‘ସେ କିଛି ଶିଖୁ ନାହାନ୍ତି’

ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସ ୨୧୧ ରନ୍‌ର ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଡିଫେଣ୍ଡିଂ ଚାମ୍ପିୟନ ଦଳର ପରାଜୟ ପରେ ଅଲରାଉଣ୍ଡର ଶିବମ ଦୁବେଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର।

ଅନ୍ତିମ ଦୁଇ ଓଭରରେ ଏଲ୍‌ଏସ୍‌ଜିକୁ ୩୪ ରନ୍‌ ଦରକାର ଥିଲା। ୧୯ତମ ଓଭରରେ ଶିଭମ ଦୁବେ ୨୫ ରନ୍‌ ଖର୍ଚ୍ଚ କରିଥିଲେ। ଏଣୁ ଅନ୍ତିମ ଓଭରରେ ବିଜୟ କେବଳ ଔପଚାରିକ ହୋଇଯାଇଥିଲା। ପୂରା ଓଭରରେ ସେ ଲେନ୍ଥ ବଲ ହିଁ ପକାଇଥିଲେ। ଫଳରେ ଇଭିନ ଲୁଇସ ଏବଂ ଯୁବ ଖେଳାଳି ଆୟୁଷ ବଦୋନି ବଡ଼ ବଡ଼ ଶଟ୍‌ ଖେଳି ମ୍ୟାଚ୍‌ ଛଡ଼ାଇ ନେଇଥିଲେ।

“ସେ ଆବଶ୍ୟକ ପରିମାଣର ସୀମିତ ଓଭର ମ୍ୟାଚ୍‌ ଖେଳିସାରିଲେଣି। ତା’ ପରେ ବି ସେ ବାରମ୍ଭାର ଲେନ୍ଥ ବଲ ପକାଉଛନ୍ତି। ହଁ, ମ୍ୟାଚ୍‌ରେ ବିଲକୁଲ ବୋଲିଂ କରି ନ ଥିବା ବୋଲରଙ୍କୁ ୧୯ତମ ଓଭର ଦେବା ଉଚିତ ନୁହେଁ। କାରଣ ବ୍ୟାଟର ବଡ଼ ଶଟ୍‌ ଖେଳିବେ। କିନ୍ତୁ ସେ ଲେନ୍ଥ ବଲ ପକାଇଥିଲେ। ସେ ଧିମା ବଲର ବ୍ୟବହାର କରୁଛନ୍ତି, ଯାହାକି ଟର୍ନିଂ ଏବଂ ଡ୍ରାଏ ପିଚ୍‌ରେ ଉପଯୋଗୀ। ହେଲେ ଯେଉଁ ପିଚ୍‌ରେ ବଲ ବ୍ୟାଟକୁ ଭଲ ଗତିରେ ଆସୁଛି, ଏହା କାମ ଦେବ ନାହିଁ। ସିଏସ୍‌କେର ବୋଲିଂ କାଲକ୍ୟୁଲେଶନ ଭୁଲ ସାବ୍ୟସ୍ତ ହୋଇଛି। ଏହା ସ୍ବୀକାର କରିବାକୁ ପଡ଼ିବ। ଲେନ୍ଥ ବଲକୁ ଏଭଳି ପିଚ୍‌ରେ ଉଠାଇ ମାରିବା ସହଜ। ଏହା ସ୍ପଷ୍ଟ ଯେ, ସେ କିଛି ବି ଶିକ୍ଷା କରି ନାହାନ୍ତି” ବୋଲି ଗାଭାସ୍କର କମେଣ୍ଟ୍ରି ବେଳେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri