ମାର୍ଚ୍ଚ ୨ୟ ସପ୍ତାହ ପରେ ତୈଳ ଦର ବୃଦ୍ଧି ପାଇବ

ନୂଆଦିଲ୍ଲୀ,୫।୩:ଗତ ୪ମାସରୁ ଊର୍ଦ୍ଧ୍ୱ ହେବ ଭାରତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସ୍ଥିର ରହିଛି। ଫଳରେ ତୈଳ ବିପଣନ କମ୍ପାନୀ ଓ ଇନ୍ଧନ ଖୁଚୁରା ବ୍ୟବସାୟୀମାନେ ମଧ୍ୟ ବ୍ୟାପକ କ୍ଷତି ସହିଛନ୍ତି। ସୂଚନାଯୋଗ୍ୟ, ଦେଶର ପ୍ରମୁଖ ୫ ରାଜ୍ୟର ବିଧାନସଭା ନିର୍ବାଚନ କାରଣରୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିନାହିଁ। ହେଲେ ମାର୍ଚ୍ଚ ୧୦ରେ ଉକ୍ତ ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ତେଲ ଦର ବଢ଼ିବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏପରିକି ମାର୍ଚ୍ଚ ୨ୟ ସପ୍ତାହ ପରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ପ୍ରାୟ ୧୫ ଟଙ୍କା ପର୍ଯ୍ୟନ୍ତ ଦର ବଢ଼ିପାରେ ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ରିର୍ପୋଟରେ କୁହାଯାଇଛି , ମାର୍ଚ୍ଚ ୧୫ ପୂର୍ବରୁ ତୈଳ ଲିଟର ପିଛା ୧୨ ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି ଆବଶ୍ୟକ ସାଙ୍ଗକୁ ବ୍ରେକ୍‌ଭେନ ଏବଂ ତୈଳ ସଂସ୍ଥାଗୁଡ଼ିକ ପାଇଁ ମାର୍ଜିନ ଅନ୍ତର୍ଭୁକ୍ତ କରିବା ପରେ ଏହାର ମୂଲ୍ୟ ପ୍ରାୟ ୧୫ ଟଙ୍କା ବୃଦ୍ଧି ଘଟିପାରେ ବୋଲି ଆଇସିଆଇସିଆଇ ସିକ୍ୟୁରିଟି ପକ୍ଷରୁ ଆକଳନ କରାଯାଇଛି। ଗୋଟିଏ ପଟେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ସପ୍ତାହବ୍ୟାପୀ ଯୁଦ୍ଧ ଲାଗି ରହିଥିବା ବେଳେ ଅପରପକ୍ଷରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ରହିଛି। ଏପରିକି ପ୍ରତିଦିନ ବ୍ରେଣ୍ଟ କ୍ରୁଡ୍‌ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଚାଲିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାରରୁ ଅଧିକ ରହିଛି। ନିକଟରେ ଏହି ଦର ବୃଦ୍ଧି ଯୋଗୁ ବିଗତ ୯ବର୍ଷର ରେକର୍ଡ ଭଙ୍ଗ ସହ ପ୍ରଥମ ଥର ପାଇଁ ବ୍ୟାରେଲ ପିଛା ୧୨୦ ଡଲାରରେ କାରବାର ହୋଇଥିଲା।
ସେହିଭଳି ତୈଳ ମନ୍ତ୍ରଣାଳୟ ଅନ୍ତର୍ଗତ ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଳେଷଣ ପ୍ରକୋଷ୍ଠ (ପିପିଏସି)ର ସୂଚନା ଅନୁଯାୟୀ ଭାରତ ଯେଉଁ ଅଶୋଧିତ ତୈଳ ଆମଦାନୀ କରିଥାଏ, ମାର୍ଚ୍ଚ ୩ରେ ଏହାର ଦାମ ବ୍ୟାରେଲ ପିଛା ୧୧୭.୩୯ ଡଲାରରେ ପହଞ୍ଚତ୍ଛି। ଇନ୍ଧନର ଏହି ମୂଲ୍ୟ ୨୦୧୨ ପରେ ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ସୂଚନା ମିଳିଛି। ଗତବର୍ଷ ନଭେମ୍ବର ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଉପରେ ରୋକ୍‌ ଲାଗିଥିଲା। ସେହି ସମୟରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୮୧.୫ ଡଲାର ରହିଥିଲା। ଦେଶର ଇନ୍ଧନ ମୂଲ୍ୟ ଅନ୍ତର୍ଜାତୀୟ ବଜାରର ମୂଲ୍ୟ ଉପରେ ନିର୍ଭର କରିଥାଏ ,କାରଣ ଭାରତ ନିଜ ଆବଶ୍ୟକତାର ୮୫% ତୈଳ ବିଦେଶରୁ ଆମଦାନୀ କରିଥାଏ। ୟୁରୋପର ପ୍ରାକୃତିକ ଗ୍ୟାସ୍‌ର ଏକତୃତୀୟାଂଶ ଏବଂ ବିଶ୍ୱର ତୈଳ ଉତ୍ପାଦନର ପ୍ରାୟ ୧୦% ରୁଷିଆ କରିଥାଏ। ୟୁରୋପରେ ରୁଷିଆର ଗ୍ୟାସ୍‌ ଯୋଗାଣର ଏକତୃତୀୟାଂଶ ସାଧାରଣତଃ ୟୁକ୍ରେନ୍‌ ପାର ହେଉଥିବା ପାଇପଲାଇନ ଦେଇ ଆସିଥାଏ। କିନ୍ତୁ ଭାରତ ପାଇଁ ରୁଷିଆର ଯୋଗାଣ ଖୁବ୍‌ କମ୍‌ ପ୍ରତିଶତ ରହିଛି। ୨୦୨୧ରେ ଭାରତ ରୁଷିଆରୁ ପ୍ରତିଦିନ ୪୩,୪୦୦ ବ୍ୟାରେଲ ତେଲ ଆମଦାନୀ କରୁଥିବା ବେଳେ ସମସ୍ତ କୋଇଲା ଆମଦାନୀରେ ୧.୩% ରହିଥିଲା। ଦିଲ୍ଲୀରେ ପେଟ୍ରୋଲ ଲିଟର ୯୫.୪୧ ଟଙ୍କା ଏବଂ ଡିଜେଲ ମୂଲ୍ୟ ୮୬.୬୭ ଟଙ୍କା ରହିଛି। ନଭେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକସ ହ୍ରାସ ଘୋଷଣା ସାଙ୍ଗକୁ ରାଜ୍ୟ ସରକାରଙ୍କ ଦ୍ୱାରା ଭାଟ୍‌ ହାର ହ୍ରାସ ପାଇବା ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୦.୦୪ ଟଙ୍କା ଏବଂ ଡିଜେଲ ୯୮.୪୨ ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?