Posted inଖେଳ

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ସ୍ବତନ୍ତ୍ର ମୁକାବିଲା : ଗାଙ୍ଗୁଲି ହେବେ ଅଧିନାୟକ

ନୂଆଦିଲ୍ଲୀ,୧୨।୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ଏହାକୁ ନେଇ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଏକ ବଡ଼ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୬ରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ ମଇଦାନରେ ଏହି ମ୍ୟାଚ୍‌ ଖେଳାଯିବ। ସାରା ବିଶ୍ୱର ମହାନ ଖେଳାଳିଙ୍କ ସହ ଭାରତର ପ୍ରମୁଖ ଖେଳାଳିମାନେ ଏଥିରେ ଭାଗ ନେବେ। ତେବେ ଏହି ଟିମ୍‌ର ନେତୃତ୍ୱ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ନେବେ ବୋଲି ଜଣାପଡ଼ିଛି।

ଲିଜେଣ୍ଡସ୍‌ କ୍ରିକେଟ ଲିଗ୍‌-୨ ପୂର୍ବରୁ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଇଣ୍ଡିଆ ମହାରାଜାର ନେତୃତ୍ୱ ଗାଙ୍ଗୁଲି ନେବେ। ସେହିଭଳି ଓ୍ବାଲ୍ଡ ଜିଆଣ୍ଟ୍ସର ନେତୃତ୍ୱ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇୟୋନ ମୋର୍ଗାନ ନେବେ। ଏହି ମ୍ୟାଚ୍‌କୁ ନେଇ ପୂର୍ବକୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି, ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଏମିତିରେ ଏହା ଗର୍ବର ବିଷୟ। ଏହି କାରଣରୁ ଆମେ ଲିଗ୍‌କୁ ‘ଆଜାଦି କା ଅମୃତ ମହୋତ୍ସବ’କୁ ସମର୍ପଣ କରୁଛୁ।

ସେହିଭଳି କିମ୍ବଦନ୍ତୀ ଲିଗ୍‌ର ସହ ପ୍ରତିଷ୍ଠାତା ରମଣ ରହେଜା କହିଛନ୍ତି, ଏହି ସ୍ବତନ୍ତ୍ର ମ୍ୟାଚ୍‌ ପରେ ଲିଗ୍‌ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୮ରେ ଶେଷ ହେବ। ଏଥିରେ ୪ ଭିନ୍ନ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ। ସିଜନରେ ମୋଟ ୧୫ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୨୨ ଦିନ ଯାଏ ଏହି ଲିଗ୍‌ ଚାଲିବ। ଖେଳାଳିଙ୍କ ପୂରା ତାଲିକା ଖୁବଶୀଘ୍ର ଜାରି କରି ଦିଆଯିବ।

ଇଣ୍ଡିଆ ମହାରାଜା: ସୌରଭ ଗାଙ୍ଗୁଲି(ଅଧିନାୟକ, ବିରେନ୍ଦ୍ର ସେହ୍ବାଗ, ମହମ୍ମଦ କୈଫ, ୟୁସୁଫ ପଠାନ, ଏସ୍‌. ବଦ୍ରିନାଥ, ଇରଫାନ ପଠାନ, ପାର୍ଥିବ ପଟେଲ, ଷ୍ଟୁଆର୍ଟ ବିନ୍ନି, ଏସ୍‌ ଶ୍ରୀସନ୍ତ, ହରଭଜନ ସିଂ, ନମନ ଓଝା, ଅଶୋକ ଦିଣ୍ଡା, ପ୍ରଜ୍ଞାନ ଓଝା, ଅଜୟ ଜାଡେଜା, ଆର୍‌ପି ସିଂ, ଯୋଗୀନ୍ଦର ଶର୍ମା, ରିତେନ୍ଦର ସିଂ ସୋଡି।

ଓ୍ବାଲ୍ଡ୍‌ ଜିଆଣ୍ଟ୍ସ: ଇଏନ ମୋର୍ଗାନ(ଅଧିନାୟକ),ଲେଣ୍ଡଲ ସିମନ୍ସ, ହର୍ସେଲ ଗିବ୍ସ, ଜ୍ୟାକ୍‌ କଲିସ, ସନଥ ଜୟସୁରିଆ, ମ୍ୟାଚ୍‌ ପ୍ରିଅର, ନାଥନ ମ୍ୟାକ୍‌କୁଲମ, ଜଣ୍ଟି ରୋଡସ୍‌, ମୁଥେୟା ମୁରଲିଧରନ୍‌, ଡେଲ ଷ୍ଟେନ୍‌, ହାମିଲଟନ ମାସାକାଜା, ମଶ୍‌ରଫେ ମୋର୍ଟାଜା, ଅସଗର ଆଫଗାାନ, ମିଚେଲ ଜନସନ, ବ୍ରେଟ୍‌ ଲି, କେଭିନ୍‌ ଓ ବ୍ରାଇନ, ଦିନେଶ ରାମଦିନ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri