ଚର୍ଚ୍ଚାରେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ପଦ

ବ୍ରହ୍ମପୁର ଅଫିସ,୫ା୩: ଗଞ୍ଜାମ ଜିଲା ପରିଷଦ ନିର୍ବାଚନରେ ବିଜେଡି ନିରଙ୍କୁଶ ସଂଖ୍ୟା ଗରିଷ୍ଠ ହୋଇଛି। ୬୯ ଜୋନ୍‌ରୁ ୬୭ଟିରେ ବିଜେଡି ପ୍ରାର୍ଥୀମାନେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଅର୍ଦ୍ଧେକ ଜୋନ୍‌ ନିୟମ ପ୍ରକାରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ସ୍ଥଳେ ଅଧିକ ୬ ଅର୍ଥାତ୍‌ ୪୧ ଜଣ ବିଭିନ୍ନ ବ୍ଲକରୁ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଅଧ୍ୟକ୍ଷ ପଦ ମଧ୍ୟ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଆସନ୍ତା ୧୩ ତାରିଖରେ ଏଥିପାଇଁ ନିର୍ବାଚନ ହେବାର ଚୂଡ଼ାନ୍ତ ହୋଇଛି। ଅଧ୍ୟକ୍ଷା ପଦ କାହାକୁ ମିଳିବ ସେନେଇ ଶାସକ ଦଳରେ ଚର୍ଚ୍ଚା ଚାଲିଛି। ନିଷ୍ପତ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନେବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହି ପଦ ଲାଗି ଅନେକ ଆଶାୟୀ ଅଛନ୍ତି।
ଅତୀତରେ ଗଞ୍ଜାମ ଜିଲା ବୋର୍ଡ ଥିଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ସେହି ବୋର୍ଡର ଅଖଣ୍ଡ କ୍ଷମତା ଥିଲା। ସମସ୍ତ ଯୋଜନା ସେଠାରେ ପ୍ରଣୟନ ହେଉଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଦିବାକର ପଟ୍ଟନାୟକ ଓ ଦୀନବନ୍ଧୁ ବେହେରା ଏବଂ ଖଲ୍ଲିକୋଟର ସ୍ବର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ପ୍ରମୁଖ ସଭାପତି ହୋଇଥିଲେ। ସେମାନଙ୍କ ଶାସନରେ ଜିଲାର ବହୁମୁଖୀ ଉନ୍ନୟନ କାର୍ଯ୍ୟ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବୋର୍ଡକୁ ଭାଙ୍ଗି ଦିଆଗଲା। ପ୍ରଶାସନକୁ କ୍ଷମତା ଦିଆଯାଇଥିଲା। ଦୀର୍ଘବର୍ଷ ପରେ ୧୯୯୭ରେ ଜିଲା ପରିଷଦ ଗଠନ କରାଗଲା। ପ୍ରଥମ ନିର୍ବାଚନ ଦଳୀୟ ସଂକେତରେ ହୋଇଥିଲା। ଅଧ୍ୟକ୍ଷା ପଦ ସାଧାରଣ ବର୍ଗର ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଥିଲା। ସେହି ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ଦଳରେ ଗୋଷ୍ଠୀ କନ୍ଦଳରୁ ଅଧ୍ୟକ୍ଷା ପଦ ହରାଇଥିଲା।
ରାଜନୈତିକ ସମୀକରଣରେ ତତ୍କାଳୀନ ଜନତା ଦଳ, ଭାଜପା ଓ ସିପିଆଇ ମେଣ୍ଟ କରାଗଲା। ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରୁ ଦିଗପହଣ୍ଡି ବ୍ଲକରୁ ନିର୍ବାଚିତ ଜନତା ଦଳର ରେଣୁବାଳା ପ୍ରଧାନ ଅଧ୍ୟକ୍ଷା ହୋଇଥିଲେ। ସଦ୍ୟ ସମାପ୍ତ ଜିଲା ପରିଷଦ ନିର୍ବାଚନରେ ରଙ୍ଗେଇଲୁଣ୍ଡା ବ୍ଲକର ୫୩ନଂ ଜୋନରୁ ବିଜେଡିରୁ ନିର୍ବାଚିତ ରାଜେଶ୍ୱରୀ ଦୋରା ସେତେବେଳେ କଂଗ୍ରେସରୁ ସେହି ଜୋନ୍‌ରୁ ଜିତିଥିଲେ। ରେଣୁବାଳାଙ୍କ ସହିତ ଅଧ୍ୟକ୍ଷା ପଦ ନିମନ୍ତେ ରାଜେଶ୍ୱରୀ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ପରବର୍ତ୍ତୀ ସ୍ଥିତିରେ ରେଣୁ ୨୦୦୮ ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ନିର୍ବାଚିତ ହେଲେ ଏବଂ ରାଜେଶ୍ୱରୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେ। ଦୀର୍ଘ ୨୫ ବର୍ଷ ବ୍ୟବଧାନରେ ଜିଲା ପରିଷଦ ଅଧ୍ୟକ୍ଷା ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ ହୋଇଛି। ବିଜେଡିରୁ ୪୦ରୁ ଊର୍ଦ୍ଧ୍ୱ ମହିଳା ନିର୍ବାଚିତ ହୋଇଥିବାରୁ ଅନେକେ ଅଧ୍ୟକ୍ଷା ହେବାକୁ ଆଶା କରିଛନ୍ତି। ବିଜେଡି ଶାସନରେ ୨୦୦୨ରେ ହୋଇଥିବା ପ୍ରଥମ ଜିଲା ପରିଷଦ ନିର୍ବାଚନରେ ଶଙ୍ଖ ଦଳ ସଂଖ୍ୟାଗରିଷ୍ଠ ଥିବାରୁ ତତ୍କାଳୀନ ଜଗନ୍ନାଥପ୍ରସାଦ ନିର୍ବାଚନ ମଣ୍ଡଳୀ ଓ ବର୍ତ୍ତମାନର ପୋଲସରା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବୁଗୁଡ଼ା ବ୍ଲକରୁ ନିର୍ବାଚିତ ରେବତୀ ମୋହନ ନାୟକ ଅଧ୍ୟକ୍ଷ ହୋଇଥିଲେ। ୨୦୦୭ ଦ୍ୱିତୀୟ ନିର୍ବାଚନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକରୁ ନିର୍ବାଚିତ ବିଜେଡି ଯୁବନେତା ପରିଷଦ ଅଧ୍ୟକ୍ଷ ପଦ ପାଇଥିଲେ। ଘଟଣାକ୍ରମେ ତାଙ୍କୁ ଅନସ୍ଥା ପ୍ରସ୍ତାବରେ ପଦ ହରାଇବାକୁ ପଡ଼ିଥିଲା। ହୋଇଥିବା ଉପନିର୍ବାଚନରେ ସେହି ବ୍ଲକରୁ ନିର୍ବାଚିତ କାମରାଜୁ ସେଠୀ ପରିଷଦ ଅଧ୍ୟକ୍ଷ ହେଲେ।
ପରବର୍ତ୍ତୀ ୨୦୧୨ ନିର୍ବାଚନରେ ପୁନର୍ବାର ଜିଲା ପରିଷଦ ନିର୍ବାଚନରେ ବିଜେଡି ସଂଖ୍ୟା ଗରିଷ୍ଠ ହୋଇଥିବାରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସୁରଥ ପ୍ରଧାନଙ୍କୁ ଅଧ୍ୟକ୍ଷ କରାଯାଇଥିଲା। ୨୦୧୭ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷ ପଦ ପାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେବାରୁ ପଦରୁ ଇସ୍ତଫା ଦେଇଥିଲେ। ତେଣୁ ହୋଇଥିବା ଉପନିର୍ବାଚନରେ ଖଲ୍ଲିକୋଟରୁ ନିର୍ବାଚିତ ସୋନମ ପଲେଇ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ସୋନମ ଖଲ୍ଲିକୋଟ ବ୍ଲକରୁ ଜିଲା ପରିଷଦ ସଦସ୍ୟା ହୋଇଛନ୍ତି। ଆଗାମୀ ଅଧ୍ୟକ୍ଷା କାହାକୁ କରାଯିବ ସେନେଇ ବିଜେଡିରେ ଅଙ୍କକଷା ଚାଲିଛି। ହିଞ୍ଜିଳି, ଭଞ୍ଜନଗର, ସାନଖେମୁଣ୍ଡି, ଚିକିଟି, ଆସିକା, ସୋରଡ଼ା ଓ ଅନ୍ୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ମହିଳାମାନେ ମଧ୍ୟ ପଦ ନିମନ୍ତେ ଆଶା ରଖିଛନ୍ତି। ଦଳର ସୁପ୍ରିମୋ କ’ଣ ନିଷ୍ପତ୍ତି ନେବେ ତାହାକୁ ବିଭିନ୍ନ ମହଲ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri