ଗାଡ଼ି ସହ ୯,୬୦୦ ବୋତଲ କଫ ସିରପ୍‌ ଜବତ

ନୟାଗଡ଼ ଅଫିସ/ନୂଆଗାଁ, ୫ା୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ୯,୬୦୦ କଫ ସିରପ୍‌ ବୋତଲକୁ ଜବତ କରିଛି। ସେହିଭଳି ୪ ଷ୍ଟ୍ରିଫ ଆଲପ୍ରା ଜୋଲମ, ୫ ମୋବାଇଲ ଫୋନ, ୧୬ ଶହ ଟଙ୍କା ଅନୁରୂପ ଭାବେ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣ ବ୍ୟବସାୟୀଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ କଟକ ଜିଲା ଜଗତପୁର ଥାନା ଗୁଜରପୁର ଗାଁର ମୁସ୍ତାକ୍‌ ଖାନ(୨୬), କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଗୋବିନ୍ଦପୁର ଗାଁର ଚନ୍ଦ୍ରଶେଖର ଗ୍ରହାଚାର୍ଯ୍ୟ(୩୯), ନୟାଗଡ ଟାଉନ ଥାନା ସିନ୍ଦୁରିଆ ଗାଁର ହାଇଦର ମଲ୍ଲିକ ଓରଫ ଲାଲା (୩୮)ଙ୍କୁ ପୋଲିସ ଗିରଫ କରିଛି। ଏହି ୩ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ପରେ ଶୁକ୍ରବାର ସେମାନଙ୍କୁ ନୟାଗଡ ସବ୍‌ଜେଲକୁ ପଠାଇ ଦିଆଯାଇଛି।

ଏ ନେଇ ନୟାଗଡରେ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକ କହିଥିଲେ, କଟକରୁ ଦଶପଲ୍ଲା ଅଞ୍ଚଳକୁ କଫ ସିରପ୍‌ ବେଆଇନ ଭାବେ ଚାଲାଣ ହେଉଥିଲା। ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ନୂଆଗାଁ ମେଗା ନର୍ସରୀଠାରେ ନୂଆଗାଁ ଥାନା ପୋଲିସ ଗୁରୁବାର ଅପରାହ୍ନ ୪ଟାରେ ପାଟ୍ରୋଲିଂ କରୁଥିଲା। ପୋଲିସ କଫ ସିରପ୍‌ ବୋଝେଇ ପିକ୍‌ଅପ୍‌ ଭ୍ୟାନ (ନଂ. ଓଡି ୦୨ ୟୁ ୫୯୩୨)କୁ ଜବତ କରିଥିଲା। ଏ ନେଇ ପୋଲିସ ଦଫା ୨୭୪, ୨୭୫, ୩୪ ଆଇପିସିରେ ନଂ. ୪୨/୨୨ରେ ମାମଲା ରୁଜୁ କରି ତଦନ୍ତ କରିଥିଲା।ଖବରଦାତା ସମ୍ମିଳନୀରେ ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିଂ, ନୂଆଗାଁ ଆଇଆଇସି ବସନ୍ତ କୁମାର ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri