ବୋହୂ ଆସିଲେ, ଶ୍ୱଶୁର ଘର ଛାଡ଼ିଲେ

ବ୍ରହ୍ମପୁର ଅଫିସ,୮ା୧: ଡାକ୍ତର ସୁମିତ ସାହୁ-ତପସ୍ବିନୀ ଦାଶ ପାରିବାରିକ ବିବାଦ ନୂଆମୋଡ଼ ନେଇଛି। ଜିଲାଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରାତିରେ ତପସ୍ବିନୀ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ସ୍ଥିତ ଶାଶୁଘରେ ପ୍ରବେଶ କରିଥିଲେ। ଏହାର କିଛି ସମୟ ପରେ ଶ୍ୱଶୁର ପ୍ରମୋଦ ସାହୁ ଘର ଛାଡ଼ିଛନ୍ତି। ନିଜକୁ ଅସୁରକ୍ଷିତ ମନେ କରୁଥିବାରୁ ସେ ଘର ଛାଡ଼ିଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ତାଙ୍କ ଅନିଚ୍ଛା ସତ୍ତ୍ୱେ ତପସ୍ବିନୀଙ୍କୁ ଘରେ ପ୍ରବେଶ କରାଇଛନ୍ତି ବୋଲି ପ୍ରମୋଦ କହିଛନ୍ତି।
ଶ୍ୱଶୁର ପ୍ରମୋଦ କହିଛନ୍ତି, କୋର୍ଟଙ୍କ ରାୟରେ କିଛି ଦ୍ୱନ୍ଦ୍ୱ ଥିଲା। ତାହାକୁ ଭଲଭାବେ ବୁଝାଶୁଝା ନ କରି ପ୍ରଶାସନିକ ଅଧିକାରୀମାନେ ତପସ୍ବିନୀଙ୍କୁ ଘରେ ପୂରାଇଲେ। ଏ ଦିଗରେ ପୋଲିସକୁ ଅବଗତ କରିଛି। ଘର ତଦାରଖ କରି ସୁରକ୍ଷା ବ୍ୟବସ୍ଥା କରିବାକୁ ଜଣାଇଛି। ପୂର୍ବରୁ ବୋହୂ ମୋ’ ନାମରେ ଏବଂ ପରିବାରବର୍ଗଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିଲେ। ଯୌତୁକଜନିତ ନିର୍ଯାତନା ମାମଲା ରୁଜୁ କରିଥିଲେ। ତେଣୁ ଭୟଭୀତ ହୋଇ ରାତାରାତି ଘର ଛାଡ଼ି ଚାଲିଆସିଛି। ଯେ କୌଣସି ଜାଗାରେ ରହିବି ଓ ପରେ ଘରକୁ ଫେରିବି ବୋଲି ଶ୍ୱଶୁର ପ୍ରମୋଦ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି। ଅନ୍ୟପକ୍ଷରେ ଡା. ସୁମିତ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଶୁକ୍ରବାରଠାରୁ ଆଉ ୧୫ଦିନ ଛୁଟି ନେଇଥିବା ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ ଉନ୍ନୟନ ଅଧିକାରୀ ଏମ.ଭି.କେ. ଅଶୋକ ସୂଚନା ଦେଇଛନ୍ତି। ତାଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି, ଗତ ୪ ତାରିଖରେ ଜିଲାଜଜ୍‌ ଯେଉଁ ରାୟ ଦେଇଥିଲେ ସେଥିରେ ସୁମିତ ମାସିକ ୧୭ହଜାର ଟଙ୍କା ଭରଣପୋଷଣ ବାବଦରେ ଦେବେ ବୋଲି ଉଲ୍ଲେଖ ରହିଥିଲା। ତପସ୍ବିନୀ ଶାଶୁଘରେ ରହିବେ ବୋଲି କୌଣସି ନିର୍ଦ୍ଦେଶ ନ ଥିଲା। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଜୋରଜବରଦସ୍ତ ତପସ୍ବିନୀଙ୍କୁ ଶାଶୁଘରେ ରଖିଛନ୍ତି। ପୂର୍ବରୁ ତପସ୍ବିନୀ ମାମଲା ରୁଜୁ କରିଥିବାରୁ ଶ୍ୱଶୁର ନିଜକୁ ଅସୁରକ୍ଷିତ ମନେ କରି ଘର ଛାଡ଼ିଥିବା ଓକିଲ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri