ବୋହୂ ଆସିଲେ, ଶ୍ୱଶୁର ଘର ଛାଡ଼ିଲେ

ବ୍ରହ୍ମପୁର ଅଫିସ,୮ା୧: ଡାକ୍ତର ସୁମିତ ସାହୁ-ତପସ୍ବିନୀ ଦାଶ ପାରିବାରିକ ବିବାଦ ନୂଆମୋଡ଼ ନେଇଛି। ଜିଲାଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରାତିରେ ତପସ୍ବିନୀ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ସ୍ଥିତ ଶାଶୁଘରେ ପ୍ରବେଶ କରିଥିଲେ। ଏହାର କିଛି ସମୟ ପରେ ଶ୍ୱଶୁର ପ୍ରମୋଦ ସାହୁ ଘର ଛାଡ଼ିଛନ୍ତି। ନିଜକୁ ଅସୁରକ୍ଷିତ ମନେ କରୁଥିବାରୁ ସେ ଘର ଛାଡ଼ିଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ତାଙ୍କ ଅନିଚ୍ଛା ସତ୍ତ୍ୱେ ତପସ୍ବିନୀଙ୍କୁ ଘରେ ପ୍ରବେଶ କରାଇଛନ୍ତି ବୋଲି ପ୍ରମୋଦ କହିଛନ୍ତି।
ଶ୍ୱଶୁର ପ୍ରମୋଦ କହିଛନ୍ତି, କୋର୍ଟଙ୍କ ରାୟରେ କିଛି ଦ୍ୱନ୍ଦ୍ୱ ଥିଲା। ତାହାକୁ ଭଲଭାବେ ବୁଝାଶୁଝା ନ କରି ପ୍ରଶାସନିକ ଅଧିକାରୀମାନେ ତପସ୍ବିନୀଙ୍କୁ ଘରେ ପୂରାଇଲେ। ଏ ଦିଗରେ ପୋଲିସକୁ ଅବଗତ କରିଛି। ଘର ତଦାରଖ କରି ସୁରକ୍ଷା ବ୍ୟବସ୍ଥା କରିବାକୁ ଜଣାଇଛି। ପୂର୍ବରୁ ବୋହୂ ମୋ’ ନାମରେ ଏବଂ ପରିବାରବର୍ଗଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିଲେ। ଯୌତୁକଜନିତ ନିର୍ଯାତନା ମାମଲା ରୁଜୁ କରିଥିଲେ। ତେଣୁ ଭୟଭୀତ ହୋଇ ରାତାରାତି ଘର ଛାଡ଼ି ଚାଲିଆସିଛି। ଯେ କୌଣସି ଜାଗାରେ ରହିବି ଓ ପରେ ଘରକୁ ଫେରିବି ବୋଲି ଶ୍ୱଶୁର ପ୍ରମୋଦ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି। ଅନ୍ୟପକ୍ଷରେ ଡା. ସୁମିତ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଶୁକ୍ରବାରଠାରୁ ଆଉ ୧୫ଦିନ ଛୁଟି ନେଇଥିବା ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ ଉନ୍ନୟନ ଅଧିକାରୀ ଏମ.ଭି.କେ. ଅଶୋକ ସୂଚନା ଦେଇଛନ୍ତି। ତାଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି, ଗତ ୪ ତାରିଖରେ ଜିଲାଜଜ୍‌ ଯେଉଁ ରାୟ ଦେଇଥିଲେ ସେଥିରେ ସୁମିତ ମାସିକ ୧୭ହଜାର ଟଙ୍କା ଭରଣପୋଷଣ ବାବଦରେ ଦେବେ ବୋଲି ଉଲ୍ଲେଖ ରହିଥିଲା। ତପସ୍ବିନୀ ଶାଶୁଘରେ ରହିବେ ବୋଲି କୌଣସି ନିର୍ଦ୍ଦେଶ ନ ଥିଲା। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଜୋରଜବରଦସ୍ତ ତପସ୍ବିନୀଙ୍କୁ ଶାଶୁଘରେ ରଖିଛନ୍ତି। ପୂର୍ବରୁ ତପସ୍ବିନୀ ମାମଲା ରୁଜୁ କରିଥିବାରୁ ଶ୍ୱଶୁର ନିଜକୁ ଅସୁରକ୍ଷିତ ମନେ କରି ଘର ଛାଡ଼ିଥିବା ଓକିଲ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri