ଅଶୋକ କିଭଳି ଦକ୍ଷିଣପୂର୍ବ ଏସିଆ ଗସ୍ତ କରିଛନ୍ତି ତାହା ଏଥିରେ ବର୍ଣ୍ଣନା କରାଯାଇଛି। ବୁଦ୍ଧଙ୍କ ଜୀବନ କାହାଣୀ ଦକ୍ଷିଣପୂର୍ବ, ପୂର୍ବ ଏବଂ କେନ୍ଦ୍ର ଏସିଆର ସବୁଆଡ଼େ ବ୍ୟାପିଥିବାରୁ କାହାଣୀର କ୍ରମବିକାଶ ଅନେକ ଉପାୟରେ ହୋଇଥିଲା। କର୍ମକୁ ବୁଝାଇବା ଲାଗି ଗୋଟିଏ ନୂଆ ପ୍ରକାର କାହାଣୀ ସୃଷ୍ଟି କରାଯାଇଥିଲା। ଶାକ୍ୟ ବଂଶର ରାଜକୁମାର ସିଦ୍ଧାର୍ଥ ଗୌତମ( ବୁଦ୍ଧ)ଙ୍କ ଜୀବନ କିଭଳି ପୂର୍ବର ୫୫୦ ଜନ୍ମ ଦେଇ ଆସିଥିଲା ସେ ସମ୍ପର୍କରେ ଜାତକଗୁଡ଼ିକରେ ବର୍ଣ୍ଣନା କରାଯାଇଛି। ବୁଦ୍ଧଙ୍କୁ ପୂର୍ବଜନ୍ମରେ ପଶୁ, ପକ୍ଷୀ, ରାଜା,ବଣିକ ଏବଂ ଧର୍ମଯାଜକ ଭଳି ଅନେକ ରୂପ ନେବାକୁ ପଡ଼ିଥିଲା ବୋଲି ଏଥିରେ ଉଲ୍ଲେଖ ଅଛି। ଏହି ୫୫୦ ପୂର୍ବ ଜୀବନରେ ସେ କେବଳ ଏକ ପୁରୁଷ ରୂପରେ ଜନ୍ମ ନେଇଛନ୍ତି, ଯାହା ଲିଙ୍ଗଗତ ପକ୍ଷପାତକୁ ପ୍ରକାଶ କରେ।
ବୁଦ୍ଧଙ୍କ ପୂର୍ବଜନ୍ମ ସମ୍ପର୍କିତ କାହାଣୀସବୁ ଅଛି। ସେଥିରେ ସେ ଜୀବନର ସବୁ କ୍ଷେତ୍ରରେ ବିଶ୍ୱାସ ଯୋଗ୍ୟ ହେବା ଭଳି ତୁସିତ ସ୍ବର୍ଗ (ଯେଉଁଠି ବୋଧିସତ୍ତ୍ୱ ଓ ଈଶ୍ୱର ରହିଥାନ୍ତି)ର ନିଷ୍ପତ୍ତି ନେଇଛନ୍ତି। ଚାଇନା ଏବଂ ଜାପାନ ଇତିହାସରେ ବୁଦ୍ଧଙ୍କ ମାତା ମାୟା ଏବଂ ତାଙ୍କ ଭଉଣୀ ଗୌତମୀଙ୍କୁ ନେଇ ବିବାଦୀୟ କାହାଣୀଗୁଡ଼ିକ ଦେଖିବାକୁ ମିଳେ। ଗୌତମୀ ଶେଷରେ ବୁଦ୍ଧଙ୍କ ସାବତ ମା’ ହୋଇଛନ୍ତି। ବୁଦ୍ଧଙ୍କ ସମ୍ପର୍କୀୟ ଭାଇ ଦେବଦତ୍ତଙ୍କ ସହ ତାଙ୍କର ଶତ୍ରୁତାର କାହାଣୀ ଉଲ୍ଲେଖ କରାଯାଇଛି। ଦେବଦତ୍ତ ଶେଷରେ ବୁଦ୍ଧଙ୍କ ଅନୁଗାମୀ ହୋଇଥିଲେ। ସେ ବୁଦ୍ଧଙ୍କ ପରେ ବୌଦ୍ଧ ସଂଗଠନର ନେତୃତ୍ୱ ସେ ନେବାକୁ ଚାହିଁଥିଲେ ମଧ୍ୟ ତାହା କରିବାକୁ ତାଙ୍କୁ ବାରଣ କରାଯାଇଥିଲା। ଲୋକଙ୍କ ପାଇଁ ଆଶ୍ରମର ବ୍ୟବସ୍ଥା ଅଧିକ କଠୋର ଏବଂ ଶାକାହାରୀ ହେବା ଦରକାର ବୋଲି ଦେବଦତ୍ତ ଚାହିଁଥିବା ବେଳେ ବୁଦ୍ଧ ତାହାକୁ ଅସ୍ବୀକାର କରିଛନ୍ତି। ଦେବଦତ୍ତ ବୁଦ୍ଧଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ନର୍କରେ ନିକ୍ଷେପିତ ହେବା ସହ ସେଠାରେ ସେ ଅସୀମ ଯନ୍ତ୍ରଣା ଭୋଗିଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି। ଚାଇନିଜ ଇତିହାସରେ ବୁଦ୍ଧ ଜଙ୍ଗଲରେ ନୁହେଁ ବରଂ ପର୍ବତ ଉପରେ ଭ୍ରମଣ କରୁଥିବା କଥା ବର୍ଣ୍ଣନା କରାଯାଇଛି। ସେଥିପାଇଁ ଚାଇନା ଓ ଜାପାନ ପରମ୍ପରାରେ ପାହାଡ଼ଗୁଡ଼ିକୁ ଜ୍ଞାନସ୍ଥଳୀ ଭାବେ ଦେଖାଯାଏ। ଜାପାନୀ ପରମ୍ପରାରେ ବୁଦ୍ଧଙ୍କ ମୃତ୍ୟୁ ମହାମାରୀର ଦେବତା( ସିଣ୍ଟୋ)ଙ୍କ ସହିତ ଜଡ଼ିତ, ଯିଏ ବୁଦ୍ଧଙ୍କ କରୁଣାର ସୁଯୋଗ ନେଇ ତାଙ୍କୁ ମରିବାକୁ ଯୋଜନାସବୁ କରିଥିଲେ। ବୁଦ୍ଧ ଗ୍ରହଣ କରୁଥିବା ପ୍ରତ୍ୟେକ ପ୍ରଶ୍ୱାସର ସମୟ ଅବଧିରେ ସେ ଏକ ହଜାର ମଣିଷକୁ ମାରିଦେବାକୁ ଧମକ ଦେଇଥିଲେ ଏ ଯେଉଁଥିପାଇଁ ବୁଦ୍ଧ ନିର୍ବାଣ ଚାହଁିଛନ୍ତି । ଏହିପରି ଭାବରେ ବୁଦ୍ଧଙ୍କ କାହାଣୀକୁ ବିଶ୍ୱର ବିଭିନ୍ନ ସ୍ଥାନରେ ନାଟକୀୟ ଢଙ୍ଗରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।
ମହାଯାନ ବୌଦ୍ଧ ଧର୍ମରେ ଅନେକ ହଜାର ବୁଦ୍ଧଙ୍କ କଥା କୁହାଯାଇଛି, ଯେଉଁଥିରେ ଜଣେ ଶାକ୍ୟମୁନି ଅଛନ୍ତି। ବିରୋଚନ ଏବଂ ଅମିତାଭ ହେଉଛନ୍ତି ଚାଇନା ଓ ଜାପାନରେ ସବୁଠୁ ଲୋକପ୍ରିୟ ବୁଦ୍ଧ । ଅମିତାଭ ବୁଦ୍ଧଙ୍କ ନାମ ସାରା ଜୀବନ ଜପ କଲେ ସେ ତାଙ୍କର ପବିତ୍ର ଭୂମି ସ୍ବର୍ଗ (ସୁଖାବତୀ)କୁ ଆପଣଙ୍କୁ ନେଇପାରିବେ ଯେଉଁଠାରେ ଜଣେ ମହିଳାଙ୍କ ଗର୍ଭରୁ ନୁହେଁ, ବରଂ ପଦ୍ମ ଫୁଲରୁ ଜନ୍ମ ହୋଇଥାନ୍ତି ବୋଲି କୁହାଯାଇଛି। ଆଶ୍ରମ ବ୍ୟବସ୍ଥାରେ ଲିଙ୍ଗଗତ ପକ୍ଷପାତ ଥିଲା ବୋଲି ଏଥିରୁ ଜଣାଯାଏ। ଦେଖିବାକୁ ଗଲେ ମହାଯାନ ବୌଦ୍ଧ ଧର୍ମରେ କୌଣସି ଧ୍ୟାନ କିମ୍ବା ରୀତିନୀତି ଆବଶ୍ୟକ ନାହିଁ, କେବଳ ଅମିତାଭଙ୍କ ନାମ ଜପ କଲେ ସବୁ ପ୍ରାପ୍ତ ହେବ। କିନ୍ତୁ ଜାପାନର ବୌଦ୍ଧଧର୍ମରେ ଆପଣଙ୍କୁ ନାମ ଜପ କରିବାକୁ ପଡ଼େନାହିଁ, କେବଳ ତୁମକୁ ଧ୍ୟାନ କରିବାକୁ ହେବ ଏବଂ ନିଜକୁ ବୁଦ୍ଧ ହେବା ପାଇଁ ବିଚାର କରିବାକୁ ପଡ଼ିବ । ଏହିଭଳି ଭାବରେ ବୌଦ୍ଧ ଧର୍ମର ବିଶ୍ୱାସ ଓ କାହାଣୀଗୁଡ଼ିକରେ ଥିବା ବ୍ୟାପକ ବିବିଧତା ଦେଖିବାକୁ ମିଳେ। ଏହାକୁ ନେଇ ପ୍ରଶ୍ନ ଉଠେ ପ୍ରକୃତରେ କ’ଣ କେବଳ ଗୋଟିଏ ବୌଦ୍ଧ ଧର୍ମ ଅଛି ।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri