ମାର୍ଚ୍ଚ ୨ୟ ସପ୍ତାହ ପରେ ତୈଳ ଦର ବୃଦ୍ଧି ପାଇବ

ନୂଆଦିଲ୍ଲୀ,୫।୩:ଗତ ୪ମାସରୁ ଊର୍ଦ୍ଧ୍ୱ ହେବ ଭାରତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସ୍ଥିର ରହିଛି। ଫଳରେ ତୈଳ ବିପଣନ କମ୍ପାନୀ ଓ ଇନ୍ଧନ ଖୁଚୁରା ବ୍ୟବସାୟୀମାନେ ମଧ୍ୟ ବ୍ୟାପକ କ୍ଷତି ସହିଛନ୍ତି। ସୂଚନାଯୋଗ୍ୟ, ଦେଶର ପ୍ରମୁଖ ୫ ରାଜ୍ୟର ବିଧାନସଭା ନିର୍ବାଚନ କାରଣରୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିନାହିଁ। ହେଲେ ମାର୍ଚ୍ଚ ୧୦ରେ ଉକ୍ତ ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ତେଲ ଦର ବଢ଼ିବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏପରିକି ମାର୍ଚ୍ଚ ୨ୟ ସପ୍ତାହ ପରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ପ୍ରାୟ ୧୫ ଟଙ୍କା ପର୍ଯ୍ୟନ୍ତ ଦର ବଢ଼ିପାରେ ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ରିର୍ପୋଟରେ କୁହାଯାଇଛି , ମାର୍ଚ୍ଚ ୧୫ ପୂର୍ବରୁ ତୈଳ ଲିଟର ପିଛା ୧୨ ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି ଆବଶ୍ୟକ ସାଙ୍ଗକୁ ବ୍ରେକ୍‌ଭେନ ଏବଂ ତୈଳ ସଂସ୍ଥାଗୁଡ଼ିକ ପାଇଁ ମାର୍ଜିନ ଅନ୍ତର୍ଭୁକ୍ତ କରିବା ପରେ ଏହାର ମୂଲ୍ୟ ପ୍ରାୟ ୧୫ ଟଙ୍କା ବୃଦ୍ଧି ଘଟିପାରେ ବୋଲି ଆଇସିଆଇସିଆଇ ସିକ୍ୟୁରିଟି ପକ୍ଷରୁ ଆକଳନ କରାଯାଇଛି। ଗୋଟିଏ ପଟେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ସପ୍ତାହବ୍ୟାପୀ ଯୁଦ୍ଧ ଲାଗି ରହିଥିବା ବେଳେ ଅପରପକ୍ଷରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ରହିଛି। ଏପରିକି ପ୍ରତିଦିନ ବ୍ରେଣ୍ଟ କ୍ରୁଡ୍‌ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଚାଲିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାରରୁ ଅଧିକ ରହିଛି। ନିକଟରେ ଏହି ଦର ବୃଦ୍ଧି ଯୋଗୁ ବିଗତ ୯ବର୍ଷର ରେକର୍ଡ ଭଙ୍ଗ ସହ ପ୍ରଥମ ଥର ପାଇଁ ବ୍ୟାରେଲ ପିଛା ୧୨୦ ଡଲାରରେ କାରବାର ହୋଇଥିଲା।
ସେହିଭଳି ତୈଳ ମନ୍ତ୍ରଣାଳୟ ଅନ୍ତର୍ଗତ ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଳେଷଣ ପ୍ରକୋଷ୍ଠ (ପିପିଏସି)ର ସୂଚନା ଅନୁଯାୟୀ ଭାରତ ଯେଉଁ ଅଶୋଧିତ ତୈଳ ଆମଦାନୀ କରିଥାଏ, ମାର୍ଚ୍ଚ ୩ରେ ଏହାର ଦାମ ବ୍ୟାରେଲ ପିଛା ୧୧୭.୩୯ ଡଲାରରେ ପହଞ୍ଚତ୍ଛି। ଇନ୍ଧନର ଏହି ମୂଲ୍ୟ ୨୦୧୨ ପରେ ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ସୂଚନା ମିଳିଛି। ଗତବର୍ଷ ନଭେମ୍ବର ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଉପରେ ରୋକ୍‌ ଲାଗିଥିଲା। ସେହି ସମୟରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୮୧.୫ ଡଲାର ରହିଥିଲା। ଦେଶର ଇନ୍ଧନ ମୂଲ୍ୟ ଅନ୍ତର୍ଜାତୀୟ ବଜାରର ମୂଲ୍ୟ ଉପରେ ନିର୍ଭର କରିଥାଏ ,କାରଣ ଭାରତ ନିଜ ଆବଶ୍ୟକତାର ୮୫% ତୈଳ ବିଦେଶରୁ ଆମଦାନୀ କରିଥାଏ। ୟୁରୋପର ପ୍ରାକୃତିକ ଗ୍ୟାସ୍‌ର ଏକତୃତୀୟାଂଶ ଏବଂ ବିଶ୍ୱର ତୈଳ ଉତ୍ପାଦନର ପ୍ରାୟ ୧୦% ରୁଷିଆ କରିଥାଏ। ୟୁରୋପରେ ରୁଷିଆର ଗ୍ୟାସ୍‌ ଯୋଗାଣର ଏକତୃତୀୟାଂଶ ସାଧାରଣତଃ ୟୁକ୍ରେନ୍‌ ପାର ହେଉଥିବା ପାଇପଲାଇନ ଦେଇ ଆସିଥାଏ। କିନ୍ତୁ ଭାରତ ପାଇଁ ରୁଷିଆର ଯୋଗାଣ ଖୁବ୍‌ କମ୍‌ ପ୍ରତିଶତ ରହିଛି। ୨୦୨୧ରେ ଭାରତ ରୁଷିଆରୁ ପ୍ରତିଦିନ ୪୩,୪୦୦ ବ୍ୟାରେଲ ତେଲ ଆମଦାନୀ କରୁଥିବା ବେଳେ ସମସ୍ତ କୋଇଲା ଆମଦାନୀରେ ୧.୩% ରହିଥିଲା। ଦିଲ୍ଲୀରେ ପେଟ୍ରୋଲ ଲିଟର ୯୫.୪୧ ଟଙ୍କା ଏବଂ ଡିଜେଲ ମୂଲ୍ୟ ୮୬.୬୭ ଟଙ୍କା ରହିଛି। ନଭେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକସ ହ୍ରାସ ଘୋଷଣା ସାଙ୍ଗକୁ ରାଜ୍ୟ ସରକାରଙ୍କ ଦ୍ୱାରା ଭାଟ୍‌ ହାର ହ୍ରାସ ପାଇବା ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୦.୦୪ ଟଙ୍କା ଏବଂ ଡିଜେଲ ୯୮.୪୨ ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?