ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ ନ ଥାଇ ପଞ୍ଜାବ ଓ ହରିୟାଣା କୃଷିରେ ଏତେ ବିକାଶ ଲାଭ କରିଛନ୍ତି ଯେ, ଶିଳ୍ପ ବିକଶିତ ରାଜ୍ୟ ତାଙ୍କ ପଛରେ ଅଛନ୍ତି। କୃଷିରେ ସମସ୍ତ ସୁବିଧା ସୁଯୋଗ ଥାଇ ମଧ୍ୟ ଓଡ଼ିଶା କୃଷିରେ ଉନ୍ନତି ନ କରିବା ଦୁର୍ଭାଗ୍ୟର କଥା। ବିଡ଼ମ୍ବନାର ବିଷୟ ଯେ, ଓଡ଼ଶାରେ ଲୋକ ଚାଷ ଛାଡ଼ି ଜମି ପଡ଼ିଆ ପକାଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ଚାଷରୁ ଆଶାନୁରୂପକ ଲାଭ ନ ବାହାରିବା। ଓଡ଼ିଶାର ମୁଣ୍ଡ ପିଛା ମାସିକ କୃଷି ଆୟ ହେଉଛି ୫୧୧୨ ଟଙ୍କା। ସର୍ବୋଚ୍ଚ ମୁଣ୍ଡ ପିଛା ମାସିକ କୃଷି ଆୟ ୨୯,୩୪୮ ଟଙ୍କା ମେଘାଳୟ ଚାଷୀ ରୋଜଗାର କରୁଥିବା ବେଳେ ଦେଶର ହରାହାରି ମାସିକ ମୁଣ୍ଡ ପିଛା କୃଷି ଆୟ ୧୦,୨୧୮ ଟଙ୍କା। ଏଥିରୁ ସ୍ପଷ୍ଟ ଅନୁମାନ ଯେ ଆମେ ବହୁ ପଛରେ ଅଛୁ ଓ ଆମକୁ ଏହାକୁ ବଢ଼ାଇବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବାକୁ ପଡ଼ିବ।
କୃଷି ଆୟ କଥା ବିଚାର କଲେ ଆମକୁ ତିନୋଟି ବିଭାଗ କଥା ବିଚାରକୁ ନେବାକୁ ହେବ।
ଫସଲ ଚାଷ, ପଶୁପାଳନ ଓ ମାଛ ଚାଷ। ନୀତି ଆୟୋଗ ରିପୋର୍ଟ ଅନୁସାରେ ସବୁଠୁ ଅଧିକ ଲାଭ ମିଳିଥାଏ ପଶୁପାଳନରୁ। ତା’ଠୁ ଟିକେ କମ୍‌ ଲାଭ ମିଳେ ମାଛଚାଷରୁ। ତା’ଠୁ କମ୍‌ ଲାଭ ମିଳେ ବିଭିନ୍ନ ଅର୍ଥକରି ଫସଲରୁ (ଫଳ, ପନିପରିବା, ମସଲା, ଆଳୁ, କପା, ଫୁଲ ଇତ୍ୟାଦି)। ତା’ଠୁ ଟିକେ କମ୍‌ ଲାଭ ମିଳେ ତୈଳବୀଜ ଫସଲରୁ। ତା’ଠୁ କମ୍‌ ଲାଭ ମିଳେ ଡାଲିଜାତୀୟ ଫସଲରୁ, ତା’ଠୁ ଟିକେ କମ୍‌ ଲାଭ ମିଳେ ବିଭିନ୍ନ ଖାଦ୍ୟଶସ୍ୟ ଉତ୍ପାଦନରୁ (ଧାନ, ଗହମ, ମାଣ୍ଡିଆ, ମକା, ବାଜରା ଇତ୍ୟାଦି)। ସବୁଠୁ କମ୍‌ ଲାଭ ମିଳେ ଧାନଚାଷରୁ। ମାତ୍ର ବିଡ଼ମ୍ବନାର ବିଷୟ, ଓଡ଼ିଶାରେ ଆମେ ଧାନଚାଷକୁ ସର୍ବାଧିକ ଗୁରୁତ୍ୱ ଦେଇଥାଉ। ଏପରି କି ସରକାର ମଧ୍ୟ। ଓଡ଼ିଶାର ଚାଷୀ ଆୟ ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦେବାକୁ ହେବ। ସେଥିମଧ୍ୟରୁ ଫୁଲଚାଷ ଅନ୍ୟତମ।
ସମୟ ବଦଳିଛି। ଲୋକଙ୍କର ଜୀବନଧାରଣର ଶୈଳୀ ବଦଳିଛି। ପୂଜା ପାର୍ବଣ ହେଉ କିମ୍ବା ଜନ୍ମଦିନ କିମ୍ବା ବିବାହ ବ୍ରତ କିମ୍ବା ବିବାହ ବାର୍ଷିକ କିମ୍ବା ମୃତ୍ୟୁ କର୍ମ କିମ୍ବା ମିଟିଂ ସଂଗୋଷ୍ଠୀ କିମ୍ବା ଦୈନଦିନ ଗୃହ / ମନ୍ଦିର ପୂଜା ହେଉ ସବୁଠି ପ୍ରଚୁର ପରିମାଣର ଫୁଲ ଉପଯୋଗ ହେଉଛି। ଦୈନିକ କୋଟି କୋଟି ଟଙ୍କାର ଫୁଲ ପଡ଼ୋଶୀ କୋଲକାତା ଓ ବାଙ୍ଗାଲୋରରୁ ଆସୁଛି। ଓଡ଼ିଶାରେ କେତେ ଟଙ୍କାର ବାର୍ଷିକ ଫୁଲ ଉପଯୋଗ ହୁଏ ତା’ର ଠିକ ପରିସଂଖ୍ୟାନ ଅଭାବରେ ଆକଳନ ତଥ୍ୟ ଦେବାକୁ ପଡୁଛି। ଏକ ଆକଳନ ଅନୁସାରେ ଓଡ଼ିଶାରେ ବାର୍ଷିକ ୫୦ କୋଟି ଟଙ୍କାର ଫୁଲ ଆବଶ୍ୟକ। ଏଥିମଧ୍ୟରୁ ପ୍ରାୟ ୧୦-୩୦ ଭାଗ ଘରୋଇ ଉତ୍ପାଦନ ହୋଇଥାଏ ଓ ପ୍ରାୟ ୭୦-୯୦ ଭାଗ ବାହାର ରାଜ୍ୟରୁ ଆମଦାନୀ କରିବାକୁ ପଡ଼େ। ଓଡ଼ିଶାକୁ ବିଶେଷକରି ପଶ୍ଚିମବଙ୍ଗ, କର୍ନାଟକ ଓ ଆନ୍ଧ୍ର ପ୍ରଦେଶରୁ ଫୁଲ ଆସୁଛି। ଦୁଃଖର କଥା, ଗାଁ ଗଣ୍ଡାରେ ଭର୍ତ୍ତି ହୋଇଥିବା ମନ୍ଦାର ଫୁଲକୁ ଆମେ ସଂଗ୍ରହ କରି ବିକ୍ରି କରିପାରୁନାହୁଁ, ତାହା ମଧ୍ୟ କଲିକତାରୁ ଆସୁଛି। ଦୁଃଖ ଲାଗେ ଓଡ଼ିଶାର ଭବିଷ୍ୟତକୁ ଦେଖିଲେ। ଗୋଟେ ପରେ ଗୋଟେ କ୍ଷେତ୍ରକୁ ଯେମିତି ଆମେ ଅନ୍ୟ ରାଜ୍ୟ ଚାଷୀ ଓ ବେପାରୀଙ୍କ ହାତରେ ଟେକିଦେଉଛୁ। ଏହାର ପ୍ରଥମ ଓ ପ୍ରଧାନ କାରଣ ହେଲା ଆମର ଫୁଲଚାଷକୁ ଯେତିକି ପ୍ରୋତ୍ସାହନ ଦେବାକଥା ଦେଇନୁ ଓ ତା’ର ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା ମଧ୍ୟ କରିନୁ। ଆହୁରି ଭିତରକୁ ଗଲେ ଜାଣିବେ ଯେ ପାଖାପାଖି ୫ କୋଟି ଜନସଂଖ୍ୟା ଥିବା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ଓ ବ୍ୟବସ୍ଥିତ ଫୁଲ ବଜାର ନାହିଁ।
