‘ସେ କିଛି ଶିଖୁ ନାହାନ୍ତି’

ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସ ୨୧୧ ରନ୍‌ର ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଡିଫେଣ୍ଡିଂ ଚାମ୍ପିୟନ ଦଳର ପରାଜୟ ପରେ ଅଲରାଉଣ୍ଡର ଶିବମ ଦୁବେଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର।

ଅନ୍ତିମ ଦୁଇ ଓଭରରେ ଏଲ୍‌ଏସ୍‌ଜିକୁ ୩୪ ରନ୍‌ ଦରକାର ଥିଲା। ୧୯ତମ ଓଭରରେ ଶିଭମ ଦୁବେ ୨୫ ରନ୍‌ ଖର୍ଚ୍ଚ କରିଥିଲେ। ଏଣୁ ଅନ୍ତିମ ଓଭରରେ ବିଜୟ କେବଳ ଔପଚାରିକ ହୋଇଯାଇଥିଲା। ପୂରା ଓଭରରେ ସେ ଲେନ୍ଥ ବଲ ହିଁ ପକାଇଥିଲେ। ଫଳରେ ଇଭିନ ଲୁଇସ ଏବଂ ଯୁବ ଖେଳାଳି ଆୟୁଷ ବଦୋନି ବଡ଼ ବଡ଼ ଶଟ୍‌ ଖେଳି ମ୍ୟାଚ୍‌ ଛଡ଼ାଇ ନେଇଥିଲେ।

“ସେ ଆବଶ୍ୟକ ପରିମାଣର ସୀମିତ ଓଭର ମ୍ୟାଚ୍‌ ଖେଳିସାରିଲେଣି। ତା’ ପରେ ବି ସେ ବାରମ୍ଭାର ଲେନ୍ଥ ବଲ ପକାଉଛନ୍ତି। ହଁ, ମ୍ୟାଚ୍‌ରେ ବିଲକୁଲ ବୋଲିଂ କରି ନ ଥିବା ବୋଲରଙ୍କୁ ୧୯ତମ ଓଭର ଦେବା ଉଚିତ ନୁହେଁ। କାରଣ ବ୍ୟାଟର ବଡ଼ ଶଟ୍‌ ଖେଳିବେ। କିନ୍ତୁ ସେ ଲେନ୍ଥ ବଲ ପକାଇଥିଲେ। ସେ ଧିମା ବଲର ବ୍ୟବହାର କରୁଛନ୍ତି, ଯାହାକି ଟର୍ନିଂ ଏବଂ ଡ୍ରାଏ ପିଚ୍‌ରେ ଉପଯୋଗୀ। ହେଲେ ଯେଉଁ ପିଚ୍‌ରେ ବଲ ବ୍ୟାଟକୁ ଭଲ ଗତିରେ ଆସୁଛି, ଏହା କାମ ଦେବ ନାହିଁ। ସିଏସ୍‌କେର ବୋଲିଂ କାଲକ୍ୟୁଲେଶନ ଭୁଲ ସାବ୍ୟସ୍ତ ହୋଇଛି। ଏହା ସ୍ବୀକାର କରିବାକୁ ପଡ଼ିବ। ଲେନ୍ଥ ବଲକୁ ଏଭଳି ପିଚ୍‌ରେ ଉଠାଇ ମାରିବା ସହଜ। ଏହା ସ୍ପଷ୍ଟ ଯେ, ସେ କିଛି ବି ଶିକ୍ଷା କରି ନାହାନ୍ତି” ବୋଲି ଗାଭାସ୍କର କମେଣ୍ଟ୍ରି ବେଳେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?