ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ ନ ଥାଇ ପଞ୍ଜାବ ଓ ହରିୟାଣା କୃଷିରେ ଏତେ ବିକାଶ ଲାଭ କରିଛନ୍ତି ଯେ, ଶିଳ୍ପ ବିକଶିତ ରାଜ୍ୟ ତାଙ୍କ ପଛରେ ଅଛନ୍ତି। କୃଷିରେ ସମସ୍ତ ସୁବିଧା ସୁଯୋଗ ଥାଇ ମଧ୍ୟ ଓଡ଼ିଶା କୃଷିରେ ଉନ୍ନତି ନ କରିବା ଦୁର୍ଭାଗ୍ୟର କଥା। ବିଡ଼ମ୍ବନାର ବିଷୟ ଯେ, ଓଡ଼ଶାରେ ଲୋକ ଚାଷ ଛାଡ଼ି ଜମି ପଡ଼ିଆ ପକାଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ଚାଷରୁ ଆଶାନୁରୂପକ ଲାଭ ନ ବାହାରିବା। ଓଡ଼ିଶାର ମୁଣ୍ଡ ପିଛା ମାସିକ କୃଷି ଆୟ ହେଉଛି ୫୧୧୨ ଟଙ୍କା। ସର୍ବୋଚ୍ଚ ମୁଣ୍ଡ ପିଛା ମାସିକ କୃଷି ଆୟ ୨୯,୩୪୮ ଟଙ୍କା ମେଘାଳୟ ଚାଷୀ ରୋଜଗାର କରୁଥିବା ବେଳେ ଦେଶର ହରାହାରି ମାସିକ ମୁଣ୍ଡ ପିଛା କୃଷି ଆୟ ୧୦,୨୧୮ ଟଙ୍କା। ଏଥିରୁ ସ୍ପଷ୍ଟ ଅନୁମାନ ଯେ ଆମେ ବହୁ ପଛରେ ଅଛୁ ଓ ଆମକୁ ଏହାକୁ ବଢ଼ାଇବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବାକୁ ପଡ଼ିବ।
କୃଷି ଆୟ କଥା ବିଚାର କଲେ ଆମକୁ ତିନୋଟି ବିଭାଗ କଥା ବିଚାରକୁ ନେବାକୁ ହେବ।
ଫସଲ ଚାଷ, ପଶୁପାଳନ ଓ ମାଛ ଚାଷ। ନୀତି ଆୟୋଗ ରିପୋର୍ଟ ଅନୁସାରେ ସବୁଠୁ ଅଧିକ ଲାଭ ମିଳିଥାଏ ପଶୁପାଳନରୁ। ତା’ଠୁ ଟିକେ କମ୍‌ ଲାଭ ମିଳେ ମାଛଚାଷରୁ। ତା’ଠୁ କମ୍‌ ଲାଭ ମିଳେ ବିଭିନ୍ନ ଅର୍ଥକରି ଫସଲରୁ (ଫଳ, ପନିପରିବା, ମସଲା, ଆଳୁ, କପା, ଫୁଲ ଇତ୍ୟାଦି)। ତା’ଠୁ ଟିକେ କମ୍‌ ଲାଭ ମିଳେ ତୈଳବୀଜ ଫସଲରୁ। ତା’ଠୁ କମ୍‌ ଲାଭ ମିଳେ ଡାଲିଜାତୀୟ ଫସଲରୁ, ତା’ଠୁ ଟିକେ କମ୍‌ ଲାଭ ମିଳେ ବିଭିନ୍ନ ଖାଦ୍ୟଶସ୍ୟ ଉତ୍ପାଦନରୁ (ଧାନ, ଗହମ, ମାଣ୍ଡିଆ, ମକା, ବାଜରା ଇତ୍ୟାଦି)। ସବୁଠୁ କମ୍‌ ଲାଭ ମିଳେ ଧାନଚାଷରୁ। ମାତ୍ର ବିଡ଼ମ୍ବନାର ବିଷୟ, ଓଡ଼ିଶାରେ ଆମେ ଧାନଚାଷକୁ ସର୍ବାଧିକ ଗୁରୁତ୍ୱ ଦେଇଥାଉ। ଏପରି କି ସରକାର ମଧ୍ୟ। ଓଡ଼ିଶାର ଚାଷୀ ଆୟ ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦେବାକୁ ହେବ। ସେଥିମଧ୍ୟରୁ ଫୁଲଚାଷ ଅନ୍ୟତମ।
ସମୟ ବଦଳିଛି। ଲୋକଙ୍କର ଜୀବନଧାରଣର ଶୈଳୀ ବଦଳିଛି। ପୂଜା ପାର୍ବଣ ହେଉ କିମ୍ବା ଜନ୍ମଦିନ କିମ୍ବା ବିବାହ ବ୍ରତ କିମ୍ବା ବିବାହ ବାର୍ଷିକ କିମ୍ବା ମୃତ୍ୟୁ କର୍ମ କିମ୍ବା ମିଟିଂ ସଂଗୋଷ୍ଠୀ କିମ୍ବା ଦୈନଦିନ ଗୃହ / ମନ୍ଦିର ପୂଜା ହେଉ ସବୁଠି ପ୍ରଚୁର ପରିମାଣର ଫୁଲ ଉପଯୋଗ ହେଉଛି। ଦୈନିକ କୋଟି କୋଟି ଟଙ୍କାର ଫୁଲ ପଡ଼ୋଶୀ କୋଲକାତା ଓ ବାଙ୍ଗାଲୋରରୁ ଆସୁଛି। ଓଡ଼ିଶାରେ କେତେ ଟଙ୍କାର ବାର୍ଷିକ ଫୁଲ ଉପଯୋଗ ହୁଏ ତା’ର ଠିକ ପରିସଂଖ୍ୟାନ ଅଭାବରେ ଆକଳନ ତଥ୍ୟ ଦେବାକୁ ପଡୁଛି। ଏକ ଆକଳନ ଅନୁସାରେ ଓଡ଼ିଶାରେ ବାର୍ଷିକ ୫୦ କୋଟି ଟଙ୍କାର ଫୁଲ ଆବଶ୍ୟକ। ଏଥିମଧ୍ୟରୁ ପ୍ରାୟ ୧୦-୩୦ ଭାଗ ଘରୋଇ ଉତ୍ପାଦନ ହୋଇଥାଏ ଓ ପ୍ରାୟ ୭୦-୯୦ ଭାଗ ବାହାର ରାଜ୍ୟରୁ ଆମଦାନୀ କରିବାକୁ ପଡ଼େ। ଓଡ଼ିଶାକୁ ବିଶେଷକରି ପଶ୍ଚିମବଙ୍ଗ, କର୍ନାଟକ ଓ ଆନ୍ଧ୍ର ପ୍ରଦେଶରୁ ଫୁଲ ଆସୁଛି। ଦୁଃଖର କଥା, ଗାଁ ଗଣ୍ଡାରେ ଭର୍ତ୍ତି ହୋଇଥିବା ମନ୍ଦାର ଫୁଲକୁ ଆମେ ସଂଗ୍ରହ କରି ବିକ୍ରି କରିପାରୁନାହୁଁ, ତାହା ମଧ୍ୟ କଲିକତାରୁ ଆସୁଛି। ଦୁଃଖ ଲାଗେ ଓଡ଼ିଶାର ଭବିଷ୍ୟତକୁ ଦେଖିଲେ। ଗୋଟେ ପରେ ଗୋଟେ କ୍ଷେତ୍ରକୁ ଯେମିତି ଆମେ ଅନ୍ୟ ରାଜ୍ୟ ଚାଷୀ ଓ ବେପାରୀଙ୍କ ହାତରେ ଟେକିଦେଉଛୁ। ଏହାର ପ୍ରଥମ ଓ ପ୍ରଧାନ କାରଣ ହେଲା ଆମର ଫୁଲଚାଷକୁ ଯେତିକି ପ୍ରୋତ୍ସାହନ ଦେବାକଥା ଦେଇନୁ ଓ ତା’ର ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା ମଧ୍ୟ କରିନୁ। ଆହୁରି ଭିତରକୁ ଗଲେ ଜାଣିବେ ଯେ ପାଖାପାଖି ୫ କୋଟି ଜନସଂଖ୍ୟା ଥିବା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ଓ ବ୍ୟବସ୍ଥିତ ଫୁଲ ବଜାର ନାହିଁ।
୨୦୦୪ ମସିହାରେ ମୁଁ ଗ୍ୟାଙ୍ଗ୍‌ଟକ୍‌ରେ ଥିବା ସମୟରେ ଦେଖିଛି ସେଠାକାର ମୁଖ୍ୟ ଫୁଲ ଅର୍କିଡକୁ ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟକୁ ରପ୍ତାନି ପାଇଁ ତତ୍କାଳୀନ ସିକିମ ସରକାର ବାଗ ବିମାନବନ୍ଦର ପର୍ଯ୍ୟନ୍ତ ଶୀତତାପ ନିୟନ୍ତ୍ରିତ ଟ୍ରକର ବ୍ୟବସ୍ଥା କରିଥିଲେ। ମୁଁ ଏଠାରେ ତାହା କରିବାକୁ କହୁ ନାହିଁ। ମୋ ମତରେ ଆମର ସବୁ ଜିଲାର ସଦର ମହକୁମାରେ ସ୍ବତନ୍ତ୍ର ଫୁଲ ବଜାର ହେଉ। ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ଓ ବଡ଼ ଫୁଲ ବଜାର କରାଯାଉ। ସେଠାରେ ଫୁଲକୁ ଅଳ୍ପଦିନ ସାଇତିବା ପାଇଁ ଛୋଟ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା ରହୁ। ବ୍ୟବସାୟୀମାନେ ଭଡ଼ା ଦେଇ ତାଙ୍କ ଫୁଲକୁ କୋଲ୍ଡ ଷ୍ଟୋରେଜରେ ରଖିବେ। ଚାଷୀଙ୍କୁ ଉଦ୍ୟାନ ବିଭାଗ ବିଭିନ୍ନ ଉନ୍ନତ ବୈଜ୍ଞାନିକ ଜ୍ଞାନ କୌଶଳ ଦେଇ ବିଭିନ୍ନ ଫୁଲ ଉତ୍ପାଦନ ବଢ଼ାନ୍ତୁ। ଚାଷୀମାନଙ୍କର ଉତ୍ପାଦିତ ଫୁଲ କିପରି ଉଚିତ ଦରରେ ଉପରୋକ୍ତ ବଜାରମାନଙ୍କରେ ବିକ୍ରି ହୋଇପାରିବ, ତା’ର ବନ୍ଦୋବସ୍ତ ସରକାର କରନ୍ତୁ। ମୋଟ ଉପରେ କହିବାକୁ ଗଲେ ବାହାର ରାଜ୍ୟରୁ ଫୁଲ ଆମଦାନୀ କମ୍‌ କରି କିପରି ଆମ ରାଜ୍ୟ ଉତ୍ପାଦନରେ ଆମର ଆବଶ୍ୟକତା ପୂରଣ ହେବ ତାହା ଆମର ପ୍ରଥମ ଲକ୍ଷ୍ୟ ହେବା ଆବଶ୍ୟକ ା ଆମର ବଳକା ଉତ୍ପାଦନକୁ କିପରି ଦେଶର ବଡ଼ ବଡ଼ ସହର ଯଥା ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ପ୍ରଭୃତି ସହରକୁ ପଠାଇ ପ୍ରଚୁର ଅର୍ଥ ରୋଜଗାର କରିପାରିବା, ସେ ବିଷୟରେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିବା ଉଚିତ। ନୀତି ନିର୍ଦ୍ଧାରକଙ୍କୁ ମନେରଖିବାକୁ ହେବ ଯେ, ପ୍ରତିବର୍ଷ ଆମ ରାଜ୍ୟରୁ ୫.