Posted inଜାତୀୟ

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା କରାଯାଇଛି। ଏହାପରେ ମୃତଦେହକୁ ଏକ ଖୋଲା ପଡ଼ିଆରେ ଫିଙ୍ଗି ଦିଆଯାଇଛି। ଏହି ସମ୍ବେଦନଶୀଳ ମାମଲାରେ ପୋଲିସ ୩ ଜଣ ନାବାଳକଙ୍କ ସମେତ ମୋଟ ୪ ଜଣଙ୍କୁ ଧରିଛି। ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ମୃତଦେହଟି ଏତେ ପରିମାଣରେ ପଚିଯାଇଥିଲା ଯେ ପ୍ରଥମେ ଏହାର ଲିଙ୍ଗ ସ୍ପଷ୍ଟ ଜଣାପଡ଼ୁ ନ ଥିଲା। ପୋଲିସ ପକ୍ଷରୁ ଗୁରୁବାର ଏହି ଘଟଣାର ପର୍ଦ୍ଦାଫାଶ କରାଯାଇଛି।
ସେପ୍ଟେମ୍ବର ୧୩ରେ କୁଶକ ରୋଡ୍‌ସ୍ଥିତ ଜୟପାଲ ରାଣାଙ୍କ ଜମି ନିକଟରୁ ନାବାଳିକାଙ୍କ ପଚାଶଢ଼ା ମୃତଦେହ ମିଳିଥିଲା। ମୃତଦେହର କିଛି ଅଂଶକୁ ବୁଲା କୁକୁରମାନେ ଖାଇଦେଇଥିବା ବେଳେ ଗୋଟିଏ ହାତ ଶରୀରରୁ ଅଲଗା ହୋଇପଡ଼ିଥିଲା। ଗିରଫ ହୋଇଥିବା ସାବାଳକ ଅଭିଯୁକ୍ତଜଣକ ଖଡ୍ଡା କଲୋନିର ଶିବମ୍‌ ଓରଫ୍‌ ସୁଦାମା ଓରଫ୍‌ ଚୁଚୁ ବୋଲି ଚିହ୍ନଟ ହୋଇଛନ୍ତି। ଅନ୍ୟ ୩ ଜଣ ଅଭିଯୁକ୍ତ ନାବାଳକ (ବୟସ ୧୬ ଓ ୧୭ ବର୍ଷ)। ପୋଲିସ ତଦନ୍ତ ଅନୁଯାୟୀ, ନାବାଳିକା ଜଣକ ଅଭିଯୁକ୍ତମାନଙ୍କୁ ପୂର୍ବରୁ ଜାଣିଥିଲେ। ଅଭିଯୁକ୍ତମାନେ ମିଶି ଏକ ଅଟୋରିକ୍ସା ଭିତରେ ମଦ୍ୟପାନ କରିବା ପରେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିଲା ଏବଂ ପରେ ହତ୍ୟା କରାଯାଇ ମୃତଦେହ ଫିଙ୍ଗି ଦିଆଯାଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ଝିଅଟି ପ୍ରାୟତଃ ଘରୁ ବାହାରକୁ ଯାଇ କିଛି ଦିନ ପରେ ଫେରୁଥିବାରୁ ସେମାନେ ପୋଲିସରେ କୌଣସି ନିଖୋଜ ଅଭିଯୋଗ କରି ନ ଥିଲେ। ଘଟଣାସ୍ଥଳରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ପୋଲିସ ସମ୍ପୃକ୍ତ ଅଞ୍ଚଳ ଓ ଆଖପାଖ ରାସ୍ତାର ୫୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍‌ ସମୀକ୍ଷା କରିଥିଲା। ସିସିଟିଭିରେ ଗୋଟିଏ ସନ୍ଦିଗ୍ଧ ଅଟୋରିକ୍ସାର ଗତିବିଧି ନଜରକୁ ଆସିଥିଲା। ଅନ୍ଧାର ଯୋଗୁ ଗାଡ଼ି ନମ୍ବର ସ୍ପଷ୍ଟ ଦିଶୁ ନ ଥିବାରୁ ପୋଲିସ ବିଭିନ୍ନ ସ୍ଥାନର କ୍ୟାମେରା ଯାଞ୍ଚ କରି ଏହାର ପିଛା କରିଥିଲା। ସେପ୍ଟେମ୍ବର ୧୫ ଏବଂ ୧୬ ତାରିଖ ରାତିରେ ଏକ ବ୍ୟାପକ ସର୍ଚ୍ଚ ଅପରେଶନ କରାଯାଇ ସ୍ବରୂପ ନଗରର ଖଡ୍ଡା କଲୋନିରୁ ଅଟୋରିକ୍ସାକୁ ଠାବ କରାଯାଇ ଚାଳକଙ୍କୁ ଜେରା କରାଯାଇଥିଲା। ଜେରା ଆଧାରରେ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯିବା ସହ ହତ୍ୟାରେ ବ୍ୟବହୃତ ୨ଟି ଛୁରି, ଅଭିଯୁକ୍ତଙ୍କ ରକ୍ତଭିଜା ପୋଷାକ ଏବଂ ଅଟୋରିକ୍ସା ଜବତ କରାଯାଇଛି। ପୋଲିସ ବିଏନ୍‌ଏସ୍‌ ଏବଂ ପୋକ୍‌ସୋ ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଫୋରେନ୍‌ସିକ୍‌ ତଥ୍ୟ ସଂଗ୍ରହ ସହ ଅଧିକ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?