ଗଙ୍ଗା ସାଗର ମେଳାରେ କରୋନା ଏଣ୍ଟ୍ରି: ୪ ସାଧୁ ପଜିଟିଭ

କୋଲକାତା,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପଶ୍ଚିମବଙ୍ଗର ଗଙ୍ଗା ସାଗର ମେଳା ଓ ଉତ୍ତର ପ୍ରଦେଶର ପ୍ରୟାଗରାଜ ମାଘମେଳା ଆଉ ଏକ ସମସ୍ୟା ସୃଷ୍ଟ କରିବାକୁ ଯାଉଛି । ଗଙ୍ଗା ସାଗର ମେଳାରେ ୪ ସାଧୁ କରୋନା ପଜିଟିଭ ଅର୍ଥାତ୍ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶୁକ୍ରବାର ହାଇକୋର୍ଟଙ୍କ ସର୍ତ୍ତ ସହ ଗଙ୍ଗା ସାଗର ମେଳାକୁ ଅନୁମତି ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଗଙ୍ଗା ସାଗର ମେଳାରେ ଶୁକାବାର ସନ୍ଧ୍ୟା ସୁଦ୍ଧା ୧୧୨ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା । ଏଥିମଧ୍ୟରୁ ୪ ଜଣ ସାଧୁଙ୍କ ସାମ୍ପଲ ପିଜିଟିଭ ଆସିଛି । ଏବେ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାବେଳେ ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ଗୋଟିଏ ପଟେ ପଶ୍ଚିମବଙ୍ଗ ସରକାର ସମସ୍ତ କରୋନା କଟକଣା ପାଳନ କରି ଗଙ୍ଗା ସାଗର ମେଳା ପାଇଁ ଅନୁମତି ଆଣିଥିବା ବେଳେ ଅନ୍ୟପଟେ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା କମ୍ ଥିବା ଦର୍ଶାଇ କୁମ୍ଭିର କାନ୍ଦଣା କାନ୍ଦୁଥିବା କୁହାଯାଉଛି । ରାଜ୍ୟ ସରକାର ଏବେ କହୁଛନ୍ତି ସଂକ୍ରମଣ ବୃଦ୍ଧି ହେଲେ ଡାକ୍ତରଙ୍କ ଅଭାବ ପରିସ୍ଥିତିରେ ଚିକିତ୍ସା କିପରି କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର କରିଥିଲେ ମୃତ ଘୋଷଣା, ବ୍ୟବଚ୍ଛେଦ ପୂର୍ବରୁ ଘଟିଲା ଏମିତି

ଲକ୍ଷ୍ନୌ,୨୦ା୧୧: ଉତ୍ତରପ୍ରଦେଶର ମୁରଦାବାଦରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର...

କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ୧୪ ବିରୋଧୀ ଏକଜୁଟ…

ନୂଆଦିଲ୍ଲୀ,୨୮।୭: ପେଗାସସ୍‌ ମାମଲାକୁ ନେଇ କେନ୍ଦ୍ର ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଲୋକ ସଭା ଏବଂ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଲାଗି...

ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୨୯।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ସୋମବାର କହିଛନ୍ତି କି ସବୁ ରାଜନୈତୀକ ଦଳ...

ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲୀ

କୋଲକାତା,୨।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ଜିମ୍‌ରେ ବ୍ୟାୟାମ...

ଆସାମ ବନ୍ୟା: ୯୬ ବନ୍ୟପ୍ରାଣୀ ମୃତ

ଗୁଆହାଟୀ,୧୮।୭: ଆସାମର ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେ ସେଠାରେ ପାଖାପାଖି...

କରୋନା ସଂକ୍ରମିତ, କଣ୍ଟେନମେଣ୍ଟଜୋନ୍‌ର ଛାତ୍ରୀଛାତ୍ରଙ୍କ ପାଇଁ ଅକ୍ଟୋବର ୧୪ରେ ହେବ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ,୧୨ ।୧୦: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ନ୍ୟାଶନାଲ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି) ବା ନିଟ୍ ପରୀକ୍ଷା । ହେଲେ ଏହି...

୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ସ୍ପେଶାଲ ଟ୍ରେନ: ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୧।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କରାଯାଇଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ସମସ୍ତ ଟ୍ରନ ଚଳଚଳକୁ ବନ୍ଦ...

ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ୨୪ ବର୍ଷ ବୟସ୍କା ମହିଳା

ନୂଆଦିଲ୍ଲୀ,୯।୨: ଉତ୍ତରଖଣ୍ଡ ଋଷିକେଶରେ ଜଣେ ୨୪ ବର୍ଷ ବୟସ୍କା ମହିଳା ଏକଥରେ ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁପୁତ୍ର ଏବଂ...

Advertisement
Archives

Model This Week