ଗଣେଶ ଭସାଣିକୁ ନେଇ ହଣାକଟା

ପାରାଦୀପ.୧୩।୯(ଶରତ ରାଉତ): ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅନ୍ତର୍ଗତ ଷଣ୍ଢକୁଦ ବସ୍ତିରେ ଗୁରୁବାର ରାତି ୯ଟାରେ ଗଣେଶ ମୂର୍ତ୍ତି ଭସାଣିକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ନୋଳିଆ ସମ୍ପ୍ରଦାୟର ୨ ଗୋଷ୍ଠୀ ହଣାକଟା ହୋଇଛନ୍ତି। ଫଳରେ ୨ ଜଣ ଗୁରୁତର ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ସ୍ଥାନୀୟ ଅଞ୍ଚଳର ପାରା ଧନରାଜୁ ଓ କାମ୍ବଲା ବାମିନୁ। ଅନ୍ୟମାନଙ୍କ ନାମ ଜଣାପଡ଼ିନାହିଁ।
ଘଟଣାସ୍ଥଳରେ ଜଗତ୍‌ସିଂହପୁର ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ପାରାଦୀପ ଆଦର୍ଶ ଥାନା ଓ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ ମୁତୟନ ହୋଇଛନ୍ତି। ଗଣ୍ଡଗୋଳ ପଛରେ ରାଜନୈତିକ କାରଣ ଥିବା ଜଣାପଡ଼ିଛି। ବିଜେଡି ଓ ଭାଜପାର ୨ ଜଣ ଆଗଧାଡ଼ିର କର୍ମୀଙ୍କ ପାଇଁ ଏହି ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି। ଜଣେ ପୂର୍ବତନ କାଉନ୍‌ସିଲର ଓ ପାରାଦୀପର ପୂର୍ବତନ ବିଧାୟକଙ୍କ ଅନୁଗତ ହେଇଥିବାବେଳେ ଅନ୍ୟ ଜଣେ ଭାଜପା କର୍ମୀ ଏବଂ ସେ ଶିଳ୍ପ ମନ୍ତ୍ରୀଙ୍କ ଦୃଢ଼ ସମର୍ଥକ ବୋଲି ଜଣାପଡ଼ିଛି। ଉଭୟ ଗୋଷ୍ଠୀର ପିଲାମାନେ ବୁଧବାର ହୋଇଥିବା ରାଜନୈତିକ ବୈଠକକୁ ଯାଇ ଫେରିବା ବେଳେ କଥା କଟାକଟିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗୁରୁବାର ଗଣେଶ ମୂର୍ତ୍ତି ଭସାଣି ସମୟରେ ପୂର୍ବ ଘଟଣାକୁ ନେଇ ପୁନର୍ବାର ମାଡ଼ଗୋଳ ହୋଇଥିଲେ। ଏହାପରେ ବିଭିନ୍ନ ମାରଣାସ୍ତ୍ରରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନାମୂଳକ ଥିବାବେଳେ ସେଠାରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀଙ୍କ ଅସୁସ୍ଥତା ପରେ ମୃତ୍ୟୁ: ଟାଟା ପାୱାର ଅଫିସ୍ ଆଗରେ ମୃତଦେହ ରଖି ରାସ୍ତାରୋକ, କ୍ଷତିପୂରଣ ଦାବି

ମାର୍ଶାଘାଇ, ୨୭।୧୦ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଟାଟା ପାୱାର କମ୍ପାନୀର ଫ୍ରାଞ୍ଚାଇଜି ସଂସ୍ଥା ଅଧୀନରେ…

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

୩୦ ପରେ ଖୋଲିବ କଳିଙ୍ଗା ଘାଟି ରାସ୍ତା: ବାତ୍ୟା ଭୟ ମଧ୍ୟରେ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ପରଶିଲେ ଉପଜିଲାପାଳ

ଭଞ୍ଜନଗର, ୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା…

ମିଶନ ଶକ୍ତି ଓ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ମଧ୍ୟରେ MOU: କଳାହାଣ୍ଡିର ଏସଏଚଜି ମହିଳା ପାଇବେ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ

ଭବାନୀପାଟଣା, ୨୭/୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ ଓ ସାକ୍ଷର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

ବାତ୍ୟା ‘ଅର୍ଣ୍ଣବ’ ସତର୍କତା: ଗୁଡ଼ାରି ‘ମା’ ଗୃହ’ରେ ୧୯ ଗର୍ଭବତୀ, ପ୍ରଶାସନର ‘ଜିରୋ କାଜୁଆଲଟି’…

ଗୁଡ଼ାରି, ୨୭।୧୦(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦ: ମେଣ୍ଢିପାଲି ସ୍କୁଲରେ ତାଲା, ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ଗ୍ରାମବାସୀ

ଦେବଗଡ଼, ୨୭।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଥିବା ଏକମାତ୍ର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ। ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ନଦେବା…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?