୨୦୦୪ ମସିହାରେ ମୁଁ ଗ୍ୟାଙ୍ଗ୍‌ଟକ୍‌ରେ ଥିବା ସମୟରେ ଦେଖିଛି ସେଠାକାର ମୁଖ୍ୟ ଫୁଲ ଅର୍କିଡକୁ ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟକୁ ରପ୍ତାନି ପାଇଁ ତତ୍କାଳୀନ ସିକିମ ସରକାର ବାଗ ବିମାନବନ୍ଦର ପର୍ଯ୍ୟନ୍ତ ଶୀତତାପ ନିୟନ୍ତ୍ରିତ ଟ୍ରକର ବ୍ୟବସ୍ଥା କରିଥିଲେ। ମୁଁ ଏଠାରେ ତାହା କରିବାକୁ କହୁ ନାହିଁ। ମୋ ମତରେ ଆମର ସବୁ ଜିଲାର ସଦର ମହକୁମାରେ ସ୍ବତନ୍ତ୍ର ଫୁଲ ବଜାର ହେଉ। ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ଓ ବଡ଼ ଫୁଲ ବଜାର କରାଯାଉ। ସେଠାରେ ଫୁଲକୁ ଅଳ୍ପଦିନ ସାଇତିବା ପାଇଁ ଛୋଟ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା ରହୁ। ବ୍ୟବସାୟୀମାନେ ଭଡ଼ା ଦେଇ ତାଙ୍କ ଫୁଲକୁ କୋଲ୍ଡ ଷ୍ଟୋରେଜରେ ରଖିବେ। ଚାଷୀଙ୍କୁ ଉଦ୍ୟାନ ବିଭାଗ ବିଭିନ୍ନ ଉନ୍ନତ ବୈଜ୍ଞାନିକ ଜ୍ଞାନ କୌଶଳ ଦେଇ ବିଭିନ୍ନ ଫୁଲ ଉତ୍ପାଦନ ବଢ଼ାନ୍ତୁ। ଚାଷୀମାନଙ୍କର ଉତ୍ପାଦିତ ଫୁଲ କିପରି ଉଚିତ ଦରରେ ଉପରୋକ୍ତ ବଜାରମାନଙ୍କରେ ବିକ୍ରି ହୋଇପାରିବ, ତା’ର ବନ୍ଦୋବସ୍ତ ସରକାର କରନ୍ତୁ। ମୋଟ ଉପରେ କହିବାକୁ ଗଲେ ବାହାର ରାଜ୍ୟରୁ ଫୁଲ ଆମଦାନୀ କମ୍‌ କରି କିପରି ଆମ ରାଜ୍ୟ ଉତ୍ପାଦନରେ ଆମର ଆବଶ୍ୟକତା ପୂରଣ ହେବ ତାହା ଆମର ପ୍ରଥମ ଲକ୍ଷ୍ୟ ହେବା ଆବଶ୍ୟକ ା ଆମର ବଳକା ଉତ୍ପାଦନକୁ କିପରି ଦେଶର ବଡ଼ ବଡ଼ ସହର ଯଥା ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ପ୍ରଭୃତି ସହରକୁ ପଠାଇ ପ୍ରଚୁର ଅର୍ଥ ରୋଜଗାର କରିପାରିବା, ସେ ବିଷୟରେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିବା ଉଚିତ। ନୀତି ନିର୍ଦ୍ଧାରକଙ୍କୁ ମନେରଖିବାକୁ ହେବ ଯେ, ପ୍ରତିବର୍ଷ ଆମ ରାଜ୍ୟରୁ ୫.୫ ଲକ୍ଷ ପିଲା ଦଶମ ଶ୍ରେଣୀର ପରୀକ୍ଷା ଦେଉଛନ୍ତି। ସମସ୍ତଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରି ଦେବା ସମ୍ଭବ ନୁହେଁ। ମାତ୍ର ଅଣସଙ୍ଗଠିତ କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି। ଫୁଲ ଚାଷ ଏକ ଅର୍ଥକରି ଫସଲ ହୋଇଥିବାରୁ, ଚାଷୀମାନଙ୍କର ପ୍ରଚୁର ଲାଭ ହେବ।
ଓଡ଼ିଶାରେ ବ୍ୟବସାୟ କରିଥିବା ପ୍ରାୟ ସମସ୍ତ ନର୍ସରି, ଫୁଲ, ଶୋ ଗଛ ଇତ୍ୟାଦି ପଡ଼ୋଶୀ ପଶ୍ଚିମ ବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆମଦାନୀ କରୁଛନ୍ତି। ସେ ସବୁକୁ ପ୍ରୋତ୍ସାହନ ଦେଇ କିପରି ଓଡ଼ିଶାରେ ଉତ୍ପାଦନ କରିବା ଓ ବାହାର ରାଜ୍ୟକୁ ରପ୍ତାନି କରିବା, ସେ ବିଷୟରେ ଚିନ୍ତା କରିବାର ସମୟ ଆସିଛି। ଓଡ଼ିଶାରେ କୃଷି ଭିତ୍ତିଭୂମି ଯଥା ଆଧୁନିକ ମଣ୍ଡି ବ୍ୟବସ୍ଥା ହେଉ କିମ୍ବା ଶୀତଳ ଭଣ୍ଡାର କିମ୍ବା କୃଷି ପ୍ରକ୍ରିୟାକରଣ ଶିଳ୍ପ ମୁଖ୍ୟତଃ ଦୁର୍ବଳ। ଯଦି ଆମେ ସବୁ ଜିଲାରେ ସ୍ବତନ୍ତ୍ର ଫୁଲ ହାଟ ଓ ଭୁବନେଶ୍ୱରରେ ରପ୍ତାନିଭିତ୍ତିକ ଅତ୍ୟାଧୁନିକ ସ୍ବତନ୍ତ୍ର ଫୁଲ ହାଟ ସ୍ଥାପନ ନ କରନ୍ତି, ତା’ ହେଲେ ସବୁଦିନ ପାଇଁ ଆମେ ଏହି ଲାଭଜନକ କ୍ଷେତ୍ରଟିକୁ ଅନ୍ୟ ରାଜ୍ୟର ବେପାରୀ ଓ ଉତ୍ପାଦକଙ୍କ ହାତକୁ ଟେକିଦେବା, ଯାହାକି ବିଜ୍ଞତାର ପଦକ୍ଷେପ ହେବ ନାହିଁ। କୃଷିର ସବୁ ଲାଭଦାୟକ ସେଗ୍‌ମେଣ୍ଟକୁ ଛାଡ଼ି ଓଡ଼ିଶା ଚାଷୀ ଧାନଚାଷରେ ମଗ୍ନ ହେବା ଓ ଧାନଚାଷରୁ କ୍ଷତି ଭରଣା ପାଇଁ ସରକାରଙ୍କଠୁ ଇନ୍‌ପୁଟ ସବ୍‌ସିଡି ଦାବି କରିବା ଠିକ୍‌ ନୁହେଁ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭIରତ ସରକାର), ଭୁବନେଶ୍ବର
ମୋ: ୮୭୬୩୮୪୧୧୦୮

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri