Posted inଖେଳ

ଗାଭାସ୍କରଙ୍କୁ ଏସ୍‌ଜେଏଫ୍‌ଆଇ ପଦକ, ଶାସ୍ତ୍ରୀ ସମ୍ମାନିତ

ଥିରୁଭାନନ୍ତପୁରମ,୨୮।୯(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏସଜେଏଫ୍‌ଆଇ)ର ବିଶେଷ ସମ୍ମାନ ଗ୍ରହଣ କରିଛନ୍ତି। ଏସ୍‌ଜେଏଫ୍‌ଆଇ ପକ୍ଷରୁ ପ୍ରତିବର୍ଷ କିଛି କିମ୍ବଦନ୍ତୀ ଖେଳାଳିଙ୍କୁ ସମ୍ମାନିତ କରାଯାଇଥାଏ। ମାତ୍ର ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କୁ କରୋନା ମହାମାରୀ କାରଣରୁ ଏହି ସମ୍ମାନ ପ୍ରଦାନ ପାଇଁ ଉତ୍ସବର ଆୟୋଜନ କରାଯାଇ ପାରି ନ ଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚ ପାଇଁ ଟେଲିଭିଜନ ଭାଷ୍ୟକାର ଭାବରେ ଦୁହେଁ ଏଠାରେ ଉପସ୍ଥିତ ଥିବାରୁ ଅଳ୍ପ ସମୟର ପ୍ରସ୍ତୁତିରେ ଏହି ଉତ୍ସବ ଆୟୋଜନ ହୋଇଥିଲା। ରବି ଶାସ୍ତ୍ରୀଙ୍କୁ ତାଙ୍କ ମିଡିଆରେ ଅବଦାନ ସକାଶେ ଏସ୍‌ଜେଏଫ୍‌ଆଇର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଗତ ୩ ବର୍ଷ ଧରି ଏସ୍‌ଜେଏଫ୍‌ଆଇ ଦେଶର ପ୍ରମୁଖ ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ସ୍ବର୍ଣ୍ଣ ପଦକ ପ୍ରଦାନ କରୁଛି। ପୂର୍ବରୁ ବିଜୟ ଅମୃତରାଜ ଓ ପ୍ରକାଶ ପାଦୁକୋନକୁ ଏହା ପଦକ ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳବାର ଏହାକୁ ଗ୍ରହଣ କରିଥିଲେ ସୁନୀଲ ଗାଭାସ୍କର। ଏଥିସହ ଏସ୍‌ଜେଏଫ୍‌ଆଇର ଆଜୀବନ ସଦସ୍ୟ ଭାବେ ମଧ୍ୟ ତାଙ୍କୁ ଗ୍ରହଣ କରାଯିବା ବିଷୟ ଘୋଷଣା ହୋଇଥିଲା। ଏସ୍‌ଜେଏଫ୍‌ଆଇର ସଭାପତି ଏ. ବିନୋଦ, ଉପ ସଭାପତି ସମ୍ବିତ ମହାପାତ୍ର, ସମ୍ପାଦକ ପ୍ରଶାନ୍ତ କେନି, ଆର କୌଶିକ, ଏସ. ସବାନାୟକନ, ଜି. ବିଶ୍ୱନାଥ, ଦେବେନ୍ଦ୍ର ପାଣ୍ଡେ, ନିଲେଶ ଦେଶପାଣ୍ଡେ ଏବଂ ସୁପ୍ରଭାତ ଆଦିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତୀୟ କ୍ରିକେଟ ବୋର୍ଡର ପୂର୍ବତନ ସମ୍ପାଦକ ଏସ.କେ. ନାୟାର ଗାଭାସ୍କର ଓ ଶାସ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ଉଭୟ ଗାଭାସ୍କର ଓ ଶାସ୍ତ୍ରୀ ସେମାନଙ୍କ ଜୀବନରେ କ୍ରୀଡ଼ା ସାମ୍ବାଦିକଙ୍କର ରହିଥିବା ବିଶେଷ ଭୂମିକା ବାବଦରେ ପ୍ରକାଶ କରିଥିଲେ। କ୍ରୀଡ଼ା ସାମ୍ବାଦିକ ଓ ଖେଳାଳିଙ୍କ ମଧ୍ୟରେ ପୂର୍ବରୁ ପ୍ରଚଣ୍ଡ ବିଶ୍ୱାସ ଥିଲା। ହେଲେ ବର୍ତ୍ତମାନ ସେହି ବିଶ୍ୱାସ କମୁଛି ବୋଲି ଗାଭାସ୍କର କହିବା ସହ ଦେଶରେ ଖେଳର ପ୍ରକୃତ ବିକାଶ ପାଇଁ ଖେଳାଳି, କ୍ରୀଡ଼ା ପ୍ରଶାସକ ଏବଂ କ୍ରୀଡ଼ା ସାମ୍ବାଦିକ ଏକାଠି କାମ କରିବାକୁ ସେ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?