୫ ଲକ୍ଷ ପିଲା ଦଶମ ଶ୍ରେଣୀର ପରୀକ୍ଷା ଦେଉଛନ୍ତି। ସମସ୍ତଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରି ଦେବା ସମ୍ଭବ ନୁହେଁ। ମାତ୍ର ଅଣସଙ୍ଗଠିତ କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି। ଫୁଲ ଚାଷ ଏକ ଅର୍ଥକରି ଫସଲ ହୋଇଥିବାରୁ, ଚାଷୀମାନଙ୍କର ପ୍ରଚୁର ଲାଭ ହେବ।
ଓଡ଼ିଶାରେ ବ୍ୟବସାୟ କରିଥିବା ପ୍ରାୟ ସମସ୍ତ ନର୍ସରି, ଫୁଲ, ଶୋ ଗଛ ଇତ୍ୟାଦି ପଡ଼ୋଶୀ ପଶ୍ଚିମ ବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆମଦାନୀ କରୁଛନ୍ତି। ସେ ସବୁକୁ ପ୍ରୋତ୍ସାହନ ଦେଇ କିପରି ଓଡ଼ିଶାରେ ଉତ୍ପାଦନ କରିବା ଓ ବାହାର ରାଜ୍ୟକୁ ରପ୍ତାନି କରିବା, ସେ ବିଷୟରେ ଚିନ୍ତା କରିବାର ସମୟ ଆସିଛି। ଓଡ଼ିଶାରେ କୃଷି ଭିତ୍ତିଭୂମି ଯଥା ଆଧୁନିକ ମଣ୍ଡି ବ୍ୟବସ୍ଥା ହେଉ କିମ୍ବା ଶୀତଳ ଭଣ୍ଡାର କିମ୍ବା କୃଷି ପ୍ରକ୍ରିୟାକରଣ ଶିଳ୍ପ ମୁଖ୍ୟତଃ ଦୁର୍ବଳ। ଯଦି ଆମେ ସବୁ ଜିଲାରେ ସ୍ବତନ୍ତ୍ର ଫୁଲ ହାଟ ଓ ଭୁବନେଶ୍ୱରରେ ରପ୍ତାନିଭିତ୍ତିକ ଅତ୍ୟାଧୁନିକ ସ୍ବତନ୍ତ୍ର ଫୁଲ ହାଟ ସ୍ଥାପନ ନ କରନ୍ତି, ତା’ ହେଲେ ସବୁଦିନ ପାଇଁ ଆମେ ଏହି ଲାଭଜନକ କ୍ଷେତ୍ରଟିକୁ ଅନ୍ୟ ରାଜ୍ୟର ବେପାରୀ ଓ ଉତ୍ପାଦକଙ୍କ ହାତକୁ ଟେକିଦେବା, ଯାହାକି ବିଜ୍ଞତାର ପଦକ୍ଷେପ ହେବ ନାହିଁ। କୃଷିର ସବୁ ଲାଭଦାୟକ ସେଗ୍‌ମେଣ୍ଟକୁ ଛାଡ଼ି ଓଡ଼ିଶା ଚାଷୀ ଧାନଚାଷରେ ମଗ୍ନ ହେବା ଓ ଧାନଚାଷରୁ କ୍ଷତି ଭରଣା ପାଇଁ ସରକାରଙ୍କଠୁ ଇନ୍‌ପୁଟ ସବ୍‌ସିଡି ଦାବି କରିବା ଠିକ୍‌ ନୁହେଁ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭIରତ ସରକାର), ଭୁବନେଶ୍ବର
ମୋ: ୮୭୬୩୮୪୧୧୦୮

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?