ଦୁଲୁକିବ ସୁବଳୟା ଖେଳ ପଡିଆ ମଞ୍ଚ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଗଞ୍ଜାମ,୧୦।୫ (ବିଦ୍ୟାଧର ସାହୁ ): ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ଅପେରା ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୮ ରୁ ୧ ତାରିଖ ଅର୍ଥାତ ପାଞ୍ଚ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । କଳାକୁ ବଞ୍ଚାଇବା ଏବଂ ଉପାର୍ଜିତ ଅର୍ଥ ଅନାଥ ଆଶ୍ରମକୁ ଦାନ କରାଯିବା ଲକ୍ଷ୍ୟରେ ଶ୍ରୀଜଗନ୍ନାଥ କଳା ସଂସ୍କୃତିକ ମଞ୍ଚ ଏହି ଭଳି ଏକ ପ୍ରତିଯୋଗିତା ଆୟୋଜନ କରୁଥିବା ଜଣା ପଡିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

ସୁବଳୟା ଖେଳ ପଡିଆରେ ଗୋଟିଏ ମଞ୍ଚରେ ପୃଥକ ପୃଥକ ଭାବେ ପାଞ୍ଚ ଦିନ ଭିନ୍ନ ଭିନ୍ନ ଅନୁଷ୍ଠାନର ଭିନ୍ନ ଭିନ୍ନ ନାଟକ ପରିବେଶଣ ହେବ । ଏଥିପାଇଁ ସୁବଳୟା ଶାନ୍ତି କମିଟି ଓ ଆୟୋଜକଙ୍କ ମଧ୍ୟରେ ଏକ ଆଲୋଚନା ବୈଠକ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଆୟୋଜକଙ୍କ ପକ୍ଷରୁ ମଞ୍ଚ ସଭାପତି ଗୌରୀ ଶଙ୍କର ବାରିକି, କୋଷାଧକ୍ଷ ସନ୍ତୋଷ ନାହାକ, ନିର୍ଦ୍ଦେଶକ ନିରଞ୍ଜନ ମୁଦୁଲି, ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ସଭାପତି ଶବର କୁମାର ତରାଇ, ସୁବଳୟା ନିବାସୀ ବିଜୟ କୁମାର ବିଶ୍ୱାଳ, ଶାନ୍ତି କମିଟି ସଭାପତି ରାମହରୀ ସାହୁ, ସମ୍ପାଦକ ସୁଶାନ୍ତ କୁମାର ବେହେରା, କାଁହୁ ଚରଣ ନାୟକ, ରବୀନ୍ଦ୍ର କୁମାର ସାହୁ, ଗୋପବନ୍ଧୁ ସାହୁ ପ୍ରହଲ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନାଟକ ପ୍ରତିଯୋଗିତାକୁ ସମସ୍ତ ସହଯୋଗ କରିବାକୁ କମିଟି ପ୍ରତିଶୃତି ଦେଇଥିଲେ । ଯାଜପୁର ଜିଲାର ବିଚାରକମାନଙ୍କ ଦ୍ୱାରା ବିବେଚିତ ଦୁଇଟି ନାଟକକୁ ପ୍ରଥମ ଓ ଦ୍ୱିତୀୟ ଶ୍ରେଷ୍ଠ ନାଟକ ଘୋଷିତ କରାଯିବ ଏବଂ ପ୍ରଥମ ହୋଇଥିବା ନାଟକ ପରିଚାଳକଙ୍କୁ ଟ୍ରଫି ସହ ପଚାଶ ହଜାର ଓ ଦ୍ୱିତୀୟଙ୍କୁ ତିରିଶ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ ବୋଲି ମଞ୍ଚ ଆବାହକ ଶଙ୍କର ବାରିକି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶୁଭାରମ୍ଭ ଦିବସରେ ମା ନାରାୟଣୀ ଯୁବ ନାଟ୍ୟ ସଙ୍ଘ ପକ୍ଷରୁ ନିର୍ଦ୍ଦେଶକ ଯୋଗେନ୍ଦ୍ର କୁମାର ସେଠୀଙ୍କ ରୁପା ଶଗଡ଼ରେ ସୁନା କନିଆ, ୨୯ରେ ବାବା ଲଙ୍ଗଳେଶ୍ୱର ନାଟ୍ୟ ସଙ୍ଘ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାସଙ୍କ ନାଟକ ଏଇ ଫଗୁଣରେ ବାଜିବ ବାଜା,  ୩୦ରେ ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ନିର୍ଦ୍ଦେଶକ ଡ଼ଃ ଗୌରୀ ଶଙ୍କର ଶତପଥୀଙ୍କ ସେଇ ଗୋଟିଏ ଭୁଲ ପାଇଁ, ୩୧ରେ ଗୋପାଳ କୃଷ୍ଣ ଯୁବ ନାଟ୍ୟ ସଙ୍ଘ (ସୁବଳୟା )ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ବରାଳଙ୍କ ସ୍ୱାମୀ ପାଇଁ ପଛେ ନର୍କକୁ ଯିବି ଏବଂ ଜୁନ 1 ରେ ଗୋବିନ୍ଦେଶ୍ୱର ନାଟ୍ୟ ସଙ୍ଘ ନିର୍ଦ୍ଦେଶକ ସୁରେଶ ନାୟକଙ୍କ କାନ୍ଦେନା ଲୁହ ସରିଯିବ ନାଟକ ପରିବେଷଣ ହେବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

ଦିଗପହଣ୍ଡିରେ ଲଗାଣ ବର୍ଷା: ବୃଦ୍ଧି ପାଉଛି ଘୋଡ଼ାହାଡ଼ ଡ୍ୟାମ୍‌ର ଜଳପତ୍ତନ,ସଜାଗ ରହିଛି…

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଗତ ୪ ଦିନ ହେବ ଦିଗପହଣ୍ଡି ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?