Posted inଖେଳ

ପୂଜାରା, ରାହାନେଙ୍କ ଫର୍ମ ଉପରେ ମୁହଁ ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩।୨: ବରିଷ୍ଠ ଟେଷ୍ଟ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଏବେ ଫର୍ମରେ ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଦୁହେଁ ୬ଟି ଇନିଂସ ଖେଳି କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରିଥିଲେ। ଏଥିଯୋଗୁ ଟେଷ୍ଟ ଦଳରେ ଏମାନଙ୍କ ସ୍ଥାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମାନଙ୍କ ଫର୍ମ ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

“ଦୁହେଁ ଭଲ ଖେଳାଳି। ଆଶା କରୁଛି, ସେମାନେ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ମୁଁ ନିଶ୍ଚିତ ଅଛି ଯେ, ଦୁହେଁ ଭଲ ସ୍କୋର କରିବେ। ସେମାନଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ଘରୋଇ କ୍ରିକେଟକୁ ଫେରିବାରେ କୌଣସି ଅସୁବିଧା ଥିବା ମୁଁ ଦେଖି ପାରୁନାହିଁ। ରଣଜୀ ଟ୍ରଫି ଏକ ଖୁବ୍‌ ବଡ଼ ଟୁର୍ନାମେଣ୍ଟ। ଆମେ ସମସ୍ତେ ଏଥିରେ ଖେଳିଛୁ। ଏଣୁ ସେମାନଙ୍କୁ ମଧ୍ୟ ଫେରିବାକୁ ପଡ଼ିବ। ଭଲ ପ୍ରଦର୍ଶନ ଦ୍ୱାରା ହିଁ ସେମାନେ ଜାତୀୟ ଦଳକୁ ଫେରି ପାରିବେ। ଦୁହେଁ ପୂର୍ବରୁ ମଧ୍ୟ ଏହି ଟୁର୍ନାମେଣ୍ଟରେ ଖେଳିଥିଲେ। ସେମାନେ ଦିନିକିଆ କିମ୍ବା ଟି୨୦ ଖେଳୁ ନାହାନ୍ତି। ଏଣୁ କୌଣସି ଅସୁବିଧା ହେବ ନାହିଁ ” ବୋଲି ପୂର୍ବତନ ଅଧିନାୟକ ଗାଙ୍ଗୁଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ

ଜିନଚେଓନ,୨୦।୫- ଭାରତୀୟ ମହିଳା ହକି ଦଳ ଆୟୋଜକ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିଜୟୀ ଦଳ ଲାଗି ଯୁବା...

ପାକିସ୍ତାନ ଲାଗି କର ବା ମର ସ୍ଥିତି

ଲିଡ୍ସ,୨୯।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିବା ପାକିସ୍ତାନ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ଆରମ୍ଭରୁ ୩ଟି...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଶ୍ୱ ଚାମ୍ପିୟନକୁ ହରାଇଲା ଭାରତ

ଭୁବନେଶ୍ୱର,୮।୨(କ୍ରୀଡ଼ା ପ୍ରତିନିଧି): ବର୍ଷା, ପ୍ରତିକୂଳ ପାଗ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ନମ୍ବରଓ୍ବାନ ତଥା ବିଶ୍ୱ ଚାମ୍ପିୟନ ବେଲଜିୟମ ଥିଲେ ହେଁ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ...

କିରଣ ମୋରେ ଆମେରିକାର ଅନ୍ତରୀଣ କୋଚ୍‌

ଓ୍ବାଶିଂଟନ,୧୩।୭- ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେ ଆମେରିକା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ କୋଚ୍‌ ପବୁଦୁ...

ଦକ୍ଷିଣ ଆଫ୍ରିକାର ଆଗରେ ୨୧୨ ରନ୍‌ର ଟାର୍ଗେଟ୍‌

ନୂଆଦିଲ୍ଲୀ,୯।୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ ଗୁରୁବାର ଆରମ୍ଭ ହୋଇଯାଇଛି। ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଆରମ୍ଭ ହୋଇଥିବା...

ଲକ୍ଷ୍ନୌକୁ ବିଶାଳ ଟାର୍ଗେଟ ଦେଲା ବେଙ୍ଗାଲୁରୁ

କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍‌ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ଆଗରେ ବିଶାଳ ଟାର୍ଗେଟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ...

ଆଇପିଏଲ୍‌ ପୂର୍ବରୁ ଚୌକା, ଛକା ଏହି ପ୍ରସିଦ୍ଧ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ୟୁଏଇ,୧୫।୯: ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଅଭ୍ୟାସ କରୁଛି। ଏହି ସମୟରେ ଖେଳାଳିମାନେ ନିଜ ମଧ୍ୟରେ ୨ଟି ଦଳ କରି...

ଜୀବନରେ ସ୍ତ୍ରୀ ଏବଂ ପ୍ରେମିକା ଚାପ ଦିଅନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ,୧୯।୧୨: ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଭାରତ ଦିନିକିଆ ଦଳର ଅଧିନାୟକ କରାଯିବା ପରଠାରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଲାଗି...

Advertisement
Archives

Model This Week