Posted inଖେଳ

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ସ୍ବତନ୍ତ୍ର ମୁକାବିଲା : ଗାଙ୍ଗୁଲି ହେବେ ଅଧିନାୟକ

ନୂଆଦିଲ୍ଲୀ,୧୨।୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ଏହାକୁ ନେଇ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଏକ ବଡ଼ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୬ରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ ମଇଦାନରେ ଏହି ମ୍ୟାଚ୍‌ ଖେଳାଯିବ। ସାରା ବିଶ୍ୱର ମହାନ ଖେଳାଳିଙ୍କ ସହ ଭାରତର ପ୍ରମୁଖ ଖେଳାଳିମାନେ ଏଥିରେ ଭାଗ ନେବେ। ତେବେ ଏହି ଟିମ୍‌ର ନେତୃତ୍ୱ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ନେବେ ବୋଲି ଜଣାପଡ଼ିଛି।

ଲିଜେଣ୍ଡସ୍‌ କ୍ରିକେଟ ଲିଗ୍‌-୨ ପୂର୍ବରୁ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଇଣ୍ଡିଆ ମହାରାଜାର ନେତୃତ୍ୱ ଗାଙ୍ଗୁଲି ନେବେ। ସେହିଭଳି ଓ୍ବାଲ୍ଡ ଜିଆଣ୍ଟ୍ସର ନେତୃତ୍ୱ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇୟୋନ ମୋର୍ଗାନ ନେବେ। ଏହି ମ୍ୟାଚ୍‌କୁ ନେଇ ପୂର୍ବକୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି, ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଏମିତିରେ ଏହା ଗର୍ବର ବିଷୟ। ଏହି କାରଣରୁ ଆମେ ଲିଗ୍‌କୁ ‘ଆଜାଦି କା ଅମୃତ ମହୋତ୍ସବ’କୁ ସମର୍ପଣ କରୁଛୁ।

ସେହିଭଳି କିମ୍ବଦନ୍ତୀ ଲିଗ୍‌ର ସହ ପ୍ରତିଷ୍ଠାତା ରମଣ ରହେଜା କହିଛନ୍ତି, ଏହି ସ୍ବତନ୍ତ୍ର ମ୍ୟାଚ୍‌ ପରେ ଲିଗ୍‌ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୮ରେ ଶେଷ ହେବ। ଏଥିରେ ୪ ଭିନ୍ନ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ। ସିଜନରେ ମୋଟ ୧୫ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୨୨ ଦିନ ଯାଏ ଏହି ଲିଗ୍‌ ଚାଲିବ। ଖେଳାଳିଙ୍କ ପୂରା ତାଲିକା ଖୁବଶୀଘ୍ର ଜାରି କରି ଦିଆଯିବ।

ଇଣ୍ଡିଆ ମହାରାଜା: ସୌରଭ ଗାଙ୍ଗୁଲି(ଅଧିନାୟକ, ବିରେନ୍ଦ୍ର ସେହ୍ବାଗ, ମହମ୍ମଦ କୈଫ, ୟୁସୁଫ ପଠାନ, ଏସ୍‌. ବଦ୍ରିନାଥ, ଇରଫାନ ପଠାନ, ପାର୍ଥିବ ପଟେଲ, ଷ୍ଟୁଆର୍ଟ ବିନ୍ନି, ଏସ୍‌ ଶ୍ରୀସନ୍ତ, ହରଭଜନ ସିଂ, ନମନ ଓଝା, ଅଶୋକ ଦିଣ୍ଡା, ପ୍ରଜ୍ଞାନ ଓଝା, ଅଜୟ ଜାଡେଜା, ଆର୍‌ପି ସିଂ, ଯୋଗୀନ୍ଦର ଶର୍ମା, ରିତେନ୍ଦର ସିଂ ସୋଡି।

ଓ୍ବାଲ୍ଡ୍‌ ଜିଆଣ୍ଟ୍ସ: ଇଏନ ମୋର୍ଗାନ(ଅଧିନାୟକ),ଲେଣ୍ଡଲ ସିମନ୍ସ, ହର୍ସେଲ ଗିବ୍ସ, ଜ୍ୟାକ୍‌ କଲିସ, ସନଥ ଜୟସୁରିଆ, ମ୍ୟାଚ୍‌ ପ୍ରିଅର, ନାଥନ ମ୍ୟାକ୍‌କୁଲମ, ଜଣ୍ଟି ରୋଡସ୍‌, ମୁଥେୟା ମୁରଲିଧରନ୍‌, ଡେଲ ଷ୍ଟେନ୍‌, ହାମିଲଟନ ମାସାକାଜା, ମଶ୍‌ରଫେ ମୋର୍ଟାଜା, ଅସଗର ଆଫଗାାନ, ମିଚେଲ ଜନସନ, ବ୍ରେଟ୍‌ ଲି, କେଭିନ୍‌ ଓ ବ୍ରାଇନ, ଦିନେଶ ରାମଦିନ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri