ଗାଡ଼ି ସହ ୯,୬୦୦ ବୋତଲ କଫ ସିରପ୍‌ ଜବତ

ନୟାଗଡ଼ ଅଫିସ/ନୂଆଗାଁ, ୫ା୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ୯,୬୦୦ କଫ ସିରପ୍‌ ବୋତଲକୁ ଜବତ କରିଛି। ସେହିଭଳି ୪ ଷ୍ଟ୍ରିଫ ଆଲପ୍ରା ଜୋଲମ, ୫ ମୋବାଇଲ ଫୋନ, ୧୬ ଶହ ଟଙ୍କା ଅନୁରୂପ ଭାବେ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣ ବ୍ୟବସାୟୀଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ କଟକ ଜିଲା ଜଗତପୁର ଥାନା ଗୁଜରପୁର ଗାଁର ମୁସ୍ତାକ୍‌ ଖାନ(୨୬), କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଗୋବିନ୍ଦପୁର ଗାଁର ଚନ୍ଦ୍ରଶେଖର ଗ୍ରହାଚାର୍ଯ୍ୟ(୩୯), ନୟାଗଡ ଟାଉନ ଥାନା ସିନ୍ଦୁରିଆ ଗାଁର ହାଇଦର ମଲ୍ଲିକ ଓରଫ ଲାଲା (୩୮)ଙ୍କୁ ପୋଲିସ ଗିରଫ କରିଛି। ଏହି ୩ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ପରେ ଶୁକ୍ରବାର ସେମାନଙ୍କୁ ନୟାଗଡ ସବ୍‌ଜେଲକୁ ପଠାଇ ଦିଆଯାଇଛି।

ଏ ନେଇ ନୟାଗଡରେ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକ କହିଥିଲେ, କଟକରୁ ଦଶପଲ୍ଲା ଅଞ୍ଚଳକୁ କଫ ସିରପ୍‌ ବେଆଇନ ଭାବେ ଚାଲାଣ ହେଉଥିଲା। ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ନୂଆଗାଁ ମେଗା ନର୍ସରୀଠାରେ ନୂଆଗାଁ ଥାନା ପୋଲିସ ଗୁରୁବାର ଅପରାହ୍ନ ୪ଟାରେ ପାଟ୍ରୋଲିଂ କରୁଥିଲା। ପୋଲିସ କଫ ସିରପ୍‌ ବୋଝେଇ ପିକ୍‌ଅପ୍‌ ଭ୍ୟାନ (ନଂ. ଓଡି ୦୨ ୟୁ ୫୯୩୨)କୁ ଜବତ କରିଥିଲା। ଏ ନେଇ ପୋଲିସ ଦଫା ୨୭୪, ୨୭୫, ୩୪ ଆଇପିସିରେ ନଂ. ୪୨/୨୨ରେ ମାମଲା ରୁଜୁ କରି ତଦନ୍ତ କରିଥିଲା।ଖବରଦାତା ସମ୍ମିଳନୀରେ ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିଂ, ନୂଆଗାଁ ଆଇଆଇସି ବସନ୍ତ କୁମାର ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ -୧୦୮ ଆମ୍ବୁଲାନ୍‌ସ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ଗୁରୁତର

ଦେବଗଡ଼,୧୭।୪(ସ୍ବ.ପ୍ର.)-ଦେବଗଡ ଜିଲା ତିଲେଇବଣି ବ୍ଲକ ପ୍ରଭାଶୁଣି ଗ୍ରାମ ନିକଟରେ ବୁଧବାର ଭୋର ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ ଆମ୍ବୁଲାନ୍‌ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।...

ସାର କଳାବଜାର ଅଣାୟତ୍ତ

ଯାଜପୁର ଅଫିସ,୩ା୩: ଲାଭଖୋର ସାର ବ୍ୟବସାୟୀଙ୍କୁ ନିୟନ୍ତ୍ରଣ କରାଯାଇପାରୁନାହିଁ ା ସେଥିପାଇଁ କଳାବଜାର ଚାଲିଛି ା ରାଜ୍ୟ ସରକାରଙ୍କ ଅପାରଗତାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି...

ଗଞ୍ଜାମରେ ପୁଣି ୬୪ ନୂଆ ସଂକ୍ରମିତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୯୭କୁ ବୃଦ୍ଧି, ସୁସ୍ଥ ହେଲେଣି ୩୮୯

ବ୍ରହ୍ମପୁର ଅଫିସ,୬।୬: ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଜିଲାରେ ୬୪ ନୂତନ ସଂକ୍ରମିତ ଚିହ୍ନଟ...

୫ରୁ ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ରାସ୍ତାରୋକୋ

ସମ୍ବଲପୁର,୨୯ା୧୧(ବ୍ୟୁରୋ): ସମଗ୍ର ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ଦେଖା ଦେଇଛି। ଟୋକନ ସମସ୍ୟା ଚାଷୀଙ୍କ ପାଇଁ କାଳ ସାଜିଛି । ଅନ୍ୟପକ୍ଷେ ଏକର ପିଛା...

ବଜାର କରିଦେଲେ ଜାମ

ଅନୁଗୋଳ ଅଫିସ, ୪ା୫ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା କୋଭିଡ୍‌ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ଆସନ୍ତା ୫ରୁ ୧୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା...

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ବଇଣ୍ଡା,୨୩।୮(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କାଶୀନାଥପୁର ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ଅକୁର ମାଝିଙ୍କ ଅଢେଇ ବର୍ଷର ଶିଶୁକନ୍ୟା ଶିଲା ମାଝିଙ୍କ ମୃତ୍ୟୁ ହୋଇଛି। ପୋଲିସ...

ଦୋକାନୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ

ବଡ଼ଗାଁ,୧୮ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଗଙ୍ଗାଜଳ ନିକଟ ସ୍କାନଷ୍ଟିଲ କାରଖାନା ସମ୍ମୁଖ ୧୦ନଂ. ରାଜ୍ୟ ରାଜପଥ ପାର୍ଶରେ ଥିବା ଏକ ଟାୟାର ମରାମତି ଦୋକାନୀଙ୍କୁ...

ମହାଗୁଡ଼ି, ତାଜୁଙ୍ଗିଆ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୬।୭(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ପକ୍କାରାସ୍ତା ନ ଥିବା ବିଭିନ୍ନ ଗ୍ରାମବାସୀଙ୍କ ସମସ୍ୟା ବଢିଯାଇଛି। ତାଜୁଙ୍ଗିଆ...

Advertisement
Archives

Model This Week